Jagannath Rath Yatra 2023 : ମହାପ୍ରଭୁଙ୍କ ରଥଯାତ୍ରା
Advertisement

Jagannath Rath Yatra 2023 : ମହାପ୍ରଭୁଙ୍କ ରଥଯାତ୍ରା

ନମସ୍କାର ବନ୍ଧୁଗଣ। ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଜୀ ଓଡ଼ିଶା ନ୍ୟୁଜ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତେବେ ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ରଥଯାତ୍ରା ଭିତିରି କଥା ଜଣାଇବାକୁ ଚେଷ୍ଟା କରୁଛୁ। ରଥଯାତ୍ରା ସମ୍ପର୍କିତ ଟିକିନିକି ଖବର ଜାଣିବା ପାଇଁ ଆମ ସହି

Jagannath Rath Yatra 2023 : ମହାପ୍ରଭୁଙ୍କ ରଥଯାତ୍ରା
LIVE Blog

Rath Yatra 2023 LIVE: ନମସ୍କାର ବନ୍ଧୁଗଣ। ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଜୀ ଓଡ଼ିଶା ନ୍ୟୁଜ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତେବେ ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ରଥଯାତ୍ରା ଭିତିରି କଥା ଜଣାଇବାକୁ ଚେଷ୍ଟା କରୁଛୁ। ରଥଯାତ୍ରା ସମ୍ପର୍କିତ ଟିକିନିକି ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

20 June 2023
15:10 PM

Jagannath Rath Yatra 2023 LIVE: ବଡ଼ ଦାଣ୍ଡରେ ବଡଠାକୁରଙ୍କୁ ରଥରେ ବସାଇ ଟାଣି ନେଉଛନ୍ତି ଭକ୍ତଗଣ। 

14:19 PM

Jagannath Rath Yatra 2023 LIVE: ସରିଲା ଛେରା ପହଁରା ନୀତି। ଆରମ୍ଭ ହେଲା ରଥଟଣା।

14:01 PM

Jagannath Rath Yatra 2023 LIVE: ରଥଯାତ୍ରାରେ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ୧୦ ଲକ୍ଷ ଭକ୍ତଙ୍କ ଜନସମାଗମ।

13:55 PM

ଆରମ୍ଭ ହେଲା ଛେରା ପହଁରା କାର୍ଯ୍ୟକ୍ରମ। ଗଜପତି ମହାରାଜ ଦିବ୍ୟସିଂହଦେବ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଦେବଦଳନରେ କରିଛନ୍ତି ଛେରାପହଁରା। 

13:34 PM

Jagannath Rath Yatra 2023 LIVE: ଛେରା ପହଁରା ପାଇଁ ଆସିଲେ ଗଜପତି ମହାରାଜ। ସୁନା ଖଡିକାରେ ତିନି ରଥରେ କରିବେ ଝାଡ଼ୁ। 

13:07 PM

Jagannath Rath Yatra 2023 LIVE: ରଥ ପରିକ୍ରମା କରୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ

12:53 PM

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଜୀ ଓଡ଼ିଶାର ପ୍ରତିଟି ଦର୍ଶକଙ୍କୁ ଅନେକ ଅନେକ ଶୁଭେଚ୍ଛା। 

 

11:35 AM

Jagannath Rath Yatra 2023 LIVE: ସରିଲା ପହଣ୍ଡି। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। 

11:35 AM

ସରିଲା ପହଣ୍ଡି। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। 

11:26 AM

Jagannath Rath Yatra 2023 LIVE: ଭକ୍ତଙ୍କ ମେଳରେ ଝୁଲି ଝୁଲି ଆସୁଛନ୍ତି କାଳିଆ ଠାକୁର। ନନ୍ଦିଘୋଷକୁ ଅଗ୍ରସର ହେଉଛନ୍ତି ଜଗନ୍ନାଥ। 

 

11:24 AM

Jagannath Rath Yatra 2023 LIVE: ଗୋଟି ପହଣ୍ଡିରେ ଆସିଲେ କାଳିଆ ସାଆନ୍ତ। ନନ୍ଦିଘୋଷରେ ରଥାରୁଢ ହେବେ କାଳିଆ ସାଆନ୍ତ।

11:14 AM

Jagannath Rath Yatra 2023 LIVE: ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା। ଗୋଟି ପହଣ୍ଡିରେ ଆସି ରଥରେ ବିଜେ ହେଲେ ମହାପ୍ରଭୁ। 
ପ୍ରଥମେ ଆସିଥିଲେ ସୁଦର୍ଶନ। ବଡ଼ ଠାକୁରଙ୍କ ପଛେ ପଛେ ଆସିଥିଲେ ଭଉଣୀ ସୁଭଦ୍ରା।
ଯିବେ ମାଉସୀ ଘର । ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା

09:02 AM

Jagannath Rath Yatra 2023 LIVE: ରଥରେ କାଳିଆକୁ ଦେଖିବାକୁ ଭକ୍ତଙ୍କ ଭିଡ଼। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ। ଅପେକ୍ଷାରେ ତାଳଧ୍ୱଜ।

08:57 AM

Rath Yatra 2023 LIVE: ଚାଲିଛି ସୁଦର୍ଶନଙ୍କ ପହଣ୍ଡୀ ନୀତି। ଦେଖନ୍ତୁ ଲାଇଭ

08:55 AM

Jagannath Rath Yatra 2023 LIVE: ଆରମ୍ଭ ହେଲା ପହଣ୍ଡି ନୀତି। ଗୋଟି ପହଣ୍ଡିରେ ଆସିବେ ମହାପ୍ରଭୁ

08:53 AM

Jagannath Rath Yatra 2023 LIVE: ଆଜି ରତ୍ନବେଦୀ ଛାଡି ଜନ୍ମ ସ୍ଥାନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତୀ। ସେଥିପାଇଁ ସକାଳୁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ।