Kendrapara News: ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣା, ଏବେ ଭାଇରାଲ ହେଲା ଅଭିଯୁକ୍ତର ନାରୀ ବେଶରେ ଫଟୋ
Advertisement
Article Detail0/zeeodisha/odisha1645376

Kendrapara News: ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣା, ଏବେ ଭାଇରାଲ ହେଲା ଅଭିଯୁକ୍ତର ନାରୀ ବେଶରେ ଫଟୋ

Kendrapara News In Odia: କେନ୍ଦ୍ରାପଡା(Kendrapara) ଜିଲ୍ଲା ରାଜନଗର ଥାନା ଅଧୀନରେ ଥିବା ପେଣ୍ଠ ବେଳାଭୂମିରେ ଜଣେ ଯୁବକ ନିଜ ସାଙ୍ଗର ଗୁପ୍ତାଙ୍ଗ ( private part) ଘଟଣା ନୂଆ ମୋଡ ନେଇଛି (Man cuts friend's private parts)। ପ୍ରଥମେ ସମଲିଙ୍ଗୀ (By-Sexual) ସମ୍ପର୍କକୁ ନେଇ ଏହି କାଣ୍ଡ ଘଟିଥିବା ଜଣାପଡିଥିଲା । ଅଭିଯୁକ୍ତ ଜଣକ ଏହା ସ୍ୱୀକାର କରିବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendrapara News In Odia: କେନ୍ଦ୍ରାପଡା(Kendrapara) ଜିଲ୍ଲା ରାଜନଗର ଥାନା ଅଧୀନରେ ଥିବା ପେଣ୍ଠ ବେଳାଭୂମିରେ ଜଣେ ଯୁବକ ନିଜ ସାଙ୍ଗର ଗୁପ୍ତାଙ୍ଗ ( private part) ଘଟଣା ନୂଆ ମୋଡ ନେଇଛି  (Man cuts friend's private parts)। ପ୍ରଥମେ ସମଲିଙ୍ଗୀ (By-Sexual) ସମ୍ପର୍କକୁ ନେଇ ଏହି କାଣ୍ଡ ଘଟିଥିବା ଜଣାପଡିଥିଲା । ଅଭିଯୁକ୍ତ ଜଣକ ଏହା ସ୍ୱୀକାର କରିବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା । ତେବେ ଅଭିଯୁକ୍ତ ଜଣକ ଆଳି ଥାନା ଅଧିନ ବାଙ୍କେଶ୍ୱରର ଅକ୍ଷୟ ରାଉତ ବୋଲି ଜଣାପଡିଛି ।  ଆଉ ଏବେ ଅଭିଯୁକ୍ତର ନାରୀ ବେଶର ଫଟୋ ବେଶ୍ ଭାଇରାଲ ହୋଇଛି (Accuse female photo viral)। ଭାଇରାଲ ଫଟୋରେ ନାରୀ ବେଶରେ ଅଭିଯୁକ୍ତ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । 

ସେହିପରି ଅଭିଯୁକ୍ତ ଅକ୍ଷୟ ନାଁରେ ଭାଗବତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଭାଗବତଙ୍କ ଠାରୁ ବିଭିନ୍ନ ସମୟରେ ଅକ୍ଷୟ ଅର୍ଥ ଦାବି କରୁଥିଲା । ସୋସିଆଲ ମିଡିଆ ତଥା ଫେସବୁକ ଜରିଆରେ ଅଭିଯୁକ୍ତ ଅନ୍ୟମାନଙ୍କୁ ଫସାଉଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ୟମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ମଧ୍ୟ କୁହାଯାଇଛି । ତେବେ, ଗୁପ୍ତାଙ୍ଗ କଟା ଯାଇଥିବା ଯୁବକ ଜଣକ ହେଲେ ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସ। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ ।  

fallback

Also Read : Cuttack News: ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ, ତିନି ବର୍ଷ ଧରି ପୋଲିସକୁ ଦେଇ ଆସୁଥିଲା ଚକମା

Also Read : Keonjhar News: ଘଟଗାଁ ତାରିଣୀ ପୀଠରେ ଆଜିଠୁ ଆରମ୍ଭ ହେଲା ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି କରୁଣାମୟୀ

Also Read : Pushpa 2: ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’!

ସୂଚନା ଅନୁସାରେ, ଗତ ରବିବାର ଦିନ ରାଜନଗର ପେଣ୍ଠ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା । ବଙ୍କେଶ୍ୱର ଗାଁର ଭାଗବତଙ୍କ ବନ୍ଧୁ ଅକ୍ଷୟ କୁମାର ରାଉତ ରବିବାର ଦିନ ପ୍ରାୟ ୧୦ଟା ସମୟରେ ଏକ ଅଟୋ ଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ଥିଲେ । ଭାଗବତଙ୍କୁ ସେ ପେଣ୍ଠ ବେଳାଭୂମି(Pentha Sea Beach Kendrapara) ବୁଲି ଯିବାକୁ ଡ଼ାକି ନେଇଥିଲେ  । ପେଣ୍ଠରେ ପହଞ୍ଚିବା ପରେ ଦୁଇ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇଥିଲେ । ଭାଗବତ ବିଶ୍ରାମ ନେଉଥିବା ସମୟରେ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ୟରେ ଭାଗବତଙ୍କ ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଗବତ ତାଙ୍କ ପରିବାର ଲୋକଙ୍କୁ ଫୋନ କରିଥିଲେ । ଭାଗବତଙ୍କ ମାମୁଁ ଓ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।  ସେପଟେ , ପୋଲିସ ଧରିବା ଆଗରୁ ବିଷ ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଅକ୍ଷୟ ଏବଂ ପୀଡିତ ଭାଗବତ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁହେଁ ସୁସ୍ଥ ହେବା ପରେ ସତ୍ୟ ଜଣାପଡିବା ନେଇ ସୂଚନା ଦେଇଛି ପୋଲିସ । ଭାଗବତ ବିବାହିତ ଥିବା ବେଳେ ଅକ୍ଷୟ ଅବିବାହିତ ଥିଲା । ସେହିପରି ସୋସିଆଲ ମିଡିଆ ଓ ଫେସବୁକରେ ନାରୀ ବେଶ ହୋଇ ଅନ୍ୟମାନଙ୍କୁ ଫସାଉଥିଲା । ଅନ୍ୟମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।