BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି
Advertisement
Article Detail0/zeeodisha/odisha2224533

BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି

BSNL Recharge Plan: ଯଦି ଆପଣ ଶସ୍ତାରେ ଦୀର୍ଘ ବୈଧତା ଏବଂ ଇଣ୍ଟରନେଟ୍ ଚଳାଇବାକୁ ଏକ ପ୍ଲାନ୍ ଖୋଜୁଛନ୍ତି, ତେବେ ସରକାରୀ ଟେଲିକମ୍ କମ୍ପାନୀ BSNL ଆପଣଙ୍କ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିଛି । ଏହି ପ୍ଲାନର ବୈଧତା ୧ ବର୍ଷରୁ ଅଧିକ ରହିଛି ।

BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି

BSNL Recharge Plan: ଗ୍ରାହକଙ୍କୁ ଶସ୍ତା ପ୍ଲାନ୍ ଯୋଗାଇ ଦେବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ କଡ଼ା ପ୍ରତିଯୋଗିତା ଲାଗିଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀଗୁଡିକ ବିଭିନ୍ନ ପ୍ରକାରର ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରନ୍ତି । ବର୍ତ୍ତମାନ ବିଏସଏନଏଲ ମଧ୍ୟ ଏହି ସିରିଜରେ ପଛରେ ରହିବାକୁ ଚାହୁଁନାହିଁ । ୪୨୫ ଦିନର ବୈଧତା ଥିବା ଏକ ପ୍ଲାନ୍ ଆଣିଛି ଭାରତୀୟ ସରକାରୀ ଟେଲିକମ୍ ସର୍ଭିସ୍ ବିଏସଏନଏଲ । କହିବାକୁ ଗଲେ ଗ୍ରାହକଙ୍କୁ ଏହି ପ୍ରିପେଡ୍ ପ୍ଲାନରେ ବର୍ଷାରୁ ଅଧିକ ବୈଧତା ଦିଆଯାଉଛି । ବିଶେଷ କଥା ହେଉଛି କମ୍ପାନୀ ଏହି ପ୍ଲାନର ଦାମ ଅଧିକ ରଖିନାହିଁ । ଗ୍ରାହକମାନେ ମାତ୍ର ୨,୩୯୮ ଟଙ୍କା ରିଚାର୍ଜ କରି ଏହି ପ୍ଲାନ୍ ଆକ୍ଟିଭ୍ କରିପାରିବେ ।

BSNLର ୨,୩୯୮ ଟଙ୍କା ପ୍ରିପେଡ୍ ପ୍ଲାନ୍ ହେଉଛି ସବୁଠାରୁ ସୁଲଭ ବିକଳ୍ପ ଯାହା ୪୨୫ ଦିନର ବର୍ଦ୍ଧିତ ବୈଧତା ସହିତ ଆସିଥାଏ । ଏହି ପ୍ଲାନ୍ ଅଧୀନରେ ଗ୍ରାହକମାନେ ପ୍ରତିଦିନ ୧୦୦ ମାଗଣା SMS ସହିତ ବୈଧତା ଶେଷ ହେବା ପର୍ଯ୍ୟନ୍ତ ଅସୀମିତ ମାଗଣା କଲିଂ ସେବା ପାଇପାରିବେ । ବିଶେଷ କଥା ହେଉଛି ଏହି ଦୀର୍ଘ ବୈଧତାରେ ଗ୍ରାହକଙ୍କୁ ୮୫୦ ଜିବି ଇଣ୍ଟରନେଟ୍ ଡାଟା ମିଳିବ । ଏହାର ଅର୍ଥ ଗ୍ରାହକମାନେ ପ୍ରତିଦିନ ପ୍ରାୟ ୨ ଜିବି ଡାଟା ବ୍ୟବହାର କରିପାରିବେ । BSNLର ଏହି ପ୍ଲାନ ସେହିମାନଙ୍କ ପାଇଁ ଅତ୍ୟନ୍ତ ଖାସ୍ ଯେଉଁମାନେ ଅଧିକ ଦିନର ବୈଧତା ଏବଂ ଅଧିକ ଡାଟା ଖୋଜୁଛନ୍ତି ।

ଯୋଜନା କେବଳ ଏହି ଉପଭୋକ୍ତାମାନଙ୍କ ପାଇଁ
ପ୍ରତ୍ୟେକ ଟେଲିକମ୍ କମ୍ପାନୀ ବିଭିନ୍ନ ସର୍କଲ ଅନୁଯାୟୀ ଏହାର ପ୍ଲାନ ଉପଲବ୍ଧ କରାଇଥାଏ । ସେହିଭଳି BSNL ର ଏହି ନୂଆ ପ୍ଲାନଟି ସବୁଠାରେ ଉପଲବ୍ଧ ନାହିଁ । ୪୨୫ ଦିନର ବୈଧତା ସହିତ ଏହି ପ୍ରିପେଡ୍ ପ୍ଲାନ୍ ବର୍ତ୍ତମାନ ଜାମ୍ମୁ କାଶ୍ମୀରର ଉପଭୋକ୍ତାମାନଙ୍କ ପାଇଁ ଆରମ୍ଭ କରାଯାଇଛି । ରିଚାର୍ଜ କରିବା ସମୟରେ, ଉପଭୋକ୍ତାମାନେ ପ୍ରଥମେ ନିଜ ସର୍କଲରେ କେଉଁ ପ୍ଲାନ୍ ଉପଲବ୍ଧ ରହିଛି ସେ ସମ୍ପର୍କରେ ଅବଗତ ହେବା ନିତ୍ୟାନ୍ତ ଆବଶ୍ୟକ ।

Also Read- Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ

Also Read- Jio Plan: ଜିଓର ଶସ୍ତା ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ଫ୍ରି କଲ୍ ସହିତ ମିଳୁଛି ଏହି ସେବା