Indian Railways: କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବ ରେଲୱେ ବୋର୍ଡ; ଜୁଲାଇ ମାସରୁ ଲାଗୁ ହେବ ନୁଆ ନିୟମ
Advertisement
Article Detail0/zeeodisha/odisha2167839

Indian Railways: କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବ ରେଲୱେ ବୋର୍ଡ; ଜୁଲାଇ ମାସରୁ ଲାଗୁ ହେବ ନୁଆ ନିୟମ

IRCTC Base Kitchen: ଆଇଆସିଟିସି ଦ୍ୱାରା ପରିଚାଳିତ ବେସ କିଚେନ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ।

Indian Railways: କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବ ରେଲୱେ ବୋର୍ଡ; ଜୁଲାଇ ମାସରୁ ଲାଗୁ ହେବ ନୁଆ ନିୟମ

Railway Board will change catering system from July: ରେଳଯାତ୍ରା ବେଳେ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟପେୟ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଆସନ୍ତା ଜୁଲାଇ ମାସରୁ କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି ରେଲୱେ ବୋର୍ଡ। ଏନେଇ ହେବାକୁ ଯାଉଥିବା ପରିବର୍ତ୍ତନକୁ ରେଲୱେ ବୋର୍ଡ ଅନୁମୋଦନ କରିଛି। ଏହି ପରିବର୍ତ୍ତନ ପରେ ଜୁନ୍ ମାସ ପରେ ଟ୍ରେନ ପ୍ୟାଣ୍ଟ୍ରି କାର ମଧ୍ୟରେ ଯାତ୍ରୀଙ୍କ ପାଇଁ ଜଳଖିଆ କିମ୍ବା ଖାଦ୍ୟ ପ୍ରସ୍ତୁତ କରାଯିବ ନାହିଁ। ପ୍ୟାଣ୍ଟ୍ରି କାର ଠାରେ କେବଳ ପାଣି ଗରମ କରାଯାଇ ପାରିବ କିମ୍ବା ଚା-କଫି ଭଳି ପାନୀୟ ଆବଶ୍ୟକ ସମୟରେ ପ୍ରସ୍ତୁତ କରାଯାଇ ପାରିବ। ରେଳ ଷ୍ଟେସନ ଠାରେ ଥିବା ଆଇଆସିଟିସି  ବେସ କିଚେନ ମଧ୍ୟ ବନ୍ଦ କରାଯିବ।

ଟ୍ରେନ ପ୍ୟାଣ୍ଟ୍ରି କାର ଚଳାଇବାକୁ ଚାଲିଛି ପ୍ରସ୍ତୁତି
ଏହି ପରିବର୍ତ୍ତନ ପରେ କ୍ଲଷ୍ଟର ଠାରେ ଟ୍ରେନ ପ୍ୟାଣ୍ଟ୍ରି କାର ଚଳାଇବା ପାଇଁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation) ଆଇଆରସିଟିସି (IRCTC) ଦ୍ୱାରା ପ୍ରସ୍ତୁତି ଚାଲିଛି। ଏଠାରେ ପ୍ରସ୍ତୁତ ହେଉଥିବା ଜଳଖିଆ ଏବଂ ଖାଦ୍ୟ ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ବର୍ତ୍ତମାନ ସେମି ହାଇ ସ୍ପୀଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଠାରେ ସମାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବନ୍ଦେ ଭାରତ ଟ୍ରେନ ଠାରେ ପାଣି ଗରମ କରିବାକୁ ବ୍ୟବସ୍ଥା ରହିଛି। ବାକି ସମସ୍ତ ଖାଦ୍ୟ ପେୟ ଆଗୁଆ ପ୍ରସ୍ତୁତ ହୋଇସାରିବା ପରେ ଯାତ୍ରୀଙ୍କୁ ପ୍ରଦାନ କରାଯାଇଥାଏ। ରେଲୱେ ବୋର୍ଡ ନିର୍ଦ୍ଦେଶ ପରେ ଆସନ୍ତା ଜୁଲାଇ ମାସରୁ ଟ୍ରେନ କ୍ୟାଟରିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ବଦଳିଯିବ।

ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ଗୁଣାତ୍ମକ ଖାଦ୍ୟ
ନୂତନ ବ୍ୟବସ୍ଥା ଅନୁଯାୟୀ ଯେକୌଣସି ମାର୍ଗରେ ରେଳ ଯାତ୍ରା କରୁଥିବା ଯାତ୍ରୀ ଗୁଣାତ୍ମକ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ୟାଣ୍ଟ୍ରି କାର ପରିଚାଳନା କରିବା ଦାୟିତ୍ୱ ବିଭିନ୍ନ ଏଜେନ୍ସି ହାତକୁ ଦିଆଯିବ। ଗୋଟିଏ ମାର୍ଗରେ ପ୍ରାୟ ୫-୭ ଟ୍ରେନ ପ୍ୟାଣ୍ଟ୍ରି କାର ପରିଚାଳନା କରିବା ଦାୟିତ୍ୱ କୌଣସି ଏଜେନ୍ସି ହାତରେ ନ୍ୟସ୍ତ ରହିବ। ଯେଉଁ ଏଜେନ୍ସି ଯେଉଁ ମାର୍ଗର ଦାୟିତ୍ୱ ରହିବ ସେ ରେଳ ଷ୍ଟେସନ ପାଖରେ ନିଜର ବେସ କିଚେନ ପ୍ରତିଷ୍ଠା କରି ଆବଶ୍ୟକୀୟ ଖାଦ୍ୟପେୟ ପ୍ରସ୍ତୁତ କରିବେ। ଯାହାକୁ ରେଳଯାତ୍ରୀଙ୍କୁ ଯୋଗାଇ ଦିଆଯିବ।

ପୂର୍ବୋତ୍ତର ରେଳବାଇ ପକ୍ଷରୁ ପ୍ରାୟ ୮୦ ଟ୍ରେନ ମଧ୍ୟରେ ରହିଥିବା ପ୍ୟାଣ୍ଟ୍ରି କାର କ୍ଲଷ୍ଟର ଭାବେ ବିକଶିତ କରାଯିବ। ଏନେଇ ପ୍ରସ୍ତତି ଆରମ୍ଭ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଏଜେନ୍ସି ପାଖରୁ ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଟ୍ରେନ ପ୍ୟାଣ୍ଟ୍ରି କାର ପରିଚାଳନା ଦାୟିତ୍ୱ କେବଳ ଏହାର ଅଭିଜ୍ଞତା ଆଧାରରେ କୌଣସି ଏଜେନ୍ସି ହାତକୁ ହସ୍ତାନ୍ତର କରାଯିବ। ଏଜେନ୍ସି ଦ୍ୱାରା କାର୍ଯ୍ୟ ମଧ୍ୟ ସମୟ ସମୟରେ ଯାଞ୍ଚ କରାଯିବ। ରେଳବାଇ ଅଧିକାରୀ କହିଛନ୍ତି ଯେ କ୍ଲଷ୍ଟର ଠାରେ ଖୋଲାଯାଇଥିବା ବେସ କିଚେନ ମଧ୍ୟ ସମୟ ସମୟରେ ଅଚାନକ ଯାଞ୍ଚ କରାଯିବ। ଆବଶ୍ୟକ ହେଲେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ। ଯାହା ଦ୍ୱାରା ବେସ କିଚେନ ଗୁଣବତ୍ତା ଅକ୍ଷୁର୍ଣ୍ଣ ରହିବ।