Rath Yatra 2023: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ରଥଯାତ୍ରା, ବାରିପଦାରେ କାହିଁକି ମାଆ ସୁଭଦ୍ରାଙ୍କ ରଥକୁ ଟାଣନ୍ତି ମହିଳା ଭକ୍ତ, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?
Advertisement

Rath Yatra 2023: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ରଥଯାତ୍ରା, ବାରିପଦାରେ କାହିଁକି ମାଆ ସୁଭଦ୍ରାଙ୍କ ରଥକୁ ଟାଣନ୍ତି ମହିଳା ଭକ୍ତ, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?

Rath Yatra 2023: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ରଥଯାତ୍ରା (Baripada Rath Yatra 2023) ।  ବାରିପଦାରେ ରଥଯାତ୍ରା ପୁରୀର ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୁଏ। ଏହି ରଥ ଟଣା ତିନି ଦିନ ଧରି ଚାଲେ। ବାରିପଦା ରଥଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି(Devi Subhadra chariot) । ଜାଣନ୍ତୁ ଏହା କେବେ ଆରମ୍ଭ ହୋଇଥିଲା ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Rath Yatra 2023: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଆଜି ଅନୁଷ୍ଠିତ ହେବ ରଥଯାତ୍ରା (Baripada Rath Yatra 2023) । ମହାବାହୁଙ୍କ (Lord Jagannath) ଦର୍ଶନ ପାଇଁ ବ୍ୟାକୁଳ ଭକ୍ତଗଣ । ସେଇଥି ପାଇଁ ଲୋକରଣ୍ୟ ହୋଇପଡିଛି ପୁରା ବାରିପଦା ସହର । ସୁରକ୍ଷା ବଳୟରେ ପୁରା ସହର । ରାଜରାସ୍ତାର ଓ ଗଳିକନ୍ଦିରେ ପୋଲିସ୍ ଛାଉଣୀ। ମହାପ୍ରଭୁଙ୍କ(Lord Jagannath)  ନବଦିମାତ୍ମକ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି। ହୁଳହୁଳି, ଠୋଲ, ହରିବୋଲରେ କମ୍ପୁଛି ପୂରା ପରିବେଶ(Rath Yatra 2023) । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଯିବେ କଳାଠାକୁର । ପୁରୀ ଭଳି ଏଠାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏଠାରେ ରହିଥିବା ଶ୍ରୀ ଜଗନ୍ନାଥ ମନ୍ଦିର, ଆନନ୍ଦ ବଜାର, ସ୍ନାନମଣ୍ଡପ ସବୁକିଛି ଠାକୁରମାନଙ୍କ ବିଧି-ବିଧାନ ପାଇଁ ପୁରୀ ଶ୍ରୀକ୍ଷେତ୍ର ପରି ନିର୍ମାଣ ହୋଇଛି । ପ୍ରତିବର୍ଷ ମନ୍ଦିରରେ ପୂଜାପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୁଏ। ରଥଯାତ୍ରା ଦେଖିବା ଲାଗି ବିଭିନ୍ନ ଅଞ୍ଚଳରୁ ବାରିପଦା ସହରକୁ ଲୋକଙ୍କର ସୁଅ ଛୁଟିଥାଏ । କାରଣ ବାରିପଦାର ରଥଯାତ୍ରା ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଟିକେ ଭିନ୍ନ ଢଙ୍ଗରେ ଏଠାରେ ପାଳିତ ହୋଇଥାଏ ।  ବାରିପଦାରେ ରଥଯାତ୍ରା ପୁରୀର ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୁଏ। ଏହି ରଥ ଟଣା ତିନି ଦିନ ଧରି ଚାଲେ।  ବାରିପଦା ରଥଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି(Devi Subhadra chariot) ।

ଏଭଳି ଆରମ୍ଭ ହୋଇଥିଲା ମହିଳାମାନେ ରଥ ଟାଣିବାର ନିଷ୍ପତି:

ସୂଚନା ଅନୁସାର, ୧୯୭୫ ମସିହା, ବାରିପଦାରେ  ଅନ୍ତର୍ଜୀୟ ମହିଳା ଦିବସରେ କିଛି ବୁଦ୍ଧିଜୀବୀ ଓ ଜିଲ୍ଲା ପ୍ରଶାସନ ଏକ ବୈଠକ କରିଥିଲେ। ବାରିପଦା ରଥକୁ ଏକ ନୂଆ ପରିଚୟ ଦେବାକୁ ସ୍ଥିର ହୋଇଥିଲା।  ସେହି ବର୍ଷଠାରୁ ବାରିପଦାର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିବା ଆରମ୍ଭ ହୋଇଥିଲା। ଏହି ପରମ୍ପରା ଆଜି ବି କେବଳ ଉଜ୍ଜିବିତ ହୋଇ ରହିଛି। ଯାହା କେବଳ ବାରିପଦାରେ ନୁହେଁ,ପୁରା ଭାରତରେ  ବାରିପଦା ରଥର ପ୍ରମୂଖ ଆକର୍ଷଣ ପାଲଟିଛି ସୁଭଦ୍ରାଙ୍କ ରଥ। ପ୍ରଥମ ଦିନ ଶ୍ରୀବଳଭଦ୍ରଙ୍କ ରଥ ମାଉସୀ ମା ଙ୍କ ମନ୍ଦିରରେ ପହଞ୍ଚିବା  ପରେ ମା ସୁଭଦ୍ରାଙ୍କ ରଥ ଟଣା ଯାଇଥାଏ,ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଯାଇଥାଏ ।  ଦ୍ୱିତୀୟ ଦିନରେ ମା ସୁଭଦ୍ରାଙ୍କ ରଥଟଣା ସମୟରେ ବଡ଼ଦାଣ୍ଡରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହାକି ବିଶ୍ୱର ଅନ୍ୟ ସ୍ଥାନରେ ପ୍ରାୟତଃ ଦେଖାଯାଏ ନାହିଁ (women devotees to tug Devi Subhadras chariot)। 

Also Read: School Reopen 2023: ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ, ଏହି ସବୁ ଜିଲ୍ଲାରେ ହେବ କାଲିଠୁ ସକାଳୁଆ ସ୍କୁଲ

Also Read: Waether Update: ଅସହ୍ୟ ତାତି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତି କଲା ପରି ଖବର, ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ !

ମା ସୁଭଦ୍ରାଙ୍କ ରଥକୁ ଟାଣିବା ଲାଗି ରୁଣ୍ଡ ହୋଇଥାନ୍ତି ଶହ ଶହ ମହିଳା । ଆଉ କେବଳ ମହିଳାମାନେ ହିଁ ମା ଙ୍କ ରଥକୁ ଟାଣି ନେଇ ମାଉସୀ ମା ମନ୍ଦିରରେ ପହଞ୍ଚାଇ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବାର ପରମ୍ଭରା କେବଳ ବାରିପଦାରେ ପ୍ରଚଳିତ ହେଉଥିବା ବେଳେ ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସିଥାନ୍ତି । ମହିଳାଙ୍କ ଗହଳିକୁ ଦେଖି ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିବା ନାରୀ ସଶକ୍ତିକରଣ ଓ ନାରୀ ଶକ୍ତିର ସ୍ୱରୁପ ବିଷୟରେ ସଚେତନା ସୃଷ୍ଟି କରିଥାଏ ବୋଲି ଅନେକ କହନ୍ତି । ତେବେ, ବାରିପଦା ରଥ ଯାତ୍ରା ବହୁ ପୁରୁଣା । ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରୁ ଆରମ୍ଭ ହୋଇଥିଲା ଏହି ପାରମ୍ପରିକ ଯାତ୍ରା ।