Puri Jagannath Temple: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଖୁବଶ୍ରୀଘ୍ର ଲାଗୁ ହେବ ଡ୍ରେସ୍ କୋଡ଼୍ ନିୟମ!
Advertisement

Puri Jagannath Temple: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଖୁବଶ୍ରୀଘ୍ର ଲାଗୁ ହେବ ଡ୍ରେସ୍ କୋଡ଼୍ ନିୟମ!

Puri Jagannath Temple: ଆଡ଼ପ ମଣ୍ତପରେ ଅତ୍ୟାଧିକ ସେବାୟତଙ୍କ ଯୋଗୁଁ ପହଣ୍ତିରେ ମଧ୍ଯ ସାମାନ୍ୟ ତ୍ରୁଟି ଦେଖାଦେଇଥିଲା । ତେବେ ଆଗାମୀ ଦିନରେ ଏସବୁ ତ୍ରୁଟି ସୁଧାର କରାଯିବ ବୋଲି କୁହାଯାଇଛି । ତେବେ ଏହି ବୈଠକରେ ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଲାଗି ଡ୍ରେସ୍ କୋଡ଼୍ କରାଯିବା ନେଇ ଦାବି ଉଠାଇଛି ଦଇତାପତି ନିଯୋଗ ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ନିକଟରେ ସରିଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath yatra 2023) । ଜନ୍ମବେଦୀ ଛାଡ଼ି ପୁଣି ରତ୍ନବେଦୀରୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ରଥଯାତ୍ରାଠାରୁ ନୀଳାଦ୍ରିବିଜେ (Niladri bije 2023) ପର୍ଯ୍ୟନ୍ତ ସମ୍ପନ୍ନ ହୋଇଥିବା ସମସ୍ତ ନୀତିକାନ୍ତି ନେଇ ଆଲୋଚନା ଲାଗି ବୁଧବାର ଦିନ ଦଇତାପତି ନିଯୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ବୈଠକରେ ରଥଯାତ୍ରାର ନୀତିକାନ୍ତିକୁ ନେଇ ପୁନାଙ୍ଖୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏଥର ରଥଯାତ୍ରାରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅନେକ ଅଣସେବାୟତ ସାମିଲ ରହିଥିବା ବେଳେ ଏଥିଲାଗି ପହଣ୍ତିରେ ସାମନ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଅନ୍ୟପଟେ ଆଡ଼ପ ମଣ୍ତପରେ ଅତ୍ୟାଧିକ ସେବାୟତଙ୍କ ଯୋଗୁଁ ପହଣ୍ତିରେ ମଧ୍ଯ ସାମାନ୍ୟ ତ୍ରୁଟି ଦେଖାଦେଇଥିଲା । ତେବେ ଆଗାମୀ ଦିନରେ ଏସବୁ ତ୍ରୁଟି ସୁଧାର କରାଯିବ ବୋଲି କୁହାଯାଇଛି । ତେବେ ଏହି ବୈଠକରେ ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଲାଗି ଡ୍ରେସ୍ କୋଡ଼୍ (Dress code) କରାଯିବା ନେଇ ଦାବି ଉଠାଇଛି ଦଇତାପତି ନିଯୋଗ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ (Srimandir puri) କାଳିଆ ଦର୍ଶନ ପାଇଁ ଆସୁଥିବା ଭକ୍ତ ଲାଗି ଲାଗୁ ହେଉ ଡ୍ରେସକୋଡ଼ । ଜିନ୍ସ ପ୍ୟାଣ୍ଟ, ହାପ ପ୍ୟାଣ୍ଟ କି ଅନ୍ୟ କୌଣସି ଆଧୁନିକ ପୋଷକ ପିନ୍ଧିଥିଲେ ଶ୍ରୀମନ୍ଦିରକୁ ଦର୍ଶନ ଲାଗି ନ ଛଡ଼ାଯାଉ ବୋଲି ମହାପ୍ରଭୁଙ୍କ ସେବାରେ ଥିବା ଅନେକ ଦଇତାପତି ନିଯୋଗ ଏଭଳି ଦାବି ଉଠାଇଛନ୍ତି । ପ୍ରକାଶ ଥାଉ କି, ଦକ୍ଷିଣ ଭାରତର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ମାନଙ୍କରେ ଡ୍ରେସକୋଡ଼ର ନିୟମ ରହିଛି । ତେବେ ଏହି କ୍ରମରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଲାଗି ଡ୍ରେସ୍ କୋଡ଼ ବ୍ୟବସ୍ଥା କରିବା ନେଇ ଦଇତାପତି ନିଯୋଗ (Daitapati Nijog) ଦାବି କରିଛନ୍ତି । ତେବେ ଏହି ବ୍ୟବସ୍ଥାକୁ ସେବକ ଓ ଭକ୍ତମାନେ ସମର୍ଥନ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ପରେ ଏହି ନିୟମ ଲାଗୁ କରାଯିବ ବୋଲି ନୀତି ପ୍ରଶାସକ ମତ ରଖିଛନ୍ତି । ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଆସୁଥିବା ଅନେକ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି । ଯାହାକି ଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତି ଆଘାତ ପହଁଞ୍ଚାଉଛି ବୋଲି ଦଇତାପତି ନିଯୋଗର ସଂପାଦକ ରାମକୃ କୃଷ୍ଣ ଦାସମହାପାତ୍ର କହିଛନ୍ତି । ଶ୍ରୀମନ୍ଦିରକୁ ଆଧୁନିକ ବା ପାଶ୍ଚାତ୍ୟ ଡ୍ରେସ ପିନ୍ଧି ଆସୁଥିବା ଭକ୍ତଙ୍କୁ ପ୍ରବେଶ ପୂର୍ବରୁ ଅଟକାଯାଇ ଚେଞ୍ଜିଂ ରୁମରେ (change room) ପୋଷାକ ବଦଳାଇ ମନ୍ଦିର ଭିତରକୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯାଉ । ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଯାଉଥିବା ମହିଳା ଓ ଯୁବତୀମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡେଇ ରଖିବା ଭଳି ପେଷାକ ପିନ୍ଧିବା ସହ ପୁରୁଷ ମାନେ ଧୋତି, ଗାମୁଛା କିମ୍ବା ମଠା ପିନ୍ଧିବା ନେଇ ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ତୁରନ୍ତ ଏ ଦିଗରେ ନିଷ୍ପତି ନିଅନ୍ତୁ ବୋଲି ନିଯୋଗ (Daitapati Nijog) ପକ୍ଷରୁ ନିବେଦନ କରାଯାଇଛି।

ଏହା ବି ପଢନ୍ତୁ-ମାଲେମାଲ ହେବେ ଏହି ୫ ରାଶି, ୨ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ପ୍ରକାଶ ଥାଉ କି, ୨୦୨୧ ମସିହାରେ ଶ୍ରୀନ୍ଦିରରେ ସେବାୟତମାନଙ୍କ ଲାଗି ଡ୍ରେସ୍ କୋଡ଼ ନିୟମ ଲାଗୁ ହୋଇସାରିଛି । ଯଦି କୌଣସି ସେବାୟତ ଧୋତି,ପାଟ ବା ଗାମୁଛା ପିନ୍ଧିନଥିବେ ତାହାଲେ ତାଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନାହିଁ ବୋଲି ନାହିଁ ବୋଲି ନିୟମ କରାଯାଇଛି । ହେଲେ ଏହି ନିୟମ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବ ପାଳନ ହେଉନଥିବା ବେଳେ ଭକ୍ତ ପାଇଁ ଡ୍ରେସ୍ କୋଡ଼ ନିୟମ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଦେଖିବାକୁ ବାକି ରହିଲା ।