BSNL Recharge Plan: କମ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ୨ଜିବି ଇଣ୍ଟରନେଟ୍
Advertisement
Article Detail0/zeeodisha/odisha2243747

BSNL Recharge Plan: କମ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ୨ଜିବି ଇଣ୍ଟରନେଟ୍

BSNL Recharge Plan: BSNLର ୧୯୯ ରିଚାର୍ଜ ପ୍ଲାନରେ ଆପଣ ଏହି ସୁବିଧା ପାଇପାରିବେ । ବିଏସଏନଏଲର ଏହି ପ୍ଲାନ ସ୍ୱତନ୍ତ୍ର ଭାବରେ ସେହି ଲୋକମାନଙ୍କୁ ଧ୍ୟାନରେ ପ୍ରସ୍ତୁତ କରାଯାଇଛି ଯେଉଁମାନେ କମ ଡାଟା ବ୍ୟବହାର କରନ୍ତି ଏବଂ କଲିଂ ସୁବିଧା ପାଇବାକୁ ଚାହାନ୍ତି ।

BSNL Recharge Plan: କମ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ୨ଜିବି ଇଣ୍ଟରନେଟ୍

BSNL Recharge Plan: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ରଖିଛି । ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ ଦାମରୁ ଆରମ୍ଭ କରି ଅଧକ ମୂଲ୍ୟର ରିଚାର୍ଜ ପ୍ଲାନ ମଧ୍ୟ ପ୍ରସ୍ତୁତ ରଖିଛି ବିଏସଏନଏଲ । ଆଜି ଆପଣଙ୍କୁ ଆମେ ବିଏସଏନଏଲର ଏପରି ଏକ ପ୍ଲାନ ବିଷୟରେ କହିବୁ ଯାହା ସାଧାରଣ ଗ୍ରାହକଙ୍କ ପାଇଁ ବେଶ୍ ଲାଭଦାୟକ । କାରଣ ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏଥି ସହ ଅସୀମିତ କଲିଂ ଏବଂ SMS ସୁବିଧା ମଧ୍ୟ ଦିଆଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଜନାର ବୈଧତା ମଧ୍ୟ ୩୦ ଦିନ ପାଇଁ ରହିଛି । ଏଥିରେ ସମୁଦାୟ ୬୦ GB ଡାଟା ଆପଣଙ୍କୁ ମିଳିବ । ଗ୍ରାହକମାନେ ପ୍ରତ୍ୟକ ଦିନ ୧୦୦ SMSର ଲାଭ ଉଠାଇ ପାରିବେ । ପ୍ରିପେଡ୍ ଗ୍ରାହକଙ୍କ ମଧ୍ୟରେ କମ୍ପାନୀର ଏହି ପ୍ଲାନଟି ବହୁତ ଲୋକପ୍ରିୟ ହୋଇଥିବା ସୂଚନା ରହିଛି ।

ଯେଉଁମାନେ କମ୍ ମୂଲ୍ୟରେ ଏକ ଭଲ ପ୍ଲାନ୍ ଚାହୁଁଛନ୍ତି ସେମାନେ ଏହି ପ୍ଲାନଟିକୁ ଆପଣାଇପାରିବେ । ଆପଣଙ୍କ ସିମକୁ ସକ୍ରିୟ ରଖିବା ମଧ୍ୟ ଏହି ପ୍ଲାନଟି ଖୁବ ଭଲ । BSNLର ୧୯୯ ରିଚାର୍ଜ ପ୍ଲାନରେ ଆପଣ ଏହି ସୁବିଧା ପାଇପାରିବେ । ବିଏସଏନଏଲର ଏହି ପ୍ଲାନ ସ୍ୱତନ୍ତ୍ର ଭାବରେ ସେହି ଲୋକମାନଙ୍କୁ ଧ୍ୟାନରେ ପ୍ରସ୍ତୁତ କରାଯାଇଛି ଯେଉଁମାନେ କମ ଡାଟା ବ୍ୟବହାର କରନ୍ତି ଏବଂ କଲିଂ ସୁବିଧା ପାଇବାକୁ ଚାହାନ୍ତି । ସିମକୁ ସକ୍ରିୟ ରଖିବା ସହିକ ୧ ମାସ ଯାଏଁ ଆପଣ ଚିନ୍ତା ମୁକ୍ତ ରହିପାରିବେ । ଡାଟା ଏବଂ କଲିଂ ସହିତ ଅନେକ ସୁବିଧା ଏହି ପ୍ଲାନରେ ମଧ୍ୟ ଉପଲବ୍ଧ ରହିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ବିଏସଏନଏଲର ଏହି ପ୍ଲାନ ଖୁବ ଲୋକପ୍ରିୟ । BSNL ବ୍ୟତୀତ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ମଧ୍ୟ ୧୯୯ ଟଙ୍କା ରିଚାର୍ଜ ପ୍ଲାନ ରଖିଛି । କିନ୍ତୁ, ସେମାନଙ୍କର ବୈଧତା ୩୦ ଦିନରୁ କମ ରହିଛି ।

Also Read- ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ

Also Read- Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