Earthquake in Gujarat: ଭୂକମ୍ପରେ ଦୋହଲିଲା ଗୁଜୁରାଟ, ଜାଣନ୍ତୁ କେତେ ଥିଲା ତୀବ୍ରତା
Advertisement
Article Detail0/zeeodisha/odisha2083266

Earthquake in Gujarat: ଭୂକମ୍ପରେ ଦୋହଲିଲା ଗୁଜୁରାଟ, ଜାଣନ୍ତୁ କେତେ ଥିଲା ତୀବ୍ରତା

Earthquake in Gujarat: ଗୁଜୁରାଟ କୁଚ ଜିଲ୍ଲାରେ ରବିବାର ୪.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Earthquake in Gujarat: ଭୂକମ୍ପରେ ଦୋହଲିଲା ଗୁଜୁରାଟ, ଜାଣନ୍ତୁ କେତେ ଥିଲା ତୀବ୍ରତା

Earthquake in Gujarat: ରବିବାର ସନ୍ଧ୍ୟା ସମୟରେ ଗୁଜରାଟର କୁଚ୍ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ଥିବା ଜଣାପଡିଛି । ଭୂକମ୍ପ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ । ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର) ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କୁଚ ଜିଲ୍ଲାର ଭାଚୁଆ ନିକଟରେ ରହିଛି ।

ଆଇଏସଆର କହିଛି ଯେ ରବିବାର ଅପରାହ୍ନ ୪ ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ର ଭଚାଓର ପ୍ରାୟ ୨୧ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ (NNW) ଥିଲା । କୁଚ୍ କଲେକ୍ଟର ଅମିତ ଆରୋରା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ଡିସେମ୍ବର ୮ ୨୦୨୩ରେ ଗୁଜୁରାଟର କୁଚ୍ ଜିଲ୍ଲାର ରାପର ସହର ନିକଟରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଦୃଷ୍ଟିକୋଣରୁ କୁଚ୍ ଜିଲ୍ଲା ଏକ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ । ନିମ୍ନ ତୀବ୍ରତା କମ୍ପନ ଏଠାରେ ପ୍ରାୟ ନିୟମିତ ଘଟଇଥାଏ । ତେବେ ୨୦୦୧ ମସିହାରେ ଏକ ବଡ଼ ଭୂକମ୍ପ କୁଚ୍ ଜିଲ୍ଲାକୁ ଥରାଇ ଦେଇଥିଲା। ଅନେକ ସହର ଏବଂ ଗ୍ରାମ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହି ଭୂକମ୍ପରେ ପ୍ରାୟ ୧୩,୮୦୦ ଲୋକଙ୍କର ମୃତ୍ୟୁ ଏବଂ ୧.୬୭ ଲକ୍ଷ ଲୋକ ଆହତ ହୋଇଥିବାର ଖବର ଆସିଥିଲା ।

Also Read- ଲୁଚି ଲୁଚି ବାହା ହେଉଥିଲା ପ୍ରେମିକ, ଘର ଦୁଆରେ ପହଞ୍ଚିଲା ପ୍ରେମିକା, ଆଉ ତାପରେ...

Also Read- IND vs ENG: ବିରାଟ ବିନା ଖେଳ ଅଧା ! କୋହଲିଙ୍କୁ ମନେ ପକାଉଛନ୍ତି ପ୍ରଶଂସକ