Old Currency: ଆପଣଙ୍କ ପାଖରେ ଅଛି କି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...
Advertisement
Article Detail0/zeeodisha/odisha1425705

Old Currency: ଆପଣଙ୍କ ପାଖରେ ଅଛି କି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

 ଆଜିକାଲି ଅନେକ ୱେବସାଇଟ୍ ଆଣ୍ଟିକ୍ ନୋଟ୍ ଓ କଏନ୍ ନିଲାମ କରୁଛନ୍ତି । ଆଜି ଆମେ ଆପଣଙ୍କୁ କରେନ୍ସି ନୋଟର ଏପରି ବିଶେଷତା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ସମସ୍ତ ନୂତନ ଓ ପୁରୁଣା ନୋଟ୍ ଯାଞ୍ଚ କରିବାକୁ ବାଧ୍ୟ ହେବେ । 

Old Currency: ଆପଣଙ୍କ ପାଖରେ ଅଛି କି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

Earn Money Idea: ଯଦି ଆପଣ ଘରେ ବସି ଅଧିକ ଟଙ୍କାର ରୋଜଗାର କରିବାକୁ ଚାହୁଁଛନ୍ତି, ତାହା ପୁଣି ବିନା ପରିଶ୍ରମରେ । ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । କଏନ୍ କିମ୍ୱା ନୋଟ୍ (Coin Note Collection) ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତେବେ ବର୍ତ୍ତମାନ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର (earn money from home) କରିପାରିବେ । ଆଜିକାଲି ଅନେକ ୱେବସାଇଟ୍ ଆଣ୍ଟିକ୍ ନୋଟ୍ ଓ କଏନ୍ ନିଲାମ କରୁଛନ୍ତି । ଆଜି ଆମେ ଆପଣଙ୍କୁ କରେନ୍ସି ନୋଟର ଏପରି ବିଶେଷତା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ସମସ୍ତ ନୂତନ ଓ ପୁରୁଣା ନୋଟ୍ ଯାଞ୍ଚ କରିବାକୁ ବାଧ୍ୟ ହେବେ । 

ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି, ତେବେ ତୁରନ୍ତ ଏହାକୁ ଅନଲାଇନ୍ ନିଲାମ କରନ୍ତୁ । ଏଥିପାଇଁ ଆପଣଙ୍କ ପାଖରେ ଥିବା ୧, ୨, ୧୦, ୧୦୦, ୫୦୦, ୨୦୦, ୨୦୦୦ ଟଙ୍କାର ନୋଟରେ କେବଳ ଗୋଟିଏ ବିଶେଷତା ରହିବା ଆବଶ୍ୟକ । ଏଥିରେ ୭୮୬ ନମ୍ୱରର ସିରିଜର କୌଣସି କରେନ୍ସି ନୋଟ୍ (Currency Note) ଅଛି, ତେବେ ଆପଣ ଇବେ (Ebay) ୱେବସାଇଟକୁ ଯାଇ ସେଠାରେ ଆପଣଙ୍କର ନୋଟର ମୂଲ୍ୟ ଆଦାୟ କରିପାରିବେ । ବାସ୍ତବରେ, ଭାରତୀୟ ମୁଦ୍ରାର ବିରଳ ନୋଟଗୁଡିକର ନିଲାମ ଇ-ବେ (Ebay) ରେ କରାଯାଇଥାଏ । ଇ-ବେ (Ebay) ସବୁବେଳେ ନୋଟ୍ ପାଇଁ ନିଲାମ ଡାକିଥାଏ । ଯେକୌଣସି ସାଧାରଣ ବ୍ୟକ୍ତି ଏହି ନିଲାମରେ ଅଂଶ ଗ୍ରହଣ କରିପାରିବେ । 

