Honor X8b: ଜବରଦସ୍ତ କ୍ୟାମେରା, ଦମଦାର ଫିଚର ସହ ଲଞ୍ଚ ହେଲା ଏହି ଫୋନ୍
Advertisement
Article Detail0/zeeodisha/odisha2015408

Honor X8b: ଜବରଦସ୍ତ କ୍ୟାମେରା, ଦମଦାର ଫିଚର ସହ ଲଞ୍ଚ ହେଲା ଏହି ଫୋନ୍

Honor X8b: ନୂଆ ମୋବାଇଲ୍ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର । ନୂଆ ସ୍ମାର୍ଟଫୋନ (Honor X8b) ଲଞ୍ଚ କରିଛି ହନର । ଯେଉଁଥିରେ ଭଲ ବ୍ୟାଟେରୀ ବ୍ୟାକଅପ ସହିତ ୧୮୦ଏମପି ଟ୍ରିପଲ କ୍ୟାମେରା ରହିଛି ।

Honor X8b: ଜବରଦସ୍ତ କ୍ୟାମେରା, ଦମଦାର ଫିଚର ସହ ଲଞ୍ଚ ହେଲା ଏହି ଫୋନ୍

Honor X8b: ମୋବାଇଲ୍ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି ବହୁ ପ୍ରତିଷ୍ଠିତ ମୋବାଇଲ୍ ନିର୍ମାଣକାରୀ କମ୍ପାନି ହନର । ନୂଆ ସ୍ମାର୍ଟଫୋନ୍ Honor X8b ଲଞ୍ଚ ହୋଇସାରିଛି । ଆସନ୍ତୁ ଜାଣିବା ଏହି ଫୋନରେ କେଉଁସବୁ ଫିଚର ରହିଛି ଏବଂ ଏହାର ଦାମ କେତେ ।

ଏହି ସ୍ମାର୍ଟଫୋନରେ ଆପଣ ସ୍ନାପଡ୍ରାଗନ୍ ୬୮୦ ଚିପସେଟ ସହିତ ପ୍ରୋସେସର୍ ପାଇବା ସହ ୬.୭ ଇଞ୍ଚର AMOLED ଡିସପ୍ଲେ ପାଇପାରିବେ । ଏଥିସହିତ ଏହି ଫୋନରେ ଫୁଲ୍ HD ପ୍ଲସ୍ ରେଜୋଲୁସନ, 90Hz ରିଫ୍ରେସ୍ ରେଟ୍ ରହିଛି । ହନର ଏକ୍ସ ୮ବି 8GBRAM + 128GB ଷ୍ଟୋରେଜ୍, 8GBRAM + 256GB ଷ୍ଟୋରେଜ୍, 8GBRAM +512 GB ଷ୍ଟୋରେଜ୍ ସହିତ ଉପଲବ୍ଧ ରହିଛି ।

ଏହି ମୋବାଇଲରେ 108MP ମେନ୍, 5MP ଅଲ୍ଟ୍ରା ୱାଇଡ୍ ଲେନ୍ସ, 2MP ମାକ୍ରୋ ଲେନ୍ସ ଏବଂ 50MP ଫ୍ରଣ୍ଟ କ୍ୟାମେରା ରହିଛି । ଯାହା ସାହାଯ୍ୟରେ ଆପଣ ଖୁବ ସୁନ୍ଦର ଫଟୋ ଉଠାଇପାରିବେ ।

ଏଥିସହିତ ଏହି ଫୋନରେ ୪,୫୦୦ଏମଏଚ (4,500mAh) ବ୍ୟାଟେରୀ ଏବଂ ୩୫ଡବ୍ଲ୍ୟୁ (35W) ଫାଷ୍ଟ ଚାର୍ଜିଂ ଫିଚର ରହିଛି । ଅପରେଟିଂ ସିଷ୍ଟମ୍ ବିଷୟରେ କହିବାକୁ ଗଲେ ଏଥିରେ ଆଣ୍ଡ୍ରଏଡ୍ ୧୪ (Android 14 ) ଆଧାରିତ ମ୍ୟାଜିକ୍ OS 7.2 UI ରହିଛି । ମ୍ୟାଜିକ୍ କ୍ୟାପସୁଲ୍ ନୋଟିଫିକେସନ ଫିଚର ଉପଲବ୍ଧ ।
Honor X8b ନୂଆ ଫୋନର ଦାମ ୨୪୦ ଡଲାର ରହିଥିବା ନେଇ ସୂଚନା ମିଳିଛି । ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ଦାମ ୧୯,୯୩୦ଟଙ୍କା ରହିଛି । ତେବେ ଏହି ଫୋନ ଭାରତରେ କେବେ ଉପଲବ୍ଧ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । କେବଳ କମ୍ପାନିର ଅଫିସିଆଲ ୱେବସାଇଟ୍ ରେ ଏହି ଫୋନ ସମ୍ପର୍କରେ ଉପଲବ୍ଧ ରହିଛି । ଆଶା କରାଯାଉଛି ୨୦୨୪ ଫେବୃଆରୀ ମଧ୍ୟରେ ଏନେଇ ସୂଚନା ଉପଲବ୍ଧ ହେବ ।

Also Read- ଅନଲାଇନ୍ ଅର୍ଡର ଖାଦ୍ୟରୁ ମିଳିଲା ଜୀବନ୍ତ ପୋକ, ଭିଡିଓ ସେୟାର କଲେ ଗ୍ରାହକ

Also Read- Delhi Metro: ଦିଲ୍ଲୀ ମେଟ୍ରୋରେ ଦୁର୍ଘଟଣା, ଫାଟକରେ ଶାଢୀ ଲାଗି ମହିଳାଙ୍କ ମୃତ୍ୟୁ