୨ହଜାର ଟଙ୍କା ପାଇଁ ରାଜରାସ୍ତାରେ ହଙ୍ଗାମା: ଟୋଲ୍ କର୍ମଚାରୀ ପୂର୍ବତନ ସାଂସଦ ମୁହାମୁହିଁ
Advertisement
Article Detail0/zeeodisha/odisha1732810

୨ହଜାର ଟଙ୍କା ପାଇଁ ରାଜରାସ୍ତାରେ ହଙ୍ଗାମା: ଟୋଲ୍ କର୍ମଚାରୀ ପୂର୍ବତନ ସାଂସଦ ମୁହାମୁହିଁ

ମାତ୍ର ୨ ହଜାର ଟଙ୍କାର ନୋଟ୍ ପାଇଁ ରାଜରାସ୍ତାରେ ଖୁବ୍ ଯୁକ୍ତିତର୍କ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ (Viral) ହେବାରେ ଲାଗିଛି । ୨୦୩ ନମ୍ୱର ଜାତୀୟ ରାଜପଥ (203 number national high way) ପିପିଲି ଟୋଲ ଗେଟ୍ (toll gate) ସମ୍ମୁଖରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥି ଏବଂ ଟୋଲ ଗେଟ୍ କର୍ମଚାରୀ । ଯେଉଁ ଭି

୨ହଜାର ଟଙ୍କା ପାଇଁ ରାଜରାସ୍ତାରେ ହଙ୍ଗାମା: ଟୋଲ୍ କର୍ମଚାରୀ ପୂର୍ବତନ ସାଂସଦ ମୁହାମୁହିଁ

ଭୁବନେଶ୍ୱର: ମାତ୍ର ୨ ହଜାର ଟଙ୍କାର ନୋଟ୍ ପାଇଁ ରାଜରାସ୍ତାରେ ଖୁବ୍ ଯୁକ୍ତିତର୍କ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ (Viral) ହେବାରେ ଲାଗିଛି । ୨୦୩ ନମ୍ୱର ଜାତୀୟ ରାଜପଥ (203 number national high way) ପିପିଲି ଟୋଲ ଗେଟ୍ (toll gate) ସମ୍ମୁଖରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥି ଏବଂ ଟୋଲ ଗେଟ୍ କର୍ମଚାରୀ । ଯେଉଁ ଭିଡିଓଟି (video)କୁ ନିଜେ ସାଂସଦ ନିଜ ମୋବାଇଲ୍ କ୍ୟାମେରାରେ ରେକର୍ଡ (record) କରିଥିବା ଜଣାପଡିଛି ।