ଏହାପୂର୍ବରୁ ମଧ୍ୟ ୭୮୬ ଅଙ୍କ ବିଶିଷ୍ଟ ନୋଟ୍ ପାଇଁ ଲୋକମାନେ ୩ ଲକ୍ଷ ଟଙ୍କା ପାଇଛନ୍ତି । ଯଦି ଆପଣଙ୍କୁ ମନେ ଅଛି ତ କୁଲି ଫିଲ୍ମରେ ଅମିତାଭ ବଚ୍ଚନଙ୍କର ବ୍ୟାଜ୍ ନମ୍ବର 786 ଥିଲା । ବାସ୍ତବରେ ବହୁ ସଂଖ୍ୟକ ଲୋକ 786କୁ ଏକ ଶୁଭ ଓ ଭାଗ୍ୟଶାଳୀ ସଂଖ୍ୟା ଭାବରେ ବିଶ୍ୱାସ କରନ୍ତି । ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ନିଲାମରେ କୌଣସି ବ୍ୟକ୍ତି ଆପଣ ମାଗୁଥିବା ରାଶି ଆପଣଙ୍କୁ ପ୍ରଦାନ କରିପାରେ । 786 ଅଙ୍କ ବିଶିଷ୍ଟ ଏହି ବିଶେଷ ନୋଟ୍ ବିକ୍ରୟ କରିବା ପାଇଁ ଆପଣଙ୍କୁ ଘରୁ ବାହାରିବା ମଧ୍ୟ ଆବଶ୍ୟକ ନାହିଁ । ଇବେ (Ebay) ଓ କ୍ଲିକ୍ ଇଣ୍ଡିଆ (Click India) ପରି ଅନେକ ୱେବସାଇଟ୍ ଅଛି, ଯିଏ ଏହିପରି ସ୍ୱତନ୍ତ୍ର ନୋଟ୍ ଖୋଜିବା ଏବଂ ନିଲାମ କରିବାର କାର୍ଯ୍ୟ କରିଥାଏ । କ୍ଲିକ୍ ଇଣ୍ଡିଆ ସାଇଟରେ ହ୍ୱାଟସଆପରେ ସିଧାସଳଖ ବିକ୍ରୟ କରିବାକୁ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!

ଅଧିକ ପଢ଼ନ୍ତୁ-୨୪ ଘଣ୍ଟା ପର୍ଯ୍ୟନ୍ତ ଜଣେ ଦିବ୍ୟାଙ୍ଗ ଝିଅର ଅନ୍ତିମ ସଂସ୍କାର କରିପାରିଲେନି ଅସହାୟ ମା', କାରଣ ଜାଣିଲେ ହେବେ ଚକିତ

ଅଧିକ ପଢ଼ନ୍ତୁ:-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

କେମିତି ବିକିବେ ଏହି ଖାସ୍ ନୋଟ୍

ଅନଲାଇନ୍ ନିଲାମ ପାଇଁ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ଏହି ଖାସ୍ ପ୍ରକାରର ନୋଟର ଫଟୋ Ebayରେ ଅପଲୋଡ୍ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ନିଲାମ ୱେବସାଇଟରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । ପରେ ଏହି ଫଟୋ ସାଇଟରେ ଅପଲୋଡ୍ କରିବାକୁ ପଡିବ । ଏହା ପରେ କିଣିବାକୁ ଆଗ୍ରହୀ ଲୋକମାନେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେମାନଙ୍କ ସହ କଥାବାର୍ତ୍ତା କରି ଆପଣ ଖାସ୍ ନୋଟର ମୂଲ୍ୟ ସ୍ଥିର କରିପାରିବେ । ଆହୁରି ମଧ୍ୟ ନୋଟର ଡେଲିଭରୀ କିପରି ଓ କେଉଁଠାରେ କରାଯିବ ତାହା ସ୍ଥିର କରିପାରିବେ ।

(ଡିସକ୍ଲେମର: ଏହା ବିଭିନ୍ନ ୱେବସାଇଟର ସୂଚନା ଉପରେ ଆଧାରିତ । ZEE ODISHA NEWS ଏହି ଖବରକୁ ନିଶ୍ଚିତ କରେ ନାହିଁ ।)