Hamas Israel War: କେଉଁଠି ଅଛନ୍ତି 'ଡେଡ୍ ମ୍ୟାନ୍ ୱାକିଂ'? ଠିକଣା ଖୋଜି ପାଇଗଲା ଇସ୍ରାଏଲ୍
Advertisement
Article Detail0/zeeodisha/odisha2007625

Hamas Israel War: କେଉଁଠି ଅଛନ୍ତି 'ଡେଡ୍ ମ୍ୟାନ୍ ୱାକିଂ'? ଠିକଣା ଖୋଜି ପାଇଗଲା ଇସ୍ରାଏଲ୍

 Hamas Leader Yahya Sinwar: ଇସ୍ରାଏଲ ଗୁପ୍ତଚର ଏଜେନ୍ସି ମୋସାଦ କହିଛି ଯେ ଦେଶର ସବୁଠାରୁ ବଡ଼ ଶତ୍ରୁ ନିକଟରେ ପହଞ୍ଚି ସାରିଛୁ। ତାକୁ ମୃତ କିମ୍ବା ଜୀବନ୍ତ ଧରିବା ପାଇଁ ପ୍ରୟାସ ଜାରିରହିଛି। 

Hamas Israel War: କେଉଁଠି ଅଛନ୍ତି 'ଡେଡ୍ ମ୍ୟାନ୍ ୱାକିଂ'? ଠିକଣା ଖୋଜି ପାଇଗଲା ଇସ୍ରାଏଲ୍

Dead Man Walking Yahya Sinwar: ୨୦୨୩ ଅକ୍ଟୋବର ୭ ତାରିଖ ଇସ୍ରାଏଲ୍ ଇତିହାସରେ ଏକ କଳା ଦିନ ଭାବେ ଲିପିବଦ୍ଧ ହୋଇଯାଇଛି। ଚଳଚ୍ଚିତ୍ର ଶୈଳୀରେ ହମାସ ଆତଙ୍କବାଦୀ ଦେଶର ଇସ୍ରାଏଲ ଦକ୍ଷିଣ ଭାଗରେ ପ୍ରବେଶ କରି ୨୦ ମିନିଟ ମଧ୍ୟରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲେ। ହମାସ ପକ୍ଷରୁ ହୋଇଥିବା ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ସେନା ତତ୍କାଳ ପାଲଟା ଜବାବ ଦେବା ଆରମ୍ଭ କରିଥିଲା। ଇସ୍ରାଏଲ୍ ସରକାର ଯୁଦ୍ଧ ଘୋଷଣା କରି ହାମାସ ଠିକଣାକୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ହମାସ ବିରୋଧି ଲଢେଇ ଜାରି ରହିବ। ପ୍ରାୟ ୭୧ ଦିନ ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲ୍ ଆକ୍ରମଣରେ ହାମାସ ଗଡ଼ ଧୂଳିସାତ ହୋଇଯାଇଛି। ହେଲେ ହମାସ ମୁଖ୍ୟ ୟାହିୟା ସିନୱାର ଏବେ ମଧ୍ୟ ଇସ୍ରାଏଲ ସେନା କବଳରୁ ଦୂରରେ ରହିଛି। ଇସ୍ରାଏଲ-ହମାସ ଲଢେଇ ଜାରି ରହିଥିବା ବେଳେ ୟାହିୟା ସିନୱାର ବିଷୟରେ କିଛି ଠୋସ୍ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିବାର କୁହାଯାଉଛି।

ଦକ୍ଷିଣ ଗାଜା ଠାରେ ଥାଇପାରେ ୟାହିୟା ସିନୱାର 
ଇସ୍ରାଏଲ୍ ସୈନ୍ୟବାହିନୀ ବର୍ତ୍ତମାନ ଗାଜା ଠାରେ ତିନୋଟି ହାମାସ୍ ଠିକଣା ଉପରେ କ୍ରମାଗତ ଭାବରେ ଆକ୍ରମଣ କରିବା ଜାରି ରଖିଛି। ତାହା ମଧ୍ୟ ଦୁଇଟି ଅଞ୍ଚଳ ଜବାଲିଆ ଏବଂ ଶାହଜଇଏ ଉତ୍ତର ଗାଜା ଠାରେ ଅବସ୍ଥିତ। ସେହିପରି ଖାନ୍ ୟୁନିସ୍ ଦକ୍ଷିଣ ଗାଜା ଠାରେ ଅବସ୍ଥିତ। ଇସ୍ରାଏଲ ଗୁପ୍ତଚର ଏଜେନ୍ସି ମୋସାଦ କହିଛି ଯେ ଦେଶର ସବୁଠାରୁ ବଡ଼ ଶତ୍ରୁ ନିକଟରେ ପହଞ୍ଚି ସାରିଛୁ। ତାକୁ ମୃତ କିମ୍ବା ଜୀବନ୍ତ ଧରିବା ପାଇଁ ପ୍ରୟାସ ଜାରିରହିଛି। ଆମେ ଆଶା କରୁଛୁ ଯେ ଆମେ ଆମର ଅଭିଯାନରେ ସଫଳ ହେବୁ। ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି ଯେ ହମାସ ମୁଖ୍ୟ ୟାହିୟା ସିନୱାର ଦକ୍ଷିଣ ଗାଜା ଅଞ୍ଚଳର କୌଣସି ସ୍ଥାନରେ ଲୁଚି ଥାଇପାରେ। ଆମେ ୟାହିୟା ସିନୱାର ନିକଟରେ ପହଞ୍ଚି ସାରିଛ। ହମାସ ବିରୋଧି ଆତଙ୍କବାଦ ଦମନ ଅଭିଯାନ ବେଳେ ଆମେ ଅତି ସତର୍କତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଯାହା ଦ୍ୱାରା କୌଣସି ନିରୀହ ବ୍ୟକ୍ତି କ୍ଷତି ସହିବେ ନାହିଁ।

