Odisha Daily News Live: ବାରଣାସୀରୁ ନାମାଙ୍କନ ଭରିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2247298

Odisha Daily News Live: ବାରଣାସୀରୁ ନାମାଙ୍କନ ଭରିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ବାରଣାସୀରୁ ନାମାଙ୍କନ ଭରିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

14 May 2024
22:40 PM

Odisha Daily News Live: ରାତି ପାହିଲେ ରାଜ୍ୟରେ କମ୍ପିବ ନିର୍ବାଚନୀ ପ୍ରଚାର । ବିଜେପି ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଓଡ଼ିଶାରେ ପ୍ରଚାର କରିବେ । ସେହିପରି କଂଗ୍ରେସର ପ୍ରଚାର ପାଇଁ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି । ଅମିତ ଶାହ କାଲି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରରେ ପହଞ୍ଚିବା ପରେ 
ଆସିକାର ସୋରଡାରେ ଲୋକଙ୍କୁ ସମ୍ୱୋଧନ କରିବେ । ଏଥିସହ କଟକରେ ବିଶାଳ ରୋଡ ଶୋରେ ସାମିଲ ହେବେ । ଜେପି ନଡ୍ଡା ମଧ୍ୟ କାଲି ଦଳୀୟ କର୍ମଶାଳାରେ ଯୋଗଦେଇ ନେତୃବୃନ୍ଦଙ୍କୁ ମନ୍ତ୍ର ଦେବେ । ରାହୁଲ ଗାନ୍ଧି ବଲାଙ୍ଗିରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ।

22:05 PM

TOP 10 NEWS TODAY: ଦିନଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:31 PM

 Arvind Kejriwal: ଆପ୍ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ଆଣିଥିବା ଅସଦାଚରଣ ଅଭିଯୋଗକୁ ନେଇ ସ୍ପଷ୍ଟିକରଣ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ସ୍ୱୀକାର କରି କହିଛନ୍ତି, ଗତକାଲି ଏକ ନିନ୍ଦନୀୟ ଘଟଣା ଘଟିଛି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ( Arvind Kejriwal)ଙ୍କୁ ଭେଟିବାକୁ ଆସିଥିବା ସ୍ୱାତି ମାଲିୱାଲଙ୍କୁ ବୈଭବ କୁମାର ଦୁର୍ବ୍ୟବହାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀରତା ସହ ନେଇଛନ୍ତି ଏବଂ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି 

21:17 PM

Odisha Daily News Live:  କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଶ୍ୱଭୂଷଣ ଦାସ। ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି କାକଟପୁର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କାକଟପୁର ନିର୍ବାଚନ ମଣ୍ଡଳୀରେ ବିଶେଷତଃ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖି ଲଢେଇ ହୋଇଥାଏ। ଗତ ୨୦୦୯ରେ ବିଶ୍ୱଭୂଷଣ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୪ରେ ନିର୍ବାଚନରୁ ଓହରି ଯାଇଥିଲେ। ପୁନର୍ବାର ୨୦୧୯ରେ ବିଜେଡି ଠାରୁ କିଛି ଭୋଟ ବ୍ଯବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର ବିଜେଡିରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବାଇଧର ମଲ୍ଲିକ।

21:05 PM

Odisha Daily News Live: ବାଲେଶ୍ୱର-ପଶ୍ଚିମବଙ୍ଗ ସୀମାନ୍ତରେ ଚେକିଂ ସମୟରେ ବିପୁଳ ପରିମାଣର ସୁନା ଜବତ ହୋଇଛି । ପ୍ରାୟ ୧୫ କେଜି ସୁନା ମିଳିଥିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ, ସୁନାର ଦାମ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ । ଇଲେକ୍ସନ ପାଇଁ ଗାଡି ଯାଞ୍ଚ ସମୟରେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ସୁନା ଜବତ ହୋଇଛି । ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ସମୟରେ ଏତେ ପରିମାଣର ସୁନା ଗାଡି ଭିତରୁ ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ।

20:55 PM

Odisha Daily News Live: ବନ୍ୟାଦ୍ୱାରା ଧ୍ବସ୍ତ ବିଧ୍ବସ୍ତ କେନିୟାକୁ ୧୦ଲକ୍ଷ ଡଲାର ମୂଲ୍ୟର ସାମଗ୍ରୀ ସହାୟତା ପ୍ରଦାନ କରିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୨ଟନ ଓଜନର ସାମଗ୍ରୀ ପଠାଯାଇଛି। ଏଥିରେ ତମ୍ବୁ, କପଡ଼ା, ମୌଳିକ ସ୍ୟାନିଟାରୀ ଉତ୍ପାଦ, ଖାଦ୍ୟ, ସ୍ୱାସ୍ଥ୍ୟ ଉପକରଣ ,ପ୍ରଭୃତି ଅନ୍ତର୍ଭୁକ୍ତ। ଏହାକୁ ମାନବିକ ସହାୟତା ଭାବେ ଉଲ୍ଲେଖ କରିଛି ଭାରତ।

 

20:18 PM

Odisha Daily News Live: ନିକଟରେ ଦିଲ୍ଲୀ AIIMSର ଜଣେ ସିକ୍ୟୁରିଟି ଗାର୍ଡ OPD କାର୍ଡ ପାଇଁ ଲାଞ୍ଚ ଆକାରରେ ଟଙ୍କା ନେଉଥିବାର ଧରାପଡିଛନ୍ତି । ଜଣେ ଡାକ୍ତର ହିଁ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି । ଡାକ୍ତର ଏମ ଶ୍ରୀନିବାସ ନିୟମିତ ରାଉଣ୍ଡରେ ଥିଲେ। ଏହି ସମୟ ମଧ୍ୟରେ ସେ ଡାକ୍ତରୀ ୟୁନିଫର୍ମ ପିନ୍ଧି ନଥିଲେ ଏବଂ ମୁହଁରେ ମାସ୍କ ଲଗାଇଥିଲେ । ଦନ୍ତ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏକ ଓପିଡି କାର୍ଡ ବନେଇବାକୁ କହିଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଏହାର ପ୍ରତିବଦଳରେ ଲାଞ୍ଚ ଆକାରରେ ୫ଶହ ଟଙ୍କା ଦେବାକୁ କହିଥିଲେ। ଅଧିକ ପଢ଼ନ୍ତୁ

19:41 PM

Weather News: କିଛି ଦିନର ଆଶ୍ୱସ୍ତି ପରେ ପୁଣି ତାତି ବଢିବାକୁ ଯାଉଛି । ଆଗାମୀ ୪୮ ଘଣ୍ଟା ଅର୍ଥାତ ୨ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ୨ରୁ ୪ ଡିଗ୍ରୀ ବଢିବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । କାଳବୈଶାଖୀ ବର୍ଷା କାରଣରୁ ରାଜ୍ୟରେ କିଛିଦିନ ହେବ ତାତି ହ୍ରାସ ପାଇଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ପରବର୍ତ୍ତୀ ୩ଦିନ ମଧ୍ୟ ରାଜ୍ୟରେ ବର୍ଷାର କିଛି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ପରେ ବର୍ଷାର ପରିମାଣ କମିବା ସହ ତାତି ଧିରେ ଧିରେ ବଢିପାରେ । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

19:00 PM

ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସହଯୋଗରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ବିକାଶ ସମ୍ଭବ- ପ୍ରଫେସର ମହାନ୍ତି
 
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ଅଧ୍ୟକ୍ଷ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀ’ଙ୍କ ଜନ୍ମଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସାରଗର୍ଭକ ଇଣ୍ଟରଫେସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ  ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ପ୍ରମୁଖ ସଦସ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧ୍ୟାପନା ବିଭାଗର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗଙ୍କ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ଯୋଜନା, ପରିଯୋଜନା ଓ ଶୈକ୍ଷଣିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

