Redmi ଆଣିଛି 200MP କ୍ୟାମେରା ସହିତ 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍
Advertisement
Article Detail0/zeeodisha/odisha2017233

Redmi ଆଣିଛି 200MP କ୍ୟାମେରା ସହିତ 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍

Xiaomi ଜାନୁଆରୀ ୪ରେ ରେଡମି ନୋଟ୍ ୧୩ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ରେଡମି ନୋଟ୍ ୧୩ ପ୍ରୋ + ମାର୍କେଟକୁ ଆସିବା ପୂର୍ବରୁ କମ୍ପାନି କିଛି ଝଲକ ଟିଜର ମାଧ୍ୟମରେ ସୋସିଆଲ ମିଡିଆରେ ଛାଡିଛି । ରେଡମି ନୋଟ୍ ୧୩ ପ୍ରୋ + ରେ କେଉଁ ଫିଚର ମିଳିବ ଆସନ୍ତୁ ଜାଣିବା ।

Redmi ଆଣିଛି 200MP କ୍ୟାମେରା ସହିତ 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍

Xiaomi ଖୁବ ଶୀଘ୍ର ଭାରତରେ ନିଜର ରେଡମି ନୋଟ୍ ୧୩ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ସିରିଜରେ ତିନୋଟି ମଡେଲ୍ ରହିବ । ଯେଉଁଥିରେ ରେଡମି ନୋଟ୍ ୧୩, ରେଡମି ନୋଟ୍ ୧୩ ପ୍ରୋ ଏବଂ ରେଡମି ନୋଟ୍ 13 ପ୍ରୋ + (redmi note 13 pro plus) ରହିଛି । Xiaomi ପୂର୍ବରୁ Redmi Note 13 ଏବଂ Redmi Note 13 Pro ବିଷୟରେ ଅନେକ ସୂଚନା ଦେଇସାରିଛି । ବର୍ତ୍ତମାନ, କମ୍ପାନୀ ରେଡମି ନୋଟ୍ ୧୩ ପ୍ରୋ + ର କିଛି ଝଲକ ମଧ୍ୟ ଗ୍ରାହକଙ୍କ ଅବଗତ ନିମନ୍ତେ ରିଲିଜ୍ କରିଛି । ତେବେ ରେଡମି ନୋଟ୍ ୧୩ ପ୍ରୋ + ରେ କ’ଣ ସବୁ ରହିଛି ଆସନ୍ତୁ ଜାଣିବା ।

ରେଡମି ନୋଟ୍ ୧୩ ପ୍ରୋ + ଡିଜାଇନ୍

କମ୍ପାନି ଅପୋଲଡ କରିଥିବା ଟିଜରରେ ଦେଖିବାକୁ ମିଳିଛି ଯେ, ଫୋନ୍ ମିଡିଆ ଟେକ୍ ଡାଇମେନସିଟି ୭୨୦୦ ଅଲଟ୍ରା ସୋସି ଦ୍ୱାରା ଚାଳିତ ହେବ । ୧.୫ ହଜାର ସତେଜ ହାର ସହିତ ଏଥିରେ ଆପଣ ଏକ ବଡ଼ AMOLED ଡିସପ୍ଲେ ପାଇପାରିବେ । ରେଡମି ନୋଟ୍ ୧୩ ପ୍ରୋ + ର ପଛରେ ଏକ ଭେଜାନ୍ ଲେଦର ପ୍ୟାନେଲ୍ ରହିବ । କମ୍ପାନୀ ଏହାକୁ ଫ୍ୟୁଜନ୍ ଡିଜାଇନ୍ ବୋଲି କହିଛି।

କ୍ୟାମେରା ଏବଂ ବ୍ୟାଟେରୀ ସମ୍ପର୍କରେ

ସବୁବେଳେ ଗ୍ରାହକଙ୍କର ଡିମାଣ୍ଡ୍ ରହିଥାଏ ଭଲ ଫଟୋଗ୍ରାଫି ଉପରେ । ତେଣୁ ରେଡମି ନୋଟ୍ ୧୩ ପ୍ରୋ + ର ବ୍ୟାକ ସାଇଡରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ପ୍ରାଇମେରୀ କ୍ୟାମେରା ୨ଶହ ମେଗାପିକ୍ସେଲ ସାମସଙ୍ଗ ISOCELL HP3 ସେନସର ରହିଛି । ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ହେଉଛି ୮-ମେଗାପିକ୍ସେଲ ଏବଂ ମାକ୍ରୋ ସୁଟର ହେଉଛି ୨-ମେଗାପିକ୍ସେଲ । ସେଲଫି ପାଇଁ ରେଡମି ନୋଟ୍ ୧୩ ପ୍ରୋ + ରେ ୧୬ ମେଗାପିକ୍ସେଲର କ୍ୟାମେରା ଅଛି । ଏହି ଫୋନରେ 5000mAh ବ୍ୟାଟେରୀ ଅଛି । ତେଣୁ ଦୀର୍ଘ ସମୟ ଧରି ମୋବାଇଲକୁ ପାୱାର ଯୋଗାଇବାକୁ ସକ୍ଷମ ହେବ । ଏହି ବ୍ୟାଟେରୀ 120W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ତେଣୁ ଆପଣ ଏଥିରେ ମୋବାଇଲକୁ ଶୀଘ୍ର ଚାର୍ଜ କରିପାରିବେ ।

ନୂଆବର୍ଷ ପ୍ରଥମ ସପ୍ତାହ ତଥା ଜାନୁଆରୀ ୪ ରେ ଜିଆଓମି ଭାରତରେ ରେଡମି ନୋଟ୍ ୧୩ ପ୍ରୋ ସିରିଜ୍ ଲଞ୍ଚ କରିବ ବୋଲି ସୂଚନା ମିଳିଛି । ଏହି ଫୋନଟି କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଅଫଲାଇନ୍ ଷ୍ଟୋର୍ ଏବଂ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହାପୂର୍ବରୁ, ରେଡମି ନୋଟ୍ ୧୩ ପ୍ରୋ ସିରିଜ୍ ଥାଇଲ୍ୟାଣ୍ଡର NBTC ପ୍ରମାଣୀକରଣ ପ୍ରାଧିକରଣ ଦ୍ୱାରା ପ୍ରମାଣିତ ହୋଇଥିଲା । ଏହା ସୂଚିତ କରେ ଯେ, ହ୍ୟାଣ୍ଡସେଟର ଗ୍ଲୋବାଲ୍ ଲଞ୍ଚ ମଧ୍ୟ ଶୀଘ୍ର ହୋଇପାରେ । ତେବେ ଏହି ମୋବାଇଲ୍ ଗ୍ରାହକଙ୍କର ଆବଶ୍ୟକତାକୁ ପୂରା କରିବା ସହିତ ଏକ ଭିନ୍ନ ଖୁସି ଦେବ ବୋଲି ଆଶା କରାଯାଉଛି ।

Also Read- IIT ପଢିବା ପରେ ମିଳିଥିଲା ବଡ଼ ଚାକିରି, ମନ ନବୁଝିବାରୁ ବନିଲେ IAS

Also Read- indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