ୟାହିୟା ସିନୱାରକୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଚାହୁଁଛି ଇସ୍ରାଏଲ ସେନା 
ୟାହିୟା ସିନୱାରଙ୍କ ବିଷୟରେ ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦର ତାହି ହାଙ୍ଗେବିଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ପଚରାଯାଇଥିଲା ଯଦି ୟାହିୟା ସିନୱାର କୌଣସି ପ୍ରକାରେ ନିର୍ବାସନ ଦାବି କରିନ୍ତି ତାହେଲେ ଇସ୍ରାଏଲ କେଉଁ ପଦକ୍ଷେପ ନେବ? ଏହି ପ୍ରଶ୍ନର ଉତ୍ତର ରଖି ତାହି ହାଙ୍ଗେବି କହିଛନ୍ତି ଯେ ୟାହିୟା ସିନୱାର କିମ୍ବା ଅନ୍ୟ ହାମାସ ଆତଙ୍କବାଦୀ ଧରାପଡ଼ନ୍ତି ତାହେଲେ ସେମାନଙ୍କୁ ନିର୍ବାସନରେ ପଠାଯିବ ନାହିଁ। ୟାହିୟା ସିନୱାର ଦକ୍ଷିଣ ଗାଜା ଅଞ୍ଚଳର କୌଣସି ସ୍ଥାନରେ ଲୁଚି ଥାଇପାରେ। ୟାହିୟା ସିନୱାରକୁ ଜୀବନ୍ତ କିମ୍ବା ମୃତ ଅବସ୍ଥା ଧରିବା ଏବେ ଆମର ଲକ୍ଷ୍ୟ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। 

"ଡେଡ୍ ମ୍ୟାନ୍ ୱାକିଂ" ଶବ୍ଦର ଅର୍ଥ କ'ଣ?
ଆପଣଙ୍କୁ କହିରଖୁଛୁ ଯେ ଇସ୍ରାଏଲ୍ ୟାହିୟା ସିନୱାରକୁ ଜଣେ ଚାଲୁଥିବା ମୃତ ବ୍ୟକ୍ତି ବୋଲି କହିଥାଏ। ଯାହାର ଅର୍ଥ ହେଉଛି ଯେକୌଣସି ବ୍ୟକ୍ତି ଯିଏ ଚାକିରି, ପଦ, କିମ୍ବା ପଦବୀ ହରାଇବା ନିଶ୍ଚିତ ହୋଇଥାଏ। ୧୯୮୦ ଦଶକରେ "ଡେଡ୍ ମ୍ୟାନ୍ ୱାକିଂ" ଯୁକ୍ତରାଷ୍ଟ୍ର ଆମେରିକାର ଲୁଇଜିଆନ ପ୍ରଦେଶରେ ପ୍ରଥମେ ବ୍ୟବହୃତ ହୋଇଥିଲା। ୧୯୯୫ ମସିହାରେ "ଡେଡ୍ ମ୍ୟାନ୍ ୱାକିଂ" ନାମକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ପରେ "ଡେଡ୍ ମ୍ୟାନ୍ ୱାକିଂ" ଶବ୍ଦ  ଅଧିକ ଲୋକପ୍ରିୟ ହୋଇଯାଇଥିଲା। "ଡେଡ୍ ମ୍ୟାନ୍ ୱାକିଂ" ଶବ୍ଦର ଅର୍ଥ ହେଉଛି ଯେକୌଣସି ସଂସ୍ଥା ବଡ଼ ଧରଣର ବିପଦର ସାମ୍ନା କରିବାକୁ ଯାଉଛି କିମ୍ବା କୌଣସି ବ୍ୟକ୍ତି ଯିଏ ଏକ ବଡ଼ ଦଣ୍ଡ ପାଇବାକୁ ଯାଉଛନ୍ତି। ଇସ୍ରାଏଲ ସେନା ବର୍ତ୍ତମାନ "ଡେଡ୍ ମ୍ୟାନ୍ ୱାକିଂ" ବାକ୍ୟାଂଶକୁ ହମାସ ମୁଖ୍ୟ ୟାହିୟା ସିନୱାରଙ୍କ ଲାଗି ବ୍ୟବହାର କରୁଛି।