Gayatri mantra: ମୁସଲମାନ ହୋଇ ମଧ୍ୟ ପଢୁଛନ୍ତି ଗାୟତ୍ରୀ ମନ୍ତ୍ର: ବେଦ ପାଇଁ ପାଇଛନ୍ତି ସ୍ୱର୍ଣ୍ଣ ପଦକ
Advertisement
Article Detail0/zeeodisha/odisha1726958

Gayatri mantra: ମୁସଲମାନ ହୋଇ ମଧ୍ୟ ପଢୁଛନ୍ତି ଗାୟତ୍ରୀ ମନ୍ତ୍ର: ବେଦ ପାଇଁ ପାଇଛନ୍ତି ସ୍ୱର୍ଣ୍ଣ ପଦକ

ଗଜଲା ନାମକ ଜଣେ ମୁସଲମାନ ଝିଅ ବର୍ତ୍ତମାନ ନିଜର ଟ୍ୟାଲେଣ୍ଟ୍ (talent) ପାଇଁ ଖୁବ୍ ଚର୍ଚ୍ଚାରେ । କାରଣ ଅନେକ ବେଦ ଶାସ୍ତ୍ର ନିଜ ମୁହଁରେ ମୁଖସ୍ତ କରିବା ସହ ସଠିକ୍ ଢଙ୍ଗରେ ଉଚ୍ଚାରଣ କରି ସମସ୍ତଙ୍କର ମନ ଜିଣୁଛନ୍ତି ଗଜଲା । କେବଳ ସେତିକି ନୁହେଁ ଲୋକ୍ଷ୍ନୌ ବିଶ୍ୱବିଦ୍ୟାଳୟ (lucknow university)ରେ ସଂସ୍କୃତ ଅଧୟନ କରି ୫ଟି ସ୍ୱର୍ଣ୍ଣ ପଦକ ଜିତି

Gayatri mantra: ମୁସଲମାନ ହୋଇ ମଧ୍ୟ ପଢୁଛନ୍ତି ଗାୟତ୍ରୀ ମନ୍ତ୍ର: ବେଦ ପାଇଁ ପାଇଛନ୍ତି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଗଜଲା ନାମକ ଜଣେ ମୁସଲମାନ ଝିଅ ବର୍ତ୍ତମାନ ନିଜର ଟ୍ୟାଲେଣ୍ଟ୍ (talent) ପାଇଁ ଖୁବ୍ ଚର୍ଚ୍ଚାରେ । କାରଣ ଅନେକ ବେଦ ଶାସ୍ତ୍ର ନିଜ ମୁହଁରେ ମୁଖସ୍ତ କରିବା ସହ ସଠିକ୍ ଢଙ୍ଗରେ ଉଚ୍ଚାରଣ କରି ସମସ୍ତଙ୍କର ମନ ଜିଣୁଛନ୍ତି ଗଜଲା । କେବଳ ସେତିକି ନୁହେଁ ଲୋକ୍ଷ୍ନୌ ବିଶ୍ୱବିଦ୍ୟାଳୟ (lucknow university)ରେ ସଂସ୍କୃତ ଅଧୟନ କରି ୫ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏନଇଟି ପାଇଁ ଚେଷ୍ଟା କରି ପରୀକ୍ଷାରେ ସଫଳ ମଧ୍ୟ ହୋଇଛନ୍ତି ମୁସଲିମ ଝିଅ ଗଜଲା । କିନ୍ତୁ ଗଜଲା କୁହନ୍ତି, ସେ ଏତେ ସବୁ ସଫଳତା ପାଇବାର ରାସ୍ତା ଏତେ ସହଜ ନଥିଲା ।

ଗଜଲାଙ୍କ କାହାଣୀ ଆପଣଙ୍କୁ ଭାବବିହ୍ୟୁଳ (emotional) କରିବାକୁ ବାଧ୍ୟ କରିବ । କାରଣ ତାଙ୍କ ପିତା କର୍କଟ (cancer) ରୋଗରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ରୋଗରେ ପଡି ଅନେକ କଷ୍ଟ ପାଇଥିଲେ । ପୂର୍ବରୁ ଦିନ ମଜୁରିଆ ଭାବରେ କାମ କରି ନିଜ ପିଲାଙ୍କୁ ମଣିଷ କରିବା ପାଇଁ ଖୁବ ସଂଘର୍ଷ କରୁଥିଲେ । କିନ୍ତୁ ହଠାତ୍ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ପରିବାରର ଅବସ୍ଥା ଖୁବ ଜଟିଳ ଆଡକୁ ବଢିବାରେ ଲାଗିଲା ।  ଚିକିତ୍ସାରେ କୌଣସି ଲାଭ ମିଳିବା ପରିବର୍ତ୍ତେ ପରିବାରର ଆର୍ଥିକ ଅବସ୍ଥା (financial condition) ଖରାପ ହେବାକୁ ଲାଗିଲା । ଏତେସବୁ ଅସୁବିଧା ଭିତରେ ମଧ୍ୟ ଗଜଲା ହାର ମାନିନଥିଲେ । ଗଜଲାଙ୍କ ପାଠ (study) ପଢା ଆଗକୁ ଜାରି ରଖିବା ପାଇଁ ନିଜର ଭାଇ ଓ ଭଉଣୀମାନେ ସହଯୋଗର (help) ହାତ ବଢାଇଲେ । ସେମାନେ ପାଠପଢା ଛାଡି କାମ କରିବା ଆରମ୍ଭ କରିଦେଲେ । ଭଉଣୀର ପାଠପଢାରେ ସହଯୋଗ କରିବା ଦ୍ୱାରା ଗଜଲା ନିଜର ସ୍ୱପ୍ନ ପୂରଣ ପାଇଁ ସାହାସ ପାଇଲେ ।

ଗଜଲା କହିଛନ୍ତି ଯେ, ଲକ୍ଷ୍ନୌ ସହରର ନିଶାଟଗଞ୍ଜ ସରକାରୀ ସ୍କୁଲରୁ ମୁଁ ପ୍ରଥମେ ମୋର ପାଠ ପଢା ଆରମ୍ଭ କରିଥିଲି । ସେଠାରେ ଚତୁର୍ଥ ଶ୍ରେଣୀରେ ପଢିବା ସମୟରେ ମୁଁ ସଂସ୍କୃତ ଭାଷା ପ୍ରତି ଆଗ୍ରହ ପ୍ରକାଶ କରିଥିଲି । ନିଶାଟଗଞ୍ଜ ସ୍କୁଲର ମୀନା ମାଡାମ୍ ମତେ ସଂସ୍କୃତ ପଢାଉଥିଲେ । ମୋର କୌଣସି ଦ୍ୱନ୍ଦ ଥିଲେ ସେ ସହଜରେ ଦୂର ମଧ୍ୟ କରିଦେଉଥିଲେ । ପରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢିବା ପାଇଁ ମୁଁ ସ୍କୁଲ୍ ବଦଳାଇଥିଲି । ଲକ୍ଷ୍ନୌ ସହରର ବାଦଶାନ ନଗରରେ ଥିବା ଆର୍ଯ୍ୟ ଇଣ୍ଟର କଲେଜରେ ଆଡମିଶନ ପରେ ସେଠାରେ ଥିବା ସଂସ୍କୃତ ଶିକ୍ଷୟତ୍ରୀ ଅର୍ଚ୍ଚନା ମାଡାମ ମତେ ଆହୁରି ଆଗକୁ ବଢିବାକୁ ବାଟ କଡାଇନେଇଥିଲେ । ବେଦ ଓ ଶାସ୍ତ୍ର ଉପରେ ଜ୍ଞାନ ବଢିବା ମୋର ଆରମ୍ଭ ହୋଇଥିଲା । ଯାହାଦ୍ୱାରା ମୁଁ ଜାଣିବାକୁ ପାଇଥିଲି ଯେ, ବେଦରେ ଯାହା କୁହାଯାଇଛି ତାହା ଇସଲାମ ଧର୍ମରେ ମଧ୍ୟ ରହିଛି ।

