First Kanwariya Ravana: କାହିଁକି ରାବଣକୁ କୁହାଯାଏ ପ୍ରଥମ କାଉଡ଼ିଆ? ଯାହାଙ୍କ ପାଇଁ ଦୂର ହୋଇଥିଲା ଶିବଙ୍କ ଦୁଃଖ
Advertisement
Article Detail0/zeeodisha/odisha1783899

First Kanwariya Ravana: କାହିଁକି ରାବଣକୁ କୁହାଯାଏ ପ୍ରଥମ କାଉଡ଼ିଆ? ଯାହାଙ୍କ ପାଇଁ ଦୂର ହୋଇଥିଲା ଶିବଙ୍କ ଦୁଃଖ

Kanwariya News: ଯଦି ପ୍ରାଚୀନ ଗ୍ରନ୍ଥ ଉପରେ ନଜର ପକାଯାଏ, ତାହେଲେ ପ୍ରଥମ କାଉଡ଼ିଆ ହେଉଛି ଲଙ୍କାଧିପତି ରାବଣ। ବେଦ ଅନୁସାରେ କାଉଡ଼ିଆ ପରମ୍ପରା ସମୁଦ୍ର ମନ୍ଥନ ସମୟରୁ ଆରମ୍ଭ ହୋଇଥିଲା।

First Kanwariya Ravana: କାହିଁକି ରାବଣକୁ କୁହାଯାଏ ପ୍ରଥମ କାଉଡ଼ିଆ? ଯାହାଙ୍କ ପାଇଁ ଦୂର ହୋଇଥିଲା ଶିବଙ୍କ ଦୁଃଖ

First Kanwariya Story: ଚଳିତ ବର୍ଷ ଜୁଲାଇ ୧୬ ତାରିଖରୁ ଶେଷ ହୋଇଛି ଶ୍ରାବଣ ମାସର କାଉଡ଼ି ଯାତ୍ରା। ଶିବ ଲିଙ୍ଗରେ ଜଳାଭିଷେକ କରିବା ପରେ କାଉଡ଼ିଆ ସେମାନଙ୍କ ଘରକୁ ଫେରି ଯାଇଛନ୍ତି। ହେଲେ କ'ଣ ଆପଣ ଜାଣଛନ୍ତି କାଉଡ଼ି ଯାତ୍ରା କ'ଣ? କାହିଁକି ହୋଇଥାଏ କାଉଡ଼ି ଯାତ୍ରା? ରାବଣକୁ କାହିଁକି ପ୍ରଥମ କାଉଡ଼ିଆ କୁହାଯାଏଯ

ମୋଟାମୋଟି ଭାବରେ କହିବାକୁ ଗଲେ, କାଉଡ଼ି ଯାତ୍ରା (Kanwar Yatra) ଶ୍ରାବଣ ମାସରେ (Shravan Month) ଆୟୋଜିତ ହୋଇଥାଏ। ଯାହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇ ମାସରେ ହୋଇଥାଏ। ଯେତେବେଳେ ମୌସୁମୀ ବର୍ଷାରେ ସମଗ୍ର ଦେଶ ଭିଜିଥାଏ। କାଉଡ଼ି ଯାତ୍ରା ଶ୍ରାବଣ ମାସରୁ ଆରମ୍ଭ ହୋଇଥାଏ। ଯାହା ଶ୍ରାବଣ ତ୍ରେୟାଦଶୀରୁ (Shravan Trayodashi) ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ଚାଲିଥାଏ। କାଉଡ଼ି ଯାତ୍ରା ସିଧା ସଳଖ ଗଙ୍ଗା ନଦୀର ପବିତ୍ର ଜଳ (Holy Water of Ganga River) ଏବଂ ଭଗବାନ ଶିବଙ୍କ (Lord Shiva) ସହିତ ଜଡ଼ିତ ରହିଛି।

ଶ୍ରାବଣ ମାସରେ ଆୟୋଜିତ ହେଉଥିବା କାଉଡ଼ି ଯାତ୍ରା ପାଇଁ କାଉଡ଼ିଆ ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାର, ଗୋମୁଖ ଏବଂ ଗାଙ୍ଗୋତ୍ରୀ ଠାରେ ପହଞ୍ଚିଥାନ୍ତି। ସେଠାରୁ ଗଙ୍ଗା ନଦୀର ପବିତ୍ର ଜଳ ନେଇ ନିଜ ବାସସ୍ଥାନ ନିକଟରେ ଥିବା ପ୍ରସିଦ୍ଧ ଶିବ ମନ୍ଦିରକୁ ଆଣିବା ପରେ ସେମାନେ ଚତୁର୍ଦ୍ଦଶୀ (Shravan Chaturdashi) ଦିନ ଜଳାଭିଷେକ କରିଥାନ୍ତି। କାଉଡ଼ି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ (Jalabhishek of Lord Shiva) କରାଯାଇଥାଏ। ଯାହାର ଅର୍ଥ ହେଉଛି ଉଭୟ ଜଳ ଏବଂ ଶିବଙ୍କ ଆରାଧନା।

କିଏ ଥିଲେ ପ୍ରଥମ କାଉଡ଼ିଆ? 
ଯଦି ପ୍ରାଚୀନ ଗ୍ରନ୍ଥ ଏବଂ ଐତିହାସିକ ତଥ୍ୟକୁ ବିଶ୍ୱାସ କରାଯାଏ, ତାହେଲେ କୁହାଯାଏ ଯେ ପ୍ରଥମ କାଉଡ଼ିଆ ଲଙ୍କାଧିପତି ରାବଣ (Lanka King Ravana) ଥିଲା। ବେଦ ଅନୁସାରେ କାଉଡ଼ିଆ ପରମ୍ପରା (Kanwariya Tradition) ସମୁଦ୍ର ମନ୍ଥନ ସମୟରୁ (Samudra Manthana) ଆରମ୍ଭ ହୋଇଥିଲା। ଯେତେବେଳେ ସମୁଦ୍ର ମନ୍ଥନ ସମୟରେ ବିଷ ବାହାରିଲା, ସେତେବେଳେ ତ୍ରାହି ତ୍ରାହି ଶୁଣିବାକୁ ମିଳିଲା। ଏହା ପରେ ଭଗବାନ ଶିବ ଏହାକୁ ନିଜ ବେକରେ ରଖିଥିଲେ। ଏହି କାରଣରୁ ଭଗବାନ ଶିବଙ୍କ ଭିତରେ ଯେଉଁ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥିଲା ତାହାକୁ ହଟାଇବା କାର୍ଯ୍ୟ ରାବଣ କରିଥିଲା। ଏଥିପାଇଁ ରାବଣ ତପସ୍ୟା ମଧ୍ୟ କରିଥିଲେ। ଏହା ପରେ ରାବଣ ପାଦରେ ଚାଲି ଚାଲି ଗଙ୍ଗା ନଦୀର ପବିତ୍ର ଜଳ ସଂଗ୍ରହ କରିଥଲା। ଗଙ୍ଗା ନଦୀରୁ ଜଳ ନେଇ ଫେରିବା ପରେ ରାବଣ ମହାଦେବ ମନ୍ଦିରରେ ଭଗବାନ ଶିବଙ୍କୁ ଗଙ୍ଗା ନଦୀର ଜଳ ସହିତ ଅଭିଷେକ କରାଇଥିଲା। ରାବଣ ଦ୍ୱାରା ଜଳାଭିଷେକ ହେବା ପରେ ଭଗବାନ ଶିବ ଏହି ନକାରତ୍ମକ ଶକ୍ତି କବଳରୁ ମୁକ୍ତ ହୋଇଥିଲେ।

କାଉଡ଼ି ଯାତ୍ରା ବାବଦରେ ଉଲ୍ଲେଖ କରିଛନ୍ତି ବ୍ରିଟିଶ
ଉନବିଂଶ ଶତାବ୍ଦୀର ଆରମ୍ଭରେ ତତ୍କାଳୀନ ବ୍ରିଟିଶ ସରକାର ଏବଂ ଅଧିକାରୀ ସେମାନଙ୍କ ଦ୍ୱାରା ପୁସ୍ତକ ଏବଂ ପ୍ରବନ୍ଧରେ ଭାରତ ବର୍ଷରେ ଆୟୋଜିତ ହେଉଥିବ କାଉଡ଼ି ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି। ଅନେକ ପୁରୁଣା ଚିତ୍ରରେ କାଉଡ଼ି ଯାତ୍ରା ଦର୍ଶାଯାଇଛି। ଦେଶ ସ୍ୱାଧିନ ହେବା ପରେ ଅର୍ଥାତ ୧୯୬୦ ଦଶକ ପର୍ଯ୍ୟନ୍ତ କାଉଡ଼ି ଯାତ୍ରା ସେତେ ଜାକଜମକରେ ହେଉନଥିଲା। ଧନୀ ମାରୱାଡ଼ି ସେଠ କିଛି ସାଧୁ ଭକ୍ତଙ୍କ ସହିତ ପାଦରେ ଚାଲି ଚାଲି ହରିଦ୍ୱାର କିମ୍ବା ବିହାର ସୁଲତାନଗଞ୍ଜ ଯାଇ ସେଠାରୁ ଗଙ୍ଗା ଜଳ ଫେରି ଆସୁଥିଲେ। ଯାହା ଭଗବାନ ଶିବଙ୍କୁ ଅଭିଷେକ କରିବା ପାଇଁ ବ୍ୟବହୃତ ହେଉଥିଲା। ୧୯୮୦ ଦଶକ ପରେ କାଉଡ଼ି ଯାତ୍ରା ଏକ ବଡ ଧାର୍ମିକ କାର୍ଯ୍ୟକ୍ରମରେ ପରିଣତ ହେବାକୁ ଲାଗିଲା। ଯାହା ବର୍ତ୍ତମାନ ସମୟରେ ଦେଶର କୋଣ ଅନୁକୋଣରେ ବେଶ ଜାକଜମକର ସହ ଆୟୋଜିତ ହେଉଛି।