Odisha News Live Updates: ଖୋର୍ଦ୍ଧାରେ ନବୀନଙ୍କ ପ୍ରଚାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2258144

Odisha News Live Updates: ଖୋର୍ଦ୍ଧାରେ ନବୀନଙ୍କ ପ୍ରଚାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ଖୋର୍ଦ୍ଧାରେ ନବୀନଙ୍କ ପ୍ରଚାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
22 May 2024
22:58 PM

Arvind Kejriwal News: ଆସନ୍ତାକାଲି ଦିଲ୍ଲୀ ପୋଲିସ ମୋର ବୃଦ୍ଧ ତଥା ଅସୁସ୍ଥ ପିତାମାତାଙ୍କୁ ପଚରାଉଚରା କରିବାକୁ ଆସିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ବୁଧବାର ଦିନ ରାତିରେ ଏକ ଟ୍ୱିଟରେ ସେ ଏହା କହିଛନ୍ତି। ତେବେ କେଉଁ ମାମଲାରେ ଏହି ପଚରାଉଚୁରା ହେବ ସେ କହି ନାହାଁନ୍ତି। କିନ୍ତୁ ଆଶା କରାଯାଉଛି ଯେ ମେ' ୧୩ ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ AAP ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏହି ତଦନ୍ତ ହୋଇପାରେ।

 

21:22 PM

Pune Porsche accident: ପୋର୍ସ ସଡକ ଦୁର୍ଘଟଣା ମାମଲାରେ ପୁଣେର ଜୁଭେନାଇଲ କୋର୍ଟ ବୁଧବାର ଦିନ ୧୭ ବର୍ଷର ବାଳକର ଜାମିନକୁ ବାତିଲ କରିଦେଇଛନ୍ତି। ଏହି ଦୁର୍ଘଟଣାରେ ଦୁଇଜଣ ଆଇଟି ପ୍ରଫେସନାଲଙ୍କ ମୃତ୍ୟୁ ଘଟିଛି। ଜୁନ୍ ୫ ପର୍ଯ୍ୟନ୍ତ କୋର୍ଟ ଅଭିଯୁକ୍ତଙ୍କୁ ଏକ ସୁଧାର ଗୃହକୁ ପଠାଇଛନ୍ତି। ରବିବାର ଦିନ ମଦ୍ୟପାନ କରି ଏହି ନାବାଳକ ଏକ ବିଳାସପୂର୍ଣ୍ଣ କାରରେ ଏକ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଆଇଟି ପ୍ରଫେସନାଲ - ଅନିଷ ଆୱାଦିଆ ଓ ଅଶ୍ୱିନୀ କୋଷ୍ଟାଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। 

 

19:23 PM

Shah Rukh Khan Hospitalised: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି ଅଭିନେତାଙ୍କୁ ଅହମ୍ମଦାବାଦର ଏକ ହସ୍ପାଟାଲରେ ଭର୍ତ୍ତି କରାଯାଇଛି। ପଢ଼ନ୍ତୁ ପୂରା ଖବର...

 

17:49 PM

Delhi Bomb Threat: ପୁଣି ଥରେ ଏକ ବୋମା ଇମେଲ ଦେଶର ରାଜଧାନୀ ଦିଲ୍ଲୀରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ଏଥର ଦେଶର ଗୃହ ମନ୍ତ୍ରଣାଳୟକୁ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ଏହି ଧମକ ପରେ ମନ୍ତ୍ରଣାଳୟରେ ସର୍ଚ୍ଚ ଅପରେସନ କରାଯାଇଛି ଏବଂ ସନ୍ଦେହଜନକ କିଛି ମିଳିନାହିଁ। କୁହାଯାଉଛି ଯେ ଏହି ଧମକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ମେଲ ମାଧ୍ୟମରେ ଦିଆଯାଇଥିଲା। ପଢ଼ନ୍ତୁ ପୂରା ଖବର...

16:43 PM

OBC Certificate Cancelled: କଲିକତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଦିଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଜାରି କରାଯାଇଥିବା ୫ ଲକ୍ଷ OBC ପ୍ରମାଣପତ୍ର ରଦ୍ଦ କରାଯାଇଛି। ବିଶ୍ୱାସ କରାଯାଏ ଯେ ଏହାର ଏକ ବଡ଼ ଅଂଶ ମଧ୍ୟ ମୁସଲମାନ ସମ୍ପ୍ରଦାୟକୁ ଦିଆଯାଇଥିଲା। ପଢ଼ନ୍ତୁ ପୂରା ଖବର...

 

16:02 PM

Top 10 News Today: ଅପରାହ୍ମ ସମୟରେ ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:59 PM

IPL 2024 RCB Vs RR: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର ଏଲିମିନେଟର ମ୍ୟାଚ୍ ଖେଳାଯିବ। ଏହା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ (Royal Challengers Bangalore Vs Rajasthan Royals) ମଧ୍ୟରେ ଏଲିମିଟର ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ଏହି ବିସ୍ଫୋରକ ମ୍ୟାଚ୍ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପଢ଼ନ୍ତୁ ପୂରା ଖବର...

15:53 PM

Odisha News Live Updates ୨୯ ତାରିଖ ଦିନ ପୁଣି ଓଡ଼ିଶାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସଭାରେ ପ୍ରଚାର କରିବେ ମୋଦି । ଅନ୍ୟପଟେ ଆସନ୍ତା ୨୫ ତାରିଖ ଦିନ ପୁଣି ଓଡ଼ିଶା ଅଭିମୁଖେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଏବଂ ନିମାପଡ଼ାରେ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

 

15:23 PM

Odisha News Live Updates: ମଇ ୨୬ ତାରିଖ ଦିନ ଅପରାହ୍ନ ସମୟରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ରେଜଲ୍ଟ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । www.orissaresults.nic.inରେ ପ୍ରକାଶ ପାଇବ ରେଜଲ୍ଟ

14:11 PM

ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି । ଏହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଅଦାଲତରୁ ଏପରି ରାୟ ମିଳିବା ପରେ ହେମନ୍ତ ସୋରେନ୍‌ଙ୍କ ଓକିଲ ନିଜ ଆବେଦନକୁ ପ୍ରତ୍ୟାହର କରିଦେଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

13:58 PM

Odisha News Live Updates: ବର୍ଷା ଋତୁରେ କେତେବେଳେ ବି ହୀରାକୁଦର ନଦୀ ବନ୍ଧ ଖୋଲିପାରେ। ଏଥିଲାଗି ସଧାରଣ ଜନତାଙ୍କୁ ସତର୍କ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ। ବୁଧବାର ଦିନ ଏଥିନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଗଣମାଧ୍ୟମ ଜରିଆରେ ପ୍ରଚାର କରାଯାଇଛି। ଏବେ ବର୍ଷାଋତୁ ଆସିବାକୁ ଥିବାରୁ ମମହାନଦୀ ଶଯ୍ୟାରେ ଯିବା ଆସିବା ତଥା ଅବାଧ ବ୍ୟବହାରରୁ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଏହାଛଡ଼ା ଯେତେବେଳେ ପାଣି ଆସିବ ତାହାର ଦୁଇଘଣ୍ଟା ପୂର୍ବରୁ ଭିନ୍ନ ସାଇରନ୍‍ ବାଜିବ। ସେତେବେଳେ ଅତ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ଏନେଇ ଆଜି ତଳ ମୁଣ୍ଡରେ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଏସପିଙ୍କୁ ସତର୍କ ସୂଚନା ଦିଆଯାଇଛି। ହୀରାକୁଦ ବନ୍ଧ ମଣ୍ଡଳୀ, ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଦସ୍ତଖତରେ ଜାରି ଏହି ଚିଠିରେ କୁହାଯାଇଛି,  ହୀରାକୁଦ ବନ୍ଧରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁରେ ଯେ କୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ଏଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍କିଲୱେ ଠାରେ ସାଇରନ ବଜାଇବାର ବ୍ୟବସ୍ଥା ହୋଇଅଛି । ଏହି ସାଇରନ ୨ ମିନିଟ ଅବିଚ୍ଛିନ୍ନ ଭାବରେ ବାଜିବା ପରେ ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଚ୍ଛିନ୍ନ ଭାବରେ ବାଜିଚାଲିବ। 

13:45 PM

Odisha News Live Updates: ୩ ଦିନ ତଳେ ଏକ ମେଟ୍ରୋ ଷ୍ଟେସନ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ବାର୍ତ୍ତାରେ ଏହା ଉଲ୍ଲେଖ ଥିଲା ଯେ, କେଜ୍ରିୱାଲଙ୍କୁ ହତ୍ୟା କରାଯିବ । ତେବେ ଏପରି ବାର୍ତ୍ତା ମିଳିବାପରେ ଚର୍ଚ୍ଚା ଜୋର ଧରିଥିଲା । କିଏ ଏହି ମେସେଜ୍ କେଜ୍ରିୱାଲଙ୍କୁ ଦେଲା ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଜଣକ ଧରାପଡିଛି । ସିସିଟିଭି ଭିଜୁଆଲକୁ ଆଧାର କରି ତାକୁ ଠାବ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

13:41 PM

Odisha News Live Updates: ହୁ ହୁ ହୋଇ ବଢିଚାଲିଛି ସୁନା ଦର।   ଆଗକୁ ଆସୁଛି ବିବାହ ସିଜିନ୍ ତା ପୂର୍ବରୁ ସୁନା ହୋଇଛି ମହଙ୍ଗା। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।  ଆକାଶ ଛୁଆଁ ହେଉଛି  ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି ।  ଯଦି ଆପଣ ଆଜି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...

ଲିଙ୍କ୍ ଉପରେ କ୍ଲିକ୍ କରି ପୂରା ଖବର ପଢନ୍ତୁ:  Gold Silver Price: ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ସୁନା ଦର, ଜାଣନ୍ତୁ?

13:10 PM

Kedarnath Yatra: ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ, ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ବାବା କେଦାରନାଥ ଧାମ ଯାତ୍ରା ସମ୍ପର୍କରେ ଏକ ଅପଡେଟ୍ ଆସିଛି । ଭକ୍ତମାନେ ବର୍ତ୍ତମାନ ବାବା କେଦାରଙ୍କୁ ଗର୍ଭଗୃହରୁ ଦର୍ଶନ କରିବା ସହ ପୂଜାପାଠ କରିପାରିବେ । ଭକ୍ତମାନେ ଗର୍ଭଗୃହରୁ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

12:52 PM

Odisha News Live Updates: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପ୍ରେସମିଟ୍ ଜରିଆରେ ସୂଚନା ଦେଉଛନ୍ତି। ସେ ପ୍ରେସମିଟରେ କହିଛନ୍ତି ଯେ, 'ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ'। ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବା ମନା ହୋଇଛି। ସେହିପରି, ୨୪ରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ଦକ୍ଷିଣ, ଉତ୍ତର ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ । ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ତାତି, ଆଭ୍ୟନ୍ତରଣ ଓଡ଼ିଶାରେ ପାରା ୪୦ ଟପିବ। 

 

12:12 PM

Odisha News Live Updates: ବିଜେଡିରୁ ଇସ୍ତଫା ଦେଲେ ଜ୍ୟାତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ୱର: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦିନର ସମ୍ପର୍କ ଏହି ଦଳ ସହ ରହିଥିଲା। ବିଜୁ ପଟ୍ଟନାୟକଙ୍କ ସମୟରୁତାଙ୍କ ବାପା ପର୍ଶୁରାମ ପାଣିଗ୍ରାହୀଙ୍କ ସମ୍ପର୍କ ରହିଆସିଥିଲା। କିନ୍ତୁ ଦଳ ତାଙ୍କୁ ଧ୍ୟାନ ନଦେବାରୁ ଏବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଶ୍ରୀ ପାଣିଗ୍ରାହୀ ଦୁଇଥର ସିମୁଳିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଲଗାତାର ଏହି ଆସନରୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ପରେ ବିଜେଡି ତାଙ୍କୁ ୨୦୨୪ ନିର୍ବାଚନରେ ଟିକଟ ଦେଇ ନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ। ବାଲେଶ୍ୱରରେ ନିର୍ବାଚନ ଆଉ ଅଳ୍ପଦିନ ବାକିଥିବା ବେଳେ ସେ ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱରରେ ମତଦାନ କରାଯିବ। ଏହା ଜୁନ୍‍ ୧ ତାରିଖକୁ ସ୍ଥିର କରାଯାଇଛି। ଶେଷ ମୁହୂର୍ତ୍ତରେ ପାଣିଗ୍ରାହୀଙ୍କ ଏପରି ନିଷ୍ପତ୍ତି ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।

12:01 PM

Odisha News Live Updates: ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର କରିଛନ୍ତି। ସିଧାସଳଖ ଭୁବନେଶ୍ୱର ସାଂସସଦ ଅପରାଜିତାଙ୍କୁ ନିଶାଣରେ ନେଇଛନ୍ତି ନବୀନ। ସେ ଜଗନ୍ନାଥ ଓ ଲିଙ୍ଗରାଜ ପ୍ରକଳ୍ପରେ ବାଧା ଆଣିବାକୁ ଚାହିଁଥିଲେ। ଏଣୁ ଆପଣମାନେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧାର ହାବେଳି ପଡ଼ିଆରେ ସେ ଏକ ବିଶାଳ ଜନ ସଭାକୁ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଭୁବନେଶ୍ୱର ସାଂସଦଙ୍କ ନାଁ ନନେଇ କହିଛନ୍ତି ସେ ଯେଉଁ ରିପୋର୍ଟ କାର୍ଡ ଦେଇଛନ୍ତି ତାହା ସରପଞ୍ଚଙ୍କ ରିପୋର୍ଟ କାର୍ଡଠୁ ବି ହୀନ। ୧୦ଜଣ ସରପଞ୍ଚ ତାଙ୍କଠୁ ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି। ଚିରାଚରିତ ଭାବେ ନବୀନ କହିଛନ୍ତି, ବିଜେଡି ସରକାର ଆସିଲେ ବିଜୁଳି ବିଲ୍‍ ସରକାର ଦେବେ ଏବଂ ଜୁଲାଇରୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ ଏହାସହ ବିରୋଧୀ ଦଳର ନେତା ମିଛ କଥା କହୁଛି, କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି। ଏହି ସଭାରେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର କାର୍ତ୍ତିକେୟ ପାଣ୍ଡିଆନ୍‍, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। 

11:51 AM

Odisha News Live Updates:  ଏଇଟା ଶେଷ ନିର୍ବାଚନ। ଏହାପରେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଏମିତି କହି ଗତ ନିର୍ବାଚନରେ ଅନେକ ନେତା ଭୋଟରଙ୍କୁ ପ୍ରଭାବିତ କରିଥିଲେ। ଜଟଣୀରୁ ବିଧାୟକ ହୋଇଥିବା ସୁର ରାଉତରାୟଙ୍କ ପୂର୍ବ ପ୍ରଚାରରେ ଏସବୁ ଦେଖିବାକୁ ମିଳିଥିଲା। ଏଥର ନିୀର୍ବାଚନରେ ବି ଏମିତି ନେତାଙ୍କ ତାଲିକା ବହୁତ ଲମ୍ବା ରହିଛି। ବୟସ ୭୦ ଡେଇଁ ସାରିଥିଲେ ବି ଏବେବି ଖୁବ୍‍ ଦମ ଦେଖାଉଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ଭେଟେରାନ୍‍ଙ୍କ ସମ୍ବନ୍ଧରେ। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Odisha Election 2024: ଏଥର କ’ଣ ହେବ ଭେଟରାନ୍‌ଙ୍କ ଭାଗ୍ୟ?: ’୨୪ ନିର୍ବାଚନରେ ୭୦ରୁ ଅଧିକ ଅନେକ ନେତା

11:19 AM

Odisha News Live Updates:  ନିର୍ବାଚନ ତାତି ଭିତରେ ଶାସକ ଦଳର ଖାସ ହୋଇ ରହିଥିବା ଅଧିକାରୀମାନେ ଏବେ ନିଜକୁ ଦୂରେଇବା ଆରମ୍ଭ କରିଛନ୍ତି। କିଛି ଅଫିସର ଯଦିଓ ‘ପିତଳ ଗିନା’ ସାଜି ଶାସକ ଦଳର ସହାୟତା କରୁଛନ୍ତି କିନ୍ତୁ କାଳେ ଧରାପଡ଼ିଯିବେ ସେଥିଲାଗି ନିଜକୁ କବଚ ଭିତରେ ରଖିବାକୁ ଚାହୁଁଛନ୍ତି। ଏପରିକି ସରକାରୀ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁନି। ବିଗତ ଦିନମାନଙ୍କରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧୀନ ସରକାରକୁ ଅମଲାତନ୍ତ୍ରୀଙ୍କ ସରକାର ବୋଲି ଏକ ଅଘୋଷିତ ପରିଚୟ ମିଳିଥିଲା। ତତ୍‍କାଳୀନ ୫-ଟି ସଚିବଙ୍କ ଦ୍ୱାରା ସବୁକିଛଇ ନିୟନ୍ତ୍ରିତ ହେଉଥିଲା। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାରିଷଦରେ କେବଳ ଅଧିକାରୀଙ୍କୁ ହିଁ ଦେଖିବାକୁ ମିଳୁଥିଲା ଯାହା ଏଯାଏ ଜାରି ରହିଛି। ଏହି ଅଧିକାରୀଙ୍କ ବଳରେ ନବୀନଙ୍କ ବିଜେଡି ବିଗତ ୩ ନିର୍ବାଚନ ଜିତିଥିବା ବି ଚର୍ଚ୍ଚା ହୁଏ, ହେଲେ ଏଥର ନିର୍ବାଚନ କମିଶନଙ୍କ ଛାଟ ଯେଉଁଭଳିଭାବେ ବଢ଼ିଛି ତାହାକୁ ନେଇ ଅଫିସର ଛାନିଆ ହୋଇଛନ୍ତି। ନିର୍ବାଚନ କମିଶନ ରାଜ୍ୟରେ ଅବାଧ ନିର୍ବାଚନ କରିବା ପାଇଁ ବାଧକ ହେଉଥିବା ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ମିଶନଶକ୍ତି ବିଭାଗରୁ ବଦଳି କରିବା ସହିତ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ମଧ୍ୟ ବଦଳି କରିଥିଲେ । ଏହି ବଦଳି ପରେ ଶାସକ ଦଳ ପାଇଁ କାମ କରୁଥିବା ଅନେକ ଅଫିସର ନିଜର କ୍ୟାରିଅର ବଞ୍ଚାଇବା ପାଇଁ ନିଜକୁ ଦୂରେଇ ନେଇଥିବା ଆଲୋଚନା ହେଉଛି ।

 

10:56 AM

Odisha News Live Updates: ଭୟଙ୍କର ସଡ଼କ ଦୁର୍ଘଟଣା।  ଝାରସୁଗୁଡ଼ା ବେଳପାହାଡ଼ ନିକଟରେ ସ୍କୁଲ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା  । ୧୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୪୯ର ଝାରସୁଗୁଡା- ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା। ଆହତଙ୍କୁ ବେଲପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ହୋଇଛି।

 

10:14 AM

Odisha News Live Updates: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।  ନିମାପଡା ବିଧାୟକ ସମୀର ଦାଶ,  ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ୍ ସାଏ ଓ ସୋର ବିଧାୟକ ପର୍ଶୁରାମ୍ ଧଡାଙ୍କୁ ଜବାବ୍ ତଲବ କରାଯାଇଛି। ୨୭ ତାରିଖ ସୁଧା ଉତ୍ତର ଦେବାକୁ କୁହାଯାଇଛି। 

 

09:45 AM

Odisha News Live Updates: ମେ ୨୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Petrol Diesel Price Today: ଗାଡ଼ିରେ ତେଲ ଭରିବା ପୂର୍ବରୁ ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍?

 

09:16 AM

Odisha News Live Updates: ଛାତିଥରା ଦୁର୍ଘଟଣା। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଅକାଳରେ ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି।  ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। ବିହାରର ସୀତାମାରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। 

 

08:37 AM

Odisha News Live Updates:  ଅପମାନଜନକ ଟିପ୍ପଣୀ ପାଇଁ ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ରୋକ । ଇସିଆଇ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ନିର୍ବାଚନୀ ପ୍ରଚାରରେ ରୋକ ଲଗାଇଛନ୍ତି । ସେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ତାମଲୁକ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ଇସିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

08:18 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର :Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

08:07 AM

Odisha News Live Updates: ବିଜେପି ନେତା ଅରୁଣ ଗୋଭିଲ୍ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ସେ ୪ଟି ସଭାରେ ଯୋଗ ଦେଇ ଲୋକସଭା  ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ବୋଲି ଜଣାପଡ଼ିଛି । ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବେଶ୍ ଲୋକପ୍ରିୟ। 

07:47 AM

Odisha News Live Updates: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଓଡିଶା ଆସିବେ।  ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ବିଜିପି ଶିବିର। 

07:14 AM

Odisha News Live Updates: ନିର୍ବାଚନ ପାଇଁ ରାଜ୍ୟରେ ସରଗରମ୍ ରହିଛି ରାଜ୍ୟ ରାଜନୀତି।  ଏହି କ୍ରମରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନବୀନ।  ଏକାମ୍ର ପରେ ଏବେ  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି  ଉତ୍ତର ଭୁବନେଶ୍ବର।  ଆଜି ସଂନ୍ଧ୍ୟାରେ  ଏହି ନିର୍ବାଚନ ମଣ୍ତଳୀର ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍।  ରେଣ୍ଟାଲ କଲୋନୀ ଠାରୁ  ପଟିଆ ଛକ ଯାଏଁ  ଚାଲିବ ପାଓ୍ବାର ଶୋ'। ୮ଟି ଛକରେ ଅଟକିବେ ନବୀନ୍। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Odisha Election 2024: ଆଜି ଉତ୍ତର ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ' ,ବନ୍ଦ ରହିବ ଏହି ସବୁ ରୁଟ୍

07:06 AM

Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି । ମଙ୍ଗଳବାର  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ।  ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ  ଗତି କରି ୨୪ ତାରିଖ ସୁଧା  କେନ୍ଦ୍ରୀୟ ବଙ୍ଗୋପସାଗରରେ  ଅବପାତର ରୂପ ନେବ।  ପରେ ଘନୀଭୂତ ହୋଇ ଆହୁରି  ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ  ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବର ସମୁଦ୍ର ଅଶାନ୍ତ ରହିବା ସହ ୨୩ ତାରିଖରୁ  ଦକ୍ଷିଣ ଏବଂ କେନ୍ଦ୍ରୀୟ  ବଙ୍ଗୋପସାଗରକୁ  ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍ କୌଣସି ଆକଳନ କରାଯାଇନାହିଁ।  ବାତ୍ୟା ନୁହେଁ ଲଘୁଚାପ କେବଳ  ଅବପାତର ରୂପ ନେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ  ସଂଜୀବ ଦ୍ବୀବେଦି କହିଛନ୍ତି। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା