Operation Ajay: ଇସ୍ରାଏଲ୍‍ରୁ ଫେରିଲେ ୯ ଓଡ଼ିଆ ଛାତ୍ର, ସରକାରଙ୍କ ପକ୍ଷରୁ ଦିଆଯାଉଛି ବିଶେଷ ଧ୍ୟାନ
Advertisement
Article Detail0/zeeodisha/odisha1914090

Operation Ajay: ଇସ୍ରାଏଲ୍‍ରୁ ଫେରିଲେ ୯ ଓଡ଼ିଆ ଛାତ୍ର, ସରକାରଙ୍କ ପକ୍ଷରୁ ଦିଆଯାଉଛି ବିଶେଷ ଧ୍ୟାନ

Operation Ajay: ଇସ୍ରାଏଲରୁ ଭାରତ ଫେରିଥିବା ଲୋକମାନେ କହିଛନ୍ତି ଯେ ସେମାନେ ଖୁସି ଅଛନ୍ତି । କିନ୍ତୁ ସେ ସେହି ଭୟାନକ ଦିନଗୁଡ଼ିକୁ ଭୁଲି ପାରୁନାହାଁନ୍ତି ।

 

ସାଙ୍କେତିକ ଛବି

ଭୁବନେଶ୍ୱର: ଭାରତ ଆରମ୍ଭ କରିଥିବା ଅପରେସନ୍‍ ‘ଅଜୟ’ ମାଧ୍ୟମରେ ଇସ୍ରାଏଲ୍‍ ରୁ ଆସିଥିବା ପ୍ରଥମ ବିମାନରେ ୯ ଜଣ ଓଡ଼ିଆ ଛାତ୍ର ଫେରିଛନ୍ତି । ସେମାନଙ୍କୁ ବିମାନବନ୍ଦରରେ ସମସ୍ତ ସୁବିଧା ଯୋଗାଇ ଦିଆାଯିବା ପରି ଦିଲ୍ଲୀ ଓଡ଼ିଶା ଭବନରେ ରଖାଯାଇଛି । ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ଆବାସିକ କମିଶନର ରବିକାନ୍ତ ଏହି ସୂଚନା ଦେଇଛନ୍ତି । ଆଜି ସକାଳେ ଫେରିଥିବା ୨୧୨ ଜଣ ଭାରତୀୟ ଫେରିଥିଲେ । ଏବେ ଅତିକମ୍ ରେ ୫୦ ଓଡ଼ିଆ ଇସ୍ରାଏଲ୍‍ ରେ ଫସିଥିବାର ଆଶଙ୍କା କରାଯାଇଛି । 

ଆଜି ଇସ୍ରାଏଲ୍‍-ହମାସ ମଧ୍ୟରେ ଯୁଦ୍ଧ  ଷଷ୍ଠଦିନରେ ପହଞ୍ଚିଛି । ୨୨ ଇସ୍ରାଏଲ୍ ସୈନିକଙ୍କ ସମେତ ୧୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ହମାସ୍ ଶାସିତ ଗାଜା ଅଂଚଳରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୧,୪୧୭ ଜଣ ପ୍ରାଣ ହରାଇଛନ୍ତି । ୧୯୭୩ ମସିହାରେ ଇଜିପ୍ଟ ଏବଂ ସିରିଆ ସହିତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ପରଠାରୁ ଏତେ ସଂଖ୍ୟକ ମୃତ୍ୟୁ ଦେଖିବାକୁ ମିଳି ନଥିଲା ।

ଇସ୍ରାଏଲରେ କେତେ ରହିଛନ୍ତି ଭାରତୀୟ
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଦିନ କହିଛନ୍ତି ଯେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି । ଗାଜାରେ ୧୨ ଜଣ ଉପସ୍ଥିତ ଥିବାବେଳେ ପଶ୍ଚିମବଙ୍ଗରେ ତିନିରୁ ଚାରି ଜଣ ଉପସ୍ଥିତ ଅଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଅପରେସନ୍ ଅଜୟ ଅଧୀନରେ ଭାରତ ଫେରିଥିବା ଭାରତୀୟମାନଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।