Bank holiday in July: ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖି ନିଅନ୍ତୁ ଛୁଟିଦିନ ତାଲିକା
Advertisement
Article Detail0/zeeodisha/odisha1759805

Bank holiday in July: ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖି ନିଅନ୍ତୁ ଛୁଟିଦିନ ତାଲିକା

Bank holiday in July 2023: ଭାରତରେ ବ୍ୟାଙ୍କଗୁଡିକ ଜୁଲାଇ ମାସରେ ସାପ୍ତାହିକ ଓ ରାଜ୍ୟ ନିର୍ଦ୍ଦିଷ୍ଟ ଛୁଟିଦିନ ପାଇଁ ମୋଟ ପନ୍ଦର ଦିନ ବନ୍ଦ ରହିବ । କହିରଖୁଛୁ ଯେ ଏହି ସମୟରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଉପଲବ୍ଧ ହେବ ।

ସୌ: ସୋସିଆଲ ମିଡିଆ

Bank holiday in July 2023: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇ ୨୦୨୩ ମାସରେ ବ୍ୟାଙ୍କଗୁଡିକ ପ୍ରାୟ ପନ୍ଦର ଦିନ ବନ୍ଦ ରହିବ । ଏହି ଛୁଟିଦିନରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ମଧ୍ୟ ଅନ୍ତର୍ଭୁକ୍ତ ରହଛି । ଏଥିରେ ଆଠ ଦିନ ଛୁଟି ନେଗୋସିଏସବ୍ଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ (Negotiable Instruments Act) ଛୁଟିଦିନ ହୋଇଥିବାବେଳେ ବାକି ସବୁ ସପ୍ତାହିକ ଛୁଟି ଅଟେ । ପ୍ରତ୍ୟେକ ମାସର ପ୍ରଥମ ଓ ତୃତୀୟ ଶନିବାର ଦିନ ବ୍ୟାଙ୍କ ଖୋଲା ରହିଥାଏ ।

ଏହି ବ୍ୟାଙ୍କ ଛୁଟି ମଧ୍ୟରୁ କେତେକ ରାଜ୍ୟ ବିଶିଷ୍ଟ ହେବ ଓ ଜାତୀୟ ଛୁଟିଦିନରେ ସମଗ୍ର ଦେଶରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଛୁଟିଦିନକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛି- ନେଗୋସିଏସବ୍ଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ, ନେଗୋସିଏସବ୍ଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଆଣ୍ଡ ରିଅଲ ଟାଇମ ଗ୍ରୋସ ସେଟଲମେଣ୍ଟ ଓ ବ୍ୟାଙ୍କ କ୍ଲୋଜିଙ୍ଗ ଆକାଉଣ୍ଟ । ଯଦିଓ ଏହି ଦିନ ବ୍ୟାଙ୍କ ଶାଖା ବନ୍ଦ ରହିବ,କିନ୍ତୁ ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପୂର୍ବପରି କାର୍ଯ୍ୟ ଜାରି ରଖିବ । ଗ୍ରାହକମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ କାରବାର କରିପାରିବେ ।

ଦେଖି ନିଅନ୍ତୁ ଛୁଟିଦିନ ପୂରା ତାଲିକା

୨ ଜୁଲାଇ: ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
MHIP ଦିନ ଯୋଗୁଁ ଆଇଜୱାଲରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୮ ଜୁଲାଇ : ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୯ ଜୁଲାଇ : ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୧୧ ଜୁଲାଇ: କେର ପୂଜା କାରଣରୁ ଅଗରତାଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୩ ଜୁଲାଇ: ଭାନୁ ଜୟନ୍ତୀଙ୍କ କାରଣରୁ ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ ରହିବ ।
୧୬ ଜୁଲାଇ: ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୧୭ ଜୁଲାଇ: ୟୁ ତିରୋଟ୍ ସିଙ୍ଗ୍ ଡେ ଯୋଗୁଁ ଶୀଲୋଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୧ ଜୁଲାଇ: ଡ୍ରପ୍ପା ସେ-ଜି କାରଣରୁ ଗ୍ୟାଙ୍ଗଟୋକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୨ ଜୁଲାଇ: ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୩ ଜୁଲାଇ: ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୨୮ ଜୁଲାଇ: ଅସୁରା କାରଣରୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୯ ଜୁଲାଇ: ଅଗରତାଲା, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ହାଇଦ୍ରାବାଦ - ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ - ତେଲେଙ୍ଗାନା, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର, ରାଞ୍ଚି ବ୍ୟାଙ୍କରେ ମହରମ (ତାଜିଆ) ଏହି ଅବସରରେ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।
୩୦ ଜୁଲାଇ: ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ଏହା ବି ପଢନ୍ତୁ: Rule Changes From July 2023: ରୋଷେଇ ଗ୍ୟାସ୍ ଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ, ଜୁଲାଇରେ ହେବାକୁ ଯାଉଛି ଏହି ସବୁ ବଡ଼ ପରିବର୍ତ୍ତନ

ଏହା ବି ପଢନ୍ତୁ: Abortion: ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ, ଗର୍ଭନଷ୍ଟ କରିବାକୁ କଲେ ପିଟିସନ ଦାଖଲ କଲେ ମହିଳା, ହାଇକୋର୍ଟ ଦେଲେ ଏହି ରାୟ