Redmi Note 13 Pro Plus 5G: ରେଡମି ଲଞ୍ଚ୍ କଲା ୱାଟରପ୍ରୁଫ୍ ସ୍ମାର୍ଟଫୋନ୍, ଦାମ ଜାଣିଲେ ହେବେ ଖୁସି
Advertisement
Article Detail0/zeeodisha/odisha2044269

Redmi Note 13 Pro Plus 5G: ରେଡମି ଲଞ୍ଚ୍ କଲା ୱାଟରପ୍ରୁଫ୍ ସ୍ମାର୍ଟଫୋନ୍, ଦାମ ଜାଣିଲେ ହେବେ ଖୁସି

Redmi Note 13 Pro Plus 5G: ଜିଆଓମି ଭାରତରେ ଲଞ୍ଚ କରିଛି ରେଡମି ନୋଟ୍ ୧୩ ପ୍ରୋ ପ୍ଲସ୍ ୫ ଜି ସ୍ମାର୍ଟଫୋନ୍ । ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଖାସ୍ ଜିନିଷ ରହିଛି ଏବଂ ଦାମ କେତେ ।

Redmi Note 13 Pro Plus 5G: ରେଡମି ଲଞ୍ଚ୍ କଲା ୱାଟରପ୍ରୁଫ୍ ସ୍ମାର୍ଟଫୋନ୍, ଦାମ ଜାଣିଲେ ହେବେ ଖୁସି

Redmi Note 13 Pro Plus 5G: ଜିଆଓମି ଆଜି ଭାରତରେ ରେଡମି ନୋଟ୍ ୧୩ ସିରିଜ୍ ଲଞ୍ଚ କରିଛି । ଏଥିରେ ରହିଛି  ସମୁଦାୟ ୩ଟି ମୋବାଇଲ୍ । ସେମଧ୍ୟରେ ରେଡମି ନୋଟ୍ ୧୩ ୫ ଜି, ରେଡମି ନୋଟ୍ ୧୩ ପ୍ରୋ ୫ ଜି ଏବଂ ଟପ୍ ମଡେଲ୍ ରେଡମି ନୋଟ୍ ୧୩ ପ୍ରୋ ପ୍ଲସ୍ ୫ଜି । ଏହି ତିନୋଟି ଫୋନ୍ ଚାଇନାରେ ମଧ୍ୟ ଲଞ୍ଚ ହୋଇସାରିଛି । ପ୍ରୋ ପ୍ଲସ୍ ମଡେଲର ଅନେକ ଜବରଦସ୍ତ ଫିଚର ରହିଛି ଯାହା ଗ୍ରାହକଙ୍କୁ ଏକ ନୂଆ ଅନୁଭବ ଦେବ । ଆସନ୍ତୁ ଜାଣିବା ଏହି ୩ଟି ହ୍ୟାଣ୍ଡସେଟ୍ ବିଷୟରେ ବିସ୍ତୃତ ତଥ୍ୟ ....

ଆକର୍ଷଣୀୟ ଡିଜାଇନ୍
ରେଡମି ନୋଟ୍ ୧୩ ପ୍ରୋ ପ୍ଲସ୍ ୫ଜିର ଡିଜାଇନ୍ ବହୁତ ଚମତ୍କାରୀ ଢଙ୍ଗରେ କରାଯାଇଛି । ଏହି ଫୋନ୍ ଦୁଇ ପ୍ରକାର ଡିଜାଇନ୍ ରେ ବଜାରରେ ଉପଲବ୍ଧ ସେଗୁଡିକ ହେଉଛି ଗ୍ଲାସ୍ ଏବଂ ଲେଦର । ଫୋନକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ IP68 ରେଟିଂ ଦିଆଯାଇଛି । ଅର୍ଥାତ୍ ଏହି ଫୋନଟି ଅତିକମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଦେଢ ମିଟର ଗଭୀର ପାଣିରେ ରହିପାରିବ । ଫୋନରେ ଏକ ବଡ଼ ୬.୬୭ ଇଞ୍ଚର ଡିସପ୍ଲେ ରହିଛି ଯାହା ଭିଡିଓ ଦେଖିବା ଏବଂ ଗେମ୍ ଖେଳିବାକୁ ଗ୍ରାହକଙ୍କୁ ଭଲ ଲାଗିବ ।

