Ramadan 2024: ସାଉଦି ଆରବରେ ଦେଖଗଲା ରମଜାନ ଚନ୍ଦ୍ର; ଆସନ୍ତାକାଲି ଠାରୁ ଆରମ୍ଭ ହେବ ରୋଜା
Advertisement
Article Detail0/zeeodisha/odisha2151964

Ramadan 2024: ସାଉଦି ଆରବରେ ଦେଖଗଲା ରମଜାନ ଚନ୍ଦ୍ର; ଆସନ୍ତାକାଲି ଠାରୁ ଆରମ୍ଭ ହେବ ରୋଜା

Ramadan 2024 Moon Saudi Arabia: ଚଳିତ ବର୍ଷ ରମଜାନ ମାସର ପବିତ୍ର ଚନ୍ଦ୍ର ମାର୍ଚ୍ଚ ୧୦ ତାରିଖ ରବିବାର ସାଉଦି ଆରବ ଠାରେ ଦୃଶ୍ୟମାନ ହୋଇଥିଲା।

ପ୍ରତୀକୀତ୍ମକ ଫଟୋ

Ramadan 2024 Saudi Arabia: ମାର୍ଚ୍ଚ ୧୦ ତାରିଖ ରବିବାର ଇସଲାମ ଧର୍ମର ପବିତ୍ର ରମଜାନ ମାସର ଚନ୍ଦ୍ର ସାଉଦି ଆରବରେ ଦୃଶ୍ୟମାନ ହୋଇଥିଲା। ଏହା ସହିତ ପଶ୍ଚିମ ଏସିଆର ଅନେକ ଦେଶରେ ମାର୍ଚ୍ଚ ୧୧ ତାରିଖ ସୋମବାର ଚଳିତ ବର୍ଷର ରମଜାନ ମାସରେ ରଖାଯାଉଥିବା "ରୋଜା" ଅର୍ଥାତ ଉପବାସ ରଖାଯିବ। ସାଉଦି ଆରବ ସରକାରୀ ଟିଭି ଚ୍ୟାନେଲ, ରମଜାନ ମାସର ଚନ୍ଦ୍ର ଦେଶରେ ଦୃଶ୍ୟମାନ ହୋଇଥିବା ନେଇ କହିଛି।

ରମଜାନ ମାସରେ ମୁସଲମାନ ସମ୍ପ୍ରଦାୟର ଲୋକେ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପେୟ ଗ୍ରହଣ କରନ୍ତିନାହିଁ। ଏହି ସମୟରେ ସେମାନେ ପ୍ରାର୍ଥନା କରିବା ସହିତ କୁରାନ ପାଠ କରିଥାନ୍ତି। ଏପରିକି ଦାନ ମଧ୍ୟ କରିଥାନ୍ତି। ଚଳିତ ବର୍ଷ ରମଜାନ ପଶ୍ଚିମ ଏସିଆରେ ଅବସ୍ଥିତ ମୁସଲିମ ଦେଶ ଲାଗି ଅନେକ ଗୁରୁତ୍ୱ ବହନ କରୁଛି। କାରଣ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏଥର ରମଜାନ ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଦେଖିବା ପାଇଁ ସାଉଦି ଆରବ ଅଧିକାରୀ ଲୋକଙ୍କୁ ନିବେଦନ କରିଥିଲେ। ହେଲେ ତଥାପି ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ରମଜାନ ମାସ ସାଉଦି ଆରବ ଅପେକ୍ଷା ଗୋଟିଏ ଦିନ ପରେ ଆରମ୍ଭ ହୋଇଥାଏ। ଏହି ଦେଶରେ ରମଜାନ ମାସ ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହେବ। 

