ସାମ୍ନାକୁ ଆସିବ ପୁରୀର ଏହି ଅଜଣା ତଥ୍ୟ, ସରକାର ନେବେ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1285078

ସାମ୍ନାକୁ ଆସିବ ପୁରୀର ଏହି ଅଜଣା ତଥ୍ୟ, ସରକାର ନେବେ ଏହି ପଦକ୍ଷେପ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତ ମହଲରେ ଆଗ୍ରହ ଦେଖିବାକୁ ମିଳିଛି। ୧୯୭୮ ମସିହା ପରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯାଇଥିଲା। ଆଉ ପରେ ଭିତର ଭଣ୍ଡାରରୁ କିଛି ସୁନା ଆଣି ଅଳଙ୍କାର ମରାମତି କରାଯାଇଥିଲା। ତେଣୁ ଏବେ ପୁଣି ଥରେ ରତ୍ନଭଣ୍ଡାର ଖୋଲି ମଣତି କରାଯାଇ ସେହି ସୁନାରୁ ମହାପ୍ରଭୁଙ୍କ ଆଉ ଏକ ସେଟ୍ ସ

ସାମ୍ନାକୁ ଆସିବ ପୁରୀର ଏହି ଅଜଣା ତଥ୍ୟ, ସରକାର ନେବେ ଏହି ପଦକ୍ଷେପ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତ ମହଲରେ ଆଗ୍ରହ ଦେଖିବାକୁ ମିଳିଛି। ୧୯୭୮ ମସିହା ପରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯାଇଥିଲା। ଆଉ ପରେ ଭିତର ଭଣ୍ଡାରରୁ କିଛି ସୁନା ଆଣି ଅଳଙ୍କାର ମରାମତି କରାଯାଇଥିଲା। ତେଣୁ ଏବେ ପୁଣି ଥରେ ରତ୍ନଭଣ୍ଡାର ଖୋଲି ମଣତି କରାଯାଇ ସେହି ସୁନାରୁ ମହାପ୍ରଭୁଙ୍କ ଆଉ ଏକ ସେଟ୍ ସୁବର୍ଣ୍ଣ ବେଶ କରାଯାଉ ବୋଲି ଦାବି କରିଛି ଦଇତାପତି ନିଯୋଗ। 
ସେପଟେ ଏବାବଦରେ ୫ଟି ସଚିବଙ୍କୁ ଅବଗତ କରାଯାଇ ଥିବା ବେଳେ ଆସନ୍ତା୬ ତାରିଖ ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଦିଆଯିବ ବୋଲି ପରିଚାଳନା କମିଟି ସଦସ୍ଯ କହିଛନ୍ତି। ସେପଟେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶର ମହଣମହଣ ସ୍ୱର୍ଣ୍ଣାଳଙ୍କାର ଓ ସୁବର୍ଣ୍ଣ ପ୍ରତିମା ଭିତର ରତ୍ନଭଣ୍ଡାରରେ ରହିଥିବା ବେଳେ ୧୧୭ବର୍ଷ ତଳେ ରତ୍ନଭଣ୍ଡାର ଖୋଲାଯାଇ ଏହି ବେଶ କରାଯାଇଥିଲା। ଆଉ ବୈଷାଖ ମାସର ରାମାଭିସେକ ତିଥିରେ ଏହି ବେଶ ୧୯୮୩ରେ ପଡିଥିବା ବେଳେ ଆର୍ଥିକ ଅନଟନରୁ ସରକାର ନିରବ ରହିଥିଲେ। ତେଣୁ ଆଗାମୀ ଦିନରେ ଏହି ବେଶ ପାଇଁ ପ୍ରସ୍ତୁତ ରହିବା ସହ ଭିତର ରତ୍ନଭଣ୍ଡାର ଖୋଲି ଆକଳନ କରିବା ଦରକାର ବୋଲି କହିଛନ୍ତି ଗବେଷକ।

