Weather Updates: ବର୍ଷା ମଧ୍ୟରେ ଗ୍ରୀଷ୍ମ ଲହରୀର ଏଣ୍ଟ୍ରି, ଅନେକ ରାଜ୍ୟରେ ଜାରିହେଲା ଆଲର୍ଟ; ଜାଣନ୍ତୁ କେଉଁଠି କିପରି ରହିବ ପାଗ
Advertisement
Article Detail0/zeeodisha/odisha2187542

Weather Updates: ବର୍ଷା ମଧ୍ୟରେ ଗ୍ରୀଷ୍ମ ଲହରୀର ଏଣ୍ଟ୍ରି, ଅନେକ ରାଜ୍ୟରେ ଜାରିହେଲା ଆଲର୍ଟ; ଜାଣନ୍ତୁ କେଉଁଠି କିପରି ରହିବ ପାଗ

Odisha Weather Updates: ପାଣିପାଗ ବିଭାଗ ଅନୁଯାୟୀ, ମୁଖ୍ୟତଃ ଉତ୍ତର-ପଶ୍ଚିମ / ପଶ୍ଚିମ ଶୁଖିଲା ପବନ ଓ ଉଚ୍ଚ ସୌର ଇନସୋଲେସନ ଯୋଗୁଁ ସର୍ବାଧିକ ତାପମାତ୍ରା ଓଡି଼ଶାର ଅନେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ ଏବଂ ୩ ରୁ ୬ ଏପ୍ରିଲ ମଧ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଛି। 

 

Odisha Weather Updates

Odisha Weather Updates: ଏପ୍ରିଲ୍ ମାସ ଆରମ୍ଭ ହୋଇଛି। ଭାରତର ପାଣିପାଗ ବିଭାଗ (ଆଇଏମଡି) ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ଗ୍ରୀଷ୍ମ ଲହରୀର ପୂର୍ବାନୁମାନ କରିଛି। ୩ ଏପ୍ରିଲରୁ ୬ ଏପ୍ରିଲ ପର୍ଯ୍ୟନ୍ତ ପୂର୍ବ ଓ ଉପଦ୍ୱୀପ ଭାରତର କିଛି ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଆଶା କରାଯାଉଛି। ୪ ଏପ୍ରିଲରେ କର୍ଣ୍ଣାଟକ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ଲହରୀ ହେବାର ସମ୍ଭାବନା ଥିବାବେଳେ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଚ୍ଛିନ୍ନ ସ୍ଥାନଗୁଡିକ ମଧ୍ୟ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ଲହରୀର ସ୍ଥିତି ଦେଖା ଦେଇପାରେ। ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି।

ମଙ୍ଗଳବାର ଦିନ ଓଡି଼ଶାର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଥିଲା ଓ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା। IMD ର ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପରେ ଟିଟାଲାଗଡ଼ (୪୧.୫ ଡିଗ୍ରୀ ସେଲସିୟସ), ବୌଦ୍ଧ (୪୧.୪ ଡିଗ୍ରୀ ସେଲସିୟସ) ଓ ଭବାନୀପାଟଣା (୪୧.୨ ଡିଗ୍ରୀ ସେଲସିୟସ) ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗ ଅନୁଯାୟୀ, ମୁଖ୍ୟତଃ ଉତ୍ତର-ପଶ୍ଚିମ / ପଶ୍ଚିମ ଶୁଖିଲା ପବନ ଓ ଉଚ୍ଚ ସୌର ଇନସୋଲେସନ ଯୋଗୁଁ ସର୍ବାଧିକ ତାପମାତ୍ରା ଓଡି଼ଶାର ଅନେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ ଏବଂ ୩ ରୁ ୬ ଏପ୍ରିଲ ମଧ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରବଳ ଖରାକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି। ଏହା ସମେତ ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ଖରାରୁ କିଭଳି ରକ୍ଷା ପାଇବା ତଥା ଅଂଶୁଘାତ ମୁକାବିଲା ନେଇ ଶ୍ରେଣୀଗୃହରେ ମଧ୍ୟ ସଚେତନ କରାଯାଉଛି।