Study On Losing a Spouse: ଜୀବନ ସାଥୀ ବିନା ବଞ୍ଚିପାରନ୍ତି ନାହିଁ ପୁରୁଷ! ଅଲଗା ହେବା ପରେ ୭୦ ପ୍ରତିଶତଙ୍କ ବଢ଼ିଯାଏ ମୃତ୍ୟୁ ଆଶଙ୍କା
Advertisement
Article Detail0/zeeodisha/odisha1624816

Study On Losing a Spouse: ଜୀବନ ସାଥୀ ବିନା ବଞ୍ଚିପାରନ୍ତି ନାହିଁ ପୁରୁଷ! ଅଲଗା ହେବା ପରେ ୭୦ ପ୍ରତିଶତଙ୍କ ବଢ଼ିଯାଏ ମୃତ୍ୟୁ ଆଶଙ୍କା

Men dying after their spouse dies: ଗବେଷଣାକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଜୀବନସାଥୀକୁ ହରାଇବାର ବର୍ଷକ ମଧ୍ୟରେ ପୁରୁଷଙ୍କ ମୃତ୍ୟୁ ୭୦% ଅଧିକ ଥିବାବେଳେ, ମହିଳାମାନେ ମୃତ୍ୟୁ ହେବାର ୨୭% ଅଧିକ ହୋଇଯାଏ ।

ସୌ: ସୋସିଆଲ ମିଡିଆ

Study On Losing a Spouse: ଫ୍ଲୋରିଡା ଷ୍ଟେଟ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ଜୀବନସାଥୀ ହରାଇବା ଦ୍ୱାରା ପୁରୁଷଙ୍କ ମୃତ୍ୟୁ ହେବାର ସମ୍ଭାବନା ୭୦% ବଢ଼ିଯାଇଥାଏ । ଏହି ଗବେଷଣା ୨୨ ମାର୍ଚ୍ଚରେ PLOS One ପତ୍ରିକାରେ ପ୍ରକାଶିତ ହୋଇଛି । ଗବେଷଣାରେ ଏହା ଜଣାପଡିଛି ଯେ ଜୀବନସାଥୀ ହରାଇବାର ଦୁଃଖ ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଗବେଷଣା ପାଇଁ, ଗବେଷଣାକାରୀମାନେ ଡେନମାର୍କ, ବ୍ରିଟେନ ଓ ସିଙ୍ଗାପୁରର ୬୫ ବର୍ଷରୁ ଅଧିକ ବୟସର ପ୍ରାୟ ଏକ ମିଲିୟନ ଡେନମାର୍କ ନାଗରିକଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ ।

AFP ରିପୋର୍ଟ ଅନୁସାରେ ଗବେଷଣାରୁ ଜଣାପଡିଛି ଯେ କମ୍ ବୟସର ଲୋକମାନେ, ଯେତେବେଇଲା ନିଜ ଜୀବନସାଥୀଙ୍କୁ ହରାଇ ଦିଅନ୍ତି, ତେବେ ଏକ ବର୍ଷ ମଧ୍ୟରେ ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଧିକ ହୋଇଯାଇଥାଏ । ମୋଟ ଉପରେ, ଗବେଷଣାକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଜୀବନସାଥୀ ହରାଇବାର ବର୍ଷକ ମଧ୍ୟରେ ପୁରୁଷଙ୍କ ମୃତ୍ୟୁ ହେବାର ଆଶଙ୍କା ୭୦% ଅଧିକ ଥିବାବେଳେ, ମହିଳାଙ୍କ ମୃତ୍ୟୁ ହେବାର ଆଶଙ୍କା ୨୭% ଅଧିକ ରହିଛି । 

ଏଜିଙ୍ଗ ରିସର୍ଚ୍ଚର ସହ-ନିର୍ଦ୍ଦେଶକ ଡନ୍ କୌର୍ କୁହନ୍ତି, ସାଧାରଣତଃ ବୃଦ୍ଧାବସ୍ଥାର ଅର୍ଥ ହେଉଛି ମୃତ୍ୟୁ ହେବାର ଅଧିକ ବିପଦ, ଓ ଦମ୍ପତିମାନେ ପ୍ରାୟତଃ ଜୀବନଶୌଳୀ ଅଭ୍ୟାସ ଓ ଅନ୍ୟାନ୍ୟ ଆଚରଣକୁ ପରସ୍ପର ମଧ୍ୟରେ ବାଣ୍ଟନ୍ତି, ଯାହା ସ୍ୱାସ୍ଥ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯେପରିକି ଖାଦ୍ୟ ଓ ବ୍ୟାୟାମ । ଏହି ସମସ୍ତ ଜିନିଷ ବଞ୍ଚିବାର ସମ୍ଭାବନାକୁ ବଢ଼ାନ୍ତି, କିନ୍ତୁ ଅଲଗା ହେବା ମାତ୍ରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ ।

fallback

ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା ଯେ, ଗବେଷଣାରେ ଯୁବକମାନେ ମହିଳାଙ୍କ ଅପେକ୍ଷା ଜୀବନସାଥୀଙ୍କ ବିନା ବଞ୍ଚିବା ଅଧିକ କଷ୍ଟସାଧ୍ୟ ମନେ କରୁଥିଲେ । ଜୀବନସାଥୀ ମୃତ୍ୟୁ ତିନି ବର୍ଷ ପର୍ଯ୍ୟନ୍ତ ପୁରୁଷମାନଙ୍କର ମୃତ୍ୟୁ ହେବାର ଆଶଙ୍କା ବଢ଼ାଇପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ସବୁ ବୟସର ପୁରୁଷଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି । ବୃଦ୍ଧାବସ୍ଥାରେ ଏକାନ୍ତପଣ ମୃତ୍ୟୁର ଏକ ପ୍ରମୁଖ କାରଣ ।

ଏହି ଗବେଷଣାରେ ନିଜ ଜୀବନସାଥୀ ହରାଇବା ପୂର୍ବରୁ ଓ ପରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ବିଷୟରେ ତଥ୍ୟ ମଧ୍ୟ ସାମିଲ ଥିଲା । ଏପରି ସମୟରେ ଲୋକଙ୍କୁ ଉଦାସୀନତା ସହିତ ସଂଘର୍ଷ କରିବାକୁ ପଡେ । ଖାଦ୍ୟ ଓ ପାନୀୟର ଅଭାବ ଯୋଗୁଁ ଦୁର୍ବଳତା ପରି ଏକ ଅବସ୍ଥା ଆରମ୍ଭ ହୁଏ, ଯେଉଁ କାରଣରୁ ବିଭିନ୍ନ ରୋଗ ହେବା ଆରମ୍ଭ କରେ, ଯେଉଁଥିପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ମଧ୍ୟ ବଢିବାରେ ଲାଗେ ।

ଏହା ବି ପଢ଼ନ୍ତୁ: Flying Fish: ଏହି ମାଛଗୁଡ଼ିକ ପବନରେ ଉଡ଼ନ୍ତି, ଗତି ଏତେ ଅଧିକ ଯେ ସେମାନେ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପଛରେ ପକାଇଦେବେ

ଏହା ବି ପଢ଼ନ୍ତୁ: World's Greatest Places: ଟାଇମ୍ ମାଗାଜିନ୍ ଜାରି କଲା 'ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନ'; ଭାରତର ରହିଛି ଦୁଇଟି ଜାଗା, ସେଥି ମଧ୍ୟରୁ ଗୋଟିଏ ଓଡ଼ିଶାର ଏହି ଜିଲ୍ଲା