ଗଜଲା ଏକଥା ମଧ୍ୟ କହିଛନ୍ତି ଯେ, ମୋର ବାପା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସମୟରେ ମୋର ମାଆ ଖୁବ୍ କଷ୍ଟ ପାଇଥିଲେ । ମାଆ ଅନ୍ୟ ଲୋକଙ୍କ ଘରେ କାମ କରି ଆମ ପାଇଁ ଦାନା ସଂଗ୍ରହ କରୁଥିଲେ । କାରଣ ବାପା ରୋଗାକ୍ରାନ୍ତ ହେବା ପରେ ଆଉ କାମ କରିପାରିଲେ ନାହିଁ । ପୂର୍ବରୁ ସେ ଚିତ୍ର ଆଙ୍କିବା ଓ ରଙ୍ଗ କାମ କରୁଥିଲେ । ବାପାଙ୍କର ସ୍ୱପ୍ନ ଥିଲା ଆମେ କିପରି ଭଲ ପାଠ ପଢି ଚାକିରୀ କରିୁବୁ । କିନ୍ତୁ ଆର୍ଥିକ ସମସ୍ୟା ଆମ ପାଇଁ ଚିନ୍ତାର କାରଣ ପାଲଟିଥିଲା । ବାପା ଅସୁସ୍ଥ ହେବା ପରେ ଯେତେବେଳେ ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଗଲା ସେତେବେଳେ ଜଣାପଡିଥିଲା ଯେ, ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ସାଧାରଣତଃ ଲୋକମାନେ ଚର୍ଚ୍ଚା କରନ୍ତି ଯାହାକୁ ଥରେ କର୍କଟ ରୋଗ ହୁଏ ସେ ବେଶିଦିନ ବଞ୍ଚିବା ସମ୍ଭବ ନୁହେଁ । ତେଣୁ ବାପାଙ୍କର କାଳେ କିଛି ହୋଇଯିବ ସେକଥା ଭାବି ଆମ ପରିବାର ସଦସ୍ୟ ଭାଙ୍ଗିପଡିଥିଲେ । ବାପାଙ୍କ ସୁସ୍ଥତା କାମନା କରି ମୁଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲି । କିନ୍ତୁ କୌଣସି ଲାଭ ମିଳିଲା ନାହିଁ । ବିଧିର ବିଧାନ ଆଗରେ ଆମେ ସମସ୍ତେ ନତମସ୍ତକ ହୋଇଯାଇଥିଲୁ ।

ବର୍ଷ ବର୍ଷ ଦିନ ମଜୁରିଆ ଭାବରେ କାମ କରି ବାପା ସଂଞ୍ଚୟ କରିଥିବା ସ୍ୱଳ୍ପ ଟଙ୍କା ଏହାରି ମଧ୍ୟରେ ଖର୍ଚ୍ଚ ହୋଇଯାଇଥିଲା । ତେଣୁ ବାପାଙ୍କ ମୃତ୍ୟୁ ପରେ ମାଆ ପର ଘରେ କାମ କରିବାକୁ ବାଧ୍ୟ ହୋଇଥିଲେ । ସେହି ଦିନ ମୁଁ ପ୍ରକୃତରେ ବଞ୍ଚିବାର ଅର୍ଥ ଶିଖିଥିଲି । କେବଳ ମାଆ ନୁହେଁ, ମାତ୍ର ୧୦ ଏବଂ ୧୩ ବର୍ଷ ବୟସରେ ମୋର ଦୁଇ ଭାଇ ଗ୍ୟାରେଜରେ କାମ କରିବା ଆରମ୍ଭ କରିଥିଲେ ।

ସାନ ଭାଇ ମଧ୍ୟ ପାଠ ଛାଡି ବାହାରେ କାମ କରିବା ଆରମ୍ଭ କରିଥିଲା । ମୋ ପାଠ ପଢାରେ ସେ ମଧ୍ୟ ଖୁବ୍ ସାହାଯ୍ୟ କରିଛି । କେବଳ ସେତିକି ନୁହେଁ ଘରର ଆର୍ଥିକ ସମସ୍ୟା କାରଣରୁ ମୋର ଭଉଣୀ ମଧ୍ୟ ଏକ ଶୋରୁମରେ କାମ କରିବା ଆରମ୍ଭ କରିଥିଲା । ଖୁବ୍ କମ୍ ବୟସରେ ସେମାନେ ଘରର ସବୁ ବୋଝ ନିଜ ମୁଣ୍ଡକୁ ନେଇଥିଲେ ।

ମୋ ପରୀକ୍ଷା ଫଳ ବାହାରିବାର ୩ ଦିନ ପରେ ବାବାଙ୍କର ଦେହାନ୍ତ ହୋଇଥିଲା । ମୁଁ ଦଶମ ସ୍ଥାନରେ ୯୬ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲି । ପରବର୍ତ୍ତି ପାଠ୍ୟକ୍ରମରେ ୬ମାସକୁ ମୋର ୨ ହଜାର ଟଙ୍କା ଆବଶ୍ୟକ ପଡୁଥିଲା କିନ୍ତୁ ସେତକ ଦେବାପାଇଁ ମଧ୍ୟ ସମ୍ୱଳ ନଥିଲା । ମୁଁ ଭାବିନେଇଥିଲି ଯେ, ମୋର ପାଠପଢା ଆଉ ଆଗକୁ ବଢିବା ବୋଧହୁଏ ସମ୍ଭବ ନୁହେଁ । କୋର୍ସ ଫି ଦେବା ମୋ ପକ୍ଷେ ସମ୍ଭବ ନୁହେଁ ଏବଂ ମୁଁ ପାଠ ଛାଡୁଛି ବୋଲି କହିବା ପାଇଁ ସ୍କୁଲ୍ ଯାଇଥିଲି । କିନ୍ତୁ ମୋର ଶିକ୍ଷକମାନେ ମତେ କହିଥିଲେ ଯେ, ତମର ପାଠପଢା ଖର୍ଚ୍ଚ ଆମେ ବହନ କରିବୁ ତମେ ପାଠ ଛାଡ ନାହିଁ ।

ପଢିବା ପାଇଁ ମୋ ପାଖେ ବହି କିଣିବାକୁ ଟଙ୍କା ନଥିଲା । ତେଣୁ ମୁଁ ଅନ୍ୟ ସାଙ୍ଗଙ୍କୁ ବହି ମାଗି ପାଠ ପଢୁଥିଲି । ଶିକ୍ଷକ ଓ ସାଙ୍ଗମାନଙ୍କ ସାହାଯ୍ୟ ମତେ ଆଗକୁ ବଢିବା ପାଇଁ ସାହସ ଦେଇଥିଲା । ୨୦୧୬ ମସିହାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୁଁ ଅଧିକ ନମ୍ୱର ରଖିବା ସହ ଟପ୍ପର ହୋଇଥିଲି । ସିଏମ ଅଖିଳେଶ ଯାଦବ ମତେ ୩୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।

କିନ୍ତୁ ମୋର ସମସ୍ୟା ଏତିକିରେ ସରିନଥିଲା । କାରଣ ହଠାତ୍ ମୋ ମାଆଙ୍କର ଟ୍ୟୁମର ଅପରେଶନ ହେବାର ଥିଲା । ତେଣୁ ମତେ ମିଳିଥିବା ଟଙ୍କା ମେଡିକାଲରେ ଖର୍ଚ୍ଚ ହୋଇଥିଲା । ପାଖରେ ଟଙ୍କାର ଅଭାବ ଥିବାରୁ କଲେଜର ଆଡମିଶନ କରିପାରିଲି ନାହିଁ । କଲେଜରେ ଆଡମିଶନ ତାରିଖ ମଧ୍ୟ ଶେଷ ହୋଇଗଲା ।

also read- ବାଗେଶ୍ୱର ବାବାଙ୍କୁ ବିବାହ କରିବାକୁ ଜିଦ ଧରିଛନ୍ତି ଏହି ଡାକ୍ତରୀ ଛାତ୍ରୀ, ପଢନ୍ତୁ ପୂରା ରିପୋର୍ଟ