Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ
Advertisement
Article Detail0/zeeodisha/odisha2253644

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Ayodhya Ram Mandir: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଅପରାହ୍ନରେ ତାଙ୍କ ପରିବାର ସଦସ୍ୟଙ୍କ ସହ ରାମନଗରୀ ଅଯୋଧ୍ୟାରେ ପହଞ୍ଚିଥିଲେ।  ଜୈନ ମନ୍ଦିର ନିକଟରେ କିଛି ସମୟ ବିଶ୍ରାମ ନେବା ପରେ ସେ ଆରତୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Former President Ramnath Kovind : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିଜ ପରିବାର ସଦସ୍ୟଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଭକ୍ତିର ସହ ପୂଜା କରିଥିଲେ ପୂର୍ବ ରାଷ୍ଟ୍ରପତି । ସେ ମଧ୍ୟ କୁବେରେଶ୍ୱର ସ୍ଥାନ ନିକଟକୁ ଯାଇ ପକ୍ଷୀରାଜ ଜଟାୟୁଙ୍କ ବିରାଟ ପ୍ରତିମୂର୍ତ୍ତିକୁ ଦର୍ଶନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଅପରାହ୍ନରେ ତାଙ୍କ ପରିବାର ସଦସ୍ୟଙ୍କ ସହ ରାମନଗରୀ ଅଯୋଧ୍ୟାରେ ପହଞ୍ଚିଥିଲେ।  ଜୈନ ମନ୍ଦିର ନିକଟରେ କିଛି ସମୟ ବିଶ୍ରାମ ନେବା ପରେ ସେ ଆରତୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଆଜି ଶନିବାର ସକାଳ ସମୟରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ରାମନାଥ କୋବିନ୍ଦ । ତାଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ମନ୍ଦିର ପରିସରରେ ଉପସ୍ଥିତ ଥିଲେ। ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି ପୂର୍ବ ରାଷ୍ଟ୍ରପତିଙ୍କ ନିକଟରେ ସ୍ପଷ୍ଟ ବାରି ହୋଇପଡୁଥିଲା । ଅତ୍ୟନ୍ତ ଭକ୍ତିର ସହ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଚତୁଃପାର୍ଶ୍ୱ ପରିଦର୍ଶନ କରିଥିଲେ । ରାମନାଥଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି ହୋଇଥିବା ଦେଖିବାକୁ ମିଳିଥିଲା ।

Also Read- jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା

Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