Samsung Galaxy F15 5G: ଦମଦାର ଫିଚର ଜବରଦସ୍ତ ବ୍ୟାଟେରୀ ପାୱାର୍ ସହ ଆସୁଛି ଏହି ଫୋନ୍
Advertisement
Article Detail0/zeeodisha/odisha2123056

Samsung Galaxy F15 5G: ଦମଦାର ଫିଚର ଜବରଦସ୍ତ ବ୍ୟାଟେରୀ ପାୱାର୍ ସହ ଆସୁଛି ଏହି ଫୋନ୍

Samsung Galaxy F15 5G: ସାମସଙ୍ଗ ଗାଲାକ୍ସି F15 ଲଞ୍ଚ ତାରିଖ ଘୋଷଣା ସରିଛି । ୬୦୦୦mAh ବ୍ୟାଟେରୀ ସହିତ ଏହି ଫୋନରେ ଆପଣ ପାଇବେ ବିଭିନ୍ନ ସୁବିଧା ।

Samsung Galaxy F15 5G: ଦମଦାର ଫିଚର ଜବରଦସ୍ତ ବ୍ୟାଟେରୀ ପାୱାର୍ ସହ ଆସୁଛି ଏହି ଫୋନ୍

Samsung Galaxy F15 5G: ନୂଆ ମୋବାଇଲ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୪ ତାରିଖରେ ଭାରତରେ ଲଞ୍ଚ ହେବାକୁ ଯାଉଛି ସାମସଙ୍ଗ ଗାଲାକ୍ସି F15 5G । କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖକୁ ନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ କରାଯାଇଛି । ଏହି ହ୍ୟାଣ୍ଡସେଟରେ ଆପଣ 6000mAhର ବ୍ୟାଟେରୀ ବ୍ୟାକଅପ ପାଇପାରିବେ । ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ବିଭିନ୍ନ ଦମଦାର ଫିଚର ଆପଣଙ୍କୁ ମିଳିବ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ସାମସଙ୍ଗ ଆଗାମୀ ସ୍ମାର୍ଟଫୋନ୍ Galaxy F15 5G ଏକ ମିଡ୍ ରେଞ୍ଜ୍ ହ୍ୟାଣ୍ଡସେଟ୍ ହେବ । ଏହି ସ୍ମାର୍ଟଫୋନରେ sAMOLED ଡିସପ୍ଲେ ରହିଛି । ସାମସଙ୍ଗ ପୂର୍ବରୁ ଅନେକ ଦମଦାର ସ୍ମାର୍ଟଫୋନ୍ ବଜାରକୁ ଛାଡିଥିବାବେଳେ ଏଥିରେ ସାମସଙ୍ଗ ଗାଲାକ୍ସି F15 5G ର ନାମ ଖୁବଶୀଘ୍ର ଯୋଡିବାକୁ ଯାଉଛି । କମ୍ପାନୀ X ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛି ।

ନିକଟରେ ରିଲିଜ୍ ହୋଇଥିବା Galaxy F15 5G ଅଫିସିଆଲ୍ ଟିଜରରେ ଦେଖିବାକୁ ମିଳିଛି ଯେ, ଏଥିରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି, ଏଥିସହିତ ଏଥିରେ ଏଲଇଡି ଫ୍ଲାସ୍ ଲାଇଟ୍ ମଧ୍ୟ ରହିଛି । ଏହି ହ୍ୟାଣ୍ଡସେଟ୍ ରିଲିଜ୍ ହେବାପରେ ଖୁବଶୀଘ୍ର ଅନଲାଇନ୍ ସପିଂ ସାଇଟ୍ ଫ୍ଲିପକାର୍ଟରେ ଉପଲବ୍ଧ ହେବ । ଏହି ହ୍ୟାଣ୍ଡସେଟରେ ମିଡିଆ ଟେକ୍ ଡାଇମେନସିଟି 6100+ SoC ବ୍ୟବହୃତ ହୋଇଛି ।

Post- 

Samsung Galaxy F15 5G Price
କମ୍ପାନୀ ପକ୍ଷରୁ ଏହି ନୂଆ ହ୍ୟାଣ୍ଡସେଟର ଦର ସିଧାସଳଖ ପ୍ରକାଶ ହୋଇନଥିଲେ ମଧ୍ୟ ଏହାର ଦାମକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । କୁହାଯାଉଛି ଯେ, ସୁପର AMOLED ଡିସପ୍ଲେ ସହିତ ଆସୁଥିବା ଏହି ମୋବାଇଲର ଦାମ ୧୫,୦୦୦ ଟଙ୍କା ପାଖାପାଖି ରହିବ । 

ଆଣ୍ଡ୍ରଏଡ୍ ୧୪ ଓଏସ୍ ସହିତ ଉପଲବ୍ଧ ଏହି ଫୋନରେ ଆପଣଙ୍କୁ ୪ ଜିବି ରାମ୍ ମିଳିବ । ମୋବାଇଲଟି ଭାରତୀୟ ବଜାରକୁ ଛାଡିବା ପୂର୍ବରୁ କମ୍ପାନୀ ଆଉ କିଛି ବିଶେଷ ତଥ୍ୟ ପ୍ରକାଶ କରିପାରେ ।

Also Read- Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ

Also Read- Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