ଫୋନର ପ୍ରୋସେସର୍
ଏହି ମୋବାଇଲରେ ପାୱାରଫୁଲ ସଞ୍ଚାଳକ - ମିଡିଆ ଟେକ୍ ଡାଇମେନସିଟି 7200 ଅଲଟ୍ରା ସହିତ LPDDR5 RAM ଏବଂ UFS 3.1 ଷ୍ଟୋରେଜ୍ ଉପଲବ୍ଧ । ମୋବାଇଲରେ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ୧୩ ସଫ୍ଟୱେୟାର ରହିଛି । Xiaomi ର ନିଜସ୍ୱ MIUI 14 ଏଥିରେ ବ୍ୟବହୃତ । ଭଲ ଫଟୋ ଉଠାଇବା ପାଇଁ ଏହି ଫୋନରେ ଦୁଇଟି ଭଲ କ୍ୟାମେରା ରହିଛି । ଆଗରେ ୧୬ଏମପି (16MP) ସେଲଫି କ୍ୟାମେରା ଏବଂ ପଛରେ ଏକ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ରହିଛି । ପଛରେ 200MPର ପାୱାରଫୁଲ ସେନ୍ସର ଲାଗିଛି । ଏହା ସହିତ 8MP ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ 2MP ମାକ୍ରୋ ଲେନ୍ସ ମଧ୍ୟ କମ୍ପାନୀ ଏହି ଫୋନରେ ରଖିଛି ।

ଏଥିସହିତ ଏହି ଫୋନରେ ଦୁଇଟି ସିମ୍ କାର୍ଡ ସ୍ଲଟ୍, 5G ନେଟୱାର୍କ ସପୋର୍ଟ, ହାଇସ୍ପିଡି ୱାଇଫାଇ ୬ ଇ, ବ୍ଲୁଟୁଥ୍ ୫.୩, ଜିପିଏସ୍, NFC ଏବଂ USB ଟାଇପ୍-ସି ପୋର୍ଟ ରହିଛି । ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଫୋନରେ ୫ହଜାର ଏମଏଏଚ ବ୍ୟାଟେରୀ ଉପଲବ୍ଧ । ଯାହା ଦିନସାରା ଆପଣଙ୍କ ଫୋନକୁ ଚାର୍ଜ୍ ରଖିପାରିବ । ଏଥିସହିତ ଏହି ଫୋନରେ 120W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

ବଜାର ଦର 
8GB + 256GB - ₹ 31,999
12GB + 256GB - ₹ 33,999
12GB + 512GB - ₹ 35,999

ଏଅହି ଫୋନ୍ ଆପଣଙ୍କ ପାଇଁ ତିନୋଟି ରଙ୍ଗରେ ଉପଲବ୍ଧ ଅଛି ସେଗୁଡିକ ହେଉଛି ଧଳା, କଳା ଏବଂ ବାଇଗଣୀ । ଜାନୁଆରୀ ୧୦ ତାରିଖ ମଧ୍ୟାହ୍ନ ୧୨ ଟାରୁ ଆପଣ ଏହି ଫୋନଟିକୁ କିଣିବାକୁ ଅର୍ଡର କରିପାରିବେ । ଏମଆଇ ଷ୍ଟୋର୍ ଏବଂ ଅନଲାଇନ ମାଧ୍ୟମରେ ଆପଣ ଏହି ଫୋନଟିକୁ କିଣିପାରିବେ ।

Also Read- ଗୁରୁଗ୍ରାମରେ ହତ୍ୟା, ପଟିଆଲାରୁ ମିଳିଲା କାର ... ୪୮ ଘଣ୍ଟା ପରେ ବି ମିଳୁନି ଦିବ୍ୟାଙ୍କ ମୃତ ଶରୀର

Also Read- Baba Ramdev: 'ରାମ ମନ୍ଦିରକୁ ନେଇ ରାଜନୀତି କଲେ ଅସ୍ତିତ୍ୱ ରହିବନି' ବାବା ରାମଦେବ