Top 10 News Headlines: କହ୍ନୈୟା କୁମାରଙ୍କୁ ମାଡ଼, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2252893

Top 10 News Headlines: କହ୍ନୈୟା କୁମାରଙ୍କୁ ମାଡ଼, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: କହ୍ନୈୟା କୁମାରଙ୍କୁ ମାଡ଼, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ସରିବ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର
ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍‌ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ।

H2. ଦେଶରେ ପଞ୍ଚମ ପର୍ଯ୍ୟାୟ ଭୋଟ ପାଇଁ ସରିବ ପ୍ରଚାର
ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ ତାରିଖରେ ହେବ ଭୋଟ୍‌ ଗ୍ରହଣ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ ମତଦାନ । ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ।

H3. ଆସନ୍ତା କାଲି ଓଡିଶା ଆସିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡ଼ିଶା ଆସିବେ। ଓଡ଼ିଶାରେ କର୍ମୀ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖିବା ସହ ସେ ପୁରୀରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ପୁରୀରେ ଏକ ଭବ୍ୟ ରୋଡ୍‍ ଶୋ’ ଆୟୋଜନ କରାଯାଇଛି। ଶ୍ରୀ ମୋଦୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରିବା ପରେ ରୋଡ୍‍ ଶୋ' କରିବା ସୂଚନା ମିଳିଛି।

H4. ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟରେ ପଡିବ ଭୋଟ
୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ ମତଦାନ । ବିହାରର ୫ ଆସନ, ଜାମ୍ମୁ ଓ କାଶ୍ମୀରର ୧, ଝାଡ଼ଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡ଼ିଶାର ୫ ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପିର ରାଜନାଥ ସିଂ, ସ୍ମୃତି ଇରାନୀ ଭଳି ହେଭିୱେଟ୍‌ ନେତା ସେମାନଙ୍କର ଭାଗ୍ୟ ପରୀକ୍ଷା କରିବେ।

H5. ଜଳିଗଲା ଟୁରିଷ୍ଟ ବସ, ୮ ଜୀବନ୍ତ ଦଗ୍ଧ
ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ୬୦ ଯାତ୍ରୀଙ୍କୁ ଧରି ବସ୍‌ଟି ଯାଉଥିବା ବେଳେ ନୁହର ତାବଡ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା। ଗତ ରାତି ପ୍ରାୟ ଦେଢଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ବସ୍‌ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ।

H6. ଦୁଇ ଦିନ କଲବଲ କରିବ ତାତି
ପୁଣି ଫେରିଲା ହିଟୱେଭ। ଅସମ୍ଭାଳ ହେବ ତାତି। ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଦିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୦ ତାରିଖରେ ୬ ଜିଲ୍ଲା ୨୧ ତାରିଖରେ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଶନିବାର ଓ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

H7. ଝାରସୁଗୁଡ଼ା: ୫ରୁ ଅଧିକ ସ୍ଥାନରେ ଆୟକର ଚଢ଼ଉ
ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଝାରସୁଗୁଡ଼ାରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ଉ ହୋଇଛି। ଶୁକ୍ରବାର ଅପରାହ୍ଣରେ ଆୟକର ବିଭାଗର ୧୦ ରୁ ଅଧିକ ଟିମ୍‌ ସହରର ନାମୀ ହୋଟେଲ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କାର୍ଯ୍ୟାଳୟ, ପ୍ରାୟ ୪ ଜଣ ବ୍ୟାବସାୟିକ ସହଯୋଗୀଙ୍କ ଘରେ ଚଢ଼ଉ କରିଛି। ଏପରିକି ହୋଟେଲ ମେ’ ଫେୟାର୍‌ଠାରେ ବିଶାଳ ଦାସ, ତାଙ୍କ କର୍ମଚାରୀଙ୍କୁ ମଧ୍ୟ ଆୟକର ବିଭାଗର ଟିମ୍‌ ଦୀର୍ଘ ୩ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡ଼ିଥିବା ନେଇ ଜଣାପଡ଼ିଛି।

H8. ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର
ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

H9. କହ୍ନୈୟା କୁମାରଙ୍କୁ ମାଡ଼
ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ପ୍ରଚାର କରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ସମର୍ଥକମାନେ ଉଭୟ ଯୁବକଙ୍କୁ ଧରି ସେମାନଙ୍କୁ ଜୋରଦାର ମାଡ ମାରିଥିଲେ। ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଯୁବକ ଏକ ଭିଡିଓ ଜାରି କରିଥିଲେ ଓ ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ। ସେମାନେ କହିଛନ୍ତି ଯେ ଯିଏ ଭାରତୀୟ ସେନାକୁ ଅପମାନିତ କରିବ ସେ ସମାନଙ୍କର ଏହି ଭାଗ୍ୟ ହେବ। 

H10. କୋଚ ଦୌଡ଼ରେ ଗମ୍ଭୀର
ଇଏସପିଏନ୍ କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ବିସିସିଆଇ ଗୌତମ ଗମ୍ଭୀରଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛି । ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ଆହ୍ୱାନ କରିସାରିଛି ଏବଂ ଶେଷ ତାରିଖ ହେଉଛି ମେ ୨୭। ଗୌତମ ଗମ୍ଭୀରଙ୍କ ପାଖରେ ଭଲ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ଆଇପିଏଲର ଚଳିତ ସିଜନରେ ସେ କେକେଆରର ମେଣ୍ଟର ହୋଇଛନ୍ତି। ଏହି ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ସହ ପ୍ଲେଅଫରେ ପହଞ୍ଚିଛି। ଗତ ଦୁଇ ସିଜନରେ ସେ ଲକ୍ଷେ୍ନøକୁ ପ୍ଲେଅଫରେ ସ୍ଥାନ ଦେଇଥିଲେ।