ଅମାପ ଧନରତ୍ନରେ ପରିପୂର୍ଣ୍ଣ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନର ୧୯୫୨ ମସିହା ତଥ୍ଯ ଅନୁସାରେ ଭିତର ରତ୍ନଭଣ୍ଡାରରେ ୧୮୧୯ ଭରୀ ୬ ଅଣା ସୁବର୍ଣ୍ଣ ଅଳଙ୍କାର ଓ ରତ୍ନ ପଥର ଆଦି ରହିଥିବା ବେଳେ ରୂପାର ପାଲିଙ୍କି, ସୁବର୍ଣ୍ଣ ମୂର୍ତ୍ତି ଆଦି ରହିଥିଲା। ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲି ମଣତି କରାଯାଇ ୩୬୭ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପ୍ରାୟ ୪୫୦୦ଭରି ଓ ୨୩୧ପ୍ରକାରର ରୌପ୍ୟ ଅଳଙ୍କାର ଓ ସରଞ୍ଜାମ ପ୍ରାୟ ୧୫ହଜାର ଭରୀ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି। ତେବେ କେବଳ ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଦୈନନ୍ଦିନ ଓ ବର୍ଷତମାମ ବେଶ ପାଇଁ ୪୫୪ପ୍ରକାରର ୧୩ହଜାର ଭରୀ ସୁବର୍ଣ୍ଣ ଅଳଙ୍କାର ଓ ୨୯୩ ପ୍ରକାରର ପ୍ରାୟ ୨୨୦୦୦ଭରୀର ରୌପ୍ୟ ଅଳଙ୍କାର ରହିଛି। ତେବେ ସୁନାବେଶର ଅଳଙ୍କାର ଗୁଡିକ ଦୀର୍ଘ ବର୍ଷର ହୋଇଥିବାରୁ ତାହା ଧିରେଧିରେ କ୍ଷୟ ହେବାରେ ଲାଗିଲାଣି। ଏଣୁ ଭିତର ରତ୍ନଭଣ୍ଡାର ଖୋଲି ତାର ମଣତି କରି କିଛି ସୂନା ସଂଗ୍ରହ କରି ଆଉ ଏକ ସୁନାବେଶ ସେଟ୍ କରାଯାଉ। ଆଉ ଏନେଇ ଦଇତାପତି ନିଯୋଗ ପକ୍ଷରୁ 5ଟି ସଚିବଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ଦଇତାପତି ନିଯୋଗ ସଂପାଦକ।

୧୯୦୫ ମସିହାରେ ମହାପ୍ରଭୁଙ୍କର ହୋଇଥିବା ଦୁର୍ଲ୍ଲଭ ରଘୁନାଥ ବେଶ କରାଯାଇଥିଲା। ଆଉ ସେ ସମୟରେ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅଣାଯାଇ ରଘୁନାଥ ବେଶ କରାଯାଇଥିଲା। ଆଉ ରତ୍ନସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୩୨ଟି ସୁବର୍ଣ୍ଣର ଦେବାଦେବୀ ମୁର୍ତ୍ତୀଙ୍କୁ ଅବସ୍ଥାନ କରାଯାଇଥାଏ। 

ଆଉ ଏହି ଦୁର୍ଲ୍ଲଭ ବେଶରେ ଲାଗୁଥିବା ଏହି ଅଳଙ୍କାର ଗୁଡିକ ହେଲା ଅଳଙ୍କାର ଉପରେ ନଜର ପକାଇଲେ, ୮୩ ଭରିର ୬୪ତା ସୁନା କଦମ୍ବ ମାଳି, ୧୦୩ ଭରିର ୮୧ଟି ସୁନା ମାଳି, ୫୫ ଭରିର ୮୮ଟି ହରିଡା ସହ ସୁନା କଦମ୍ବ ମାଳି, ୫୧ ଭରିର ୪୨ଟି ସୁନା ତାବିଜ ମାଳି, ୩୬ ଭରିର ସୁନା ତାରରେ ଗୁନ୍ଥା ୩୪ଟି ସୁନା ତାବିଜ ମାଳି, ୪୩ ଭରିର ୪୩ଟି ସୁନା ତାବିଜ ମାଳି, ୫୬ ଭରିର ୧୫୬ଟି ସୁନା କୁରୁ ଜାତକ ମାଳି, ୫୨ ଭରିର ୧୪୫ଟି ସୁନା କୁରୁଜାତକ ମାଳି, ୨୪ ଭରିର ୧୧୩ଟି ସୁନା ବଉଳ କୋଳିଆ ମାଳି, ୨୪ ଭରିର ୧୧୯ଟି ସୁନା ବଉଳ କୋଳିଆ ମାଳି, ୬୩ ଭରିର ୫୨ଟି ହରିଡା ମାଳି, ପାହାଣ୍ଡିଆ କଣ୍ଠି ୧୦ଟି, ୫୯ ଭରିର ଅଁଳା ମଞ୍ଜିଆ ୩୮ଟି କଣ୍ଠି ମାଳି, ୭ ଭରିର ଆଙ୍କୁ କୋଳିଆ ୬୨ଟି ମାଳି ଓ ଗୋଟିଏ ପଦକ, ୨୨୮ ଭରିର ସୁନା କଣ୍ଠିଆ ଅଁଳା ମଞ୍ଜିଆ ଛୋଟ କଣ୍ଠି ମାଳି, ୧୩ ଭରିର ପୋହଳା ସହ ପ୍ରାୟ ୪୮ ପ୍ରକାରର ସୁବର୍ଣ୍ଣର ଅଳଙ୍କାର ପିନ୍ଧିଥାନ୍ତି।

ଏଭଳି ଆହୁରି ଅନେକ ଅଳଙ୍କାର ବି ଶ୍ରୀଜିଉ ପରିଧାନ କରିଥାନ୍ତି। ତେଣୁ ଅଗଷ୍ଟ ୬ରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଘୁନାଥ ବେଶ ପ୍ରସ୍ତୁତି ରତ୍ନଭଣ୍ଡାର ଖୋଲିବା ଓ ସୁରକ୍ଷା ଉପରେ ପ୍ରସ୍ତାବ ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ଆଉ ବୈଷାଖ ମାସର ରାମାଭିସେକ ତିଥିରେ ଏହି ବେଶ ୧୯୮୩ରେ ପଡିଥିବା ବେଳେ ଆର୍ଥିକ ଅନଟନରୁ ସରକାର ନିରବ ରହିଥିଲେ। ତେଣୁ ଆଗାମୀ ଦିନରେ ଏହି ବେଶ ପାଇଁ ପ୍ରସ୍ତୁତ ରହିବା ସହ ଭିତର ରତ୍ନଭଣ୍ଡାର ଖୋଲି ଆକଳନ କରିବା ଦରକାର ବୋଲି କହିଛନ୍ତି ଗବେଷକ।

ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର‌ ଖୋଲିବାକୁ ପଡ଼ିବ। କାରଣ ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ଯଦି ସାମୁହିକ ଇଚ୍ଛା ରହିବ, ତେବେ ଭକ୍ତମାନେ ନିଶ୍ଚିତ ଏହି ବେଶ ଦର୍ଶନର ସୌଭାଗ୍ୟ ଅର୍ଜନ ପାରିବେ। ସେପଟେ ରତ୍ନଭଣ୍ଡାର ଖୋଲି ଭକ୍ତଙ୍କ ମନରେ ଥିବା ସନ୍ଦେହ ଦୁର କରିବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରଘୁନାଥ ବେଶ କରିବା ପରେ ଉନ୍ମୋଚନ ହୋଇପାରିବ ରତ୍ନଭଣ୍ଡାର ରହସ୍ୟ।