Gallantry Medals awarded: ୨୭୭ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ପୁରସ୍କାର
Advertisement
Article Detail0/zeeodisha/odisha2077575

Gallantry Medals awarded: ୨୭୭ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ପୁରସ୍କାର

୨୭୭ଟି ବୀର ପଦକ ମଧ୍ୟରୁ ୨୭୫ ଜଣଙ୍କୁ ପୋଲିସ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ।

Gallantry Medals awarded: ୨୭୭ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ପୁରସ୍କାର

Gallantry Medals awardedଛ ନୂଆଦିଲ୍ଲୀ: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ୨୭୭ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଗ୍ୟାଲେଣ୍ଟ୍ରି ପୁରସ୍କାର ମଧ୍ୟରୁ ଅଧିକାଂଶ, ବାମପନ୍ଥି ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୧୧୯ ଜଣ କର୍ମଚାରୀ, ଜାମ୍ମୁ କାଶ୍ମୀର ଅଞ୍ଚଳର ୧୩୩ ଜଣ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ୨୫ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଗଣତନ୍ତ୍ର ଦିବସ ଅବସରରେ ପୋଲିସ, ଅଗ୍ନିଶମ ସେବ, ହୋମଗାର୍ଡ ଓ ନାଗରିକ ସୁରକ୍ଷା ଏବଂ ସୁଧାର ସେବା ଲକ୍ଷ୍ୟରେ ମୋଟ ୧୧୩୨ ଜଣଙ୍କୁ ବୀରତା ଓ ସେବା ପଦକ ପ୍ରଦାନ କରାଯିବା। ସେହିପରି ୨୭୭ଟି ବୀର ପଦକ ମଧ୍ୟରୁ ୨୭୫ ଜଣଙ୍କୁ ପୋଲିସ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୭୨ ଜଣ ଜମ୍ମୁ-କାଶ୍ମୀର ପୋଲିସ କର୍ମୀ, ୧୮ଜଣ ମହାରାଷ୍ଟ୍ର ପୋଲିସ କର୍ମୀ, ୨୬ ଜଣ ଛତିଶଗଡ଼ ପୋଲିସ କର୍ମୀ, ୨୩ ଜଣ ଝାଡ଼ଖଣ୍ଡ ପୋଲିସ କର୍ମୀ, ୧୫ ଜଣ ଓଡ଼ିଶା ପୋଲିସର କର୍ମଚାରୀ, ଦିଲ୍ଲୀର ୮ ପୋଲିସ କର୍ମୀ, ୬୫ଜଣ ସିଆରପିଏଫ ଯବାନଙ୍କ ସହିତ ୨୧ ଜଣଙ୍କୁ ଏହି ପଦକ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। 

ସେହିପରି ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କୁ ମଧ୍ୟରୁ ଓଡ଼ିଶାରୁ ୧୫ ଜଣଙ୍କ ନାଁ ରହିଛି । ଏଥିମଧ୍ୟରେ ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ, ବିଶ୍ୱଜିତ ଦାସ ପ୍ରମୁଖଙ୍କ ନାଁ ରହିଛି । ଏପଟେ ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ନେଇ ମଧ୍ୟ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ IG ସତ୍ୟବ୍ରତ ଭୋଇଙ୍କ ନାଁ ସହ ସ୍ଥାନ ପାଇଛନ୍ତି ୩ ଜଣ ଡିଏସ୍ ପି ରାଙ୍କ ଅଧିକାରୀ । ଏନେଇ ବିସ୍ତୃତ ଭାବେ ତାଲିକା ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ।