Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା
Advertisement
Article Detail0/zeeodisha/odisha2217765

Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା

Airtel Best Recharge Plan: ଏୟାରଟେଲର ଏପରି ଏକ ପ୍ରିପେଡ୍ ପ୍ଲାନ୍ ରହିଛି ଯାହାକୁ ଥରୁଟିଏ ଆପଣ ଗ୍ରହଣ କଲେ ବର୍ଷେ ପର୍ଯ୍ୟନ୍ତ ଟେନସନରୁ ଆପଣ ମୁକ୍ତି ପାଇବେ । ଏହି ପ୍ଲାନରେ ଆପଣ ପର୍ଯ୍ୟାପ୍ତ ଡାଟା ସହିତ ଅସୀମିତ କଲିଂର ସୁବିଧା ପାଇପାରିବେ ।

Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା

Airtel Best Recharge Plan: ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ରଖିଛି । ଯାହା ଦୀର୍ଘ ବୈଧତା ସହିତ ଗ୍ରାହକଙ୍କୁ ଲାଭ ପ୍ରଦାନ କରିଥାଏ । ଏୟାରଟେଲ କମ୍ପାନୀ ନିଜ ଉପଭୋକ୍ତାମାନଙ୍କୁ ୧ ମାସ, ୩ ମାସ, 6 ମାସ ଏବଂ ୧ ବର୍ଷର ବୈଧତା ଥିବା ବିଭିନ୍ନ ରିଚାର୍ଡ ପ୍ଲାନ୍ ପ୍ରଦାନ କରୁଛି । ଦୀର୍ଘ ବୈଧତା ଥିବା ରିଚାର୍ଜ ପ୍ଲାନ୍ ଆପଣାଇବା ଦ୍ୱାରା ଉପଭୋକ୍ତାମାନେ ବାରମ୍ବାର ରିଚାର୍ଜ କରିବା ଟେନସନରୁ ମୁକ୍ତି ପାଇବେ । ୧ ବର୍ଷର ବୈଧତା ସହିତ କମ୍ପାନୀର ଅନେକ ପ୍ଲାନ୍ ରଖିଛି । ସେଥିମଧ୍ୟରୁ ଗୋଟିଏ ପ୍ଲାନରେ ଗ୍ରାହକଙ୍କୁ ଅଧିକ ଡାଟା ମିଳିବା ସହିତ OTT ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ପ୍ରଦାନ କରାଯାଉଛି ।

୩୩୫୯ ଟଙ୍କାର ପ୍ଲାନ୍
ଏୟାରଟେଲ ରିଚାର୍ଜ ପ୍ଲାନରେ ଦୀର୍ଘ ବୈଧତା ଥିବା ଏହି ପ୍ଲାନ୍ ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଥାଏ । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୩୬୫ ଦିନ ତଥା ୧ ବର୍ଷର ବୈଧତା ପ୍ରଦାନ କରାଯାଉଛି । ଏହି ରିଚାର୍ଜ ପ୍ଲାନରେ ଅସୀମିତ ଭଏସ୍ କଲିଂ ସେବା ମିଳିଥାଏ । ଅର୍ଥାତ୍ ଉପଭୋକ୍ତାମାନେ ଦେଶର ଯେକୌଣସି ନମ୍ବରକୁ ଅସୀମିତ କଲ କରିବାର ଲାଭ ପାଇପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ଆପଣଙ୍କୁ ଦିନକୁ ୨.୫ ଜିବି ଇଣ୍ଟରନେଟ୍ ଡାଟା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ପ୍ରତିଦିନ ୧୦୦ SMS ପଠାଇବାର ମାଗଣା ସୁବିଧା ମିଳୁଛି ।

ଏୟାରଟେଲର ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଆହୁରି ଅନେକ ସୁବିଧା ମିଳୁଛି ।  5G ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଅସୀମିତ 5G ଡାଟାର ମଜା ନେଇପାରିବେ । କେବଳ ସେତିକି ନୁହେଁ, ଉପଭୋକ୍ତାମାନଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ୪୯୯ ଟଙ୍କା ମୂଲ୍ୟର ଡିସ୍ନି + ହଟଷ୍ଟାର ମୋବାଇଲର ମାଗଣା ସବସ୍କ୍ରିପସନ୍ ସୁବିଧା ପ୍ରଦାନ କରାଯାଉଛି । ଏଥିସହିତ, ଉପଭୋକ୍ତାମାନଙ୍କୁ ଏହି ପ୍ଲାନରେ ୱିଙ୍କ୍ ମ୍ୟୁଜିକ୍ ଏବଂ ମାଗଣା ହେଲୋ ଟ୍ୟୁନ୍ସର ଅଫର ମଧ୍ୟ ମିଳୁଛି ।

୧ ବର୍ଷର ବୈଧତା ସହିତ ମିଳୁଛି ଏହି ପ୍ଲାନ୍
୧ ବର୍ଷର ବୈଧତା ଥିବା ଏୟାରଟେଲର ଅନ୍ୟାନ୍ୟ ରିଚାର୍ଜ ପ୍ଲାନ ମଧ୍ୟରେ ଆହୁରି ଅନେକ ଗୁଡିଏ ସ୍କିମ୍ ରହିଛି । ୨୯୯୯ ଟଙ୍କା ଏବଂ ୧୭୯୯ ଟଙ୍କାରେ ମଧ୍ୟ ଆପଣ ବର୍ଷକର ସୁବିଧା ପାଇପାରିବେ । ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଡିସ୍ନି + ହଟଷ୍ଟାରର ଫ୍ରି ମେମ୍ୱରସିପ୍ ସୁବିଧା ପାଇବେ ନାହିଁ । ୨୯୯୯ ଟଙ୍କା ପ୍ଲାନରେ ଗ୍ରାହକମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ସହିତ ଅସୀମିତ 5G ଡାଟା ସୁବିଧା ଦିଆଯାଉଛି । ଏଥି ସହିତ, ୧୭୯୯ ଟଙ୍କା ରିଚାର୍ଜ ପ୍ଲାନରେ ଗ୍ରାହକମାନେ ମୋଟ ୨୪ ଜିବି ଡାଟା ସୁବିଧା ପାଇବେ । ଏହି ଉଭୟ ପ୍ଲାନରେ ଗ୍ରାହକମାନଙ୍କୁ ଅସୀମିତ ଭଏସ୍ କଲିଂ ସୁବିଧା ସହ ଅନ୍ୟାନ୍ୟ ସୁବିଧା ମିଳୁଛି ।

Also Read- Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Also Read- Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !