'ଚୁପ୍, ଏକଦମ୍ ଚୁପ୍...'; କୋର୍ଟ ଭିତରେ କ୍ରୋଧିତ ହୋଇଉଠିଲେ CJI ଚନ୍ଦ୍ରଚୁ଼ଡ; ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha2042085

'ଚୁପ୍, ଏକଦମ୍ ଚୁପ୍...'; କୋର୍ଟ ଭିତରେ କ୍ରୋଧିତ ହୋଇଉଠିଲେ CJI ଚନ୍ଦ୍ରଚୁ଼ଡ; ଜାଣନ୍ତୁ କାହିଁକି?

DY Chandrachud: ପ୍ରଧାନ ବିଚାରପତି କୋର୍ଟ ପରିସରରେ ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବାକୁ ଯାଇ କହିଥିଲେ, ଦୟାକରି ପ୍ରଥମେ ଆପଣ ଧିରେ କଥା ହୁଅନ୍ତୁ। ଯଦି ଆପଣ ଭାବୁଛନ୍ତି ଯେ ଆପଣ ତୁମର ଜୋରରେ ପାଟିକରି ଆମକୁ ଭୟଭୀତ କରିପାରିବ, ତେବେ ଆପଣ ଭୁଲ୍ ଭାବୁଛନ୍ତି।

 

Chief Justice DY Chandrachud

Chief Justice DY Chandrachud: ଆଜି ସୁପ୍ରିମକୋର୍ଟରେ ଏକ ବିରଳ ଦୃଶ୍ୟ ଦେଖବାକୁ ମିିଳିଥିଲା, ଯେତେବେଳେ ଦେଶର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ୍ ଭରପୂର ଥିବା କୋର୍ଟରେ ଜଣେ ଓକିଲଙ୍କ ଉପରେ ରାଗି ଯାଇଥିଲେ। ଏକ ପିଟିସନର ତାଲିକା ପ୍ରସଙ୍ଗରେ ତୀବ୍ର ଯୁକ୍ତିତର୍କ ସମୟରେ, ସିଜେଆଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଙ୍କ ଜୋରରେ କଥା ହେବା ପାଇଁ ତୀବ୍ର ନିନ୍ଦା କରିଥିଲେ ଓ କୋର୍ଟଙ୍କୁ ଭୟଭୀତ କରିବାର ପ୍ରୟାସ କହି କଡ଼ା ଚେତାବନୀ ଦେଇଥିଲେ।

ଏହି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ ଚିନ୍ତିତ ଥିବା ଦେଖାଯାଉଥିଲା। ତାଙ୍କ ମୁହଁରେ ଚାପ ସ୍ପଷ୍ଟ ଦେଖାଯାଉଥିଲା। ସେ ଓକିଲଙ୍କୁ ବାଧା ଦେଇ ତାଙ୍କୁ ଅଧିକ ସମ୍ମାନଜନକ ଏବଂ ମାପାଯାଇଥିବା ଉପାୟରେ ଉପସ୍ଥାପନ କରିବାକୁ କହିଥିଲେ। ଯେତେବେଳେ ଓକିଲ ସିଜେଆଇଙ୍କ ସାମ୍ନାରେ ଅଧିକ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରୁଥିଲେ, ସେତେବେଳେ ଜଷ୍ଟିସ୍ ଚନ୍ଦ୍ରଚୁଡ୍ କହିଥଲେ, "ଏକ ସେକେଣ୍ଡ, ପ୍ରଥମେ ଆପଣଙ୍କ ଉଚ୍ଚ ସ୍ୱରକୁ କମ କରନ୍ତୁ। ଆପଣ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ କୋର୍ଟ ସାମ୍ନାରେ ଯୁକ୍ତିତର୍କ କରୁଛନ୍ତି; ନଜ ସ୍ୱରକୁ ହ୍ରାସ କରନ୍ତୁ, ନଚେତ୍ ମୁଁ ଆପଣଙ୍କୁ କୋର୍ଟରୁ ବାହାର କରିଦେବି।"

ଓକିଲଙ୍କ ସାଧାରଣ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରି ସିଜେଆଇ ପଚାରିଥିଲେ, "ଆପଣ ସାଧାରଣତଃ କେଉଁଠାରେ ଦେଖାଯାନ୍ତି? ଆପଣ ପ୍ରତ୍ୟେକ ଥର ଏହିପରି ବିଚାରପତିଙ୍କ ଉପରେ ପାଟି କରନ୍ତି କି?" କୋର୍ଟ ପରିସରରେ ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବାକୁ ଯାଇ CJI କହିଥିଲେ, ଦୟାକରି ପ୍ରଥମେ ଆପଣ ଧିରେ କଥା ହୁଅନ୍ତୁ। ଯଦି ଆପଣ ଭାବୁଛନ୍ତି ଯେ ଆପଣ ତୁମର ଜୋରରେ ପାଟିକରି ଆମକୁ ଭୟଭୀତ କରିପାରିବ, ତେବେ ଆପଣ ଭୁଲ୍ ଭାବୁଛନ୍ତି। ଏପରି ୨୩ ବର୍ଷ ମଧ୍ୟରେ 
ହୋଇ ନାହିଁ; ଓ ମୋର କ୍ୟାରିୟରର ଶେଷ ବର୍ଷରେ ମଧ୍ୟ ହେବ ନାହିଁ।"

ଏହା ପରେ ପ୍ରଧାନ ବିଚାରପତି କ୍ରୋଧିତ ହୋଇ କହିଥିଲେ, "ଚୁପ୍, ଏକଦମ୍ ଚୁପ୍ ରୁହନ୍ତୁ। ବର୍ତ୍ତମାନ ଏହି କୋର୍ଟ ଛାଡନ୍ତୁ। ଆପଣ ଆମକୁ ଭୟଭୀତ କରିପାରିବ ନାହିଁ!" ପ୍ରଧାନ ବିଚାରପତିଙ୍କ କଠୋର ଚେତାବନୀରେ ଆଶ୍ଚର୍ଯ୍ୟ ହୋଇଯାଇ ଓକିଲ ତୁରନ୍ତ କ୍ଷମା ମାଗିଥିଲେ ଓ ଅଧିକ ଭଦ୍ର ଭାଷାରେ କହିବା ଆରମ୍ଭ କରିଥିଲେ। ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ ବରିଷ୍ଠ ଓକିଲ ବିକାଶ ସିଂଙ୍କ ଉପରେ ଉଚ୍ଚ ସ୍ୱର କଥାହେବା ପାଇଁ କ୍ରୋଧିତ ହୋଇସାରିଛନ୍ତି।