Odisha News Live Updates: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2253945

Odisha News Live Updates: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

19 May 2024
22:57 PM

Election 2024: ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅତ୍ୟଧିକ ଗରମ ଓ ହିଟ୍ ୱେବ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ପଢ଼ନ୍ତୁ ପୂରା ଖବର...

22:21 PM

Ebrahim Raisi Helicopter Crash: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣା ପରେ ରାଇସିଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଏହାର କାରଣ ହେଉଛି ଯେ ଏପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଆଭ୍ୟନ୍ତରୀଣ ମନ୍ତ୍ରୀ ଅହମ୍ମଦ ୱାହିଦି ଷ୍ଟେଟ୍ ଟିଭିକୁ କହିଛନ୍ତି, "ରାଷ୍ଟ୍ରପତି ଓ ତାଙ୍କ ସହ କିଛି ଲୋକ ହେଲିକପ୍ଟର ଯୋଗେ ଫେରୁଥିଲେ। ଖରାପ ପାଗ ଓ କୁହୁଡ଼ି ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିବ ବୋଲି ସେ କହିଛନ୍ତି ଯେ ବିଭିନ୍ନ ଉଦ୍ଧାରକାରୀ ଦଳ ଏହି ଅଞ୍ଚଳକୁ ଯାଉଛନ୍ତି, କିନ୍ତୁ ଖରାପ ପାଗ ଓ କୁହୁଡ଼ି ଯୋଗୁଁ ହେଲିକପ୍ଟରରେ ପହଞ୍ଚିବା ପାଇଁ ସମୟ ଲାଗିପାରେ।"

 

19:39 PM

PM Modi In Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଆଜି ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ରାଜ୍ୟ ସଭାପତିଙ୍କ ସହ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

19:36 PM

Delhi Weather Report: ଦିଲ୍ଲୀରେ ପ୍ରବଳ ଗରମ ହେଉଛି। ଦିଲ୍ଲୀରେ ଅତ୍ୟଧିକ ଗରମ ଓ ହିଟ୍ ୱେବ ବିଷୟରେ ପାଣିପାଗ ବିଭାଗ ଏକ ରେଡ୍ ଆଲର୍ଟ ଜାରି କରିଛି। ସଫଦରଜଙ୍ଗ ଅବଜରଭେଟୋରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ରବିବାରର ସର୍ବାଧିକ ଉତ୍ତାପ ରେକର୍ଡ କରିଛି। ଯେଉଁଥିରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରହିଛି। ବରିଷ୍ଠ ଆଇଏମଡି ବୈଜ୍ଞାନିକ ନରେଶ କୁମାର କହିଛନ୍ତି ଯେ ଆସନ୍ତା ଏକ ସପ୍ତାହ ପାଇଁ ବର୍ତ୍ତମାନର ପରିସ୍ଥିତି ଜାରି ରହିବ।

18:39 PM

Iran president helicopter crash: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦିନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦେଶର ଅର୍ଥମନ୍ତ୍ରୀ ମଧ୍ୟ ରାଇସିଙ୍କ ସହ ହେଲିକପ୍ଟରରେ ଥିଲେ। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

18:28 PM

Odisha News Live Updates: ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ହେବ ।

14:44 PM

Monsoon Update 2024: ଭାରତର କୃଷି ଭିତ୍ତିକ ଅର୍ଥନୀତିର ଲାଇଫ୍ ଲାଇନ୍ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ଦିନ ଦେଶର ଦକ୍ଷିଣତମ ଅଞ୍ଚଳ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ଏହି ସୂଚନା ଦେଇଛି। 

13:41 PM

Samir Dash: ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି(BJD) ଛାଡିଥିଲେ ସମୀର ଦାଶ। ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ ।

13:11 PM

Odisha News Live Updates: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାର ଲୋକ। ମିଳିଥିବା ସୂଚନା ଅନୁଯାଇ ରାଜେନ୍ଦ୍ର ପଳେଇ ଘର ଦରାଖୁଳି ଅଂଚଳ ରେ ଗତ 16 ତାରିଖ ସନ୍ଧ୍ୟା ସମୟରେ ବାରିପଦା ରୁ ସାଇକେଲ ରେ ଯାଉଥିବା ସମୟରେ ଏକ ବେପରୁଆ ଦ୍ରୁତ ଗତି ରେ ଆସୁଥିବା ବାଇକ ଚାଳକ ଧକ୍କା ମାରି ପଳେଇ ଯାଇଥିଲା ସେଠାରେ ସିଏ ଆହତ ପଡ଼ିଥିବା ର ଦେଖି ସ୍ଥାନୀୟ ଲୋକ ମାନେ prm ମେଡିକାଲ କଲେଜ ରେ ଭର୍ତ୍ତା କରିଥିଲେ. Prm ମେଡିକାଲ କଲେଜ ରେ ଏକ ଟ୍ରମା ସେଣ୍ଟର ନଥିବା ସାଙ୍ଗକୁ କଟକ SCB ମେଡିକାଲ କୁ ରେଫର ନକରିବାରୁ ଏବଂ ଏଠାରେ ଚିକତ୍ସା ଅଭାବ ରୁ ମୃତ୍ୟୁ ହୋଇଥିବା ର ଅଭିଯୋଗ କରିଛନ୍ତି ପରିବାର ର ଲୋକ।

12:41 PM

Weather Report: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । କାଁଭାଁ କାଳବୈଶାଖୀ ଦେଖିବାକୁ ମିଳୁଛି । ସେହିପରି ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ଏହା ଉତର ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

12:11 PM

Supplementary Exam:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ର ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୫ ତାରିଖରେ ଆରମ୍ଭ ହେବ ବୋଲି ଜଣାପଡିଛି।  ଏନେଇ ସିବିଏସଇ ପକ୍ଷରୁ ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରାଯିବ।  ସୂଚନାଯୋଗ୍ୟ, ଗତ ସୋମବାର  ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଗୋଟିଏ କିମ୍ବା ୨ ଟି ବିଷୟରେ ଫେଲ୍ ହୋଇଥିବା ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।  ଏନେଇ ସେମାନଙ୍କୁ ସୁଯୋଗ ମିଳିବ। ଏ-ସମ୍ପର୍କରେ ସମସ୍ତ ବିବରଣୀ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ଜଣାପଡିଛି। 

10:38 AM

Weather Report: ଦେଶର ଅନେକ ରାଜ୍ୟରେ ଏବେ ନିଆଁ ବର୍ଷା ହେବା ଭଳି ଅନୁଭୂତ ହେଉଛି। ଲୋକମାନେ ଖରା, ଗରମରେ ଡହଳ ବିକଳ ହେଉଛନ୍ତି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ପାଖାପାଖି ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବାବେଳେ ଦିଲ୍ଲୀ ଏନସିଆରର ଲୋକମାନେ ଗ୍ରାଷ୍ମ ପ୍ରବାହ ଫଳରେ ଆଉଟୁପାଉଟୁ ହେଉଛନ୍ତି। ହିଟ୍ ୱେଭକୁ ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) । ସେପଟେ ଦେଶର କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଠି।ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ 'ଅରେଞ୍ଜ' ଆଲର୍ଟ ଜାରି ହୋଇଥିବା ବେଳେ ଆଇଏମଡି ରବିବାର ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଏକ ରେଡ୍ ଆଲର୍ଟ ଜାରି କରିଛି ବିଭାଗ। ଏହି ଅବଧି ମଧ୍ୟରେ, ଅନେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏହି ବିଷୟରେ, IMD ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।

10:02 AM

Vibhav Kumar arrested: AAP ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଗୃହରୁ ଅଟକ ରଖାଯାଇ ପଛ ଫାଟକରୁ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିଭବ କୁମାରଙ୍କୁ ପୋଲିସ ଷ୍ଟେସନକୁ ନେଇ ଗିରଫ ପ୍ରକ୍ରିୟା ଶେଷ ହୋଇଥିଲା। ଏହାସହ ବିଭବ କୁମାରଙ୍କୁ ପଚରାଉଚରା କରିଥିଲେ। ବର୍ତ୍ତମାନ ପୋଲିସ ବିଭବ କୁମାରଙ୍କୁ ୩୦ ହାଜାରି କୋର୍ଟରେ ହାଜର କରିବ। ପୋଲିସ ତାଙ୍କୁ ରିମାଣ୍ଡରେ ନେଇପାରେ ବୋଲି ଆଲୋଚନା ହେଉଛି।

09:34 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୫ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୨ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଲିଟର ପିଛା ୧ ପଇସା  ଓ ଡିଜେଲ୍ ଲିଟର ପିଛା ୨ ପଇସା ହ୍ରାସ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ . ୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:18 AM

Gold Rate: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪, ୬୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ରେ ୮୦୦ ଓ ୨୪ କ୍ୟାରେଟ୍ ରେ ୮୭୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୭୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୮୦୦ ଓ ୨୪  କ୍ୟାରେଟ୍ ରେ ୮୭୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୪୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୪ ,୬୨୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୮୦୦ ଓ  ୨୪ କ୍ୟାରେଟରେ ୮୭୦ ଟଙ୍କା ବୃଦ୍ଧି ପାଇଛି।

08:52 AM

Odisha Election 2024: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଶନିବାର ସରିଛି ପ୍ରଚାର ।  ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍‌ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ।

08:26 AM

Sameer Das: ବିଜେଡିର ହାତ ଛାଡିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଲେ ଇସ୍ତଫା ପତ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।ସମୀର କହିଛନ୍ତି, '୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ତା ହରାଇଛନ୍ତି। ନେତା ଯେହେତୁ ମୋ ଉପରୁ ଆସ୍ତା ହରାଇଛନ୍ତି ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ମନେ ହେଉନାହିଁ।' ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।

08:08 AM

Bhubaneswar Metro: ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି। ୨୨ ଟି ସଂସ୍ଥା ଫୁଲାପୋଖରୀ ଡିପୋ ଆଣ୍ତ ଓ୍ବାର୍କସରକ ସିଭିଲ୍ ନିର୍ମାଣ ଲାଗି ଟେଣ୍ତର ଦାଖଲ କରିଛନ୍ତି। ଏହି ବିକାଶର ଧାରା ମେଟ୍ରୋ ରେଳ ନିଗମ ( ଡିଏମଆରସି) ଏପ୍ରିଲ୍ ୨୦୨୪ ରେ ଯାନ୍ତ୍ରିକ ବିଡ୍ ଖୋଲିବା ପରେ ଉଚ୍ଚସ୍ତରୀୟ ଅଂଶଗ୍ରହଣକାରୀମାନେ ଭାରତର ମେଟ୍ରୋ କ୍ଷେତ୍ରରେ ନିଜର ଅଗ୍ରାହ୍ୟ ସହ ପୁଞ୍ଚି ନିବେଶ କରିବା ଲାଗି ପ୍ରତିଯୋଗୀ ମନଭାବ ପୋଷଣ କଲେ। ପ୍ୟାକେଜ୍ ବିବିସି-୨ ଅଧିନରେ ନିର୍ମିତ ଫୁଲାପୋଖରୀ ଡିପୋ ଭୁବନେଶ୍ବର ମେଟ୍ରୋ ଭିତ୍ତି ଭୂମିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ୧୬ ହେକ୍ଟର ବିସ୍ତାର କରି ଏହି ସୁବିଧା ଭୁବନେଶ୍ବର ମେଟ୍ରୋ ଲାଇନ୍ -୧ ଲାଗି ଟ୍ରେନ୍ ଷ୍ଟାବଲିଂ ଓ ରକ୍ଷାଣବେକ୍ଷଣ ହବ୍ ଭାବରେ କାର୍ଯ୍ୟ କରିବ। 

07:42 AM

Odisha Election 2024: ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପି ଚଢ଼ଉ ଅଭିଯାନ ଜୋରଦାର ହୋଇଛି। ଏହି ସମୟରେ ଜବତ ହେଉଥିବ‌‌‌ା ସାମଗ୍ରୀର ପରିମାଣ ରେକର୍ଡ ପରେ ରେକର୍ଡ କରିବ‌ାରେ ଲାଗିଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ଯେତେ ପରିମାଣର ସାମଗ୍ରୀ ଓ ଟଙ୍କା ଜବତ ହେଲାଣି ପୂର୍ବରୁ କେବେ ବି ଏତେ ହୋଇନଥିଲା। ସ୍ବାଧୀନ ଭାରତର ନିର୍ବାଚନ ଇତିହାସରେ ଏହା ସର୍ବାଧିକ ବୋଲି କୁହାଯାଉଛି। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପ୍ରଚାର ଅଭିଯାନ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ଅବସରରେ ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଜବତ ହୋଇଥିବା ସାମଗ୍ରୀର ବିସ୍ତୃତ ଓ ଚାଞ୍ଚଲ୍ୟକର ତଥ୍ୟ ଜାରି କରିଛନ୍ତି। କମିସନଙ୍କ ସୂଚନା ଅନୁଯାୟୀ, ଜବତ ପରିମାଣ ଖୁବ୍‌ଶୀଘ୍ର ୯୦୦୦ କୋଟି ଟଙ୍କା ଅତିକ୍ରମ କରିବ।

07:25 AM

Weather Update: ଚଳିତ ମାସରେ ବାତ୍ୟା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏବେ ଗ୍ରୀଷ୍ମ କାଳିନୀ ବାତ୍ୟା ଲାଗି ପାଗ ଅନୁକୂଳ ରହିଥିବା ବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ  ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି। ୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା  ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ( ଓ୍ବେଲ୍ ମାର୍କଡ୍ ଲୋପ୍ରସର) ଓ ପରେ ଅବପାତ  ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତିବ୍ରତା ନେଇ ଆକଳନ ପ୍ରକାଶ ପାଇବ। ଏହି ସିଷ୍ଟମ ଉପରେ  ଆଇଏମଡି଼ ନଜର ରଖିଛି।  ଏ-ହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା  ଦିଆଯିବ ବୋଲି ବିଶେଷଜ୍ଞ ବୋଲି ବିଶେଷଜ୍ଞ କହିଛନ୍ତି। ଅଧିକ ପଢ଼ନ୍ତୁ...

07:06 AM

Odisha Election 2024: ଆଜି ପୁଣି ଥରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରରରେ ପହଞ୍ଚି ସିଧା ପାର୍ଟି ଅଫିସ୍ ଯିବେ। ସେଠାରେ ବରିଷ୍ଠ ନେତୃତ୍ୱଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି, ପ୍ରଚାର ଓ ପରିଚାଳନା ନେଇ ଆଲୋଚନା କରିବେ। ୨୦ ତାରିଖ ଅର୍ଥାତ ଆସନ୍ତା କାଲି ପୁରୀରେ ତାଙ୍କର ଏକ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି। ଅଧିକ ପଢ଼ନ୍ତୁ...