Israel-Hamas War: ଏୟାରଷ୍ଟ୍ରାଇକ ପରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ
Advertisement
Article Detail0/zeeodisha/odisha1912088

Israel-Hamas War: ଏୟାରଷ୍ଟ୍ରାଇକ ପରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ

Israel Airstrike on Gaza: ଗତ ଶନିବାର ହମାସ୍ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା ଗାଜା ଉପରେ ବିମାନ ଆକ୍ରମଣ କରିଥିଲା। 

Israel-Hamas War: ଏୟାରଷ୍ଟ୍ରାଇକ ପରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ

Israel Army Ground Operation in Gaza: ଏୟାରଷ୍ଟ୍ରାଇକ ପରେ ଗାଜା ଠାରେ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏନେଇ ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଯେ ଦେଶର ନେତା ଏ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଲେଫ୍ଟନାଣ୍ଟ କର୍ଣ୍ଣର ରିଚାର୍ଡ ହେଚ୍ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଇସ୍ରାଏଲ ସେନା ବାହିନୀ ଏକ ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଛି। ଇସ୍ରାଏଲ୍ ପ୍ରାୟ ୩ ଲକ୍ଷ ୬୦ ହଜାର ସଂରକ୍ଷିତ ସୈନ୍ୟଙ୍କୁ ଡକାଇଛି। ସପ୍ତାହକ ମଧ୍ୟରେ ହାମାସ ପକ୍ଷରୁ ପକ୍ଷରୁ କରାଯାଇଥିବା ଆକ୍ରମଣର ଭୟାନକ ଜବାବ ଦେବା ନେଇ ଇସ୍ରାଏଲ କହିଛି।

ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israeli Prime Minister Benjamin Netanyahu) ବୁଧବାର କହିଛନ୍ତି ଯେ ଇସ୍ରାଏଲ୍ (Israeli Defense Force) ହାମାସ ଆତଙ୍କବାଦୀ ସଙ୍ଗଠନକୁ (Hamas Terror Outfit) ମାଟିରେ ମିଶାଇଦେବ। ଏବେ ପ୍ରତ୍ୟେକ ହାମାସ ସଦସ୍ୟ ଜୀବନ୍ତ ଶବ ପାଲଟି ଯାଇଛନ୍ତି। ବିଳମ୍ବିତ ରାତିରେ ଟେଲିଭିଜନ ମାଧ୍ୟମରେ ପ୍ରସାରିତ ହୋଇଥିବା ଏକ ସମ୍ବୋଧନରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ଇସ୍ରାଏଲ ବିମାନ ହାମାସ ଦ୍ୱାରା କରାଯାଉଥିବା ଆତଙ୍କବାଦୀ ଆକ୍ରମଣ ପରେ ଗାଜା (Gaza Strip) ଆଡ଼କୁ ଯାଉଥିବାବେଳେ ସେ ଏକଥା କହିଛନ୍ତି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଦେଶର ଜଣେ ବରିଷ୍ଠ ବିରୋଧି ଦଳ ନେତା ଜରୁରୀକାଳୀନ ଭିତ୍ତିରେ ଏକ ସରକାର ଗଠନ କରିବାକୁ କହିଛନ୍ତି। ଅକ୍ଟୋବର ୧୧ ତାରିଖ ବୁଧବାର ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହାମାସ (Palestinian Terrorist Group Hamas) ବିରୋଧରେ ଚାଲିଥିବା ଯୁଦ୍ଧର ତଦାରଖ କରିବା ପାଇଁ ଉଭୟ ସରକାର ଏବଂ ବିରୋଧି ଦଳ ମଧ୍ୟରେ ଏକ ଚୁକ୍ତି ହୋଇଛି।

କ୍ୟାବିନେଟ କେବଳ ଯୁଦ୍ଧ ପ୍ରସଙ୍ଗରେ ଧ୍ୟାନ ଦେବ
ନୂତନ ମେଣ୍ଟ ସରକାରଙ୍କ ମନ୍ତ୍ରିମଣ୍ଡଳ କେବଳ ଯୁଦ୍ଧ ପ୍ରସଙ୍ଗରେ ଧ୍ୟାନ ଦେବ। ପ୍ରଧାନମନ୍ତ୍ରୀ ବେଞ୍ଜମିନ ନେତାନ୍ୟାହୁ, ବରିଷ୍ଠ ବିରୋଧି ଦଳର ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନି ଗ୍ୟାଣ୍ଟଜ୍ (Benny Gantz) ଏବଂ ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ (Israel Defense Minister Yoav Gallant) ଏହାର ନେତୃତ୍ୱ ନେବେ। ପୂର୍ବତନ କର୍ମଚାରୀ ତଥା ଅନ୍ୟ ଜଣେ ସରକାରୀ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ସଦସ୍ୟ ଭାବେ ମନୋନୀତ କରାଯାଇଛି। ମୁଖ୍ୟ ବିରୋଧି ଦଳର ନେତା ୟାର ଲାପିଡ (Yair Lapid) ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ।

ଗତ ଶନିବାର ହମାସ୍ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହା ପରେ ଇସ୍ରାଏଲ୍ ହମାସ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲା। ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହାମାସ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଇସ୍ରାଏଲ ସରକାର ଉପରେ ପ୍ରବଳ ଚାପ ରହିଛି।