Viral News: ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା
Advertisement
Article Detail0/zeeodisha/odisha1578279

Viral News: ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା

Viral News: ପୁଅର ସ୍ୱାସ୍ଥ୍ୟ ଖରାପ ହେବା ପରେ ଏପରି ଜଣେ ବାପା ନିଜ ପାଟିରୁ ଅକ୍ସିଜେନ ଦେବାକୁ ଆରମ୍ଭ କଲେ । ଯେତେବେଳେ ତାଙ୍କ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲା ଓ ନିଃଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲା, ସେତେବେଳେ ବାପା ଥରେ ନୁହେଁ କିମ୍ୱା ଦି'ଥର ଅନେକ ଥର ପାଟିରୁ ନିଶ୍ୱାସ ନେଇଥିଲେ ।  ନିଜ ପୁଅ ସୁସ୍ଥ ନହେବା ପର୍ଯ୍ୟନ୍ତ ତାକୁ ନିଶ୍ୱାସ ଦେବାରେ ଲାଗିଲେ । 

Viral News: ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା

Son Breathes Through Father Mouth: ବାପା ଓ ପୁଅର ସମ୍ପର୍କ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଜଣେ ବାପା ସବୁବେଳେ ନିଜ ପୁଅର ସୁଖରେ ନିଜ ସୁଖ ଖୋଜେ । ଉଭୟ ପରସ୍ପରର ପରିଚୟ ହୋଇଥାଏ । ଯେପରି ଜଣେ ବାପା ନିଜ ପୁଅର ସୁଖ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତୁ, ସେହିଭଳି ଯଦି ପୁଅର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ସେ ସମସ୍ତ ସମ୍ଭାବ୍ୟ ପ୍ରୟାସ ଏବଂ ଚିକିତ୍ସାରେ ଲାଗି ପଡ଼ନ୍ତି । ପୁଅର ସ୍ୱାସ୍ଥ୍ୟ ଖରାପ ହେବା ପରେ ଏପରି ଜଣେ ବାପା ନିଜ ପାଟିରୁ ଅକ୍ସିଜେନ ଦେବାକୁ ଆରମ୍ଭ କଲେ । ଯେତେବେଳେ ତାଙ୍କ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲା ଓ ନିଃଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲା, ସେତେବେଳେ ବାପା ଥରେ ନୁହେଁ କିମ୍ୱା ଦି'ଥର ଅନେକ ଥର ପାଟିରୁ ନିଶ୍ୱାସ ନେଇଥିଲେ ।  ନିଜ ପୁଅ ସୁସ୍ଥ ନହେବା ପର୍ଯ୍ୟନ୍ତ ତାକୁ ନିଶ୍ୱାସ ଦେବାରେ ଲାଗିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ବାପା ଓ ପୁଅର ପ୍ରେମକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ବିହାର (Bihar) ର ଆରା ସଦର ଡାକ୍ତରଖାନା (Ara Sadar Hospital) ର ଜରୁରୀକାଳୀନ ପରିସ୍ଥିତିରେ ଘଟିଥିଲା ।

ବାସ୍ତବରେ, ଆରା ସହରର ଟାଉନ ପୋଲିସ ଷ୍ଟେସନ ଅଧୀନରେ ଥିବା ଭଲୁହିପୁର ଅଞ୍ଚଳର ବାସିନ୍ଦା ସନ୍ତୋଷ କୁମାରଙ୍କ ୧୮ ବର୍ଷର ପୁଅ କୃଷ୍ଣ କୁମାର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ କୃଷ୍ଣ କୁମାରଙ୍କୁ ସଦର ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠାରେ ଡାକ୍ତର କୃଷ୍ଣ କୁମାରଙ୍କୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମ୍ଳଜାନ ଲଗାଇବାକୁ କହିଥିଲେ । ସଦର ହସ୍ପିଟାଲରେ ଅମ୍ଳଜାନ ଲଗାଯାଇଥିଲା କିନ୍ତୁ ୧୮ ବର୍ଷୀୟ କୃଷ୍ଣ କୁମାର ଅମ୍ଳଜାନ ସହିତ ନିଶ୍ୱାସ ନେବାରେ ସକ୍ଷମ ହୋଇନଥିଲେ । ସେ ବାରମ୍ବାର ଅମ୍ଳଜାନକୁ ବାହାର କରିଦେଉଥିଲୁ । ଏହା ପରେ ତାଙ୍କ ବାପା ନିଜ ପାଟିରୁ ପୁଅକୁ ନିଶ୍ୱାସ ଦେବା ଆରମ୍ଭ କଲେ ।

ତେବେ କିଛି ସମୟ ପରେ କୃଷ୍ଣ କୁମାରଙ୍କୁ ଅକ୍ସିଜେନ ସିଲିଣ୍ଡର ସାହାଯ୍ୟରେ ଅମ୍ଳଜାନ ଦିଆଗଲା । କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ଭଲ ହୋଇଗଲା । ଏହି ପ୍ରସଙ୍ଗରେ ସନ୍ତୋଷ କୁମାର କହିଛନ୍ତି ଯେ, "ମୋ ପୁଅର ଘର ପାଖରେ ଏକ ମନ୍ଦିର ଅଛି, ଯେଉଁଠାରୁ ସେ ପ୍ରସାଦ ପାଇବା ପରେ ଆଜି ଘରକୁ ଆସିଥିଲେ । ଘରକୁ ଆସିବା ପରେ ମଧ୍ୟ ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । କହିବା ଆରମ୍ଭ କଲା, ମୁଁ ନିଶ୍ୱାସ ନେଇପାରୁ ନାହିଁ । ଯାହା ପରେ ମୁଁ ପାଟିରୁ ନିଶ୍ୱାସ ଦେବା ଆରମ୍ଭ କଲି ଓ ନିଜେ ଭଲୁହୁପୁରରୁ ନିଶ୍ୱାସ ଦେଇ ଡାକ୍ତରଖାନାକୁ ଆସିଲି ।"

ଅଧିକ ପଢ଼ନ୍ତୁ:-ଦୁଷ୍କର୍ମ ପରେ ପୀଡ଼ିତାଙ୍କ କରାଯାଉଥିଲା 'ଟୁ ଫିଙ୍ଗର ଟେଷ୍ଟ୍', ଜାଣନ୍ତୁ କାହିଁକି ଏହା ଉପରେ ଲାଗିଛି ବ୍ୟାନ୍

ଅଧିକ ପଢ଼ନ୍ତୁ:-ଏଠାରେ ମା'ଙ୍କ ଆଗରେ ବର-କନିଆଁ ରଖନ୍ତି ଶାରୀରିକ ସମ୍ପର୍କ!

ଅଧିକ ପଢ଼ନ୍ତୁ:-ଭାରତର ଏହି ୯ ଖତରନାକ୍ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

ଅନ୍ୟପକ୍ଷରେ, ସଦର ହସ୍ପିଟାଲର ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଅନୁଯାୟୀ ଖାଦ୍ୟ ଖାଇବା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଅମ୍ଳଜାନ ଦିଆଯାଇଥିଲା । କିଛି ସମୟ ପରେ ସେ ସୁସ୍ଥ ହୋଇଗଲେ।  କୃଷ୍ଣ କୁମାର ତାଙ୍କ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ସହରରେ କୃଷ୍ଣ କୁମାରଙ୍କ ବାପା ସନ୍ତୋଷ କୁମାରଙ୍କର ଏକ ଦୋକାନ ଅଛି ।