Wrestling Federation of India: ବରିଷ୍ଠଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧା
Advertisement
Article Detail0/zeeodisha/odisha2042215

Wrestling Federation of India: ବରିଷ୍ଠଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧା

Wrestling Federation Row: ପୁରୁଖା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକଙ୍କ ବିରୋଧରେ ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ଏକାଠି ହୋଇଛନ୍ତି କନିଷ୍ଠ କୁସ୍ତିଯୋଦ୍ଧା। 

 

Wrestling Federation of India: ବରିଷ୍ଠଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧା

Junior Wrestlers Protest at Jantar Mantar Delhi: ବର୍ତ୍ତମାନ ଭାରତୀୟ କୁସ୍ତିରେ ଦେଖିବାକୁ ମିଳିଛି ଏକ ନୂତନ ଘଟଣାକ୍ରମ। କିଛି ଦିନ ପୂର୍ବେ ଭାରତୀୟ କୁସ୍ତି ସଂଘ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୁରୁଖା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକଙ୍କ ବିରୋଧରେ ଏକାଠି ହୋଇଛନ୍ତି କନିଷ୍ଠ କୁସ୍ତିଯୋଦ୍ଧା। ଶତାଧିକ କନିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ଏକତ୍ରୀତ ହୋଇ ଦେଶର ପ୍ରମୁଖ କୁସ୍ତିଯୋଦ୍ଧାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପୁରୁଖାଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧା
ଭାରତୀୟ କୁସ୍ତିରେ ଚାଲିଥିବା ସଙ୍କଟ ମଧ୍ୟରେ ବୁଧବାର ଏକ ନୂତନ ଘଟଣାକ୍ରମ ଦେଖିବାକୁ ମିଳିଛି। ବହୁ ସଂଖ୍ୟକ କନିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ଏକାଠି ହୋଇ ସେମାନଙ୍କ କ୍ୟାରିୟର୍ ସହ ଜଡ଼ିତ ସମୟରୁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହରାଇବାକୁ ବିରୋଧ କରିଥିଲେ। ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧା ଭାରତୀୟ କୁସ୍ତିରେ ସୃଷ୍ଟି ହୋଇଥିବା ସଙ୍କଟ ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟଙ୍କୁ ଦାୟୀ କରିଥିଲେ। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ବସ୍‌ ଯୋଗେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ପହଞ୍ଚିଥିଲେ କନିଷ୍ଠ କୁସ୍ତିଯୋଦ୍ଧା। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦୦ କୁସ୍ତିଯୋଦ୍ଧା ଉତ୍ତର ପ୍ରଦେଶ ବାଗପତ ଜିଲ୍ଲାର ଛପରୌଲି ସ୍ଥିତ ଆର୍ଯ୍ୟ ସମାଜ ଅଖଡ଼ା ସହ ଜଡ଼ିତ ହୋଇଥିବା ବେଳେ ଅନେକ ନରେଲା ସ୍ଥିତ ବୀରେନ୍ଦ୍ର ରେସଲିଂ ଏକାଡେମୀ ସଦସ୍ୟ ରହିଥିଲେ।

ଦେଶର କୁସ୍ତି ନଷ୍ଟ କରିଦେଲେ ପୁରୁଖା କୁସ୍ତିଯୋଦ୍ଧା
ରାଜରାସ୍ତାକୁ ଓହ୍ଲାଇଥିବା କନିଷ୍ଠ କୁସ୍ତିଯୋଦ୍ଧାଙ୍କୁ ନିୟନ୍ତ୍ରଣ କରିବାରେ ସୁରକ୍ଷା କର୍ମୀଙ୍କୁ ବହୁ ଅସୁବିଧାର ସାମ୍ନା କରିଥିଲେ। ଏହି କୁସ୍ତିଯୋଦ୍ଧା  ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକଙ୍କଙ୍କ ବିରୋଧରେ ନାରାବାଜି କରିଥିଲେ। ସେମାନେ ଏକ ବ୍ୟାନର ଧରିଥିଲେ। ଯେଉଁଥିରେ ୩ ଜଣ ପୁରୁଖା କୁସ୍ତିଯୋଦ୍ଧାଙ୍କ ଫଟୋ ସହିତ ଲେଖା ଯାଇଥିଲା ଯେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ଦେଶରେ କୁସ୍ତିଯୁଦ୍ଧକୁ ନଷ୍ଟ କରି ଦେଇଛନ୍ତି। ଭାରତୀୟ କୁସ୍ତି ସଂଘ ପଦାଧିକାରୀ ନିର୍ବାଚନ ପରେ ଗୋଣ୍ଡା ଠାରେ ଜାତୀୟ ସ୍ତରୀୟ ୧୫ ବର୍ଷରୁ କମ୍ ଏବଂ ୨୦ ବର୍ଷରୁ କମ୍ ଚାମ୍ପିଅନସିପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ମାତ୍ର ପରେ କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ସଂଘକୁ ନିଲମ୍ବିତ କରିବା ପରେ ଏହି ଟୁର୍ନାମେଣ୍ଟ ବାତିଲ ହୋଇଯାଇଥିଲା।

