Odisha Train Accident: ଦୁର୍ଘଟଣାସ୍ଥଳରେ ସିବିଆଇର ଟିମ, ଖୋଳତାଡ଼ ଆରମ୍ଭ
Advertisement
Article Detail0/zeeodisha/odisha1726742

Odisha Train Accident: ଦୁର୍ଘଟଣାସ୍ଥଳରେ ସିବିଆଇର ଟିମ, ଖୋଳତାଡ଼ ଆରମ୍ଭ

ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (CPRO) ଆଦିତ୍ୟ କୁମାର ଚୌଧୁରୀ ମଧ୍ୟ ଘଟଣାସ୍ଥଳରେ ସିବିଆଇ ଦଳର ଆଗମନକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଘଟଣାସ୍ଥଳରେ ଫୋରେନସିକ୍ ଏବଂ ସିବିଆଇ ଟିମ୍ ଯାଞ୍ଚ କରୁଛନ୍ତି। 

Odisha Train Accident: ଦୁର୍ଘଟଣାସ୍ଥଳରେ ସିବିଆଇର ଟିମ, ଖୋଳତାଡ଼ ଆରମ୍ଭ

Odisha Train Accident: ବାଲେଶ୍ୱର: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ର ୧୦ ଜଣିଆ ଟିମ୍ ମଙ୍ଗଳବାର ଦିନ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିଥିଲେ। ବର୍ତ୍ତମାନ ସିବିଆଇ ଏ ବାବଦରେ କୌଣସି ସରକାରୀ ବିବୃତ୍ତି ଦେଇନାହିଁ। ସୂଚନାନୁସାରେ, ଦଳ ସୋମବାର ରାତିରେ ଓଡିଶାର ବାଲେଶ୍ୱରରେ ପହଞ୍ଚିଛି। ସୂତ୍ରରୁ ପ୍ରକାଶ ଯେ ସିବିଆଇ ଏପର୍ଯ୍ୟନ୍ତ ଏ ବାବଦରେ ମାମଲା ରୁଜୁ କରିନାହିଁ ଏବଂ ସେମାନେ ବର୍ତ୍ତମାନ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛନ୍ତି।

ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (CPRO) ଆଦିତ୍ୟ କୁମାର ଚୌଧୁରୀ ମଧ୍ୟ ଘଟଣାସ୍ଥଳରେ ସିବିଆଇ ଦଳର ଆଗମନକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଘଟଣାସ୍ଥଳରେ ଫୋରେନସିକ୍ ଏବଂ ସିବିଆଇ ଟିମ୍ ଯାଞ୍ଚ କରୁଛନ୍ତି। ସେମାନେ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ସେମାନଙ୍କର ଅନୁସନ୍ଧାନ କରୁଛନ୍ତି। ରେଳବାଇ ସେମାନଙ୍କୁ ସାହାଯ୍ୟ କରୁଛି। ଯାଞ୍ଚ ବେଳେ ସିବିଆଇ ସବୁ ଦିଗରୁ ଯାଞ୍ଚ କରିବ। 

ସିପିଆରଓ ଆହୁରି କହିଛନ୍ତି ଯେ ଖଡ଼ଗପୁର ଏବଂ ବାଲେଶ୍ୱର ସମେତ ଅନେକ ସ୍ଥାନରେ ରେଳ ସୁରକ୍ଷା କମିଶନର (CRS) ଟିମ୍ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ଷ୍ଟେସନ ମାଷ୍ଟରଙ୍କ ନାଁରେ କିଛି ମିଥ୍ୟା ଗୁଜବ ପ୍ରଚାର କରାଯାଉଛି। ଲୋକୋ ପାଇଲଟଙ୍କ ମୃତ୍ୟୁକୁ ନେଇ କିଛି ମିଥ୍ୟା ଖବର ପ୍ରଚାରିତ ହେଉଛି। ଲୋକୋ ପାଇଲଟଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି।

ରେଳ ବୋର୍ଡ ରବିବାର ରେଳ ଦୁର୍ଘଟଣାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ସୁପାରିଶ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନ କହିଛନ୍ତି ଯେ ଘଟଣାର ପଦ୍ଧତି, ପରିସ୍ଥିତି ଏବଂ ପ୍ରଶାସନିକ ସୂଚନା ଅନୁଯାୟୀ ରେଳବାଇ ସିବିଆଇ ତଦନ୍ତ ପାଇଁ ସୁପାରିଶ କରୁଛି। ସେପଟେ ଏହି ଘଟଣା ସମ୍ପର୍କରେ ବିରୋଧୀ ଦଳ ବୈଷ୍ଣବଙ୍କ ଇସ୍ତଫା ଦାବି କରୁଛନ୍ତି। ବିରୋଧୀ ଅନେକ ରିପୋର୍ଟ ଏବଂ ଅଡିଟ୍ ଦର୍ଶାଇଛନ୍ତି ଯେଉଁଥିରେ ରେଳବାଇର ଅଭାବକୁ ଆଲୋକିତ କରାଯାଇଛି। ଓଡିଶା ଟ୍ରେନ୍ ଦୁର୍ଘଟଣାରେ ଅତି କମରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସେପଟେ ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଦୀର୍ଘ ୫୧ ଘଣ୍ଟା ପରେ ବାହାନଗାର ଟ୍ରାକ୍ ମରାମତି କାମ ଶେଷ ହୋଇତିଲା। ଟ୍ରାକ୍‌ ମରାମତି ପରେ ପରୀକ୍ଷାମୂଳକ ଭାବରେ ଗତକାଲି ରାତିରେ ମାଲବାହୀ ଟ୍ରେନ୍‌ ଟ୍ରାକରେ ଚାଲିଥିବା ବେଳେ ଆଜି ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ସେଠାରେ ଉପସ୍ଥିତ ଥିଲେ। ଟ୍ରେନ୍‌ ଗଡ଼ିବା ବେଳେ ରେଳମନ୍ତ୍ରୀ ହାତ ଯୋଡ଼ି ନମସ୍କାର କରି ଭଗବାନଙ୍କୁ ସ୍ମରଣ କରିଥିବା ଦେଖିବାକୁ ମିଳିଥିଲା। ଗତକାଲି ରାତି ୧୦ଟା ୪୦ ମିନିଟରେ ମାଲବାହୀ ଟ୍ରେନ୍‌ ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଥିଲା । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ। 

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗାରେ  କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ  ହୋଇଥିଲା। ଏଥିରେ ପାଖାପାଖି ୩୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦୦୦ରୁ  ଅଧିକ ଆହତ ହୋଇଥିଲେ । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।  ମୃତକଙ୍କ ସମ୍ପର୍କୀୟମାନେ ମୃତକଙ୍କ ଫଟୋ ଧରି ହସପିଟାଲରେ ସେମାନଙ୍କ ପ୍ରିୟଜନଙ୍କ ମୃତଦେହକୁ ଚିହ୍ନଟ କରିବାରେ ଲାଗିଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଅଘଟଣ ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।

ତେବେ ଏହି ଦୁର୍ଘଟଣାଟି ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଘଟିଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ତେବେ ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ଶ୍ରମିକମାନେ କାମ ସାରିଥିବାରୁ ରେଳମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।  ସେପଟେ, ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଏମ୍ସ, କଟକ ବଡ ମେଡିକାଲ, ବାଲେଶ୍ୱର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି । 

Also Read: Odisha Train Accident: ସରିଲା ଟ୍ରାକ୍ ମରାମତି ,୫୧ ଘଣ୍ଟା ପରେ ଗଡି଼ଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍

Also Read: Odisha Train Accident: ଏମାନେ ହେଉଛନ୍ତି ବାହାନଗାର ରିଅଲ ହିରୋ, NDRF ଓ ODRAF ପହଞ୍ଚିବା ଆଗରୁ ଆହତଙ୍କୁ ବଢ଼ାଇଥିଲେ ସହାୟତାର ହାତ

Also Read: Odisha Train Accident: ଦୁଇ ଦିନ ପାଇଁ ବାତିଲ୍ ହେଲା ୭୪ଟି ଟ୍ରେନ୍, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