Sachin Tendulkar Guard Suicide: ସଚିନ ତେନ୍ଦୁଲକରଙ୍କ ସୁରକ୍ଷା କର୍ମୀଙ୍କ ରହସ୍ୟମୟ ଭାବେ ମୃତ୍ୟୁ
Advertisement
Article Detail0/zeeodisha/odisha2249358

Sachin Tendulkar Guard Suicide: ସଚିନ ତେନ୍ଦୁଲକରଙ୍କ ସୁରକ୍ଷା କର୍ମୀଙ୍କ ରହସ୍ୟମୟ ଭାବେ ମୃତ୍ୟୁ

Sachin Tendulkar Guard Suicide:  ଭେଟେରାନ କ୍ରିକେଟର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ SRPF ଯବାନ ମହାରାଷ୍ଟ୍ରର ଜଲଗାଓଁରେ ଥିବା ତାଙ୍କ ପୈତୃକ ଘରେ ଆତ୍ମହତ୍ୟା କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମେ ୧୪ ତାରିଖରେ ବିଳମ୍ବିତ ରାତିରେ ଘଟିଛି। 

Sachin Tendulkar Guard Suicide: ସଚିନ ତେନ୍ଦୁଲକରଙ୍କ ସୁରକ୍ଷା କର୍ମୀଙ୍କ ରହସ୍ୟମୟ ଭାବେ ମୃତ୍ୟୁ

Sachin Tendulkar Guard Suicide:  ଭେଟେରାନ କ୍ରିକେଟର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ SRPF ଯବାନ ମହାରାଷ୍ଟ୍ରର ଜଲଗାଓଁରେ ଥିବା ତାଙ୍କ ପୈତୃକ ଘରେ ଆତ୍ମହତ୍ୟା କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମେ ୧୪ ତାରିଖରେ ବିଳମ୍ବିତ ରାତିରେ ଘଟିଛି।  ମୃତ ଯବାନଙ୍କ ନାମ ପ୍ରକାଶ କାପଡ଼େ। ସେ ମାତ୍ର ୮ ଦିନ ପୂର୍ବରୁ ଛୁଟି ନେଇ ନିଜ ଗାଁକୁ ଯାଇଥିଲେ। ସୂଚନାନୁସାରେ, କାପଡ଼େ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦ୍ୱାରା ବେକରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

ମୃତ ଯବାନଙ୍କ ପରିବାରରେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ, ଦୁଇ ସନ୍ତାନ ଏବଂ ଭାଇ ଅଛନ୍ତି। ବର୍ତ୍ତମାନ ପୋଲିସ କାପଡ଼େଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚେଷ୍ଟା କରୁଛି। ସୂଚନା ଅନୁସାରେ କାପଡ଼େ ମନ୍ତ୍ରୀ ଛଗନ ଭୁଜବଲ ଏବଂ ନାରାୟଣ ରାଣେଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରିଥିଲେ। ପୋଲିସର ସୂଚନା ଅନୁସାରେ ଏହି ଘଟଣା ମଇ ୧୪ତାରିଖ ରାତିରେ ଘଟିଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏ ଯାଏଁ ଜଣା ପଡ଼ିନାହିଁ। କାପଡ଼େଙ୍କୁ ସରକାରୀ ପୋଲିସ ରିଜର୍ଭ ଫୋର୍ସରେ ପୋଷ୍ଟ କରାଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ଅନୁସାରେ, କାପଡ଼େଙ୍କର ବ୍ୟକ୍ତିଗତ କାରଣ ସହିତ ଏହି ମାମଲା ଜଡିତ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବର୍ତ୍ତମାନ ପ୍ରକାଶଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ପଚରାଉଚରା କରି ପୋଲିସ ତଦନ୍ତ କାର୍ଯ୍ୟ ଜାରି ରଖିଛି।