Top 10 News Today: ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2233439

Top 10 News Today: ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 3rd May 2024: ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ମିଶନଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Top 10 News Today Headlines of Odisha and India 3rd May 2024

Top 10 News Today: H1. Sujata Karthikeyan Transferred To Odisha Finance Dept: ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ମିଶନଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଛି। ସରକାରୀ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ଶାସକ ଦଳ ସପକ୍ଷରେ ଭୋଟ୍ ଦେବାକୁ ପ୍ରବର୍ତ୍ତାଇବାକୁ ନେଇ ତାଙ୍କ ନାମରେ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ଯେ, ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରାଯାଉ। ତେବେ ସେହି ନିର୍ଦ୍ଦେଶ ଅନୁଯାୟୀ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।

H2. Kharabela Swain to contest from Balasore as independent: ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ହୋଇଛନ୍ତି ଖାରବେଳ ସ୍ୱାଇଁ। ପ୍ରାର୍ଥୀ ହୋଇ ନପାରିବାରୁ ସେ ସ୍ୱାଧୀନ ଭାବେ ବାଲେଶ୍ୱର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ଏହା ବିଜେପି ପାଇଁ ବାଲେଶ୍ୱରରେ ସମସ୍ୟା ସୃଷ୍ଟି କରିପାରେ।

H3. BJP Names Santosh Khatua For Nilgiri Seat: ନୀଳଗିରି ବିଧାନସଭା ଆସନ ଲାଗି ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତକାଲି ସେ ଦଳରେ ଯୋଗ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କଠାରୁ ହାରିଥିଲେ। ୨୦୨୪ ନିର୍ବାରଚନରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ବିଜେପି ବିଧାୟକ ସୁକାନ୍ତଙ୍କୁ ଦଳରେ ମିଶାଇ ତାଙ୍କୁ ପ୍ରାର୍ଥୀ କରିଥିଲା।

H4. Zeena Samal Joins BJD Hours After Quitting BJP: ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ ବିଜେପି ଛାଡିଛନ୍ତି। ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

H5. S Jaishankar to visit Odisha on May 4: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଭିଯାନ ତୀବ୍ର ହୋଇଛି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ଯଥାକ୍ରମେ ୪ ଓ ୫ ମେ' ଦିନ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। 

H6. Rahul Gandhi Files Nomination From Raebareli: ରାହୁଲ ଗାନ୍ଧୀ ରାଏବରେଲି ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଏବରେଲି ନିର୍ବାଚନ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ନିଜ ମା' ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲୋଟଙ୍କ ସହ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ।

H7. Amit Shah Fake Video Row: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ସେୟାର କରିବା ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି। ଅମିତ ଶାହା ଫେକ୍ ଭିଡିଓ ମାମଲାରେ ଅରୁଣ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ ଅରୁଣ ରେଡ୍ଡୀ ସ୍ପିରିଟ୍ ଅଫ୍ କଂଗ୍ରେସ ନାମକ ଏକ ଟ୍ୱିଟର ଆକାଉଣ୍ଟ ଚଳାଉଥିଲେ।

H8. Iran released all 16 Indians: ଇରାନ ଇସ୍ରାଏଲର ଏକ ମାଲବାହୀ ଜାହାଜରୁ ବନ୍ଧକ ରଖିଥିବା ୧୬ ଜଣ ଭାରତୀୟଙ୍କୁ ମୁକ୍ତ କରିଛି। କିଛି ଦିନ ପୂର୍ବରୁ, ୨୫ ଜଣିଆ କ୍ରୁ ମେମ୍ବର ସହ ଏକ ଇସ୍ରାଏଲ୍ କାର୍ଗୋ ଜାହାଜକୁ ଇରାନ କବଜା କରିନେଇଥିଲା। ଏଥିରେ ୧୭ ଜଣ ଭାରତୀୟ ଥିଲେ। ସେମାନଙ୍କୁ ଇରାନ କାବୁ କରିଥିଲା ଓ ଯଦିଓ ପ୍ରଥମେ ଜଣେ ମହିଳା କ୍ରୁଙ୍କୁ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ବନ୍ଧକ ରଖିଥିବା ୧୬ ଜଣ ଭାରତୀୟଙ୍କୁ ମଧ୍ୟ ମୁକ୍ତ କରାଯାଇଛି।

H9. Lok Sabha Election 2024: ସପ୍ତମ ପର୍ଯ୍ୟାୟରେ ଅନୁଷ୍ଠିତ ବାରାଣାସୀ ଆସନରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ରର ଗୋଟିଏ ଦିନ ପୂର୍ବରୁ ମେ ୧୩ ରେ ବାରାଣାସୀରେ ପିଏମ ମୋଦୀଙ୍କ ଏକ ବଡ ରୋଡ ଶୋ' ଅନୁଷ୍ଠିତ ହେବ। କାର୍ଯ୍ୟକର୍ତ୍ତାମାନେ ପିଏମ ମୋଦୀଙ୍କ ନାମାଙ୍କନ ଓ ରୋଡ ଶୋ' ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବନାରସ ଗସ୍ତ ପାଇଁ ଅଧିକାରୀମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

H10. Rohit Sharma on Hardik Pandya Captaincy: ଆଇପିଏଲ ୨୦୨୪ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବା ନେଇ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଯେତେବେଳେ ତାଙ୍କୁ ଏହି ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ସବୁକିଛି ଆପଣଙ୍କ ଅନୁଯାୟୀ ହୁଏ ନାହିଁ ଓ ଏହା ଜୀବନର ଏକ ଅଂଶ।