Uttar Pradesh Police: କିଏ ଏହି ଶମୀମ; ଯାହା ପଛରେ ପଡ଼ିଯାଇଛି ଉତ୍ତର ପ୍ରଦେଶ ପୋଲିସ
Advertisement
Article Detail0/zeeodisha/odisha2224719

Uttar Pradesh Police: କିଏ ଏହି ଶମୀମ; ଯାହା ପଛରେ ପଡ଼ିଯାଇଛି ଉତ୍ତର ପ୍ରଦେଶ ପୋଲିସ

Prayagraj Police UP:  ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଜଣେ ଯୁବକଙ୍କ ପଛରେ ପଡ଼ିଯାଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Uttar Pradesh Police: କିଏ ଏହି ଶମୀମ; ଯାହା ପଛରେ ପଡ଼ିଯାଇଛି ଉତ୍ତର ପ୍ରଦେଶ ପୋଲିସ

Yogi Govt Bulldozer Action: ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଶମୀମ ଓରଫ୍ ବବଲୁ ନାମକ ଜଣେ ଯୁବକଙ୍କ ବିରୋଧରେ ମାମଲା ଦାଏର କରିଛି। ଶମୀମ ବିରୋଧରେ ଏକ ଗୁରୁତର ଅଭିଯୋଗ ଆସିଛି। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଦ୍ୱାରା ଭାଇରାଲ ପରେ ରାଜ୍ୟର ପ୍ରୟାଗରାଜ ଜିଲ୍ଲା ପୋଲିସ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ମାମଲା ରୁଜୁ ହୋଇସାରିବା ପରେ ଏବେ ଶମୀମ ପଛରେ ପୋଲିସ ପଡ଼ିଯାଇଛି। ସାମାଜିକ କାର୍ଯ୍ୟକର୍ତ୍ତା ସର୍ବଶ କୁମାର ଗଙ୍ଗାନଗର ଜୋନ ଅଧିନସ୍ଥ ନବାବଗଞ୍ଜ ଥାନାରେ ଶମୀମ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶମୀମ ଧମକ ଦେଉଥିବା ଭିଡ଼ିଓ ଖିୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଯଦି ତାଙ୍କ ଘର ଉପରେ ବୁଲଡୋଜର ଚଢାଇବାକୁ ସାହସ କରନ୍ତି, ତାହେଲେ ସେ ତାଙ୍କୁ ଛେଳି ପରି କାଟି ଦେବେ।

ଭାଇରାଲ ଭିଡିଓ ଦର୍ଶାଉଛି ଅଭିଯୁକ୍ତ ଶମୀମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛି। ଏହି ଭିଡିଓ ସୋସିଆଲ ମିଡିଆ ଦ୍ୱାରା ଖୁବ ଭାଇରାଲ ହୋଇଥିଲା। ଶମୀମ୍ ପ୍ରୟାଗରାଜ ଜିଲ୍ଲାର ଲାଲ ଗୋପାଳଗଞ୍ଜ ସ୍ଥିତ ଇମାମଗଞ୍ଜ ଅଞ୍ଚଳର ବାସିନ୍ଦା। ଏହି ଘଟଣାରେ ପ୍ରତିକ୍ରିୟା ରଖି ଗଙ୍ଗାନଗର ଡିସିପି କହିଛନ୍ତି ଯେ ନବାବଗଞ୍ଜ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ତାକୁ ଧରିବା ପାଇଁ ଅନେକ ସ୍ଥାନରେ ଚଢାଉ କରାଯାଉଛି।

ମୁଁ ଯୋଗୀଙ୍କୁ ଚ୍ୟାଲେଞ୍ଜ କରୁଛି
ଭାଇରାଲ ଭିଡ଼ିଓ ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନାଁ ନନେଇ ଜଣେ ୟୁଟ୍ୟୁବର୍ ଶମୀମଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ପକ୍ଷପାତ କରାଯାଉଥିବାର ଅଭିଯୋଗ କରିଛନ୍ତି। ମୁସଲମାନଙ୍କ ବିରୋଧରେ ବୁଲଡୋଜର ବ୍ୟବହାର କରାଯାଉଛି। ଏହାର ଉତ୍ତରରେ ଶମୀମ କହୁଛି ଯେ ଯଦି ଯୋଗୀଙ୍କ ସାହସ ଥାଏ ତାହେଲେ ସେ ତାଙ୍କ ଘରେ ଉପରେ ବୁଲଡୋଜର ଚଳାଇ ଦେଖାନ୍ତୁ। ଶମୀମ ନିଜ ଘରର ସମ୍ପୂର୍ଣ୍ଣ ଠିକଣା ମଧ୍ୟ କହିଥିଲା। ଯେତେବେଳେ ୟୁଟ୍ୟୁବର୍ ପଚାରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକାଉନ୍ତି, ଏହାର ଜବାବରେ ଶମୀମ କହିଥିଲା ଯେ ସେ ଚ୍ୟାଲେଞ୍ଜ ଦେଉଛି। ହେଲେ ସୋସିଆଲ ମିଡିଆ ଦ୍ୱାରା ଏହି ଭିଡିଓ ଭାଇରାଲ ହେବା ପରେ ଏବେ ପୋଲିସ ଶମୀମ ପଛରେ ପଡ଼ିଯାଇଛି।