Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ
Advertisement
Article Detail0/zeeodisha/odisha2159918

Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ

Petrol And Diesel Price: ଗାଡି ଚାଳକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ୧୫ ଟଙ୍କା କମିଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ତଥା ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ।

Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ

Petrol And Diesel Price: ଆଜି ନିର୍ବାଚନ ତାରିଖ ଘୋଷଣା ସହିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ଦର ପାଖାପାଖି ୧୫ ଟଙ୍କା ପର୍ଯ୍ୟନ୍ତ ଖସିଛି । ଯାହାଦ୍ୱାରା ଗାଡି ଚାଳକଙ୍କ ପାଇଁ ଏହି ଖବର ଖୁସିର କାରଣ ପାଲଟିଛି । କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇ କହିଛନ୍ତି ଯେ, ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ଉଭୟ ପେଟ୍ରୋଲ ଓ ଡିଜେଲ ୧ ଲିଟର ପିଛା ୧୫.୩ ଟଙ୍କା କମିଛି । ଏଥିସହ ମିନିକୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫.୨ ଟଙ୍କା ହ୍ରାସ ହୋଇଛି ।

ସୂଚନାଯୋଗ୍ୟ, ୧୪ ମାର୍ଚ୍ଚ (ଗୁରବାର) ଦିନ ସମଗ୍ର ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇଥିଲା । ପାଖାପାଖି ୨ଟଙ୍କା ପର୍ଯ୍ୟନ୍ତ ଦର କମିବା କାରଣରୁ ଖୁସି ବ୍ୟକ୍ତ କରିଥିଲେ ସାଧାରଣ ଜନତା । ବର୍ତ୍ତମାନ ଓଡ଼ିଶାରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ରହିଥିବାବେଳେ ଡିଜେଲ୍ ଦର ରହିଛି ୯୨.୬୨ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ରହିଛି ୯୪.୭୨ ଟଙ୍କା ଥିବା ସୂଚନା ମିଳିଛି ।

Also Read- TOP 10 News Today: ନିର୍ବାଚନ ତାରିଖ ଘୋଷଣା ଏବଂ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ସମ୍ପର୍କିତ ଖବର ଜାଣନ୍ତୁ ସଂକ୍ଷେପରେ...

Also Read- Odisha Election 2024: ବିଜେଡିରେ କିଏ ଦିଏ ଟିକେଟ୍, ସାଂସଦଙ୍କ ପୋଷ୍ଟ ଖୋଲିଲା ଗୁମର !