Odisha news live updates: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ, ପଢନ୍ତୁ ଆଉକିଛି ଖବର
Advertisement
Article Detail0/zeeodisha/odisha2215527

Odisha news live updates: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ, ପଢନ୍ତୁ ଆଉକିଛି ଖବର

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha news live updates: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ, ପଢନ୍ତୁ ଆଉକିଛି ଖବର
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

22 April 2024
22:30 PM

ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳକୁ ମିଳିଲା ପ୍ରଥମ ମହିଳା କୁଳପତି
ସୋମବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନାଇମା ଖାତୁନଙ୍କୁ ବିଶ୍ୱବିଦ୍ୟାଳୟର ଶୀର୍ଷ ପଦରେ ନିଯୁକ୍ତ କରାଯାଇଛି। ନାଇମା ପ୍ରଥମ ମହିଳା କୁଳପତି ଭାବେ ଦାୟିତ୍ୱ ନେଇଛନ୍ତି। ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ରାଷ୍ଟ୍ରପତି  ନାଇମା ଖାତୁନଙ୍କୁ କୁଳପତି ଭାବେ ନିଯୁକ୍ତ ଦେଇ ଖୁସି ବ୍ୟକ୍ତ କରିଛନ୍ତି। 

22:18 PM

Odisha News Live Updates: ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ୍ 
ଆଇପିଏଲ ୨୦୨୪ର ୩୮ତମ ମ୍ୟାଚ୍ ସୋମବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଖେଳାଯାଉଛି।  ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ବରେ  ବୋଲିଂ ଆରମ୍ଭ କରିଥିଲା।

22:00 PM

Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ,  ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Mangal Gochar 2024: ମଙ୍ଗଳବାର ଦିନ ତଥା ୨୩ ଏପ୍ରିଲରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବେ । ବୃହସ୍ପତିଙ୍କ ପ୍ରିୟ ରାଶି ମୀନରେ ମଙ୍ଗଳ ଚଳନ କରିବେ । ଏହାର ପ୍ରଭାବରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବାକୁ ଯାଉଛି । ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ ୫ ରାଶିର ବ୍ୟକ୍ତି । ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

20:45 PM

ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ମା’ଙ୍କ ଦର୍ଶନ କରିବା ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ, ଏହା ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପ୍ରସାଦ ବିତରଣ କରିବା ସହ ଯାତ୍ରାରୁ ଝୁଣା ଓ ଘରୋଇ ଉପକରଣ ସାମଗ୍ରୀ କିଣିଲେ  
ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟିଲେ । ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମରେ ମା’ କଳାପାଟ ମନ୍ଦିର, ତୁବେ ପଞ୍ଚାୟତରେ ମା’ ହିଙ୍ଗୁଳା ମନ୍ଦିର, ମହାପ୍ରଭୁ ବ୍ରଜମୋହନ ମନ୍ଦିରରେ କଲେ ଦର୍ଶନ । ଅଧିକ ପଢ଼ନ୍ତୁ...

20:28 PM

Odisha News Live updates: ମାନସିକ ପୂରଣ ପାଇଁ ଅଧିଆ ପଡ଼ିଲେ ଶତାଧିକ ମହିଳା
ମାଇପି ମେଳା। କାହିଁ କେଉଁ କାଳରୁ ଚାଲିଆସିଛି ଏହି ନିଆରା ପରମ୍ପରା। ମାନସିକ ପୂରଣ ପାଇଁ ୧୨ ଘଣ୍ଟା ଧରି ଅଧିଆ ପଡ଼ିଲେ ଶତାଧିକ ମହିଳା। ଲୋକଙ୍କ ବିଶ୍ୱାସ ଅଧିଆ ପଡ଼ିଲେ, ମନଷ୍କାମନା ପୂରଣ ହୋଇଥାଏ। ପୁରୀ ଜିଲ୍ଲା ପରମବ୍ରହ୍ମ ବଟ ଗୋସେଇଁଙ୍କ ପୀଠରେ ଏହି ମେଳା ହୋଇଛି। ନିମାପଡା ଭୋଗଶାଳଦା ପଞ୍ଚାୟତ କାନପୁର ଗାଁରେ ରହିଛି ନିରାକାର ପରମବ୍ରହ୍ମ ବଟ ଗୋସେଇଁଙ୍କ ପୀଠ। ସେହି ପୀଠରେ ଆନନ୍ଦ ଉଲ୍ଲାସରେ ଆୟୋଜିତ ହୋଇଛି ମାଇପି ମେଳା। ପରମ୍ପରା ଅନୁସାରେ ମାନସିକଧାରୀ ମହିଳାମାନେ ଶନିବାରଠାରୁ ହବିଷ କରି ନୂତନ ବସ୍ତ୍ର ପରିଧାନ କରିଥିଲେ। ଚୈତ୍ର ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅର୍ଥାତ ରବିବାର ବିଳମ୍ୱିତ ରାତିରେ ମନଷ୍କାମନା ପୂରଣ ପାଇଁ ଶହଶହ ମହିଳା ବଟ ଗୋସେଇଁଙ୍କ ନିକଟରେ ଅଧିଆ ପଡିଥିଲେ।

 

20:09 PM

Odisha News Live Updates: ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ୍‌ ଲାଇନରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା ମୃତଦେହ। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ କରୁଛି। ମୃତ ଯୁବକଙ୍କର ନାଁ ଜଣାପଡ଼ି ନଥିବା ବେଳେ ତାଙ୍କ ଘର ରାଉତମୁଣ୍ଡା ଗାଁରେ ବୋଲି ଜଣାପଡ଼ି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଉତମୁଣ୍ଡା ଗାଁରେ। ଗାଁ ପାଖରେ ଥିବା ରେଳ ଲାଇନରୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଜିଆରପି ପୁଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

19:56 PM

Odisha News Live Updates: ମୁଇଜ୍ଜୁଙ୍କ ବମ୍ପର ବିଜୟ ନେଇ ଚୀନ୍ ଆନନ୍ଦିତ: ଦୋଛକିରେ ଭାରତ

ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପାର୍ଟି ପିପୁଲ୍ସ ମଜଲିସର ବମ୍ପର ବିଜୟ ହୋଇଛି। ମୁଇଜ୍ଜୁଙ୍କ ପାର୍ଟିକୁ ୯୩ରୁ ୭୦ ଆସନ ମିଳିଛି। ମୁଇଜ୍ଜୁଙ୍କ ଏହି ସଫଳତା ନେଇ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଆନନ୍ଦିତ ହୋଇଥିବାବେଳେ ଭାରତ ପାଇଁ ସତର୍କ ଘଣ୍ଟି ବାଜିଛି। ଚୀନ୍ ବିଦେଶମନ୍ତ୍ରୀ ଏହି ବିଜୟ ନେଇ ମୁଇଜ୍ଜୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚୀନ୍ କହିଛି ଆମେ ମାଳଦ୍ବୀପର ଜନସାଧାରଣଙ୍କ ପସନ୍ଦକୁ ସମ୍ମାନ ଜଣାଉଛୁ। ଆମେ ମାଳଦ୍ବୀପର ସରକାରଙ୍କ ସହିତ ଆମର ରଣନୀତି ସହଯୋଗ ଅଧିକ ସୁଦୃଢ଼ କରିବୁ। ତେବେ ଭାରତ ସରକାରଙ୍କ ପ୍ରଭାବକୁ ହ୍ରାସ କରିବାକୁ ଚାହୁଁଥିବା ମୁଇଜ୍ଜୁଙ୍କ ବିଜୟ ପରେ ଭାରତ ଦୋଛକିରେ ରହିଛି। ମାଳଦ୍ବୀପ ସହଜରେ ସଂସଦୀୟ ନିର୍ବାଚନ ସଫଳତାର ସହ କରାଇଥିବାରୁ ଚୀନ୍ ମୁଇଜ୍ଜୁଙ୍କୁ ଅଭିନନ୍ଦନ ଜଣାଇଛି।

19:42 PM

Odisha News Live Updates: ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ସୁରଟ ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରଦ୍ଦ ହେବା ପରେ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ପ୍ରାର୍ଥୀଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏହି ବିଜୟକୁ ଏକଛତ୍ରବାଦ ସହ ତୁଳନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଲେଖିଛନ୍ତି, ଏକଛତ୍ରବାଦୀଙ୍କ ‘ଅସଲ ରୂପ’ ପୁଣି ଥରେ ଦେଶ ସାମ୍ନାରେ ଆସିଛି। ଲୋକଙ୍କ ନେତା ଚୟନ ଅଧିକାର ଛଡ଼ାଇ ନେବା ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଉଚ୍ଛେଦ କରିବା ଦିଗରେ ଆଉ ଏକ ପଦକ୍ଷେପ। ମୁଁ ପୁଣି ଥରେ କହୁଛି- ଏହା କେବଳ ସରକାର ଗଠନ ପାଇଁ ନିର୍ବାଚନ ନୁହେଁ, ଏହା ଦେଶକୁ ବଞ୍ଚାଇବା ପାଇଁ, ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ।

19:20 PM

Odisha News Live Updates: ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ ହୋଇଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମଏଫସି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା।ନିମ୍ନ ଅଦାଲତ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦେଶ ଦେବା ବେଆଇନ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

 

18:59 PM

Odisha News Live Updates: ସ୍ୱାମୀଙ୍କୁ ଧରି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ପତ୍ନୀ
ଦିବ୍ୟାଙ୍ଗ। ତା’ପରେ ପୁଣି ଦୁର୍ଘଟଣାରେ ଭାଙ୍ଗି ଯାଇଛି ଅଣ୍ଟା। ଚାଲିବା ପାଇଁ ପାଦରେ ନାହିଁ ବଳ। ଅନ୍ୟର ସାହାଯ୍ୟ ବିନା ସେ ହଲି ପାରୁନାହାନ୍ତି। ଦୁଇ ଜଣଙ୍କ ସାହାଯ୍ୟରେ ସେ ସ୍କୁଲ ଯା’ଆସ କରୁଛନ୍ତି। ହେଲେ ତାଙ୍କର ଏଥର ପଡ଼ିଛି ନିର୍ବାଚନ ଡ୍ୟୁଟି। କେତେକ କାହାକୁ ଗୁହାରୀ କରିଲେ, କେହି ଶୁଣିଲେ ନାହିଁ। ଶେଷରେ ଦିବ୍ୟାଙ୍ଗ ଶିକ୍ଷକ ସ୍ୱାମୀଙ୍କୁ ବୋହି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ପତ୍ନୀ। ଆଉ ସ୍ୱାମୀଙ୍କ ନିର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ। କୁଳିଅଣା ବ୍ଲକ୍‌ ହାତୀମୋଡା ଗାଁର ନରହରି ନାୟକ। ପେସାରେ ସେ ଜଣେ ଶିକ୍ଷକ। ଗାଁ ସ୍କୁଲରେ ଚାକିରି କରୁଥିବାରୁ ପ୍ରତିଦିନ ବହୁ କଷ୍ଟରେ ଯିବା ଆସିବା କରନ୍ତି। ଦୁର୍ଭାଗ୍ୟକୁ ଦୁଇ ବର୍ଷ ତଳେ ନରହରି ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହେଲେ। ଯେଉଁଥିପାଇଁ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ପରେ ସୁସ୍ଥ ହେଲେ। ହେଲେ ଠିଆ ହୋଇପାରିଲେ ନାହିଁ। ଚାଲିବା କଥା ନକହିବା ଭଲ। ଦୁଇ ଜଣଙ୍କ ସାହାଯ୍ୟରେ ପ୍ରତିଦିନ ସ୍କୁଲ ଯାଆନ୍ତି ନରହରି ସାର୍‌। ଶ୍ରେଣୀଗୃହରେ ବସି ପିଲାଙ୍କୁ ପାଠ ପଢ଼ାନ୍ତି। ଆଉ ସ୍କୁଲ ଛୁଟି ହେବା ପରେ ଦୁଇ ଜଣଙ୍କ ସାହାଯ୍ୟରେ ଘରକୁ ଫେରନ୍ତି।

18:34 PM

Odisha News Live Updates: ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଲେ ପ୍ରଶାନ୍ତ ଜଗଦ୍ଦେବ

ଭଦ୍ରକର ଆରାଧ୍ୟ ବାବା ଆଖଣ୍ଡଳମଣିଙ୍କ ଶରଣ ପଶିଲେ BJP ନେତା ପ୍ରଶାନ୍ତ ଜଗଦ୍ଦେବ। ସାଥୀରେ ଥିଲେ ତାଙ୍କ ଧର୍ମପତ୍ନୀ। ଉଭୟ ପତି-ପତ୍ନୀ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଲେ। ଚିଲିକା ବିଧାୟକ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଆଜି ସକାଳ ପ୍ରାୟ ୭ଟାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବାବାଙ୍କ ପୀଠ ଆରଡିରେ ପହଞ୍ଚିଥିଲେ। ସେବକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ସମୟ ପରେ ଅର୍ଥାତ ସକାଳ ପ୍ରାୟ ୯ଟା ବେଳେ ମନ୍ଦିରରୁ ବାହାରିଥିଲେ ସ୍ୱାମୀ ଓ ସ୍ତ୍ରୀ। ତା’ପରେ ଭୁବନେଶ୍ୱର ଫେରି ଆସିଥିବା ଜଣାପଡ଼ିଛି।

18:10 PM

BSNL Recharge Plan: ଆହୁରି ୨୦ ଦିନ ଅଧିକ ଚାଲିବ ବିଏସଏନଏଲର ଏହି ପ୍ଲାନ୍

BSNL Recharge Plan: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲର ଅବସ୍ଥା ଖରାପ ରହିଥିଲେ ମଧ୍ୟ ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ବିଭିନ୍ନ ଅଫର ଦେଉଛି । ବିଏସଏନଲ ଭଲ ପ୍ରଦର୍ଶନ ନକରିପାରିବାର କାରଣ ସରକାର ଏହା ଉପରେ ଆବଶ୍ୟକୀୟ ଦୃଷ୍ଟି ଦେଇନଥିବା କଥା ଚର୍ଚ୍ଚା ହୋଇଥାଏ । ବର୍ତ୍ତମାନ ଘରୋଇ ମୋବାଇଲ୍ କମ୍ପାନୀଗୁଡିକ ଅଧିକ ସେବା ପ୍ରଦାନ କରୁଛନ୍ତି । BSNLର 4G ନେଟୱାର୍କ ଦେଶର ଅନେକ ସ୍ଥାନରେ ପହଞ୍ଚିନଥିବା ସମୟରେ ଘରୋଇ କମ୍ପାନୀ ୫ଜି ନେଟୱାର୍କ ସେବା ଗ୍ରାହକଙ୍କୁ ଦେଉଛନ୍ତି । ଆଜି ଆମେ ଆପଣଙ୍କୁ ସରକାରୀ ଟେଲିକମ କମ୍ପାନୀ ବିଏସଏନର ଅତିରିକ୍ତ ବୈଧତା ଥିବା ପ୍ଲାନ୍ ବିଷୟରେ ଜଣାଇବାକୁ ଯାଉଛୁ । ଅଧିକ ପଢ଼ନ୍ତୁ

18:05 PM

Odisha News Live Updates: ତୁରନ୍ତ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି, ଆମରଣ ଅନଶନ ଚେତାବନୀ ଦେଲେ ସେବାୟତ
ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲାଯାଉ । ଭକ୍ତଙ୍କ ଧାର୍ମିକ ଅଧିକାର କୁ ପ୍ରଶାସନ ବଞ୍ଚିତ ନ କରୁ । ତୁରନ୍ତ ଜଗନ୍ନାଥ ପ୍ରେମୀ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ନହେଲେ ସେ ଖୁବ ଶୀଘ୍ର ଆମରଣ ଅନଶନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଚଳିତବର୍ଷର ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏହି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ନ ଖୋଲିବା ଅତି ଦୁଃଖ ଦାୟକ । ଏହା ଦ୍ବାରା ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଶ୍ରୀମନ୍ଦିର ର ପରମ୍ପରା ଅନୁଯାୟୀ ଚାରି ଦ୍ଵାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ର ଦ୍ୱାର । ଭକ୍ତ ମାନେ ବିଭିନ୍ନ ମନସିକ ନେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଚାରି ଦ୍ୱାର ବନ୍ଦ କରାଯାଇ କେବଳ ସିଂହ ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ରହିବା ଭକ୍ତ ଙ୍କ ଧାର୍ମିକ ଅଧିକାର କୁ କ୍ଷୁର୍ଣ୍ଣ କରୁଛି ।

17:53 PM

Odisha News Live Updates: କଂଗ୍ରେସର ଇସ୍ତାହାର ନେଇ ବର୍ଷିଲେ ମୋଦୀ
ନିର୍ବାଚନୀ ପ୍ରଚାରରେ ଉତ୍ତରପ୍ରଦେଶର ଅଲିଗଡ଼ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମ‌ୋଦୀ ନିର୍ବାଚନୀ ଇସ୍ତାହାର ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଗତଥର ମୁଁ ଅଲିଗଡ଼ ଆସିଥିବାବେଳେ ଆପଣମାନଙ୍କୁ କଂଗ୍ରେସ ଏବଯ ସମାଜବାଦୀ ପାର୍ଟିର ପରିବାରବାଦ, ଦୁର୍ନୀତି, ତୁଷ୍ଟିକରଣ ଫ୍ୟାକ୍ଟ୍ରିରେ ତାଲା ଲଗାଇବାକୁ ଅନୁରୋଧ କରିଥିଲି। ଆପଣମାନେ ଏଭଳି ମଜବୁତ ତାଲା ଲଗାଇଥିଲେ ଯାହା ଦ୍ବାରା ଦୁଇ ରାଜପୁତ୍ର ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କୁ ଆଜି ପର୍ଯ୍ୟନ୍ତ ତାହାର ଚାବି ମିଳିନାହିଁ।

 

17:50 PM

Odisha News Live Updates: ଚାରିସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ରାକ୍ଷୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଦିଲ ଖାନ ଦୁର୍ରାନି ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି। ଏଭଳି ମାମଲା ରୁଜୁ ହେବାପରେ ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁ ଦାବି କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯାଇଛି। ୪ସପ୍ତାହ ମଧ୍ୟରେ ନିମ୍ନଅଦାଲତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ରାକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକ‌ାଶିତ ରିପୋର୍ଟ ମୁତାବକ, ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଥିଲେ। ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହେବାର ଥିଲା।

17:41 PM

Odisha News Live Updates: ତାଲା ଭାଙ୍ଗି ସ୍କୁଲରୁ ଲୁଟିନେଲେ ଏଲ୍‌ଇଡି ଟିଭି
ରାତିରେ ସ୍କୁଲରେ କଳାକନା ବୁଲାଇଲେ। ତାଲା ଭାଙ୍ଗି ସ୍କୁଲରୁ ଏଲ୍‌ଇଡି ଟିଭି ଓ ବହୁ ଖେଳ ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ବସ୍ତା ଥାନା ଅଞ୍ଚଳରେ ରହିଛି ଗୋବରଘୋଟି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ରବିବାର ବିଳମ୍ୱିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ। ଯେଉଁଥିରେ ରହିଛି ଏଲଇଡି ଟିଭି ଓ ମୂଲ୍ୟବାନ ଖେଳ ସାମଗ୍ରୀ। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

17:18 PM

Odisha News Live Updates: ନିଆଁ ରୋକିବାକୁ ଓଡ୍ରାଫ୍ ନିୟୋଜିତ
ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ୍ ଟିମ୍‌ ନିୟୋଜିତ। ଅଧିକ ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ନିୟୋଜନ ହେବେ ଓଡ୍ରାଫ୍ ଟିମ୍‌। ବାଲିଗୁଡ଼ା, ଫୁଲବାଣୀ, ବଣେଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ ବନଖଣ୍ଡରେ ଓଡ୍ରାଫ୍ ନିୟୋଜିତ ହେବେ। ଆଜି ଓଡ୍ରାଫ୍ ଟିମ୍‌ ବାହାରିଗଲେଣି। ଆସନ୍ତାକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ପହଞ୍ଚିଯିବେ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ। ତେବେ ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ। ଜଙ୍ଗଲ ନିଆଁ ରୋକିବାକୁ ସଚେତନତା ସୃଷ୍ଟି କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ପ୍ରାୟ ୩୨ ହଜାର ୫୦୦ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ଏଯାଏଁ ତାହା ୧୨ ହଜାରରେ ସୀମିତ ରହିଛି।

 

17:00 PM

Odisha News Live Updates: ଗୌରବ ଆଣିଲେ ଓଡ଼ିଆ ଝିଅ ଶ୍ୱେତଲାନା
ଓଡ଼ିଆ ଝିଅ ଶ୍ୱେତଲାନା ମହାପାତ୍ରଙ୍କୁ ଲଣ୍ଡନର ସମ୍ମାନଜନକ ରୟାଲ ସୋସାଇଟି ଅଫ ଆର୍ଟସ ଫେଲୋସିପ୍ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ସେ ହୋଇଛନ୍ତି ପ୍ରଥମ ଓଡ଼ିଆ। ସେହିପରି ୭୬ତମ ଭାରତୀୟ ଭାବରେ ଏଫଆରଏସଏ ଫେଲୋସିପ୍ ପାଇଛନ୍ତି ଶ୍ୱେତଲାନା। ବହୁମୁଖୀ ଦକ୍ଷତା ପାଇଁ ସେ ଲଣ୍ଡନର ଏହି ସମ୍ମାନ ପାଇଛନ୍ତି। ୨୬୯ ବର୍ଷ ପୁରୁଣା ରୟାଲ ସୋସାଇଟି ଅଫ୍ ଆର୍ଟସ ଦ୍ୱାରା ଟେକ୍ନୋଲୋଜି, ଫ୍ୟାସନ ଓ ସାମାଜିକ ପରିବର୍ତ୍ତନରେ ଉତ୍କୃଷ୍ଟତାକୁ ପୁନଃପରିକଳ୍ପିତ କରିବା ପାଇଁ ୨୮ ବର୍ଷୀୟ ଶ୍ୱେତଲାନାଙ୍କୁ ପ୍ରଦାନ କରାଯାଇଛି ଏହି ଫେଲୋସିପ୍। ସେ ଜଣେ ଗବେଷକ, ମଡେଲ ଓ ସୋସିଆଲ୍ ମିଡିଆ ଇନଫ୍ଲୁଏନସର। ସାମାଜିକ ପ୍ରଗତି ଓ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ ସାମାଜିକ କର୍ମୀ, କଳାକାର, ସାହିତ୍ୟିକ, ସାମ୍ବାଦିକ ଓ ରାଜନେତାଙ୍କୁ ରୟାଲ ସୋସାଇଟି ଅଫ ଆର୍ଟସ ଫେଲୋସିପ୍ ପ୍ରଦାନ କରାଯାଏ।

 

16:33 PM

Odisha News Live Updates: ତାତିରେ ରେକର୍ଡ କଲା ଭୁବନେଶ୍ୱର
ରେକର୍ଡ ତାତି। ଚଳିତ ସିଜିନର ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 43.8°C ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଶୋସାଲ୍‌ ମିଡ଼ିଆ X ରେ ସୂଚନା ଦେଇଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ, ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

 

16:22 PM

Odisha News Live Updates: ପ୍ରାର୍ଥିପତ୍ର ଦାଖଲ କଲେ ତାରା, ପ୍ରଦୀପ୍ତ, ପ୍ରଦୀପ ଓ ମାଳବିକା
ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ତାରାପ୍ରସାଦ ବାହିନୀପତି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାରା ବାହିନୀପତି। ତାପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ତାରା ବାହିନୀପତି। ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଆଜି ପ୍ରଦୀପ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭବନୀପାଟଣାରେ ଜିଲ୍ଲାପାଳଙ୍କ ଅଫିସ୍ ରେ ନାମାଙ୍କନ ଦାଖଲ କରିଛନ୍ତି ମାଳବିକା। ମା’ ମାଣିକେଶ୍ୱରୀ ମନ୍ଦିରରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। 

16:10 PM

Top 10 News Headlines: ଅପରାହ୍ମର ୧୦ଟି ପ୍ରମୁଖ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

16:05 PM

Ranveer Singh: ଡିପ୍ ଫେକ୍ ଭିଡିଓକୁ ନଣଭୀରଙ୍କ ବିରୋଧ, ଥାନାରେ ମାମଲା

Bollywood news: ବର୍ତ୍ତମାନ ଅନେକ ବଡ଼ ବଡ଼ ଷ୍ଟାରମାନଙ୍କୁ ନେଇ ଡିଫ୍ ଫେକ୍ ଭିଡିଓ ତିଆରି କରାଯାଉଛି । ପୂର୍ବରୁ  ଆମୀର ଖାନ୍‌, ରଶ୍ମୀକା ମନ୍ଦନାଙ୍କ ସମେତ କ୍ରିକେଟ୍ ଜଗତର ଦୁଇ ସୁପରଷ୍ଟାର ମହେନ୍ଦ୍ର ସିଂହ ଧୋନୀ ଏବଂ ସଚ୍ଚିନ ତେନ୍ଦୁଲକର ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିଲେ । ତେବେ ବର୍ତ୍ତମାନ ଅଭିନେତା ରଣବୀର ସିଂହ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ରଣଭୀର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

15:47 PM

Odisha News Live Updates: ଆଇଏମଡି ସହ ନିର୍ବାଚନ କମିଶନଙ୍କ ବୈଠକ
ଚଳିତ ନିର୍ବାଚନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରାର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମେତ ଅଂଶୀଦାରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଏହି ବୈଠକ ବିଶେଷ ଭାବେ ପ୍ରାସଙ୍ଗିକ। ନିର୍ବାଚନ ସମୟରେ ଏହି ପରିସ୍ଥିତି ଦ୍ୱାରା ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ନିର୍ବାଚନ କମିଶନ ସକ୍ରିୟ ପଦକ୍ଷେପ ନେଉଛନ୍ତି। ଆଇଏମଡିର ପାଣିପାଗ ବିଜ୍ଞାନ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଭିନ୍ନ ସଂସ୍ଥା ସହ ଚାଲିଥିବା ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଇଏମଡି ମାସିକ, ସାପ୍ତାହିକ ଏବଂ ଦୈନିକ ଅପଡେଟ୍ ସହିତ ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତା ସ୍ତର ଉପରେ ନିର୍ଦ୍ଦିଷ୍ଟ ପରାମର୍ଶ ସହିତ ବ୍ୟାପକ ପୂର୍ବାନୁମାନ ପ୍ରଦାନ କରୁଛି।

15:37 PM

Odisha News Live Updates: ୨୫ରୁ ହିଟ୍‍ ଓ୍ୱେଭ୍‍, ସତର୍କତା ଜାରିକଲା ପାଣିପାଗ ବିଭାଗ
ଆସନ୍ତା ୨୫ ଓ ୨୬ ତାରିଖରେ ରାଜ୍ୟରେ ଅସହ୍ୟ ଗରମ ହେବ। ଏହା ସାଙ୍ଗକୁ ଗ୍ରୀଷ୍ପ ପ୍ରବାହ ବା ହିଟ୍‍ ଓ୍ୱେଭ୍‍ ପ୍ରବାହିତ ହେବ। ଏହି ସତର୍କତା ଜାରି କରିଛନ୍ତି ଭାରତ ପାଣିପାଗ ବିଭାଗ। ଓଡ଼ିଶା ଓ ଝାଡ଼ଖଣ୍ଡରେ ଏହିପରି ହିଟ୍‍ଓ୍ୱଭ୍‍ ଦୁଇଦିନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଲା ତିନିଦିନ ହେଲା ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଆଜି ସାମାନ୍ୟ ଲାଘବ ମିଳିଥିବା ବେଳେ କାଁ ଭାଁ ବର୍ଷା ବି ଅନୁଭୂତ ହୋଇଛି। ଆଜି ବାଲେଶ୍ୱରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାିଛି। ଭୁବନେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି।

 

15:33 PM

Odisha News Live Updates: ଅସନ୍ତୋଷ ଝାଡ଼ିଲେ ସୁନନ୍ଦା ଦାସ
ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ସେଥିରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟିଛି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ତାଙ୍କ ବଦଳରେ ବିଜେଡି ଏଥର ଏହି ଆସନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ସୁନନ୍ଦାଙ୍କ ବିପକ୍ଷରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ। ସୁନନ୍ଦାଙ୍କଠାରୁ ସେ ୪ ହଜାରରୁ ଅଧିକ ଭୋଟରେ ହାରିଥିଲେ। ଦଳ ତାଙ୍କ ଟିକେଟ କାଟି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦେବା ପରେ କ୍ଷୁବ୍ଧ ହୋଇଛନ୍ତି ସୁନନ୍ଦା। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇ ଜଣେ ଗୁଣ୍ଡା ଓ ବଦ୍‌ମାସଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।

15:15 PM

Odisha news live updates: ନିଜ ବାସଭବନରେ ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ସମୀକ୍ଷା କରିଥିବାରୁ ଆଜି ପିପିଲିଠାରେ ଏକ ନିର୍ବାଚନ ରାଲିରେ ପୁରୀ ସଂସଦୀୟ ପ୍ରାର୍ଥୀ ଶ୍ରୀ ଅରୂପ ପଟନାୟକଙ୍କର ସାମାନ୍ୟ ମୁଣ୍ଡ ବୁଲାଇବାରୁ ସେ ଏହି ରାଲିରୁ ବିରତି ନେଇ ବିଶ୍ରମ ନେଇଥିଲେ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଅଜି ଅପରାହ୍ନରେ ଥିବା ରାଲିରେ ସେ ପୁନଃ ଯୋଗଦାନ ଦେବେ ।

15:00 PM

ସ୍ୱାମୀ ସାଂସଦ ଓ ସ୍ତ୍ରୀ ବିଧାୟକ ପ୍ରାର୍ଥୀ; ବରିରୁ ଏରସମା ଅସନ୍ତୋଷ

ଭୁବନେଶ୍ୱର: ମୟୂରଭଞ୍ଜରେ ଏକ ଅଭାବନୀୟ ରାନୀତିକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ସର୍ବବୃହତ ଦଳ ତଥା ୫ ଥର ନିର୍ବାଚନ ଜିତି ନିରଙ୍କୁଶ କ୍ଷମତାରେ ଥିବା ବିଜୁ ଜନତା ଦଳ ପାଖରେ ଏପରି ପ୍ରାର୍ଥୀ ଅଭାବ ଦେଖିବାକୁ ମିଳିଛି।  ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଗୋଟିଏ ପରିବାରର ଦୁଇଜଣଙ୍କୁ ଦଳ ପ୍ରାର୍ଥୀ କରିଛି। ପୁଣି ସ୍ୱାମୀଙ୍କୁ ସାଂସଦ ଭାବେ ପ୍ରାର୍ଥୀ କରିଥିବାବେଳେ ଦଳ ସ୍ତ୍ରୀଙ୍କ ବିଧାୟକ ଟିକଟ ଦେଇଛି। ଅଧିକ ପଢ଼ନ୍ତୁ

14:13 PM

Odisha news live updates: ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଜୀବନ ହାରିଥିବା ଜଣାପଡ଼ିଛି। ମୃତ କର୍ମୀ ଜଣଙ୍କ ହେଲେ 40 ବର୍ଷୀୟ ଗ୍ରାମର ସବିତା ମହାନ୍ତି। ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଆଜି ସକାଳେ କେନ୍ଦ୍ରକୁ ଯାଇଥିବା ବେଳେ ଛୁଟି ପରେ ପିଲାମାନଙ୍କୁ ତାଙ୍କ ଘରେ ଛାଡିଥିଲେ। ସେଠାରୁ ଫେରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

13:56 PM

Odisha news live updates:  ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୪,୦୦୦ ଚାକିରି ଅବ‌ୈଧ ହୋଇଛି। ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ।

 

13:23 PM

Odisha news live updates:  ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ। ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଗୀତାଞ୍ଜଳି ସେଠୀ। ସେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗରୁ ମଧ୍ୟ ଗୀତାଞ୍ଜଳି ବିଜେଡିରେ ଥିଲେ। ଏଣୁ ଏହା ତାଙ୍କର ଘରବାହୁଡ଼ା ବୋଲି କୁହାଯାଉଛି।

13:12 PM

Odisha news live updates:  ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଁଚିବା ପରେ ସିୟାଚେନ୍ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମାଇନସ୍ ତାପମାତ୍ରାରେ ଦେଶସେବାରେ ନିୟୋଜିତ ଏହି ଯବାନ ମାନଙ୍କ ବୀରତ୍ୱକୁ ପ୍ରଶଂସା କରିବା ସହିତ ମିଠା ଖୁଆଇ ଅଧିକ ଆଲୋଚନା କରିଛନ୍ତି । ଏହି ଅବସରରେ ଯବାନ ମାନଙ୍କୁ ସମ୍ବୋଧନ କରଛନ୍ତି ରାଜନାଥ ସିଂ । 

13:01 PM

Odisha news live updates: ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ୩୦ ସପ୍ତାହ ଗର୍ଭବତୀ ନାବାଳିକାଙ୍କୁ ସୋମବାର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ନାବାଳିକାଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବମ୍ବେ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଥିଲେ। ତା’ପରେ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ‌ ହୋଇଥିଲେ। ସୁପ୍ରିମ୍‌କୋର୍ଟ ଏବେ ନାବାଳିକା ଗର୍ଭବତୀଙ୍କୁ ତୁରନ୍ତି ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

12:52 PM

Road Accident: ଭୟଙ୍କର...ଛାତିଥରା ଦୁର୍ଘଟଣା..। ବାହାଘର ଭୋଜିରେ ଯୋଗ ଦେବାକୁ ଗଲା ବେଳେ ଘଟିଗଲା ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍। ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । କିଭଳି ସ୍ଥିତିରେ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ଓ୍ବେରେ ଘଟିଛି ଏହି ଦୁର୍ଘଟଣା। 

12:36 PM

BJD Candidate List: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ: 

ହିନ୍ଦୋଳ- ମହେଶ ସାହୁ
ରଘୁନାଥ ପଲ୍ଲୀ- ଅର୍ଚନାରେଖା ବେହୁରା
ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା
କାକଟପୁର-ତୁଷାର କାନ୍ତି ବହେରା
ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
ବରି - ବିଶ୍ୱରଞ୍ଜନ ମଲ୍ଲିକ

12:32 PM

Odisha news live updates: ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇଛନ୍ତି। ପିପିଲିଠାରେ ପ୍ରଚାର ରାଲିରେ ଯାଉଥିବା ସମୟରେ ସେ ହଠାତ୍‍ ଅସୁସ୍ଥ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ନିଆଯାଇଛି। ଅତ୍ୟଧିକ ଗରମ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

12:04 PM

Odisha news live updates: ଚେସ୍ ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ୧୭ ବର୍ଷିୀୟ ଗ୍ରାଣ୍ତମାଷ୍ଟର ଗୁକେଶ ଡ଼ୋମାରାଜୁ (Gukesh D) । ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ସେ ସମ୍ମାନଜନକ କ୍ୟାଣ୍ତିଡ଼େଟ୍ସ ଟୁର୍ଣ୍ଣାମେଣ୍ଟ ବିଜୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଏହି ବିଜୟ ସହ ୱାର୍ଲ୍ଡ ଚାମ୍ପଅନସିପରେ (World Chess Championship) ନିଜ ସ୍ଥାନ ପକ୍କା କରିଛନ୍ତି ଗୁକେଶ । ସୂଚନାଯୋଗ୍ୟ, କାନାଡାର ଟୋରୋଣ୍ଟୋରେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ (Toronto Chess Candidates) ଆୟୋଜିତ ହୋଇଥିଲା। ରାଉଣ୍ତ ୧୩ରେ ଗୁକେଶ ଫ୍ରାନ୍ସରେ ଅଲିରେଜୋ ଫଇରୌଜାଙ୍କୁ ହରାଇ ୧୪ ରାଉଣ୍ତକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଶେଷ ରାଉଣ୍ଡରେ ଆମେରିକାର ହିକାରୁ ନାକାମାରୁଙ୍କୁ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଛନ୍ତି ଗୁକେଶ ଡ଼ୋମାରାଜୁ।

 

11:45 AM

Odisha news live updates: ବରଗଡ଼ ଜିଲ୍ଲାର କୁଶନପୁରୀ ହାଇସ୍କୁଲ୍‍ର ହେଡ୍‍ମାଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଏକ ଏସ୍‍ଏଚ୍‍ଜିଙ୍କ ଦେୟ ଉଦ୍ଦେଶ୍ୟରେ ଆଗତ ଫାଇଲକୁ ପାସ୍‍ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛି। ଏ ବାବଦରେ ମାମଲା ରୁଜୁ କରି ତାଙ୍କର ଦୁଇଟି ଘରେ ଚଢ଼ାଉ ଜାରି ରହିଛି। ଗିରଫ ହେଡ୍‍ମାଷ୍ଟରଙ୍କ ନାମ ହେଉଛି ବାଳମୁକୁନ୍ଦ ପ୍ରଧାନ। ତାଙ୍କଠାରୁ ଲାଞ୍ଚ ଭାବେ ନିଆଯାଇଥିବା ୧୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

11:42 AM

Odisha news live updates: ଉନ୍ମୋଚନ ହେଲା ମୋଦୀ ଗ୍ୟାରେଣ୍ଟି: ୨୦୨୪ ନିର୍ବାଚନ ଲାଗି ବିଜେପିର ଇସ୍ତାହାର ପତ୍ର ତଥା ‘ମୋଦୀ’ ଗ୍ୟାରେଣ୍ଟିର ଓଡ଼ିଆ ସଂସ୍କରଣ ଆଜି ଉନ୍ମୋଚନ ହୋଇଛି।  ସାଧାରଣ ଓଡ଼ିଆ ଲୋକ ବୁଝିବା ଲାଗି ଏହା ସହାୟକ ହେବ ବୋଲି  ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ସଂକଳ୍ପ ପତ୍ର ଉନ୍ମୋଚନ ହୋଇଥିଲା। ଆଗାମୀ ଦିନରେ ଘରେ ଘରେ ଏହାକୁ ପହଞ୍ଚାଇ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପକୁ ପ୍ରସାର କରିବା ଏହାର ଉଦ୍ଦେଶ୍ୟ।

11:37 AM

Odisha news live updates: କେନ୍ଦ୍ରାପଡାରେ ବିଜେଡିକୁ ବଡ ଝଟକା । ଦଳ ଛାଡିଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଗୀତାଞ୍ଜଳି ବିଜେଡି ଛାଡିବା ପଛର କାରଣ ଲେଖିଛନ୍ତି । ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ ବୋଲି କହିଛନ୍ତି ଗୀତାଞ୍ଜଳି । ଏହାସହ କେନ୍ଦ୍ରାପଡାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଗୀତାଞ୍ଜଳି । 

11:25 AM

Odisha news live updates: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୁଣିଥରେ ମାଲଦୀପ ଭୋଟର କ୍ଷମତାସୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଉପରେ ଭରସା କରିଛନ୍ତି । ପାର୍ଟି ସଂସଦରେ ଏକାକୀ ବହୁମତ ହାସଲ କରିଛି । ୯୩ ସଦସ୍ୟ ବିଶିଷ୍ଟ ମାଲଦୀପ ସଂସଦରେ ପିପୁଲ୍ସ ନ୍ୟାସନାଲ ପାର୍ଟିର ୬୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

 

11:25 AM

Radio Service in hindi language: କୁଏତରେ ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ରେଡିଓ ସେବା ଆରମ୍ଭ ହୋଇଛି। କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏହା ସ୍ପଷ୍ଟ କରିଛନ୍ତି। ପ୍ରତି ରବିବାର ଦିନ କୁଏତ ରେଡିଓର ଉଭୟ ଏଫ୍‍ଏମ୍‍ ଓ ଏଏମ୍‍ ଚ୍ୟାନେଲ୍‍ରେ ଏହି ହିନ୍ଦୀ ସେବା ଉପଲବ୍ଧ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପଢନ୍ତୁ ପୂରା ଖବର...

11:21 AM

Odisha news live updates: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ୧୧ କେଭି ତାର ଛିଣ୍ଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମର କୋରା ବେହେରା ଓ ଗୁରୁତରଜଣକ ହେଲେ ତାଙ୍କ ପୁଅ ତୋଫାନ ବେହେରା।

10:51 AM

Law Exam 2024: କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (Madhusudan Law University) ଅଧୀନସ୍ଥ ୨୮ଟି ମହାବିଦ୍ୟାଳୟର ପରୀକ୍ଷା ବାତିଲ୍‍ ହୋଇଛି। ଆଇନ ସ୍ନାତକ ପାଠ୍ୟକ୍ରମର ଶେଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷାରେ ସିଲାବସ୍‍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ କରାଯାଇଛି। ଏ-ନେଇ ବିଶ୍ବଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି। 

10:47 AM

Odisha Weather Report: ରାଜ୍ଯରେ କମିଛି ଖରା ଜାରି ରହିଛି ଗୁଳୁଗୁଳି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୧୪ ସହରର ତାପମାତ୍ରା ୩୦ ଡିଗ୍ରୀ ପାର କରିଛି । ଏହା ସହ ୩୫ ଡିଗ୍ରୀ ଉପରେ ରହିଛି ୨ ସହରର ପାରଦ । ଭଦ୍ରକରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ବରରେ ୩୫.୪, ଫୁଲବାଣୀରେ ୩୪.୬, ଭୁବନେଶ୍ବରରେ ୩୪.୪, କଟକରେ ୩୪.୨, କେନ୍ଦୁଝର ଓ ବାରିପଦାରେ ୩୪, କେନ୍ଦ୍ରାପଡ଼ା ଓ ରାଉରକେଲାରେ ୩୩.୪, ଚାନ୍ଦବାଲିରେ ୩୩.୨, ପୁରୀରେ ୩୩, ସୋନପୁର ଓ ଟିଟିଲାଗଡ଼ରେ ୩୨.୪ ଓ ଜଗତସିଂହପୁରରେ ୩୨.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।

10:38 AM

Odisha news live updates:  ଏକ୍ସପାୟାର୍ଡ ଚକଲେଟ୍ ଖାଇ ରକ୍ତ ବାନ୍ତି କଲା ଦେଢ ବର୍ଷର କୁନି ଝିଅ । ଏଭଳି ଏକ ଚିନ୍ତାଜନକ ଖବର ଆସିଛି ପଂଜାବ ପଟିଆଲାରୁ । ଗତକାଲି ଦେଢ ବର୍ଷର ଶିଶୁ କନ୍ୟା ଚକଲେଟ୍ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲା ଏବଂ ରକ୍ତବାନ୍ତି କରିଥିଲା । ପରିବାର ଲୋକ ତୁରନ୍ତ ଶିଶୁକୁ ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ଜଣାପଡିଥିଲା, ଚକଲେଟଟି ଏକ୍ସପାୟାର୍ଡ ହୋଇ ସାରିଛି । ଏହାକୁ ନେଇ ଉତ୍ୟକ୍ତ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । ଯାହାପରେ ଉକ୍ତ ଦୋକାନରେ ଚଢଉ ହୋଇଥିଲା । 

10:18 AM

Orange Alert For Weather: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି ମଧ୍ୟ ହିଟ୍ ୱେଭ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୧୪ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରେକର୍ଡ ହୋଇଛି । ୪୪.୬ ଡିଗ୍ରୀ ସହ ଉତପ୍ତ ସହର ହୋଇଛି ବାରିପଦା । ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ନୂଆପଡାରେ ତାପମାତ୍ରା ୪୪ ଡିଗ୍ରୀ, ତାଳଚେରରେ ୪୩.୮ ଡିଗ୍ରୀ ରେକର୍ଡ ହୋଇଛି ।

10:08 AM

Road Accident: ରାଜସ୍ଥାନର ଝାଲଵାର ଜିଲ୍ଲାରେ ଆଜି ଭୋରରୁ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଏକ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। କାର୍‌ଟି ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଝାଲାଵାର ଆରକ୍ଷୀ ଅଧୀକ୍ଷକ ରିଚା ଟୋମେର କହିଛନ୍ତି ଯେ ଭୋପାଳର ଡୁଙ୍ଗରୀ ଗାଁରୁ କାର୍‌ଟି ଫେରୁଥିଲା ବେଳେ ଏକଲେରା ଗ୍ରାମ ନିକଟରେ ରାତି ୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି ଓ ସମସ୍ତେ ସମ୍ପର୍କରେ ସାଙ୍ଗ ବୋଲି ଜଣାପଡ଼ିଛି । 

09:45 AM

Odisha news live updates: ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି । ରବିବାର ବରପାଲି ଓ ବିଜେପୁର ବ୍ଳକର ଶତାଧିକ କର୍ମକର୍ତ୍ତାମାନେ ବରଗଡ଼ ବିଜେପି ଅଫିସକୁ ଆସି ବିରୋଧ କରିଥିଲେ ।  ସେମାନେ ସନତ ଗଡତିୟାଙ୍କୁ  ଖୋଲାଖୋଲି ବିରୋଧ କରୁଥିବା ବେଳେ ତାଙ୍କ ବଦଳରେ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ସେମାନେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିରୋଧ ସହ ଦଳରେ ନୀତି ଆଦର୍ଶ ଭଳି ଆଉ କିଛି ନ ଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ବିଜେପୁରରେ ବିଜେପି ଯଦି ପ୍ରାର୍ଥୀ  ପରିବର୍ତ୍ତନ ନ କରେ ତେବେ ଦଳୀୟ କର୍ମକର୍ତ୍ତାମାନେ ଆଗକୁ ବଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ସନତ ଗଡତିୟା ଦୁଇ ଦୁଇ ଥର  ପ୍ରାର୍ଥୀ ହୋଇ ୫୦ ହଜାର ରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେଣୁ ଏଥର ବିଜେପି ନୂଆଁ ଚେହେରା ସହ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କଲେ ଦଳ ବିଜୟୀ ଲାଭ କରିବା ବୋଲି ଦୃଢ଼ୋକ୍ତି ସହ ଦାବି କରାଯାଇଛି ।

09:37 AM

ଭୁବନେଶ୍ବରରେ ଖସିଲା ସୁନା-ରୂପା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

Gold Silver Price: ହୁ ହୁ ହୋଇ ବଢି ଚାଲିଛି ସୁନା ରେଟ୍ । ଆଉ ତାହା ସହ ତାଳ ଦେଇ ବି ଆଗେଇ ଚାଲିଛି ରୂପା ଦର । ସୁନା-ରୂପା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଛି। ମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକେ ସୁନା କିଣିବା ପାଇଁ ସାହାସ କରିପାରୁ ନାହାଁନ୍ତି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ବିଶେଷ କରି ଆଜି(ସୋମବାର)  ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Gold Silver Price: ଭୁବନେଶ୍ବରରେ ଖସିଲା ସୁନା-ରୂପା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

09:15 AM

ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍
Petrol Diesel Price Today: ଏ-ପ୍ରିଲ ୨୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ସୋମବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କ୍ ଉପରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Petrol Diesel Price Today: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍

09:00 AM

Virat Kohli: RCBର ପରାଜୟ ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼...ପଢନ୍ତୁ ପୂରା ଖବର

08:49 AM

Odisha news live updates: ସାଇବର ଠକଙ୍କୁ ସାବାଡ଼ କରିବ ନୂଆ ଯୋଜନା...ପଢନ୍ତୁ ପୂରା ଖବର

08:42 AM

Odisha news live updates: ଆଇପିଏଲର ୩୮ତମ ଲିଗ୍ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ (RR vs MI) । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନର ୧ ନମ୍ବର ସ୍ଥାନ ବଜାଇ ରଖିବା ନେଇ ଉଦ୍ୟମ କରିବ । ସେପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଲକ୍ଷ୍ୟ ରଖିଛି ମୁମ୍ବାଇ । ଖବର ଅନୁଯାୟୀ, ଏହା ପୂର୍ବରୁ ଉଭୟ ଦଳ ଗତ ୧ ତାରିଖରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମୁହାଁମୁହିଁ ହୋଇଥିଲେ । ଏଥିରେ ୬ ୱିକେଟ୍ ରେ ବାଜି ମାରିନେଇଥିଲା ସଞ୍ଜୁ ବାହିନୀ । ତେବେ ଉଭୟ ଦଳ ପୂର୍ବରୁ ୨୯ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ମୁମ୍ବାଇ ୧୫ଟି ମ୍ୟାଚ୍ ଜିତିଥିବା ବେଳେ ରୟାଲ୍ସ ୧୩ଟିରେ ବିଜୟୀ ହୋଇଛି ।

 

08:29 AM

Odisha news live updates:  ପାଲେଷ୍ଟାଇନ୍ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଆମେରିକା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)ର ଏକ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ଉପରେ କଠୋର କଟକଣା ଲଗାଇବାକୁ ଘୋଷଣା କରିଛି ଆମେରିକା । ପ୍ରଥମ ଥର ପାଇଁ ବାଇଡେନ ପ୍ରଶାସନ ଇସ୍ରାଏଲର କୌଣସି ସାମରିକ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିବା ପରେ ଏହାକୁ ନେଇ ଇସ୍ରାଏଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। 

 

08:07 AM

Rajnath Singh Visit To Siachen: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିଆଚେନ ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ସଶସ୍ତ୍ର ବାହିନୀ ସହ ଯୋଗାଯୋଗ କରିବେ। ସିଆଚେନ୍ ଗସ୍ତ କରିବେ  ସମୟରେ ସେହି ଅଞ୍ଚଳରେ ନିୟୋଜିତ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ" ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି। 

07:54 AM

Odisha news live updates: କର୍ଣ୍ଣାଟକେ କଲେଜ ଛାତ୍ରୀ ନେହାଙ୍କୁ ତାଙ୍କ ପ୍ରେମିକ ବାରମ୍ବାର ଛୁରୀ ଭୁଷି ହତ୍ୟା ଘଟଣାରେ ପ୍ରତିବାଦ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ତେଜିଛି ରାଜନୀତି। ଏହି ଘଟଣାକୁ ଲଭ୍ ଜିହାଦ ର ରଙ୍ଗ ଦେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କର୍ଣ୍ଣାଟକ ର ହୁବଳି ଅଞ୍ଚଳର କଂଗ୍ରେସ କର୍ପୋରେଟରଙ୍କ ଝିଅ ଥିଲେ ପୀଡିତା । ତେବେ ଆଜି ଏହି କାରଣରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। ଘଟଣାଟି ସମ୍ବେଦନ ଶୀଳ ଥିବାରୁ କେହି ବି ଏହି ଘଟଣାରେ ସୋସିଆଲ ପୋଷ୍ଟ ନକରନ୍ତୁ ବୋଲି ପୋଲିସ ଚେତାବନୀ ଦେଇଛି। 

07:46 AM

Odisha news live updates: ବଡ଼ ସମ୍ବେଦନଶୀଳ ଖବର । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ଜିଲ୍ଲା ଖଣିଜ ପାଣ୍ଠି ଡିଏମଏଫରୁ ୯ କୋଟି ୭୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନୀର ଜମାଖାତାକୁ ପଠାଯାଇଛି। ଥରେ କି ଦୁଇ ଥର ନୁହେଁ, ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ଏହିପରି ୪ ଥର ଟଙ୍କା ଟ୍ରାନ୍ସଫର କରାଯାଇଛି। ଘଟଣା ଜଣାପଡିବା ପରେ ଭଞ୍ଜପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ରାଜ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଏକ ଟିମ୍ ମଧ୍ୟ ଏହାର ତନାଘନା କରୁଛନ୍ତି।

 

07:36 AM

Odisha news live updates: ପୋଲିସ ପରିଚୟରେ ଲୋକଙ୍କୁ ବିଭିନ୍ନ ଧମକଚମକ ଦେଇ ଲୁଟୁଥିବା ଏକ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି ଅସଲି ପୋଲିସ। ମଧ୍ୟପ୍ରଦେଶରୁ ଆସି ୨ ରୁ ୩ ମାସ ହେଲା ଡେରା ପକାଇଥିବା ୭ ଜଣିଆ ଗ୍ୟାଙ୍ଗକୁ ଶେଷରେ ପୋଲିସ ପଞ୍ଝାରେ ପଡିଛି। ଦୈତ୍ୱନଗରୀରର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୦ ରୁ ଅଧିକ ଲୁଟ୍ କରି କମିଶନରେଟ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ବରିଷ୍ଠ ଅଧିକାରୀଙ୍କୁ ଘନଘନ ଜେରା କରାଯାଉଛି। 

 

07:28 AM

Odisha News Live Update: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ। ନବୀନ ନିଜ ପାଇଁ ଭୋଟ୍ ମାଗିବା ସହ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅନୁରୋଧ କରିବେ। ଏହାପରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଅଧିନସ୍ଥ ନିର୍ବାଚନ ମଣ୍ଡଳି ଗୁଡ଼ିକରେ ପ୍ରଚାର କରିବେ। ୨୫ ତାରିଖରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

07:10 AM

Odisha Live Update: ରବିବାର ତାତି ରେକର୍ଡ଼ ଭାଙ୍ଗିଥିବା ବେଳେ ଲଗାତର ୩ ଦିନ ହେବ ଜଳୁଛି ସାରା ଓଡ଼ିଶା । ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ଥିବା ରେକର୍ଡ଼ ହୋଇଛି । ଖାଲି ସେତିକି ନୁହେଁ, ୯ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ଼ ହୋଇଛି । ସୂଚନାଯୋଗ୍ୟ, ବାରିପଦା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଛୁଇଁଛି ।  ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ନୂଆପଡ଼ା ୪୪ ଡିଗ୍ରୀ, ତାଳଚେର ୪୩.୮ ଡିଗ୍ରୀ, ଝାରସୁଗୁଡ଼ା ଓ କେନ୍ଦୁଝର ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୩, ବଲାଙ୍ଗୀର ୪୩.୨ ଡିଗ୍ରୀ, ସୁନ୍ଦରଗଡ଼ ଓ ବୌଦ୍ଧ ୪୩ ଡିଗ୍ରୀ, ଢେଙ୍କାନାଳ ୪୨.୯ ଡିଗ୍ରୀ, ଟିଟିଲାଗଡ଼ ୪୨.୫ ଡିଗ୍ରୀ, ରାଉରକେଲା ୪୨.୧ ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଛି । ତେବେ ସୋମବାର ମଧ୍ୟ ରାଜ୍ୟରେ ପାଗ ସମାନ ରହିବ । 

 

07:01 AM

Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ? ଜାଣନ୍ତୁ ଆଜିର ରାଶିଫଳ...ଦେଖନ୍ତୁ ଫଟୋ ଗ୍ୟାଲେରୀ