18:00 PM

Odisha Daily News Live:  ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଗତକାଲି ନିର୍ବାଚନ  ପାଇଁ ଭୋଟଦାନ ଚାଲିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିଲା। ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଆକ୍ରମଣ ହେତୁ ତାଙ୍କର ଛାତିରେ ଆଘାତ ଲାଗିଥିଲା। ଏହା ଫୁସଫୁସ ଆଘାତ ଦେଇଥିବା ସନ୍ଦେହ କରାଯାଉଛି।

17:35 PM

Odisha Daily News Live: ପ୍ରଥମଥର ପାଇଁ ଭାରତୀୟ ବାୟୁସେନା ଜରୁରୀ କାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ କାଏମ ରଖିବା ଲାଗି ପୋର୍ଟେବଲ୍‍ ହସ୍‍ପିଟାଲ୍‍ ନିର୍ମାଣ କରି ତାହାକୁ ଆକାଶ ମାର୍ଗରୁ ତଳେ ପକାଇବାରେ ସଫଳ ହୋଇଛି। ଆଗ୍ରାଠାରେ ଏପରି କାର୍ଯ୍ୟକ ପରୀକ୍ଷାମୂଳକ ଭାବେ କରାଯାଇଥିଲା। ବାୟୁସେନାର ହେଲିକପ୍ଟର ଏହି ପୋର୍ଟେବଲ ହସ୍‍ପିଟାଲ୍‍କୁ ଆକାଶ ଛତା ସଂଯୋଗରେ ତଳକୁ ପକାଇଥିଲା, ଯାହା ସିଧା ହୋଇ ଭୂମି ସ୍ପର୍ଶ କରିବା ପରା ଆକାଶ ଛତା ମଉଳି ପଡ଼ିଥିଲା। 

17:15 PM

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ୩ ଗୁରୁତର

କେନ୍ଦୁଝର: ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୩ଜଣ  ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଟଣା ଢେଙ୍କିକୋଟ ୨୦୦ ନମ୍ୱର ଜାତୀୟ ରାଜପଥରେ ଏପରି ଦୁର୍ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ସ୍କୁଟି ପାଟଣା ପଟୁ ଆସୁଥିବା ସମୟରେ ବାଇକ ଢେଙ୍କିକୋଟ ପଟୁ ଆସୁଥିଲା । ଉଭୟ ଗାଡିର ବେଗ ଅଧିକ ଥିବାରୁ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ୨ ମୃତକଙ୍କ ପରିଚୟ ମଧ୍ୟ ମିଳିଛି । ସେମାନେ ହେଲେ ଗୋପାଳପୁର ଗାଁ ଯଦୁ ମୁଣ୍ଡା, ତଣ୍ଡ ଡୁମୁରିଆର ମିତ୍ରଭାନୁ ବେହେରା । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ସହ ଆମ୍ୱୁଲାନ୍ସକୁ କଲ କରିଥିଲେ ।  ଗୁରୁତର ଆହତଙ୍କୁ ପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

17:00 PM

Odisha Daily News Live:  ମୁଖ୍ୟମନ୍ତ୍ରୀ  ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍ ଶୋ’ କରିବେ। ନିର୍ବାଚନକୁ ଆଖିରେ ରଖି ଏହି ପ୍ରଚାର ଶୋ’ ଭୁବନେଶ୍ୱରରର ତିନୋଟିଯାକ ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁବାରଦିନ ଅପରାହ୍ଣରେ ଏହି ପଟୁଆର ଆୟୋଜନ କରାଯାଇଛି। ଯାହା କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ଛକରୁ ବାହାରି ରାଜଭବନ, କଳିଙ୍ଗ ଷ୍ଟାଡିୟମ ପରେ ବାୟାବାବା, ମଠ, ରୂପାଲି ଛକ ଓ ଶିଶୁ ଭବନରେ ପହଞ୍ଚିବ। ଏଠାରେ ଶୋଭାଯାତ୍ରା ଶେଷ ହେବ।

16:48 PM

Odisha Daily News Live:  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବିଜେଡି କ୍ଲିନ୍‍ ସ୍ୱିପ୍‍ କରିବ ବୋଲି କହିଛନ୍ତି ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ଏହି ପର୍ଯ୍ୟାୟରେ ହୋଇଥିବା ୨୮ ବିଧାନସଭା ଆସନରୁ ଦଳ ସର୍ବନିମ୍ନ  ୨୪ଟିରେ ଜିତିବ ବୋଲି କହିଛନ୍ତି। ଦୁଇଟିରେ କଂଗ୍ରେସ ସହ ଏବଂ ଗୋଟିଏ ବିଧାନସଭା ଆସନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ୍‍। ଅପରପକ୍ଷେ ଲୋକସଭା ଆସନ ସମ୍ପର୍କରେ କହିବା କଷ୍ଟକର ବୋଲି ସେ କହିଛନ୍ତି। ୨୦୧୯ରେ ଏହି ନିର୍ବାଚନ ମଣ୍ଡଳୀରେ ୨୦ଟି ଆସନ ଜିତିଥିଲା ବିଜେଡି। 

16:30 PM

Odisha Daily News Live: ୟୁନେସ୍କୋ ବିଶ୍ୱ- ଏସିଆ ପ୍ରଶାନ୍ତ ମହସାଗରୀୟ ଉପଖଣ୍ଡ ପଞ୍ଜିକାରେ ସ୍ଥାନ ପାଇଛି ଭାରତର ଲୋକପ୍ରିୟ ପୁରାଣଶାସ୍ତ୍ର ରାମଚରିତ ମାମନସ, ପଞ୍ଚତନ୍ତ୍ର ଏବଂ ସର୍ଦ୍ଦୟା ଲୋକ-ଲୋଚନ। ଭାରତ ସରକାରଙ୍କ ପିଆଇବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ଏକ ଗୌରବାନ୍ୱିତ କ୍ଷଣ ବୋଲି ଅଭିହିତ କରିଛି ୟୁନେସ୍କୋ।

16:26 PM

Mandi News: ୪ କୋଟି ଟଙ୍କାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେଲେ ମାଆ ବଗଳାମୁଖୀ

Maa Baglamukhi Temple: ମାଆ ବଗଳାମୁଖୀଙ୍କୁ ବର୍ତ୍ତମାନ ନିର୍ମିତ ହୋଇଥିବା ନୂଆ ମନ୍ଦିରରେ ସ୍ଥାପନା କରାଯାଇଛି । ନୂତନ ମନ୍ଦିର ନିର୍ମାଣ ପାଇଁ ମୋଟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସମୟରେ କାର୍ଯ୍ୟ ଶେଷ କରିବାକୁ ୭ ବର୍ଷ ଲାଗିଥିଲା । ଅଧିକ ପଢ଼ନ୍ତୁ

16:00 PM

Odisha Daily News Live: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨୦ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିରେ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। ଏଥିଲାଗି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସମୁଦାୟ ୨୬୫ ପ୍ରାର୍ଥୀ ବିଧାନସଭାରେ ବିଧାୟକ ହେବାକୁ ଲଢ଼ୁଛନ୍ତି। ଏହି ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁସାରେ ୮୭ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେଥିରୁ ୭୦ ଜଣ ଜଘନ୍ୟ ଅପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି। ୯୫ଜଣ କୋଟିପତି ମଇଦାନରେ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩କୋଟି ୯୮ ଲକ୍ଷରୁ ଅଧିକ ବୋଲି ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ ( ଏଡିଆର) ପକ୍ଷରୁ କୁହାଯାଇଛି।

15:45 PM

Top 10 News Today: ସଂକ୍ଷେପରେ ଅପରାହ୍ନର ୧୦ ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:25 PM

ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

ଭୁବନେଶ୍ୱର: ବଡ଼ମ୍ବାରେ ପ୍ରଚାର କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ । ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ। ୫ ବର୍ଷ ଖୋଜିବେ ପାଇବେ ନାହିଁ। ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍। ଅଧିକ ପଢ଼ନ୍ତୁ

13:49 PM

Odisha News Live Updates: ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି
ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ସହ  ୨୮ ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି। ଆଗକୁ ରାଜ୍ୟରେ ବିଜେପି ସରକାର କରିବା ସହ  ୧୬ଟି ଲୋକସଭା ଆସନ ବିଜେପି ଜିତିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି। ଏଣେ  ଚାରୋଟି ଲୋକସଭା ଆସନ ସହ ୨୦ରୁ ଅଧିକ ବିଧାନସଭା ଆସନ ଜିତିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଦୃଢୋକ୍ତି କରିଛନ୍ତି।

13:47 PM

Odisha News Live Updates: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ୨୪ଟି ବିଧାନସଭା ଆସନରେ ବିଜୟୀ ହେବ: ଭିକେ ପାଣ୍ଡିଆନ
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବ କେତେ ଆସନ , ଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ। ଏଣେ ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଛୁଆ ବୋଲି ସମସ୍ତେ ଜାଣୁଥିଲେ କିନ୍ତୁ ଏବେ ସେ ସୁପର ମିଛୁଆ। କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଲେ ୫୦ କୋଟି ଟଙ୍କା ନବକଳେବର ସମୟରେ ଦିଆଯାଇଛି। କିନ୍ତୁ ଏହା ମିଛ।

13:45 PM

Odisha News Live Updates: ରାସ୍ତା ମଝିରେ ଅପହରଣ ଦୃଶ୍ୟର ରିଲ୍‌ ବନାଇ ଫସିଗଲେ
ଆଜିକାଲି ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଥିମ୍‌କୁ ନେଇ ରିଲ୍ସ ବନାଯାଉଛି। ନିକଟରେ ହାତ ବନ୍ଧା ହୋଇଥିବା ଜଣେ ବ୍ୟକ୍ତି ଅସହାୟ ଭାବରେ ସଂଘର୍ଷ କରୁଥିବା ବେଳେ ଅନ୍ୟ ଜଣେ ତାଙ୍କୁ ଏକ ବ୍ୟସ୍ତବହୁଳ ରାସ୍ତାରେ ଅପେକ୍ଷା ଛିଡ଼ା ହୋଇଥିବା କାରରେ ବସାଇବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ଭାଇରଲ୍‌ ହୋଇଥିଲା। ଏହା ସତ ଘଟଣା ନଥିଲା, ଏପରି ଭିଡିଓ ସୁଟ୍‌ ଏକ ରିଲ୍‌ର ଥିମ୍‌ ଅନୁସାରେ କରାଯାଉଥିଲା। ଉତ୍ତରପ୍ରଦେଶର ନୋଏଡାଠାରେ ଏକ ଅପହରଣର ଏହି ନାଟକୀୟ ଦୃଶ୍ୟ କିନ୍ତୁ ପୁଲିସ୍‌କୁ ପସନ୍ଦ ଆସିନାହିଁ। ଯାହାଫଳରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। 

