5G Network: ହାଇସ୍ପିଡ୍ ଇଣ୍ଟରନେଟ୍ ପାଉନାହାନ୍ତି କି ? ତେବେ ତୁରନ୍ତ ଫୋନରେ କରନ୍ତୁ ଏହି ସେଟିଂ
Advertisement
Article Detail0/zeeodisha/odisha2140100

5G Network: ହାଇସ୍ପିଡ୍ ଇଣ୍ଟରନେଟ୍ ପାଉନାହାନ୍ତି କି ? ତେବେ ତୁରନ୍ତ ଫୋନରେ କରନ୍ତୁ ଏହି ସେଟିଂ

5G Network: ଦେଶରେ 5G ଲଞ୍ଚ ହେବାର ଏକ ବର୍ଷରୁ ଅଧିକ ସମୟ ବିତିସାରିଛି । ତଥାପି, ଅନେକ ସ୍ମାର୍ଟଫୋନ୍ ବ୍ୟବହାରକାରୀ ବ୍ରାଉଜିଂ ପାଇଁ 4G ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ଯଦି ଆପଣ 5G ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣ 5G ଇଣ୍ଟରନେଟ୍ ସ୍ପିଡର ଲାଭ ପାଇବା ଉଚିତ୍ । ସିମ୍ ଜିଓ ହେଉ ଅବା ଏୟାରଟେଲ ଆପଣ ନେଟୱର୍କ ସେଟିଂ କରିବା ପରେ ମାଗଣାରେ 5G ଇଣ୍ଟରନେଟ ବ୍ୟବହାର କରିପାରିବେ ।

5G Network: ହାଇସ୍ପିଡ୍ ଇଣ୍ଟରନେଟ୍ ପାଉନାହାନ୍ତି କି ? ତେବେ ତୁରନ୍ତ ଫୋନରେ କରନ୍ତୁ ଏହି ସେଟିଂ

5G Network: ଦେଶରେ ୫ ଜି ଲଞ୍ଚ ହେବାର ୧ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ୪ଜି ବ୍ୟବହାର କରୁଛନ୍ତି । ଏପରି କି କିଛି ଲୋକଙ୍କ ହାତରେ ୫ଜି ସପୋର୍ଟ ଫୋନ ଥାଇ ମଧ୍ୟ ସେମାନେ ୫ଜି ପାଇଁ ସେଟିଂ କରିନଥିବା ଦେଖିବାକୁ ମିଳିଛି । ଆପଣ ଜାଣିରଖିବା ଉଚିତ ଯେ, କୌଣସି ଅତିରିକ୍ତ ଦେୟ ବିନା ଆପଣଙ୍କ ଫୋନରେ 5G ଡାଟା ବ୍ୟବହାର କରିପାରିବେ ।

ଯଦି ଆପଣଙ୍କ ଫୋନରେ ଡାଟା ପ୍ୟାକ୍ ଅଛି, ତେବେ ଆପଣ ୧ ଜିବିପିଏସ୍ ବେଗରେ 5G ଡାଟା ମାଧ୍ୟମରେ ଇଣ୍ଟରନେଟର ଲାଭ ଉଠାଇପାରିବେ । କିନ୍ତୁ ଏଥିପାଇଁ ଟେଲିକମ୍ କମ୍ପାନୀଗୁଡିକ କିଛି ସର୍ତ୍ତ ରଖିଛନ୍ତି ଯାହା ପୂରଣ ହେବା ଆବଶ୍ୟକ । ସେଗୁଡିକ ହେଉଛି, ଆପଣଙ୍କ ଫୋନ୍ 5G ହେବା ନିହାତି ଆବଶ୍ୟକ । ଫୋନରେ ଲାଟେଷ୍ଟ୍ ସଫ୍ଟୱେର୍ ଇନଷ୍ଟଲ୍ ହେବା ଉଚିତ୍ । ଫୋନରେ ପୂର୍ବରୁ ରିଚାର୍ଜ ପ୍ୟାକ୍ ରହିବା ଜରୁରୀ । ଫୋନରେ ପ୍ରିପେଡ୍ ନେଟୱାର୍କ 5Gକୁ ସପୋର୍ଟ କରିବା ଉଚିତ ।

ଜିଓ ବ୍ୟବହାରକାରୀମାନେ କିପରି ଲାଭ ପାଇବେ?
TRUE 5G ସେବା ପାଇବା ପାଇଁ ଆପଣଙ୍କ ନିକଟରେ 5G ଫୋନ୍ ଥିବା ଆବଶ୍ୟକ । କମ୍ପାନୀ କହିଛି ଯେ, ଯଦି ଆପଣ 5G ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଲାଟେଷ୍ଟ୍ ସଫ୍ଟୱେର୍ ଅପଡେଟ୍ କରି 5G ସେବାର ସୁବିଧା ପାଇପାରିବେ ।

ସର୍ବପ୍ରଥମେ ଆପଣ ଫୋନର ସେଟିଙ୍ଗକୁ ଯାଆନ୍ତୁ । ତାପରେ ଆପଣଙ୍କୁ ଫୋନ୍ ସେଟିଂରେ କ୍ଲିକ୍ କରି ସଫ୍ଟୱେର୍ ଅପଡେଟ୍ କରିବା ଅପସନକୁ ଯାଆନ୍ତୁ । ଫୋନରେ ଅତ୍ୟାଧୁନିକ ସଫ୍ଟୱେର୍ ଡାଉନଲୋଡ୍ କରିବା ପାଇଁ ଇନଷ୍ଟଲ୍ ଉପରେ କ୍ଲିକ୍ କରନ୍ତୁ । ତାପରେ ଆପଣ ପୁନର୍ବାର ଫୋନର ସେଟିଂକୁ ଆସି କନେକ୍ସନ ଉପରେ କ୍ଲିକ୍ କରିବାକୁ ହେବ । ମୋବାଇଲ୍ ନେଟୱାର୍କ ପରେ, ସିମ୍ ଏବଂ ନେଟୱାର୍କ ଟାଇପ୍ 5G ଉପରେ କ୍ଲିକ୍ କରନ୍ତୁ । ନିଜ ହ୍ୟାଣ୍ଡସେଟରେ 5G ନେଟୱାର୍କ ଚୟନ କରନ୍ତୁ । ନେଟୱର୍କ ପାଖରେ 5G ଲେଖା ଯଦି ଆସୁଛି ତେବେ ଆପଣ ଜାଣିରଖନ୍ତୁ ଯେ, ଆପଣ 5G ବ୍ୟବହାର କରୁଛନ୍ତି ।

Also Read- Income Tax: ମାର୍ଚ୍ଚ ମାସରେ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍, କଟିବନି ଦରମା

Also Read- ୫ ହଜାର ବଦଳରେ ଭୁଲ୍ ରେ ଚାଲିଗଲା ୫୦ ଲକ୍ଷ ଟଙ୍କା, ତାପରେ ଏପରି କାମ କଲେ ବ୍ୟକ୍ତି