ଲକ୍ଷ ଲକ୍ଷ କୁସ୍ତିଯୋଦ୍ଧାଙ୍କ କ୍ୟାରିୟର ହେଉଛି ନଷ୍ଟ 
ପୁରୁଖାଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ କୁସ୍ତିଯୋଦ୍ଧାଙ୍କୁ ଶେଷ ଥର ପାଇଁ ଜୁନିଅର ସ୍ତରରେ ଖେଳିବାର ସୁଯୋଗ ମିଳିଥିଲା। ମୁଜାଫରନଗର ଷ୍ଟାଡିୟମ ପ୍ରଶିକ୍ଷକ ପ୍ରଦୀପ କୁମାର କହିଛନ୍ତି ଯେ ଉତ୍ତର ପ୍ରଦେଶର ୯୦ ପ୍ରତିଶତରୁ ଅଧିକ ଆଖଡ଼ା ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ଚାଲିଥିବା ପ୍ରତିବାଦରେ ଆମ ସହି ରହିଛି। ଗୋଟିଏ ପକ୍ଷରେ କେବଳ ୩ ଜଣ ପୁରୁଖା ରେସଲର ଅଛନ୍ତି। ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ କୁସ୍ତିଯୋଦ୍ଧା ଅଛନ୍ତି। ସେମାନେ ଦେଶରେ ଲକ୍ଷ ଲକ୍ଷ କୁସ୍ତି ଖେଳାଳିଙ୍କ କ୍ୟାରିଅର ନଷ୍ଟ କରିଦେଇଛନ୍ତି। ଜାତୀୟ ପୁରସ୍କାର ପାଇଁ ସେମାନଙ୍କ ମନରେ କୌଣସି ସମ୍ମାନ ନାହିଁ। ଏହାକୁ ସେମାନେ ରାସ୍ତାରେ ଫୋପାଡ଼ି ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗାଟ ସେମାନଙ୍କର ସରକାରୀ ସମ୍ମାନ ଫେରାଇ ଦେଇଛନ୍ତି।

ଭାରତୀୟ କୁସ୍ତି ସଂଘରେ ବଡ଼ ପଦ ପାଇବାକୁ ଚାହୁଁଛନ୍ତି ପୁରୁଖା କୁସ୍ତିଯୋଦ୍ଧା
ପ୍ରଶିକ୍ଷକ ପ୍ରଦୀପ କୁମାର ଆହୁରି କହିଛନ୍ତି ଯେ ପୁରୁଖା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ କହୁଛନ୍ତି ଯେ ସେମାନେ ମହିଳା ଏବଂ କନିଷ୍ଠ କୁସ୍ତିଯୋଦ୍ଧାଙ୍କ ପାଇଁ ସଂଗ୍ରାମ କରୁଛନ୍ତି। ହେଲେ ସେମାନେ ଲକ୍ଷ ଲକ୍ଷ କୁସ୍ତିଯୋଦ୍ଧା କ୍ୟାରିଅର ନଷ୍ଟ କରି ଦେଇଛନ୍ତି। ହେଲେ ସେମାନେ ଭାରତୀୟ କୁସ୍ତି ସଂଘରେ ବଡ଼ ପଦ ପାଇବାକୁ ଚାହୁଁଛନ୍ତି। କୁସ୍ତି ସଂଘରେ ପୁରୁଖା କୁସ୍ତିଯୋଦ୍ଧାଙ୍କୁ ବଡ଼ ପଦ ମିଳି ଯିବା ପରେ ସେମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରଦର୍ଶନ ବନ୍ଦ ହୋଇଯିବ। ପ୍ରାୟ ବର୍ଷେ ପୂର୍ବେ ସେହି ୩ ଜଣ ବରିଷ୍ଠ କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବୃଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଦିଲ୍ଲୀ ଜନ୍ତର ମନ୍ତର ଠାରେ ଧାରଣା ଦେଇଥିଲେ। ସେତେବେଳେ ସେମାନଙ୍କୁ କୃଷକ ସଙ୍ଗଠନ, ସାମାଜିକ କର୍ମକର୍ତ୍ତା, ରାଜନେତା, ମହିଳା ସଙ୍ଗଠନ ଏବଂ ଅନ୍ୟ କୁସ୍ତିଯୋଦ୍ଧା ସମର୍ଥନ କରିଥିଲେ।

ବର୍ଷେ ପାଇଁ ଖରାପ ହୋଇଗଲା କନିଷ୍ଠ କୁସ୍ତିଯୋଦ୍ଧାଙ୍କ କ୍ୟାରିଅର 
ଗତ ବର୍ଷ ଜାନୁଆରୀ ମାସରୁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ସ୍ଥଗିତ ହୋଇଯାଇଛି। ଭାରତୀୟ କୁସ୍ତି ସଂଘକୁ ୨ ଥର ନିଲମ୍ବିତ କରାଯାଇଛି। ଏକ ଆଡ-ହକ୍ କମିଟି କୁସ୍ତି ପରିଚାଳନା କରୁଛି। ଆର୍ଯ୍ୟ ସମାଜ ଆଖାଡ଼ା ସହ ଜଡ଼ିତ ବିବେକ ମଲିକ କହିଛନ୍ତି କନିଷ୍ଠ କୁସ୍ତି ଯୋଦ୍ଧାଙ୍କ କ୍ୟାରିଅର ବର୍ଷେ ପାଇଁ ଖରାପ ହୋଇଯାଇଛି। ନବ ଗଠିତ କୁସ୍ତି ସଂଘ କୁସ୍ତିଯୋଦ୍ଧାଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେଇଥିଲା। ଯେଉଁମାନେ ଜିଲ୍ଲା କିମ୍ବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମଧ୍ୟ ଖେଳି ପାରିନଥିଲେ। ନୂତନ କୁସ୍ତି ସଂଘକୁ ମଧ୍ୟ ନିଲମ୍ବିତ କରି ଦିଆଯାଇଥିଲା। କୁସ୍ତି ସଂଘ ନିର୍ବାଚନ କୋର୍ଟ ନିର୍ଦ୍ଦେଶକ୍ରମେ ହୋଇଥିଲା। ହେଲେ ସଂଘକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇନଥିଲା। କୁସ୍ତି ସଂଘ ଉପରୁ ନିଲମ୍ବନ ହଟାଇ ଏହାକୁ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ।