Nursing Day: ନର୍ସିଂ ସପ୍ତାହ ପାଳିତ
Advertisement
Article Detail0/zeeodisha/odisha2252081

Nursing Day: ନର୍ସିଂ ସପ୍ତାହ ପାଳିତ

କଟକ: ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ନର୍ସିଂ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଆୟୁର୍ବେଦ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟସେବା ପରିଚାଳନା କ୍ଲବ୍ ସହଯୋଗରେ ଶ୍ରୀ ଶ୍ରୀ କଲେଜ ଅଫ୍ ନର୍ସିଂ ପକ୍ଷରୁ ପାଳିତ ନର୍ସିଂ ସପ୍ତାହ ଅବସରରେ ଏଠାରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ମଧ୍ୟରେ ବି

Nursing Day: ନର୍ସିଂ ସପ୍ତାହ ପାଳିତ

Nursing Day: କଟକ: ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ନର୍ସିଂ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଆୟୁର୍ବେଦ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟସେବା ପରିଚାଳନା କ୍ଲବ୍ ସହଯୋଗରେ ଶ୍ରୀ ଶ୍ରୀ କଲେଜ ଅଫ୍ ନର୍ସିଂ ପକ୍ଷରୁ ପାଳିତ ନର୍ସିଂ ସପ୍ତାହ ଅବସରରେ ଏଠାରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ଆକର୍ଷଣୀୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ‘ଆମ ନର୍ସ, ଆମ ଭବିଷ୍ୟତ’, ‘ଦ ଇକୋନମିକ୍ ପାୱାର ଅଫ୍ କେୟାର’ ଭଳି ବିଷୟବସ୍ତୁ ଉପରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରୀମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ନର୍ସିଂ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଇଥିଲେ । ଖାଲି ସେତିକି ନୁହେଁ, ‘ନର୍ସେସ୍ ମେକ୍ ଦ ଡିଫରେନ୍ସ’ ଶୀର୍ଷକରେ ସେମାନଙ୍କ ଭିତରେ ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସପ୍ତାହ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବହରମପୁର ମହାବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପିକା ଶ୍ରୀମତି ବିଜୟଲକ୍ଷ୍ମୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟସେବାରେ ନର୍ସମାନଙ୍କର ଅନବଦ୍ୟ ଭୂମିକାକୁ ନେଇ ତାଙ୍କର ଅଭିଭାଷଣରେ ସେ ଖୁବ୍ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏଥିସହ ସମାଜର ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ନର୍ସମାନଙ୍କର ତ୍ୟାଗ ଏବଂ ଅବଦାନକୁ ଖୁବ୍ ପ୍ରେରଣାଦାୟୀ ଭାଷାରେ ବର୍ଣ୍ଣନା କରିଥିଲେ ।
ନର୍ସିଂ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ବାସ୍ତବିକ ନର୍ସିଂ ବୃତ୍ତିକୁ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଜନସାଧାରଣଙ୍କୁ ଗର୍ବ କରିବାର ଏକ ସୁଯୋଗ ଦେଇଥିଲା । ଏଥିସହ ଏହି କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନର୍ସିଂ ବୃତ୍ତିର ସଫଳତାର ଗାଥା ବର୍ଣ୍ଣନା କରିଥିଲା ।