ଇସଲାମ ଧର୍ମର କ୍ୟାଲେଣ୍ଡର ଅନୁସାରେ ନବମ ମାସ ହେଉଛି ରମଜାନ। ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ମାସରେ "ରୋଜା" ଅର୍ଥାତ ଉପବାସ ରଖାଯାଇଥାଏ। ରମଜାନ ମାସରେ ମୁସଲମାନ ଦିନସାରା ଉପବାସ ରଖିଥାନ୍ତି। ଇସଲାମୀୟ ଧାର୍ମିକ ମାନ୍ୟତା ଅନୁସାରେ ୫ ପବିତ୍ର କର୍ତ୍ତବ୍ୟ ମଧ୍ୟରୁ ରମଜାନ ସମୟରେ ରୋଜା ରଖିବା ଏକ ପ୍ରମୁଖ କାର୍ୟ୍ୟ ଭାବରେ  ବିବେଚନା କରାଯାଏ। କୁହାଯାଏ ଯେ ରମଜାନ ମାସରେ ସର୍ବଶକ୍ତିମାନ ଆଲ୍ଲାଙ୍କ ନିକଟରେ କରାଯାଉଥିବା ପ୍ରାର୍ଥନା ଅଧିକ ଫଳପ୍ରଦ ହୋଇଥାଏ। ରମଜାନ ମାସର ଶେଷ ଦିନରେ ଇଦ୍-ଉଲ୍-ଫିତର ପାଳିତ ହୋଇଥାଏ।

କେବେ ହେବ ରମଜାନ ମାସର ପ୍ରଥମ ରୋଜା?
ଇସଲାମ ଧର୍ମରେ (Islam Religion) ପ୍ରତ୍ୟେକ ପର୍ବ (Festival of Islam Religion) ଚନ୍ଦ୍ର ସହ ଜଡ଼ିତ (Importance of Crescent Moon in Islam) ସମୟ ଉପରେ ନିର୍ଭର କରିଥାଏ। ଚନ୍ଦ୍ର ଦୃଶ୍ୟମାନ ହେବା ପରେ କେଉଁ ପର୍ବ କେବେ ପାଳିତ ହେବ ତାହାର ପ୍ରକୃତ ତାରିଖ ଜଣା ପଡିଥାଏ। ଯଦି ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଚନ୍ଦ୍ର ଦେଖାଯାଏ, ତାହେଲେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ରୋଜା ରଖାଯିବ ବୋଲି କୁହାଯାଉଛି। 

ଇସଲାମ ଧର୍ମରେ ପବିତ୍ର ମାସ (Religious Month in Islam) କୁହାଯାଉଥିବା ରମଜାନ ସମୟରେ (Ramadan Month in Islamic Calendar) ମୁସଲମାନ ଉପବାସ (Fasting during Ramadan) ରଖିଥାନ୍ତି। ଯାହାକୁ "ରୋଜା" (Roza during Ramadan) କୁହାଯାଏ। ରମଜାନ ସମୟରେ ଉପବାସ ପକ୍ରିୟା ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇଥାଏ। ଏହି ସମୟରେ ସହରୀ (Sehri during Ramadan) କରିବାକୁ ହୋଇଥାଏ। ସହରୀ ସମୟରେ ନମାଜ ପଢିବା ସହ ଖାଦ୍ୟ ପାନୀୟ ଗ୍ରହଣ କରାଯାଇଥାଏ। ସହରୀ ଶେଷ ହେବା ପରେ ଦିନ ସାରା ଉପବାସ ରଖିବାକୁ ହୋଇଥାଏ। ଏହି ସମୟରେ କୌଣସି ମୁସଲମାନ ଖାଦ୍ୟ ପାନୀୟ ଗ୍ରହଣ ଗ୍ରହଣ କରନ୍ତି ନାହିଁ। ସନ୍ଧ୍ୟାବେଳେ ସୂର୍ଯ୍ୟାସ୍ତ ହେବା ପରେ ମୁସଲମାନ ଖଜୁରୀ (Date Palm Eating Tradition in Roza Ramadan) ଖାଇ ରୋଜା ଭାଙ୍ଗିଥାନ୍ତି। ଏହା ପରେ ଯାଇ କୌଣସି ପ୍ରକାରର ଖାଦ୍ୟ ପାନୀୟ ଗ୍ରହଣ କରିଥାନ୍ତି ମୁସଲମାନ।