Weather Update: ତିନି ଦିନ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା, ଏଠାରେ ପଡ଼ିବ କୁଆପଥର; IMD ଜାରି କଲା ଆଲର୍ଟ
Advertisement
Article Detail0/zeeodisha/odisha2156305

Weather Update: ତିନି ଦିନ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା, ଏଠାରେ ପଡ଼ିବ କୁଆପଥର; IMD ଜାରି କଲା ଆଲର୍ଟ

IMD Alert: ମାର୍ଚ୍ଚ ୧୬ ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶା, ଝାଡଖଣ୍ଡ, ବିଦର୍ଭ, ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି। ଏହା ବ୍ୟତୀତ ମାର୍ଚ୍ଚ ୧୭ ଓ ୧୮ ରେ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡରେ କୁଆପଥର ମାଡ ହେବାକୁ ଯାଉଛି। ମାର୍ଚ୍ଚ ୧୫ ଓ ୧୬ ରେ ପଶ୍ଚିମବଙ୍ଗ ଓ ସିକ୍କିମରେ ମଧ୍ୟ ବର୍ଷା ହେବାକୁ ଯାଉଛି।

 

IMD Rainfall Alert

IMD Rainfall Alert: ଉତ୍ତର ଭାରତ ରାଜ୍ୟରେ ଗ୍ରୀଷ୍ମ ସିଜିନ୍ ଆରମ୍ଭ ହୋଇଛି। ୟୁପି ସମେତ ଅନେକ ରାଜ୍ୟରେ ଦିନରେ ପ୍ରବଳ ଖରା ଦେଖିବାକୁ ମିଳଇଛି। ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହି ସମୟରେ, ପାଣିପାଗ ବିଭାଗ କହିଛି ଯେ ମାର୍ଚ୍ଚ ୧୬-୧୮ (ତିନି ଦିନ) ରୁ ପୂର୍ବ ଓ ମଧ୍ୟ ଭାରତର ରାଜ୍ୟଗୁଡ଼ିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ।

ବିଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀର, ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସବ ହିମାଳୟ ପଶ୍ଚିମବଙ୍ଗ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏଥିସହିତ ଗାଙ୍ଗେଟିକ୍ ପଶ୍ଚିମବଙ୍ଗରେ ମଧ୍ୟ କୁଆପଥର ମାଡ ହୋଇଥିଲା।

ମାର୍ଚ୍ଚ ୧୬ ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶା, ଝାଡଖଣ୍ଡ, ବିଦର୍ଭ, ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି। ଏହା ବ୍ୟତୀତ ମାର୍ଚ୍ଚ ୧୭ ଓ ୧୮ ରେ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡରେ କୁଆପଥର ମାଡ ହେବାକୁ ଯାଉଛି। ମାର୍ଚ୍ଚ ୧୫ ଓ ୧୬ ରେ ପଶ୍ଚିମବଙ୍ଗ ଓ ସିକ୍କିମରେ ମଧ୍ୟ ବର୍ଷା ହେବାକୁ ଯାଉଛି।

ଏଥି ସହିତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରାରେ ମାର୍ଚ୍ଚ ୧୪ ରୁ ୨୦ ମଧ୍ୟରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ପାଞ୍ଚ ଦିନ ପାଇଁ କେରଳ, ମହେ, ରୟାଲସିମା, ତାମିଲନାଡୁ, ପୁଡୁଚେରୀ ଓ କରାଇକାଲ ଉପରେ ଗରମ ଜାରି ରହିବ। ଏହା ବ୍ୟତୀତ ଗ୍ରୀଷ୍ମ ଲହରୀ ୧୪ ଓ ୧୫ ମାର୍ଚ୍ଚରେ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକକୁ ଆସିବାକୁ ଯାଉଛି।

ଆଗାମୀ ଦିନରେ ଉତ୍ତର-ପଶ୍ଚିମ ଭାରତରେ ଉତ୍ତାପ ବୃଦ୍ଧି ପାଇବ। ତିନି ଦିନ ପରେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଭାରତର ସର୍ବାଧିକ ତାପମାତ୍ରା ଦୁଇରୁ ଚାରି ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଅନ୍ୟପକ୍ଷରେ, ଓଡି଼ଶାରେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ସେଲସିୟସ ହ୍ରାସ ହୋଇପାରେ। 

ଦିଲ୍ଲୀରେ ତାପମାତ୍ରା ହ୍ରାସ
ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା  ୧୪.୬ ଡିଗ୍ରୀ ସେଲସିୟସକୁ ଖସି ଆସିଛି, ଯାହା ଏହି ସିଜିନର ହାରାହାରି ତାପମାତ୍ରା ଠାରୁ ଏକ ଡିଗ୍ରୀ ସେଲସିୟସ କମ୍ ଅଟେ। ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ବିଭାଗ ଅନୁଯାୟୀ, ଗୁରୁବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୩୦ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି ଓ ଦିନଟି ଆଂଶିକ ମେଘୁଆ ରହିପାରେ।