Indian Railways: ପୂର୍ବତଟ ରେଳପଥ ପରିସୀମା ଅଧିନସ୍ଥ ୯ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଆରମ୍ଭ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା
Advertisement
Article Detail0/zeeodisha/odisha2219642

Indian Railways: ପୂର୍ବତଟ ରେଳପଥ ପରିସୀମା ଅଧିନସ୍ଥ ୯ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଆରମ୍ଭ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା

Indian Railway IRCTC: ପୂର୍ବତଟ ରେଳପଥ ପରିସୀମା ଅଧିନସ୍ଥ ୯ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରେ ଆରମ୍ଭ ହୋଇଯାଇଛି  ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା।

Indian Railways: ପୂର୍ବତଟ ରେଳପଥ ପରିସୀମା ଅଧିନସ୍ଥ ୯ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରେ ଆରମ୍ଭ  ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ବ୍ୟବସ୍ଥା

IRCTC Food Facility: ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ବଳ୍ପ ମୂଲ୍ୟରେ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରୀଷ୍ମ ମାସରେ ଯାତ୍ରୀଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି। ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ଯାତ୍ରୀ, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ।
  
ଏହି ପଦକ୍ଷେପ ଏକ ଦ୍ୱୈତ ଆଭିମୁଖ୍ୟ ପ୍ରଦାନ କରୁଛି 

  •  ସ୍ବଳ୍ପମୂଲ୍ୟ ଭୋଜନ: ପକେଟ ଅନୁକୂଳ ମାତ୍ର Rs. 20/- ମୂଲ୍ୟରେ ଏହି ଭୋଜନ ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଏକ ସନ୍ତୋଷଜନକ ଏବଂ ସୁଲଭ ବିକଳ୍ପ ପ୍ରଦାନ କରୁଛି।
  • ସ୍ନାକ୍ସ ଭୋଜନ: ଯେଉଁମାନେ ହାଲୁକା ଭୋଜନ ଯାତ୍ରା ସମୟରେ ଚାହୁଁଛନ୍ତି ସେମାନଙ୍କ ପାଇଁ Rs. 50/- ମୂଲ୍ୟରେ ସ୍ନାକ୍ସ ଭୋଜନ ମଧ୍ୟ ଉପଲବ୍ଧ ହୋଇଛି। 

ଏହି ସୁବିଧାକୁ ସହଜରେ ଯାତ୍ରୀଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଏହି ସ୍ବଳ୍ପ ମୂଲ୍ୟର ଭୋଜନ ଏବଂ ଜଳ ପ୍ଲାଟଫର୍ମ ଠାରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବେ କାଉଣ୍ଟର ଠାରେ ଉପଲବ୍ଧ କରାଯାଉଛି। ଯାତ୍ରୀ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଦୋକାନ ସନ୍ଧାନର ଆବଶ୍ୟକତାକୁ ଦୂର କରି ଏହି କାଉଣ୍ଟର ଠାରୁ ସିଧାସଳଖ ସେମାନଙ୍କ ପାଇଁ ସୁଲଭ ଏବଂ ସ୍ବଳ୍ପ ମୂଲ୍ୟରେ ଭୋଜନ କ୍ରୟ କରିପାରିବେ।

ଗତ ବର୍ଷ ଭାରତୀୟ ରେଳବାଇ ପକ୍ଷରୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଦେଶର ପ୍ରାୟ ୫୧ ରେଳ ଷ୍ଟେସନ ଠାରେ ଏହି ସେବା ସଫଳତାର ସହ ଉପଲବ୍ଧ କରାଯାଇଥିଲା | ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି। ଯାହାକି ବର୍ତ୍ତମାନ ଶହେରୁ ଅଧିକ ରେଳ ଷ୍ଟେସନ ପରିସରରେ ମୋଟ ୧୫୦ କାଉଣ୍ଟର ଠାରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟ ଭବିଷ୍ୟତରେ ଏହି ସେବାକୁ ଆହୁରି ଅଧିକ ଷ୍ଟେସନ ଠାରେ  ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପକୁ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା କରାଯାଇଛି।

ଏହି ସ୍ବଳ୍ପମୂଲ୍ୟ ଭୋଜନ ଉପଲବ୍ଧତା କାର୍ଯ୍ୟକ୍ରମ ଯାତ୍ରୀଙ୍କ ପାଇଁ ଏକ ବିଶେଷ ଲାଭ ପ୍ରଦାନ କରିଥାଏ। ବିଶେଷକରି ଯେଉଁମାନେ ଜେନେରାଲ୍ କ୍ଲାସ୍ କୋଚ୍ ଯୋଗେ ଯାତ୍ରା କରନ୍ତି। ଏହା ସହଜରେ ଯାତ୍ରୀଙ୍କୁ ଉପଲବ୍ଧ, ସୁଲଭ ଭୋଜନ ଏବଂ ସ୍ନାକ୍ସ ସୁନିଶ୍ଚିତ କରୁଛି। ଯାହାକୁ ଯାତ୍ରୀ ସେମାନଙ୍କର ଯାତ୍ରା ସମୟରେ କୌଣସି ଅସୁବିଧାର ସାମ୍ନା ନ କରି ସୁବିଧାରେ ସ୍ବଳ୍ପମୂଲ୍ୟ ଭୋଜନ ପାଇପାରିବେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡ଼ ଏବଂ ପଲାସା ରେଳ ଷ୍ଟେସନ, ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର କଣ୍ଟାବାଞ୍ଜି ଷ୍ଟେସନ ଠାରେ ଏବଂ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ବିଶାଖାପାଟନମ, ବିଜୟନଗରମ ଏବଂ ଶ୍ରୀକାକୁଲମ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରେ ଯାତ୍ରୀଙ୍କୁ ସ୍ବଳ୍ପ ମୂଲ୍ୟରେ ଭୋଜନ ଯୋଗାଇ ଦିଆଯାଉଛି।