13:41 PM

Odisha News Live Updates: ପୋଲିସ ଅତ୍ୟଚାର ସହି ନପାରି ଝୁଲିପଡିଲେ ପରିବା ବ୍ୟବସାୟୀ
ପୁଲିସ୍‌ ଅଧିକାରୀଙ୍କ ନିର୍ଯାତନା ଅତିଷ୍ଠ କଲା। ବିଚ୍‌ ରାସ୍ତାରେ ବିନା କାରଣରେ ବେଇଜ୍ଜତ କଲେ, ପାଖରେ ଥିବା ଟଙ୍କା, ପଇସା ଛଡ଼ାଇ ନେଲେ। ଏହା ଅସହ୍ୟ ହେବାରୁ ଶେଷରେ ଜଣେ ପରିବା ବ୍ୟବସାୟୀ ଝୁଲି ପଡ଼ିଥିବା ଜଣାଯାଇଛି। ମୃତ୍ୟୁ ପୂର୍ବରୁ ବ୍ୟବସାୟୀଜଣକ ଏକ ଭିଡିଓ ମେସେଜ କରି ନିଜ ଉପରେ ହୋଇଥିବା ନିର୍ଯାତନାର କାହାଣୀ ବଖାଣିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଆତ୍ମହତ୍ୟା କରିଥିବା ପରିବା ବ୍ୟବସାୟୀଜଣକ ହେଉଛନ୍ତି ସୁଶୀଲ କୁମାର।

12:58 PM

Odisha News Live updates: ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ; ପୁଲିଂ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍‌
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୁଲିଂ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍‌। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତମୁଗୋଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଶିକ୍ଷକ ଜଣଙ୍କ ହେଲେ ଖଇରପୁଟ ଏମ ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ। ଗତକାଲି ଇନ୍ଦ୍ରଜିତ ନିର୍ବାଚନ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତମୁଗୋଡ଼ା ନିକଟରେ ଶିକ୍ଷକଙ୍କୁ ବସ୍‌ ଧକ୍କା ଦେଇଥିଲା। ଇନ୍ଦ୍ରଜିତ ଛିଟିକି ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ବସ୍‌ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

12:40 PM

Odisha News Live Updates: କାଲି କଟକରେ ରୋଡ୍‌ ଶୋ’ କରିବେ ଅମିତ ଶାହ
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ଜପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି  କଟକ ରୋଡ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସୂତ୍ରରୁ ସୂଚନା ରହିଛି।

12:13 PM

Odisha News Live Updates: ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି
ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପର୍ଶୁରାମ ଧଡ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

12:10 PM

Odisha News Live Updates: ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ଏନଡିଏ ଏବଂ ବିଜେପିର ବରିଷ୍ଠ ନେତାମାନେ କଲେକ୍ଟର ଅଫିସରେ ଉପସ୍ଥିତ ଥିଲେ। ସିଏମ୍ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

 

12:07 PM

Odisha News Live Updates: ସଫଳ ହେବେ ମୋଦୀ: କେଶବ ମୌର୍ଯ୍ୟ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ଉପରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ରାଣ୍ଡ ରୋଡ୍ ସୋ ସମଗ୍ର କାଶୀ, ଉତ୍ତରପ୍ରଦେଶ ଏବଂ ଦେଶକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଶନ ନିଶ୍ଚିତ ଭାବେ ସଫଳ ହେବ, ସେ ଗୋଟିଏ ପୃଥିବୀ ଏବଂ ଗୋଟିଏ ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରନ୍ତି।

12:04 PM

Odisha News Live Updates: କାଳଭୈରବଙ୍କ ଦର୍ଶନ ପରେ ନାମାଙ୍କନ ପାଇଁ ଆସିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀର କାଳଭୈରବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀ ଲୋକସଭା ଆସନରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବାରଣାସୀରୁ ସାଂସଦ ରହିଛନ୍ତି। କାଳଭୈରବ ମନ୍ଦିରରେ ପ୍ରାର୍ଥନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ ବାରଣାସୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଗସ୍ତ କରିଥିଲା। 

12:03 PM

Odisha News Live Updates: ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀ ଲୋକସଭା ଆସନରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ବାରଣାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ ଜିଲ୍ଲାପାଳ ଅଫିସ ଭିତରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ପ୍ରସ୍ତାବକ ସଂଗ୍ରହରେ ପହଞ୍ଚି ସାରିଛନ୍ତି। କଲେକ୍ଟର ବାହାରେ ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରିଛନ୍ତି।

10:40 AM

Odisha News Live Updates: ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ
ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିଯିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

10:39 AM

Odisha News Live Updates: ପ୍ରଦୀପ ପାଣିଗ୍ରାହୀ ଗୁରୁତର; ଏମ୍ସ ସ୍ଥାନାନ୍ତର
ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

10:37 AM

Odisha News Live Updates: କଟକରେ ରୋଡ୍ ସୋ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଆଗରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହଙ୍କର ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏବେ ସେ ଆସନ୍ତାକାଲି (୧୫ ତାରିଖ) ଓଡ଼ିଶା ଗସ୍ତରେ ଆସି ସୋରଡ଼ା ଓ ବୌଦ୍ଧରେ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି। ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକରେ ରୋଡ୍ ସୋ କରିବେ। ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁରରେ ନିର୍ବାଚନ ବିଗୁଲ୍‌ ବଜାଇଥିଲେ। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ। ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।

09:49 AM

Odisha News Live updates: ମାଆ ଗଙ୍ଗା ମୋତେ କୋଳେଇ ନେଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣାସୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସହରର ଦାଶସ୍ୱାମେଧ ଘାଟକୁ ଯିବାବେଳେ ଲୋକଙ୍କୁ ଅଭିବାଦନ ଜଣାଇ ସେଠାରେ ଗଙ୍ଗା ନଦୀରେ ପ୍ରାର୍ଥନା କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀ ସହ ତାଙ୍କର ସମ୍ପର୍କ (ବାରାଣାସୀର ଅନ୍ୟ ନାମ) ଅବିଚ୍ଛେଦ୍ୟ ଏବଂ ତୁଳନାତ୍ମକ ନୁହେଁ। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାଶୀ ପ୍ରତି ଥିବା ପ୍ରେମ ଏବଂ ଗଙ୍ଗା ନଦୀ ସହିତ ତାଙ୍କର ସମ୍ପର୍କ କିପରି ବର୍ଷ ବର୍ଷ ଧରି ବିକଶିତ ହୋଇଛି ସେ ବିଷୟରେ କହିଛନ୍ତି। ଏକ ଭିଡିଓ ସେୟାର କରି ମୋଦୀ ଗଙ୍ଗା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ସଂପର୍କରେ ଜଣାଇଛନ୍ତି।

09:41 AM

Odisha News Live Updates: ନୂଆପଡ଼ା: ନକ୍ସଲ ପ୍ରଭାବିତ ଅଞ୍ଚଳରେ ୭୦ ପ୍ରତିଶତ ମତଦାନ
ନୂଆପଡ଼ା ଜିଲ୍ଲା ନକ୍ସଲ ପ୍ରଭାବିତ ବିଧାନସଭା ଆସନରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି। ମୋଟ୍‌ ୭୦ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ଥର ପାଇଁ ନକ୍ସଲ ଏହି ନିର୍ବାଚନରେ ହିଂସା ଘଟାଇ ପାରିନଥିଲେ। ମାଓପ୍ରବଣ ଅଞ୍ଚଳ ସୁନାବେଡ଼ା, ସୋସେଙ୍ଗ, ଗାତିବେଡ଼ା, ଜାମଗାଁ, ଦେଓସିଲ ବୁଥରେ ନିର୍ବାଚନ ପାଇଁ ସିଆରପିଏଫ, ଆଟିବିପି, ଆଇଆରବି, ଏସଓଜି, ଜିଲ୍ଲାପାଳ ସହ ୫ ହଜାର ଫୋର୍ସ ସୁରକ୍ଷା ବ୍ୟବସ୍ଥାକୁ ଦେଖି ମୁତୟନ କରାଯାଇଥିଲା।

09:10 AM

Odisha News Live updates: ନାରାୟଣପୁରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା
ଛତିଶଗଡ଼ର ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛତିଶଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଅଜଣା ବ୍ୟକ୍ତି । ସୋମବାର ରାତି ପ୍ରାୟ ୯ଟାରେ ରାସ୍ତାରେ ବିକ୍ରମଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୁଳି କରିଥିଲେ । ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ହୋଇଯାଇଛି । ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ଟିମ୍।

09:05 AM

Odisha News Live Updates: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ
କାଁଭାଁ ବ୍ୟତିକ୍ରମ ଏବଂ ଅବ୍ୟବସ୍ଥା ସତ୍ତ୍ବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ବାତାବରଣରେ ନିର୍ବାଚନ ସଂପନ୍ନ ହୋଇଛି। କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ୬୦ପ୍ରତିଶତରୁ ଊର୍ଦ୍ଧ୍ବ ମତଦାନ ହୋଇଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୭୭ପ୍ରତିଶତ ଭୋଟ୍‌ ପଡ଼ିଥିବା ସୂଚନା ମିଳିଛି। ‌ସେହିପରି ମାଲକାନଗିରି ଜିଲ୍ଲା ବ୍ୟତୀତ ଅନ୍ୟ ତିନିଟି ଜିଲ୍ଲାରେ ଭୋଟ୍‌ ବର୍ଜନ ନିଷ୍ପତ୍ତିରେ ଅଟଳ ରହି ଶହ ଶହ ଭୋଟର ମତଦାନ କରିନାହାନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ନବରଙ୍ଗପୁର ଜିଲ୍ଲାର କିଛି ବୁଥ୍‌ରେ ମତଦାନ ଜାରି ରହିଥିଲା।

09:04 AM

Odisha News Live Updates: ଆଜି ପୁଣି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା
ପୁଣି ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଓଡ଼ିଶାରେ ଆସିବେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ ୨ଟା ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ ଆସାମ ମୁଖ୍ୟମନ୍ତ୍ରୀ।

09:04 AM

Odisha News LIve Updates: ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଲାଗି ନାମାଙ୍କନା ଦାଖଲ କରିବେ। ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ବାରଣାସୀରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ ସେ ଗଙ୍ଗା ସ୍ନାନ କରି ପଟୁଆରରେ ବାହାରିବା କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ବିଶାଳ ରୋଡ ଶୋ’ରେ ଯୋଗ ଦେଇଥିଲେ। ରାସ୍ତାର ଦୁଇକଡ଼ରେ ଗେରୁଆ ବସ୍ତ୍ରଧାରୀଙ୍କ ସମାଗମରେ ପୂରା ସହର ଗେରୁଆ ପରିଦୃଶ୍ୟ ହୋଇଥିଲା। 

09:03 AM

Odisha News Live Updates:  ହୋର୍ଡିଂ ଭୁଶୁଡ଼ି ୧୪ ଜଣଙ୍କ ମୃତ୍ୟୁ, ୪୦ ଗୁରୁତର ଆହତ
ମୁମ୍ବାଇର ଘାଟକୋପର ଅଞ୍ଚଳରେ ଏକ ବିରାଟ ବଡ଼ ହୋର୍ଡିଂ ଭୁଶୁଡ଼ିପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅତି କମରେ ୪୦ ଜଣ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜଣକର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ଏହି ଦୁର୍ଘଟଣା ପରେ ମୁମ୍ବାଇର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପନ୍ତନଗର ପୋଲିସ ଷ୍ଟେସନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋର୍ଡିଂ କମ୍ପାନୀ ଇଗୋ ମିଡିଆର ମାଲିକ ଭାବେଶ ଭିଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। 

 

09:02 AM

Odisha News Live Updates: ଏହି ସବୁ ରାଶିଙ୍କୁ ରହିଛି ଅର୍ଥପ୍ରାପ୍ତି ଯୋଗ, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୪ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

09:01 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।