ତଥାଗତଙ୍କ ଗାଡି ପିପିଲି (pipili) ଟୋଲଗେଟ୍ ସମ୍ମୁଖରେ ପହଞ୍ଚିବା ପରେ ଟୋଲ ଗେଟ୍ କର୍ମଚାରୀଙ୍କୁ ସେ ୨ ହଜାର ଟଙ୍କାର ନୋଟ୍ ବଢାଇଥିଲେ । କିନ୍ତୁ ଟୋଲ ଗେଟ କର୍ମଚାରୀ ୨ ହଜାର ଟଙ୍କାର ନୋଟ (two thousand note) ଅଚଳ ବୋଲି କହି ତାହାକୁ ନେବା ପାଇଁ ସିଧା ସିଧା ମନା କରିଦେଇଥିଲେ । ଯାହାକୁ ନେଇ ସାଂସଦ ତଥାଗତ ଶତପଥି (tathagata satpathy) ଟୋଲ ଗେଟ୍ କର୍ମଚାରୀଙ୍କୁ ଟଙ୍କା ନନେବାର କାରଣ ପଚାରିବା ସହ ନିଜର ପରିଚୟ ଦେଇଥିଲେ । କିଛି ସମୟ ମଧ୍ୟରେ ଆଉ ଜଣେ ଟୋଲ ଗେଟ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ମଧ୍ୟ ଉଚ୍ଚ ସ୍ୱରରେ ପୂର୍ବତନ ସାଂସଦଙ୍କୁ ସମାନ ଢଙ୍ଗରେ ୨ ହଜାର ଟଙ୍କାର ନୋଟ ଅଚଳ ଓ ନନେବା ପାଇଁ ମନା କରିଥିଲେ ଏଥିସହ ଟୋଲଗେଟ୍ କର୍ମଚାରୀ ଜଣଙ୍କ କହିଥିଲେ ଯେ ଆମ ମ୍ୟାନେଜର ମନା କରିଛନ୍ତି ୨ ହଜାର ଟଙ୍କାର ନୋଟ ଗ୍ରହଣ ନକରିବା ପାଇଁ । ପରେ ସାଂସଦ କହିଥିଲେ ତମର ମ୍ୟାନେଜର (manager)ଙ୍କୁ ଡାକ । କାରଣ ୨ ହଜାର ଟଙ୍କାର ନୋଟ ବନ୍ଦ ହେବାର ସମୟସୀମା ସରିନି । ତେଣୁ କାହିଁକି ୨ ହଜାର ଟଙ୍କାର ନୋଟ ଆପଣ ନେବାନାହିଁ ସେ ତାହାର ଉତ୍ତର ଦେବେ । ଏହାର ଉତ୍ତରରେ ଟୋଲ୍ ଗେଟ୍ କର୍ମଚାରୀ କହିଥିଲେ ମ୍ୟାନେଜର କାହିଁକି ଘଟଣାସ୍ଥଳକୁ ଆସିବେ । ଆପଣଙ୍କର ୨ ହଜାର ଟଙ୍କାର ନୋଟ ବଦଳାଇବାର ଅଛି ତ ଆପଣ ସିଧା ବ୍ୟାଙ୍କ (bank) ଯାଆନ୍ତୁ । ଏଠାରେ କାହିଁକି ଭିଡ କରୁଛନ୍ତି । ଏଥିସହ ପୁଣିଥରେ ଉଚ୍ଚ ସ୍ୱରରେ ଟୋଲ ଗେଟ୍ କର୍ମଚାରୀ ଜଣଙ୍କ ତଥାଗତଙ୍କୁ କହିଥିଲେ ଯେ, ଅନ୍ୟ ଗାଡି ଗୁଡିକ ଲାଇନରେ ଛିଡା ହୋଇଛନ୍ତି । ତେଣୁ ଆପଣ ଶୀଘ୍ର ଗାଡି ସାଇଟ୍ କରନ୍ତୁ । ଏହି କଥା ପରେ ପୂର୍ବତନ ସାଂସଦ ତଥାଗତ ନିଜକୁ ଅପମାନିତ ମନେ କରୁଥିବା ଭିଡିଓରେ ଅନୁମାନ ହେଉଥିଲା । ତେବେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ- 

ସୂଚନାଯୋଗ୍ୟ, ଗତ ୨୦୧୬ ବର୍ଷରେ ଦେଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିଲା ନୂଆ ୨୦୦୦ ଟଙ୍କିଆ ନୋଟ୍। ହେଲେ ବର୍ତ୍ତମାନ ଆରବିଆଇ ୨୦୦୦ ଟଙ୍କିଆ ନୋଟ ପ୍ରଚଳନର ହଟାଇବାକୁ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ଘୋଷଣା ପରେ ମେ ୨୩ ତାରିଖରୁ ଲୋକେ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିପାରିବେ। ଲୋକେ ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ ଜମା କରି ଏହାକୁ ବଦଳାଇ ପାରିବେ। ହେଲେ ବର୍ତ୍ତମାନ ଏଭଳି ଏକ ଦାବି ମଧ୍ୟ କରାଯାଉଛି ଯେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକଙ୍କୁ ଏକ ଫର୍ମ ପୂରଣ କରିବା ସହ ସେମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିବାକୁ ହେବ। ଜାଣନ୍ତୁ ଏହି ଦାବି ପଛରେ ରହିଥିବା ସତ୍ୟତା କ’ଣ? 

ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ ଉଦ୍ଦେଶ୍ୟରେ ଜାରି ହେଲା ଗାଇଡଲାଇନ୍ସ 

୨୦୦୦ ଟଙ୍କିଆ ନୋଟ୍ ବଦଳାଇବା କିମ୍ବା ଜମା କରିବା ପାଇଁ କୌଣସି ଫର୍ମ ପୂରଣ କିମ୍ବା ପରିଚୟ ପତ୍ର ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ। ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of Indfia) ଏହାର ସମସ୍ତ ଶାଖା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏନେଇ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ (Exchange of 2000 Rupess Notes) ପାଇଁ କୌଣସି ଫର୍ମ କିମ୍ବା ଆଇଡି କାର୍ଡ ଆବଶ୍ୟକ ନାହିଁ। ମେ ୨୧ ତାରିଖ ରବିବାର ଏସବିଆଇ ଏହାର ସମସ୍ତ ଶାଖାକୁ (SBI Branch) ଏକ ଗାଇଡଲାଇନ ଜାରି କରି କହିଛି ଯେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ କୌଣସି ଆବଶ୍ୟକତା ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ।

Also read- ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା