Odisha Train Accident: ଦୁର୍ଘଟଣାର ୫ ଦିନ ପରେ ଆଜିଠୁ ଟ୍ରାକରେ ଦୌଡ଼ିବ କରମଣ୍ଡଳ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1727907

Odisha Train Accident: ଦୁର୍ଘଟଣାର ୫ ଦିନ ପରେ ଆଜିଠୁ ଟ୍ରାକରେ ଦୌଡ଼ିବ କରମଣ୍ଡଳ ଏକ୍ସପ୍ରେସ

Odisha Train Accident: ରେଳବାଇ ସୂଚନା ଅନୁଯାୟୀ, ଆଜି ପୁଣି ଟ୍ରାକରେ ଚାଲିବ କରମଣ୍ଡଳ । ଗତ ୨ ତାରିଖରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶହ ଶହ ଲୋକ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏଥି ସହିତ ଏମିତି କିଛି ମୃତଦେହ ଅଛି ଯାହାକୁ ଏଯାବତ୍ ଚିହ୍ନଟ କରାଯାଇନାହିଁ । 

ସୌ(ସୋସିଆଲ ମିଡିଆ)

Odisha Train Accident: ପୁଣି ଟ୍ରାକରେ ଦୌଡି଼ବ କରମଣ୍ଡଳ ଏକ୍ସପ୍ରେସ (coromandel express) । ରେଳବାଇ ସୂଚନା ଅନୁଯାୟୀ, ଆଜିଠାରୁ ପୁଣି ଟ୍ରାକରେ ଚଳାଚଳ କରମଣ୍ଡଳ । ଗତ ୨ ତାରିଖରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶହ ଶହ ଲୋକ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏଥି ସହିତ ଏମିତି କିଛି ମୃତଦେହ ଅଛି ଯାହାକୁ ଏଯାବତ୍ ଚିହ୍ନଟ କରାଯାଇନାହିଁ । ଅନ୍ୟପକ୍ଷରେ, ବର୍ତ୍ତମାନ ସିବିଆଇ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ରେଳବାଇର ସରକାରୀ ବିବୃତ୍ତି ଅନୁଯାୟୀ, ଶାଲିମାର-ଚେନ୍ନାଇ କରମଣ୍ଡେଳ ଏକ୍ସପ୍ରେସ (୧୨୮୪୧) (Shalimar to chennai coromandel express) ଆଜିଠାରୁ ଅର୍ଥାତ୍ ଜୁନ ୭ ତାରିଖରୁ ପୁଣି ଚଳାଚଳ କରିବ। ଏହି ଟ୍ରେନ୍ ନିର୍ଦ୍ଦିଷ୍ଟ ସମୟ ତଥା ଅପରାହ୍ନ ୩:୨୦ ମିନିଟ୍ ରେ ଶାଲିମରରୁ ଛାଡି଼ବ । ଏହା ପରେ, ଏହି ଟ୍ରେନ୍ ନିୟମିତ ବ୍ୟବଧାନରେ ଚାଲିବ । ପ୍ରକାଶ ଥାଉ କି, ଦୁର୍ଘଟଣାର ୫୧ ଘଣ୍ଟା ପରେ ସେହି ଟ୍ରାକ୍ ଉପରେ ଟ୍ରେନଟି ପୁଣି ଚଳାଚଳ ଆରମ୍ଭ କରିବ। ପ୍ରଥମେ ଏହି ଟ୍ରାକ୍ ଉପରେ ମାଲଗାଡ଼ି ଚଳାଚଳ କରିବା ପରେ ଏବେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ଆରମ୍ଭ ହେବ ।

 

ସୂଚନା ଅନୁଯାୟୀ, ସେପଟେ ବାହାନଗା ଟ୍ରେନ ଟ୍ରାଜେଡ଼ିର (Bahanaga Train tragedy) ତଦନ୍ତ ଆରମ୍ଭ କିରିଛି ସିବିଆଇ (CBI) । ଏନେଇ ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଯାଞ୍ଚ କରିଛି । ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର କିଛି ସଦସ୍ୟ ମଧ୍ଯ ତଦନ୍ତରେ ସାମିଲ ହୋଇଛନ୍ତି । ମଙ୍ଗବାର ଦିନ ଷ୍ଟେସନରେ ପ୍ରାୟ ଅଢେଇ ଘଣ୍ଟା ଧରି ଛାନଭିନ୍ କରିଥିଲା ସିବିଆଇ (CBI) । ଦୁର୍ଘଟଣା ସ୍ଥାନ ସହ ଉତ୍ତର କେବିନ, ସିଗନାଲ ରୁମ୍ ଓ ଇଣ୍ଟଲଲକ୍ ସିଷ୍ଟମକୁ ମଧ୍ଯ ତନତନ ଯାଞ୍ଚ କରାଯାଇଛି । ଏହାସହ ଘଟଣା ସମୟରେ ଦାୟିତ୍ବରେ କିଏ ଥିଲେ?  କେଉଁ ଟ୍ରେନକୁ କେଉଁ ଟ୍ରାକରେ କ’ଣ ସିଗନାଲ ଦିଆଯାଇଥିଲା ତାହାର ରେକର୍ଡ଼ ଥିବା ଲଗ୍ ବୁକକୁ ମଧ୍ୟ ଯାଞ୍ଚ କରିଛି ସିବିଆଇ । ସେପଟେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ ଭୁବନେଶ୍ବର ଏମ୍ସରେ ପହଁଞ୍ଚିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ୨୮୮ ଜଣ ମୃତକଙ୍କ ମଧ୍ୟରୁ ଏଯାବତ୍ କେବଳ ୨୦୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ । କ୍ୟାପିଟାଲ ହସ୍ପିଟାଲ, ସମ୍, କିମ୍ସ୍ ହାଇଟେକ୍ ଓ ଆମ୍ରିରୁ ମୃତଦେହ ଆଣାଯାଇ ଏମ୍ସରେ ରଖାଯାଇଛି । ବର୍ତ୍ତମାନ ୩୯ଟି ମୃତଦେହକୁ କଣ୍ଟେନରରେ ରଖାଯାଇଥିବା ବେଳେ ୭୧ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ବି ପଢନ୍ତୁ-Ghost Fear: ଅନ୍ଧାର ହେଲେ ମନରେ ପସୁଛି ଛନକା: ଶୁଭୁଛି କାନ୍ଦିବାର ସ୍ୱର !

ପ୍ରକାଶ ଥାଉ, ଗତ ଜୁନ୍ ୨ ତାରିଖ ଶୁକ୍ରବାର (friday) ଦିନ ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ (coromandel express) ବାହାନଗାଠାରେ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ୨ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ପରେ ସେହି ରୁଟ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର ।