Balasore Train Tragedy: NDRF ଟିମକୁ ଏମିତି କହିଲେ ଓଲିଉଡ ହିରୋ ସବ୍ୟସାଚୀ
Advertisement
Article Detail0/zeeodisha/odisha1729928

Balasore Train Tragedy: NDRF ଟିମକୁ ଏମିତି କହିଲେ ଓଲିଉଡ ହିରୋ ସବ୍ୟସାଚୀ

ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁତଃ ରେଳ ଦୁର୍ଘଟଣାରେ ୩ଶହ ପାଖାପାଖି ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଶହ ଶହ ରେଳଯାତ୍ରୀ ଆହତ ଓ ଗୁରୁତର ହୋଇ ବିଭିନ୍ନ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ରେଳ ଡବା ଭିତରୁ ଏବଂ ରେଳ ଧାରଣା ନିକଟରୁ ମୃତାହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥି

Balasore Train Tragedy: NDRF ଟିମକୁ ଏମିତି କହିଲେ ଓଲିଉଡ ହିରୋ ସବ୍ୟସାଚୀ

Balasore Train tragedy: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁତଃ ରେଳ ଦୁର୍ଘଟଣାରେ ୩ଶହ ପାଖାପାଖି ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଶହ ଶହ ରେଳଯାତ୍ରୀ ଆହତ ଓ ଗୁରୁତର ହୋଇ ବିଭିନ୍ନ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ରେଳ ଡବା ଭିତରୁ ଏବଂ ରେଳ ଧାରଣା ନିକଟରୁ ମୃତାହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏନଡିଆରଏଫ୍ ଟିମ୍ (NDRF Team) ।

ରାତି ଦିନ ଏକାଠି କରି ଜୀବନକୁ ନିଜ ବାଜି ଲଗାଇ ଅଖିଆ ଅପିଆ ଭାବରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଏନଡିଆରଏଫ୍ ଟିମ୍ । ଯେଉଁ ଦୃଶ୍ୟ ବୟାନ କରୁଥିଲା ମାନବିକତାର ପରିଚୟ । ସ୍ଥାନୀୟ ଲୋକଙ୍କ ସହାୟତା ମଧ୍ୟ ଏଡିଆରଏଫ ଟିମଙ୍କ ମନୋବଳକୁ ଆହୁରୀ ମଜବୁତ କରାଇଥିଲା । ଯେଉଁମାନେ ଏ ଦୃଶ୍ୟକୁ ଘଟଣା ସ୍ଥଳରେ କିମ୍ୱା ନିଜ ଟିଭି ପରଦାରେ ଦେଖୁଥିଲେ ସେମାନେ ଏନଡିଆରଏଫ ଟିମର କାମକୁ ପ୍ରଶଂସା ନକରି ରହିପାରୁନଥିଲେ । କେବଳ ସାଧାରଣ ମଣିଷମାନେ ନୁହଁନ୍ତି, ଏନଡିଆରଏଫ୍ ଯବାନଙ୍କର କାର୍ଯ୍ୟ ସେଲିବ୍ରେଟିମାନଙ୍କୁ ମଧ୍ୟ ବେଶ୍ ପ୍ରଭାବିତ କରିଥିଲା ।

ଓଲିଉଡ ଅଭିନେତା (Ollywood Actor) ତଥା ରିୟଲ ହିରୋ ସବ୍ୟସାଚୀ ମିଶ୍ର (Sabyasachi Mishra) ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏନଡିଆରଏଫ ଯବାନଙ୍କ କାର୍ଯ୍ୟ ଓ ସେମାନଙ୍କର ମଣିଷ ପଣିଆକୁ ବେଶ୍ ପ୍ରଶଂସା କରିଛନ୍ତି । ଏନଡିଆରଏଫ ଯବାନଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି ଯେ, ଏମାନେ ହେଉଛନ୍ତି ଭଗବାନଙ୍କ ଅବତାର, ଯଦି ମୁଁ ଗୋଟିଏ ସୁଯୋଗ ପାଆନ୍ତି ତେବେ ସେମାନଙ୍କର ପାଦ ଧରି ପ୍ରଣାମ କରନ୍ତି । ହାତ ଯୋଡିବା ସହ ସବ୍ୟ ଏକଥା ମଧ୍ୟ ଲେଖିଛନ୍ତି ଯେ, ବାହାନଗା ଟ୍ରେନ୍ ଟ୍ରାଜେଡି ମତେ ଖୁବ୍ ଦୁଃଖ ଦେିଛି । ଏନଡିଆରଏଫ୍ ଟିମର ଧର୍ଯ୍ୟ ଓ ସାହସିକତାକୁ ମୁଁ ସାଲ୍ୟୁଟ୍ କରୁଛି । ଏହା ଲେଖିବା ସହ ସବ୍ୟ ଏନଡିଆରଏଫ ଟିମଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଓଲିଉଡର ଅନେକ କଳାକାର ବାହାନଗା ଦୁର୍ଘଟଣାରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଯେଉଁଠାରେ ଅନେକ ଲୋକ ପହଞ୍ଚି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲୋକଙ୍କ ପାଇଁ ରକ୍ତ ଦାନ କରିଥିଲେ । ଓଲିଉଡର ଅନ୍ୟ କଳାକାରମାନେ ମଧ୍ୟ ଏଲିନାଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ, ଭୂମିକା ଦାସଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ମଧ୍ୟ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ସେହିପରି ଅଭିନେତ୍ରୀ ରାନୀ ପଣ୍ଡା ଓ ନିଶା ମହାରଣା ରେଳ ଦୁର୍ଘଟଣାର ଶିକାର ହୋଇଥିବା ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ।

ସୂଚନାଯୋଗ୍ୟ, ସବ୍ୟସାଚୀ ମିଶ୍ର କେବଳ ଓଲିଉଡର ଜଣେ ସଫଳ ନାୟକ ତାହା ନୁହେଁ, କରୋନା ସମୟରେ ଯେତେବେଳେ ସାରା ବିଶ୍ୱ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ସେତେବେଳେ ଓଲିଉଡର ଏହି ନାୟକ ଘରୁ ପଦାକୁ ଗୋଡ଼ କାଢି ଲୋକଙ୍କ ନିକଟରେ ପହଞ୍ଚିଥିଲେ । ରାଜ୍ୟ ବାହାରେ ଫସିରହିଥିବା ଅନେକ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣି ପ୍ରଶଂସା ସାଉଣ୍ଟିଥିଲେ । କେବଳ ସେତିକି ନୁହେଁ, ରାଜ୍ୟରେ ଅଭାବ ଅସୁବିଧାରେ ପଡିଥିବା ଲୋକଙ୍କ ପାଖରେ ଛିଡି ହୋଇଥିଲେ ସବ୍ୟସାଚୀ । ରୋଜଗାରର ସବୁ ବାଟ ବନ୍ଦ ହୋଇଯାଇଥିବା ଲୋକ ପାଇଁ ସେ ପାଲଟିଥିଲେ ସାହସ । ଅନେକ ବ୍ୟକ୍ତିଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ କରିଥିଲେ ସହଯୋଗ । ଏଭଳି ଭଲ କାମ ପାଇଁ ସବ୍ୟସାଚୀଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ମଧ୍ୟ କରାଯାଇଛି ।

Also read- ଛାତ୍ରଛାତ୍ରୀଙ୍କ ମନରେ ଛନକା: ଭଙ୍ଗାଯିବ ବାହାନଗା ସ୍କୁଲ !