Love Story: ମୁସଲମାନ ଝିଅ ଇକ୍ରା ବନିଲେ ପ୍ରୀତି, ହିନ୍ଦୁ ଯୁବକ ଆକାଶଙ୍କୁ କଲେ ବିବାହ
Advertisement
Article Detail0/zeeodisha/odisha1863574

Love Story: ମୁସଲମାନ ଝିଅ ଇକ୍ରା ବନିଲେ ପ୍ରୀତି, ହିନ୍ଦୁ ଯୁବକ ଆକାଶଙ୍କୁ କଲେ ବିବାହ

Hindu Muslim Marriage: ମୁସଲମାନ ଝିଅ ଉକ୍ରାଙ୍କୁ ନେଇ ଫେରାର ହୋଇଥିଲେ ହିନ୍ଦୁ ଯୁବକ ଆକାଶ । ପରେ ଇକ୍ରାଙ୍କ ପରିବାର ଲୋକେ ଆକାଶଙ୍କ ବିରୋଧରେ ଥାନାରେ ଦାୟର କରିଥିଲେ।

Love Story: ମୁସଲମାନ ଝିଅ ଇକ୍ରା ବନିଲେ ପ୍ରୀତି, ହିନ୍ଦୁ ଯୁବକ ଆକାଶଙ୍କୁ କଲେ ବିବାହ

Hindu Muslim Marriage: ଜଣେ ମୁସଲିମ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ପ୍ରେମ କାହାଣୀ (Love story)କୁ ନେଇ ଉତ୍ତରପ୍ରଦେଶର ବରେଲିରେ ଖୁବ ଚର୍ଚ୍ଚା ଚାଲିଛି । ହିନ୍ଦୁ ଯୁବକ ଆକାଶଙ୍କୁ ୪ ମାସ ଜେଲରେ କାଟାଇସାରିଛନ୍ତି । ସେହିପରି ମୁସଲିମ ଝିଅ (Muslim girl) ଇକ୍ରାଙ୍କୁ ଏକ ଅନାଥ ଆଶ୍ରମରେ ଏବଂ ନାରୀ ନିକେତନରେ ୨ ବର୍ଷ ବିତାଇବାକୁ ପଡିଛି । କିନ୍ତୁ କୁହାଯାଏ ପ୍ରେମ ମାନେନା ଜାତି ଧର୍ମ, ବର୍ଣ୍ଣ । ତେଣୁ ଇକ୍ରା ପ୍ରାପ୍ର ବୟସ୍କ ହେବାପରେ ସେ ଆକାଶଙ୍କୁ ବିବାହ କରିବା ପାଇଁ ସ୍ଥିର କଲେ । ନିକଟରେ ଉଭୟେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇକ୍ରା ମଧିନାଥରେ ଥିବା ଅଗସ୍ତି ମୁନିଙ୍କ ଆଶ୍ରମରେ ଆକାଶଙ୍କ ହାତରୁ ସିନ୍ଦୂର ପିନ୍ଧି ବିବାହ (Marriage) କରିଛନ୍ତି।

ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ହିନ୍ଦୁ ପରମ୍ପରା (Hindu tradition) ଅନୁସାରେ ଅନୁଷ୍ଠିତ ହୋଇଥିଲା । ଇକ୍ରା ଓ ଆକାଶ ବେଦୀ ଚାରିପଟେ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ୭ ଘେରା ନେଇଛନ୍ତି । ଏଥିସହ ମୁସଲିମ ଯୁବତୀ ଇକ୍ରା ନିଜର ନାମ ପରିବର୍ତ୍ତନ କରି ନିଜ ନାମକୁ ପ୍ରୀତି ନାମରେ ନାମିତ କରିଛନ୍ତି । ପ୍ରିତିଙ୍କ ବେକରେ ମଙ୍ଗଳସୁତ୍ର ପିନ୍ଧାଇ ସାତ ଜନ୍ମ ପାଇଁ ତାଙ୍କୁ ନିଜର କରିନେଇଛନ୍ତି ଆକାଶ । ବିବାହ କାର୍ଯ୍ୟ ଶେଷ ହେବାପରେ ବିବାହ କରାଇଥିବା ପଣ୍ଡିତ ଉଭୟ ପ୍ରୀତି ଓ ଆକାଶଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଫଟୋ ଉପହାର ସ୍ୱରୁପ ଦେଇଥିଲେ ।

ପ୍ରୀତିଙ୍କ କହିବା ଅନୁସାରେ ସେ ବରେଲି ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ସିରାଉଲି ସହରରେ ରୁହୁଥିଲେ । ସେଠାକୁ ରାମପୁର ଜିଲ୍ଲାର ଟାଣ୍ଡା ଅଞ୍ଚଳରୁ ଯୁବକ ଆକାଶ ଭଲିବଲ୍ ମ୍ୟାଚ୍ (Volleyball match) ଖେଳିବାକୁ ଆସୁଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । କିଛିଦିନ ଉଭୟେ କଥାବାର୍ତ୍ତା ହେବା ପରେ ପରସ୍ପରଙ୍କ ପ୍ରେମରେ ପଡ଼ିଯାଇଥିଲେ । ପରେ ସମ୍ପର୍କ ଏତେ ସୁଦୃଢ ହୋଇଥିଲା ଯେ ଦୁହେଁ ଅନ୍ୟ ଧର୍ମର ହୋଇଥିଲେ ମଧ୍ୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଘରେ ଦୁହେଁଙ୍କ ସମ୍ପର୍କ ବିଷୟରେ ଜଣାଇବା ପରେ ଘର ଲୋକ (Family member) ବିରୋଦ୍ଧ କରିଥିଲେ । ତେଣୁ ଦୁଇ ଜଣ ଲୁଚି ଘରୁ ପଳାଇଯାଇଥିଲେ । ଇକ୍ରା ଘରୁ ଚାଲିଯିବା ପରେ ଇକ୍ରାଙ୍କ ପରିବାର ଲୋକେ ଥାନା (Police station)ରେ ପହଞ୍ଚି ଆକାଶଙ୍କ ବିରୋଧରେ ଏତଲା ଦେଇଥିଲେ ।

କିଛି ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ଇକ୍ରାଙ୍କ ଘର ଲୋକ ପୋଲିସରେ ଅଭିଯୋଗ କରିବାରୁ ପୋଲିସ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳେ ଇକ୍ରା ନାବାଳିକା ଥିବାରୁ ପୋଲିସ କୋର୍ଟରେ ହାଜର କରିଥିଲା । କିନ୍ତୁ ଆକାଶ ସାବାଳକ ହୋଇଥିବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା । ଇକ୍ରାଙ୍କୁ ଆର୍ଯ୍ୟ ସମାଜ ଅନାଥ ଆଶ୍ରମକୁ ପଠାଯାଇଥିଲା। ଇକ୍ରା ପ୍ରାପ୍ତ ବୟସ୍କ ହେବା ପରେ ତାଙ୍କୁ ନାରୀ ନିକେତନରେ ମଧ୍ୟ କିଛି ଦିନ ରହିବାକୁ ପଡିଥିଲା । କିନ୍ତୁ କୁହାଯାଏ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ତେଣୁ ସାବାଳିକା ହେବା ପରେ ଇକ୍ରା ନିଜର ନାମ ପରିବର୍ତ୍ତନ କରି ପ୍ରୀତି ହେବା ସହ ଆକାଶଙ୍କୁ ବିବାହ କଲେ । ପ୍ରଥମେ ଇକ୍ରାଙ୍କୁ ଗୋମୂତ୍ର ଓ ଗଙ୍ଗା ଜଳରେ ପବିତ୍ର କରାଯାଇଥିଲା । ପରେ ପଣ୍ଡିତ ବିବାହ କାର୍ଯ୍ୟ କରାଇଥିଲେ । ବର୍ତ୍ତମାନ ପ୍ରୀତି ଓ ଆକାଶ ଉଭୟେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବାରୁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସୁଛି ।

Also Read- ଅମ୍ବାନୀଙ୍କ ପରି ଅବସ୍ଥା ହେବକି ଆଦାନୀଙ୍କର? ପଢ଼ନ୍ତୁ ଏହି ରିପୋର୍ଟ