Airtel Plan: ଏୟାରଟେଲର ଦମଦାର ପ୍ଲାନ , 90GB ଇଣ୍ଟରନେଟ ସହିତ Unlimited Call
Advertisement
Article Detail0/zeeodisha/odisha2193704

Airtel Plan: ଏୟାରଟେଲର ଦମଦାର ପ୍ଲାନ , 90GB ଇଣ୍ଟରନେଟ ସହିତ Unlimited Call

Airtel Recharge Plan: ଏୟାରଟେଲ୍ ନିଜ ଗ୍ରାହକମାନଙ୍କ ପାଇଁ ୩୦ ଦିନ ବୈଧତା ଥିବା ଏକ ପ୍ଲାନ ଦେଉଛି । ଏହି ପ୍ଲାନରେ ଆପଣ ଅନେକ ଲାଭ ପାଇପାରିବେ ।

Airtel Plan: ଏୟାରଟେଲର ଦମଦାର ପ୍ଲାନ , 90GB ଇଣ୍ଟରନେଟ ସହିତ Unlimited Call

Cheapest Plan of airtel: ଟେଲିକମ୍ କମ୍ପାନୀ ଏୟାରଟେଲ୍ ନିଜ ଗ୍ରାହକମାନଙ୍କୁ ଏପରି ଏକ ଦମଦାର ପ୍ଲାନ ଦେଉଛି ଯେଉଁଥିରେ ଆପଣ ଖୁବ ଅଧିକ ଇଣ୍ଟରନେଟ ଡାଟା ପାଇପାରିବେ । ଯଦି ଆପଣ ଏୟାରଟେଲର ଏପରି ଏକ ପ୍ଲାନ ଚାହୁଁଛନ୍ତି ଯେଉଁଥିରେ ଦୈନିକ ପର୍ଯ୍ୟାପ୍ତ ଇଣ୍ଟରନେଟ ଡାଟା, ଅସୀମିତ ଭଏସ କଲିଂ ଏବଂ ଅନ୍ୟାନ୍ୟ ସୁବିଧା ଥିବ ତେବେ ଆପଣଙ୍କ ପାଇଁ ଏହି ପ୍ଲାନଟି ସର୍ବୋତ୍ତମ । ସେହି ପ୍ଲାନ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । କମ୍ପାନୀର ଏହି ପ୍ଲାନଟି ଆପଣଙ୍କ ପାଇଁ ବହୁତ ଶସ୍ତା । ଯଦି ଆମେ ଏହା ସହିତ ଦିଆଯାଇଥିବା ସୁବିଧା ଗୁଡିକୁ ଦେଖିବା, ତେବେ ଏହା ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଯେଉଁଥିରେ ଆପଣ ଡାଟା, କଲିଂ, ମାଗଣା ଏସଏମଏସ ଇତ୍ୟାଦି ସୁବିଧା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ସମ୍ପର୍କରେ ସମସ୍ତ ତଥ୍ୟ ।

ଏୟାରଟେଲ୍ ନିଜ ଗ୍ରାହକମାନଙ୍କୁ ୩୦ ଦିନର ବୈଧତା ସହିତ ଏପରି ଏକ ପ୍ଲାନ ଦେଉଛି ଯେଉଁଥିରେ ଆପଣଙ୍କୁ ଖୁବ ଅଧିକ ଲାଭ ମିଳିବ । ଏୟାରଟେଲର ଶସ୍ତା ପ୍ଲାନରେ ଆପଣଙ୍କୁ ପ୍ରତିଦିନ 3 GB ଜିବି ଇଣ୍ଟରନେଟ ଡାଟା ମିଳିବ । ଏହାର ଅର୍ଥ କମ୍ପାନୀ ଆପଣଙ୍କୁ ୩୦ ଦିନ ମଧ୍ୟରେ ସମୁଦାୟ 90 ଜିବି ଡାଟା ପ୍ରଦାନ କରିବ । ଏହି ପ୍ଲାନ ଏୟାରଟେଲ ଅଫିସିଆଲ ୱେବସାଇଟରୁ ମାତ୍ର ୧୯୯9 ଟଙ୍କାରେ ଆପଣ ସକ୍ରିୟ କରିପାରିବେ । ଏହା ଅସୀମିତ କଲିଂ ସୁବିଧା ସହିତ ଆସିଥାଏ । ଦୈନିକ 3 ଜିବି ଡାଟା ସୀମା ସରିବା ପରେ ଇଣ୍ଟରନେଟ ପାଇଁ ପ୍ରତି MBକୁ ପ୍ରତି ୫୦ ପଇସା ଚାର୍ଜ କରାଯିବ । ଯଦି ଆପଣ ଅଧିକ SMS କରିବାକୁ ପସନ୍ଦ କରନ୍ତି ତେବେ ଏହି ସୁବିଧା ମଧ୍ୟ ଆପଣ ପାଇପାରିବେ । ୩୦ ଦିନ ବୈଧତା ସହିତ ଆପଣ ୩୦୦ଟି ମାଗଣା SMS ପଠାଇପାରିବେ ।

ଏୟାରଟେଲର ଏହି ପ୍ୟାକ୍ ଆପଣଙ୍କୁ ୩୦ ଦିନ ପାଇଁ ମାଗଣାରେ ଅନେକ ସୁବିଧା ଦେଇଥାଏ । ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଆପଣଙ୍କୁ ୱିଙ୍କ୍ ମ୍ୟୁଜିକ୍ ର ମାଗଣା ଲାଭ ମଧ୍ୟ ଉଠାଇପାରିବେ । ଯେଉଁଥିରେ ଆପଣ ଅସୀମିତ ମ୍ୟୁଜିକର ମଜା ନେଇପାରିବେ । ଏଥିସହ ମାଗଣାରେ ମ୍ୟୁଜିକ୍ ମଧ୍ୟ ଡାଉନଲୋଡ୍ କରିପାରିବେ । ଏହା ବ୍ୟତୀତ, ଆପଣ ଏହି ପ୍ଲାନରେ ମାଗଣା ହେଲୋଟୁନ୍ସ ମଧ୍ୟ ପାଇପାରିବେ । ଯେକୌଣସି ଗୀତକୁ ହେଲୋ ଟ୍ୟୁନ୍ ଭାବରେ ଆପଣ ସେଟ୍ କରିପାରିବେ । ଏଥିସହ ଆପଣ ଯେତେଥର ଚାହିଁବେ ଏହାକୁ ପରିବର୍ତ୍ତନ କରିପାରିବେ । ପ୍ଲାନ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଏୟାରଟେଲର ଅଫିସିଆଲ୍ ୱେବସାଇଟ୍ କିମ୍ୱା କଷ୍ଟ୍ୟୁମର କେୟାର ସେଣ୍ଟରକୁ ମଧ୍ୟ ପରିଦର୍ଶନ କରିପାରିବେ ।

Also Read- Thunderstorm: ବେଳାଭୂମିରେ ବୁଲି ମଜା ନେଉଥିଲେ ପର୍ଯ୍ୟଟକ, ସେହି ସମୟରେ ବଜ୍ରପାତ

Also Read- Weather News: ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ରାଜଧାନୀ