UPI Transaction: ଉପଭୋକ୍ତାଙ୍କ ପାଇଁ ଆସିଲା ଖରାପ ଖବର, ଏପ୍ରିଲ ୧ରୁ ଆଉ ମାଗଣାରରେ ପଠାଇପାରିବେ ନାହିଁ ଟଙ୍କା!
Advertisement
Article Detail0/zeeodisha/odisha1631259

UPI Transaction: ଉପଭୋକ୍ତାଙ୍କ ପାଇଁ ଆସିଲା ଖରାପ ଖବର, ଏପ୍ରିଲ ୧ରୁ ଆଉ ମାଗଣାରରେ ପଠାଇପାରିବେ ନାହିଁ ଟଙ୍କା!

UPI Transaction: ୟୁପିଆଇ ୟୁଜର୍ସଙ୍କ ପାଇଁ ଖରାପ ଖବର । ଏଣିକି ୟୁପିଆଇରେ ୨୦୦୦ରୁ ଅଧିକ ଟଙ୍କାର ନେଣଦେଣ କଲେ ଲାଗିବ ଚାର୍ଜ । NPCIର ଏହି ନିଷ୍ପତ୍ତି ବ୍ୟବହାରକାରୀଙ୍କ ପକେଟରେ ଉପରେ ଏକ ବଡ଼ ପ୍ରଭାବ ପକାଇବ । 

ସୌ(ସୋସିଆଲ ମିଡିଆ)

UPI Transaction: ସାଧାରଣତଃ ଆଜିକାଲି ଟଙ୍କା କାରବାର କରିବା ଲାଗି ଅନଲାଇନ ଆପର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହାର ବ୍ୟବହାର ସହଜ ହେବା ସହ ସୁରକ୍ଷିତ ମଧ୍ଯ ହୋଇଥାଏ । ତେବେ ଯଦି ଆପଣ ବି ଏହି ଆପ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି ତାହାଲେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ୧ରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ୟୁପିଆଇ ପେମେଣ୍ଟ(UPI Payment) ପାଇଁ ଟଙ୍କା ଗଣିବେ ୟୁଜର୍ସ ।

ସୂଚନା ଅନୁଯାୟୀ, ପେଟିଏମ୍(Paytm), ଗୁଗୁଲ୍ ପେ(Google pay), ଫୋନ୍ ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ( NPCI)ର ନିଷ୍ପତ୍ତି ହେତୁ ଲାଗିଛି ବଡ଼ ଝଟକା । ନୂତନ ଆର୍ଥିକ ବର୍ଷ ଅର୍ଥାତ୍ ଏପ୍ରିଲ ୧ ତାରିଖରୁ UPI କାରବାର ମହଙ୍ଗା ହେବାକୁ ଯାଉଛି । ଏନେଇ ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ ଅଫ ଇଣ୍ତିଆ ଏକ ସର୍କୁଲାର ଜାରି କରିଛି । ବାଣିଜ୍ୟିକ କାରବାର ଉପରେ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ (PPI) ଫି ଲାଗୁ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) କହିଛି। ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ ଅଫ ଇଣ୍ତିଆ ୟୁପିଆଇ ପେମେଣ୍ଟ(UPI Payment) ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । ଏହା ଫଳରେ କେବଳ ୨ ହଜାରୁ ଅଧି୍କ ଟଙ୍କାର ପେମେଣ୍ଟ ଉପରେ ଏହି ପିପିଆଇ(PPI) ଚାର୍ଜ ଲାଗୁ ହେବ । ତେବେ ଏପ୍ରିଲ ମାସ ୧ ତାରିଖରୁ ଯଦି ଆପଣ ୨ ହଜାର ଟଙ୍କାରୁ ଅଧିକ ଟଙ୍କାର ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୧.୧ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡ଼ିପାରେ ।

ବର୍ତ୍ତମାନ ସମୟରେ ୟୁପିଆଇ ପେମେଣ୍ଟର ଅଧିକାଂଶ ନେଣଦେଣ ୨ ହଜାର ଟଙ୍କାରୁ ଅଧିକ ରହୁଛି, କହିବାକୁ ଗଲେ ପାଖାପାଖି ୭୦ ପ୍ରତିଶତ ଟ୍ରାଞ୍ଜାକ୍ସନ( Transaction) ୨ ହଜାର ଟଙ୍କାରୁ ଅଧିକ ଥିବାରୁ ଏହା ଉପରେ ପିପିଆଇ( (PPI) ଚାର୍ଜ ଲଗାଇବାକୁ ଯୋଜନା କରୁଛି ଏନପିସି । ଏଭଳି ପରିସ୍ଥିତିରେ, NPCIର ଏହି ନିଷ୍ପତ୍ତି ବ୍ୟବହାରକାରୀଙ୍କ ପକେଟରେ ଉପରେ ଏକ ବଡ଼ ପ୍ରଭାବ ପକାଇବ । ରିପୋର୍ଟ ଅନୁଯାୟୀ, NPCI ବିଭିନ୍ନ କ୍ଷେତ୍ର ପାଇଁ ବିଭିନ୍ନ ଅଦଳବଦଳ ଫି ସ୍ଥିର କରିଛି । କୃଷି ଓ ଟେଲିକମ୍ କ୍ଷେତ୍ରରେ ସର୍ବନିମ୍ନ ଅଦଳବଦଳ ଶୁଳ୍କ ଆଦାୟ କରାଯିବ। ତେବେ ସର୍କୁଲାରରେ ଏହା ୩୦ ସେପ୍ଟେମ୍ବର ୨୦୨୩ କିମ୍ବା ପୂର୍ବରୁ ସମୀକ୍ଷା କରାଯିବ ନେଇ କୁହାଯାଇଛି ।

Also Read-Petrol-Diesel Price Today: ଆସିଗଲା ନୂଆ ଦର, ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ତୈଳଦର

ପ୍ରକାଶ ଥାଉ କି, ବର୍ତ୍ତମାନ ସମୟରେ ଫୋନ ପେ(Phonepe), ପେଟିଏମ୍ , ଗୁଗୁଲ ପେ ଭଳି ଆପରେ ୟୁପିଆଇ ପେମେଣ୍ଟ କଲେ ୟୁଜର୍ସଙ୍କୁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡୁନାହିଁ । ପିପିଆଇ ନ ଲାଗିବା ଦ୍ବାରା ଏହି କମ୍ପାନୀମାନେ ରାଜସ୍ବ ହାନୀ ହେଉଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ । ଅଧିକ ଟଙ୍କାର ନେଣଦେଣ ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଏହି କମ୍ପାନୀ ଦାବି କରିଥାସୁଥିଲା ।  ତେବେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ଏହି ନିଷ୍ପତ୍ତି ପରେ ଏହି କମ୍ପାନୀଙ୍କୁ ଆଶ୍ବସ୍ତି ମିଳିଛି ।