Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ
Advertisement
Article Detail0/zeeodisha/odisha2223620

Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ

Salute Indian Army: ଏକ ବିବାହ ଉତ୍ସବକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । କାରଣ ଏହି ବିବାହ ସବୁଠାରୁ ଅଲଗା । ବିବାହ କରୁଥିବା କନ୍ୟାଙ୍କର ପିତା କିମ୍ବା ଭାଇ ନଥିଲେ । ଭାରତୀୟ ସେନାରେ କାର୍ଯ୍ୟ କରି ଉଭୟେ ଶହୀଦ ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ଝିଅଟିର ବିବାହର ସମସ୍ତ ଦାୟିତ୍ୱ ସାମରିକବାହିନୀ ତଥା ଶହୀଦ ହୋଇଥିବା ପିତା ଏବଂ ପୁତ୍ରଙ୍କ ସାଥୀମାନେ ନେଇଥିଲେ ।

Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ

Salute Indian Army: ରାଜସ୍ଥାନରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବ ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଛି । ଏହି ବିବାହଟି ସାଧାରଣ ବିବାହଠାରୁ ଖୁବ୍ ଭିନ୍ନ । କନ୍ୟାଙ୍କର ପିତା କିମ୍ବା ଭାଇ ନଥିଲେ । ସୈନ୍ୟବାହିନୀରେ କାର୍ଯ୍ୟ କରିବା ସମୟରେ ଉଭୟ ସହିଦ ହୋଇଥିଲେ । ଏଭଳି ପରିସ୍ଥିତିରେ ଝିଅଟିର ବିବାହର ସମ୍ପୂର୍ଣ୍ଣ ଦାୟିତ୍ୱ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ଶହୀଦ ବାପା ଏବଂ ପୁଅଙ୍କ ସାମରିକ ବାହିନୀର ସାଥୀମାନେ ନେଇଥିଲେ । ଯେତେବେଳେ ଅଧିକାରୀମାନେ ଝିଅ ବାହାଘର ବିଷୟରେ ଜାଣିଲେ, ସେତେବେଳେ ଏହି ପବିତ୍ର କାର୍ଯ୍ୟରେ ଯୋଗ ଦେବାପାଇଁ ନିଷ୍ପତ୍ତି ନେଇଥିଲେ ।  ଗାଁରେ ଏତେ ସଂଖ୍ୟକ ସୈନିକଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୈନିକମାନେ କାହିଁକି ଗାଁକୁ ଆସିଛନ୍ତି ତାହା ଜାଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା । କାରଣ ଶହୀଦ ବାପାଙ୍କ ଝିଅ ଏବଂ ଭାଈଙ୍କ ଭଉଣୀଙ୍କ ବିବାହରେ ସାମିଲ ହେବାକୁ ଆସିଥିଲେ ଭାରତୀୟ ସେନାର ଯବାନମାନେ । ରାଜସ୍ଥାନର ଅଲୱାରରେ ଘଟିଥିବା ଏହି ବିବାହ ଉତ୍ସବକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ।

ଅଲୱାର ଜିଲ୍ଲାର ରାଜଗଡ ସବଡିଭିଜନ ଅନ୍ତର୍ଗତ ଡୁବି ଗ୍ରାମରେ ଅମର ଶହୀଦ ରାକେଶ ମୀନାଙ୍କ ଝିଅ ସାରିକାଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ୨୦୧୦ ମସିହାରେ CRPFରେ କାର୍ଯ୍ୟ କରୁଥିବା ସମୟରେ ରାକେଶ ମୀନା ଶହୀଦ ହୋଇଥିଲେ । ରାକେଶ ମୀନାଙ୍କର ଚାରି ଝିଅ ଅଛନ୍ତି। ଯେତେବେଳେ ରାକେଶ ମୀନାଙ୍କ ସହଯୋଗୀମାନେ ବିବାହ ବିଷୟରେ ଜାଣିବାକୁ ପାଇଲେ, ସେମାନେ CRPF ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏହା ପରେ ସାରିକାଙ୍କୁ CRPF ର ସ୍ୱତନ୍ତ୍ର ପାଣ୍ଠିରୁ ୨ ଲକ୍ଷ ପଚାଶ ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ବନ୍ଧୁମାନେ ଟିଭି, ଫ୍ରିଜ୍, ୱାସିଂ ମେସିନ୍, ମିକ୍ସର୍ ଭଳି ଅନେକ ଉପହାର ଦେଇଥିଲେ । ଏଥିସହ ନଗଦ ୨୧ ହଜାର ଟଙ୍କା ମଧ୍ୟ ଦାନ କରିଥିଲେ ଜଣେ କର୍ମଚାରୀ ।

ଯବାନମାନଙ୍କ ସହ ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କନ୍ୟା ବିଦାୟ ସମୟରେ CRPF ଯବାନମାନେ ଭାଇ ପରି ସମସ୍ତ କାର୍ଯ୍ୟ କରିଥିଲେ । କନ୍ୟାଙ୍କୁ ଖୁବ ଆକର୍ଷଣୀୟ ଢଙ୍ଗରେ ବେଦୀକୁ ଅଣାଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ଅତିଥିଙ୍କ ଆଖିରୁ ଲୁହ ଝରିଥିଲା । ଏହି ବିବାହ ଏପ୍ରିଲ ୨୩ ତାରିଖରେ ହୋଇଥିଲା ।  ବିବାହ ସମୟର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ସେନାବାହିନୀର ଏପରି ମହାନ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି ।

Also Read- Jio Plan: ଜିଓର ଶସ୍ତା ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ଫ୍ରି କଲ୍ ସହିତ ମିଳୁଛି ଏହି ସେବା

Also Read- Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